Jungle Raj return to Bihar: 'ବିହାରକୁ ପୁଣି ଫେରିଲାଣି ଜଙ୍ଗଲରାଜ'
Advertisement

Jungle Raj return to Bihar: 'ବିହାରକୁ ପୁଣି ଫେରିଲାଣି ଜଙ୍ଗଲରାଜ'

 Jungle Raj in Bihar: କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଆରଜେଡି ନେତାଙ୍କ ଫଟୋ ସେୟାର କରି ଜେଡିୟୁ-ଆରଜେଡି ସରକାରଙ୍କୁ କଟାକ୍ଷ କରି କହିଛନ୍ତି ରାଜ୍ୟରେ ଏହା ହେଉଛି ଜଙ୍ଗଲରାଜ ଶକ୍ତି। 

Jungle Raj return to Bihar: 'ବିହାରକୁ ପୁଣି ଫେରିଲାଣି ଜଙ୍ଗଲରାଜ'

Union Minister Giriraj Singh: ରାଜ୍ୟର ସହରସା କାରାଗାରରେ ବନ୍ଦ ରହିଥିବା ଆରଜେଡି ନେତା ଆନନ୍ଦ ମୋହନଙ୍କ ଏକ ଫଟୋ ଭାଇରାଲ ହେବା ପରେ ସରଗରମ ହୋଇଉଠିଛି ବିହାର ରାଜନୀତି। ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆରଜେଡି ନେତା ଆନନ୍ଦ ମୋହନଙ୍କ ଏହି ଫଟୋ ତାଙ୍କ ଘରୁ ଆସିଛି। ଯେଉଁଠାରେ ସେ ତାଙ୍କ ପତ୍ନୀ ଏବଂ ପିଲାଙ୍କୁ ଭେଟୁଥିବାର ନଜର ଆସିଥିଲେ। ସେ ତାଙ୍କ ପରିବାର ସଦସ୍ୟଙ୍କ ସହ ଘରେ ବସିଥିବାର ନଜର ଆସିଛନ୍ତି। ଆରଜେଡି ନେତା ଆନନ୍ଦ ମୋହନଙ୍କ ଏହି ଫଟୋ ଭାଇରାଲ ହେବା ପରେ ଏହି ଘଟଣାରେ ୬ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।

ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆରଜେଡି ନେତା ଆନନ୍ଦ ମୋହନଙ୍କ (RJD Leade Anand Mohan) ଫଟୋ ଭାଇରାଲ ହେବା ପରେ ବିରୋଧି ବିଜେପି ବିହାରରେ (Bihar) କ୍ଷମତାସୀନ ଜେଡିୟୁ-ଆରଜେଡି ସରକାରଙ୍କୁ (JDU RJD Govt) ଟାର୍ଗେଟ କରିଛି। ରାଜ୍ୟର ବେଗୁସରାୟ ଲୋକସଭା ସାଂସଦ (Begusarai Lok Sabha MP) ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ (Union Minister Giriraj Singh) ଆରଜେଡି ନେତାଙ୍କ ଫଟୋ ସେୟାର କରି ଜେଡିୟୁ-ଆରଜେଡି ସରକାରଙ୍କୁ କଟାକ୍ଷ କରି କହିଛନ୍ତି ରାଜ୍ୟରେ ଏହା ହେଉଛି ଜଙ୍ଗଲରାଜ (Jungle Raj) ଶକ୍ତି। ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆରଜେଡି ନେତା ଜେଲ ବଦଳରେ ତାଙ୍କ ଘରେ ଯାଇ ପହଞ୍ଚିଛନ୍ତି। 

ବିହାର ଗୋପାଳଗଞ୍ଜ ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ଜି.କୃଷ୍ଣୈୟାଙ୍କ ହତ୍ୟାକାଣ୍ଡ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି ଆରଜେଡି ନେତା ଆନନ୍ଦ ମୋହନ। ତାଙ୍କୁ ଅଗଷ୍ଟ ୧୨ ତାରିଖରେ ଅଦାଲତରେ ହାଜର କରାଇବା ଲାଗି ପାଟନା ଅଣାଯାଇଥିଲା। ଅଦାଲତରେ ହାଜର ହେବା ପରେ ସହରସା କାରାଗାରକୁ ଫେରିବା ବେଳେ ସେ ତାଙ୍କ ପତ୍ନୀ ଲଭଲି ଆନନ୍ଦ, ପୁଅ ଚେତନ ଆନନ୍ଦଙ୍କୁ ରାଜଧାନୀ ପାଟନାସ୍ଥିତ ବାସଭବନରେ ଭେଟିଥିଲେ। ଏହି ଭେଟଘାଟର ଏକ ଫଟୋ ସୋସିଆଲ ମିଡିଆ ଜରିଆରେ ଭାଇରାଲ ହୋଇଥିଲା। ଏହି ଫଟୋ ଭାଇରାଲ ହେବା ପରେ ବିହାର ପୋଲିସ ଭୂମିକାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା।

Also Read: Bihar Politics: ଟ୍ୱିଟର ୱାର କୁ ନେଇ ମୁହାମୁହିଁ କେନ୍ଦ୍ରମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ

ଏହି ଘଟଣାରେ ପ୍ରତିକ୍ରିୟା ରଖି ସହରସା ପୋଲିସ ଅଧୀକ୍ଷକ ଲିପି ସିଂହ କହିଛନ୍ତି ଯେ ସୋସିଆଲ ମିଡିଆ ମାଧ୍ୟମରେ ଏକ ଭିଡିଓ ଭାଇରାଲ ହୋଇଛି। ଯାହା ବାବାଦରେ ଡିଏସପି ମୁଖ୍ୟାଳୟରୁ ଅନୁସନ୍ଧାନ ରିପୋର୍ଟ ମଗାଯାଇଥିଲା। ଏହି ରିପୋର୍ଟ ପରେ ୬ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ତଥ୍ୟ ସାମ୍ନାକୁ ଆସିବା ପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜେଲ ଅଧିକାରୀଙ୍କ ଭୂମିକା ମଧ୍ୟ ଯାଞ୍ଚ କରାଯାଉଛି। ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।