Shocking News: କେନ୍ଦ୍ରମନ୍ତ୍ରୀ ଗଡକରୀ ଗଣିବେ ୩୨୦୦୦ କୋଟି, ବିଜେପି ସାଂସଦଙ୍କୁ ଦେଇଥିଲେ ଏପରି ଚ୍ୟାଲେଞ୍ଜ
Advertisement
Article Detail0/zeeodisha/odisha1400898

Shocking News: କେନ୍ଦ୍ରମନ୍ତ୍ରୀ ଗଡକରୀ ଗଣିବେ ୩୨୦୦୦ କୋଟି, ବିଜେପି ସାଂସଦଙ୍କୁ ଦେଇଥିଲେ ଏପରି ଚ୍ୟାଲେଞ୍ଜ

Ujjain MP MP Anil Firojiya: କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ଓଜନ ହ୍ରାସ ଆହ୍ୱାନକୁ ପୂରଣ କରିଛନ୍ତି ଉଜ୍ୱୈନ ସାଂସଦ ଅନିଲ ଫିରୋଜିଆ।  

Shocking News: କେନ୍ଦ୍ରମନ୍ତ୍ରୀ ଗଡକରୀ ଗଣିବେ ୩୨୦୦୦ କୋଟି, ବିଜେପି ସାଂସଦଙ୍କୁ ଦେଇଥିଲେ ଏପରି ଚ୍ୟାଲେଞ୍ଜ

BJP MP Anil Firojiya: ନିଜ ନିର୍ବାଚନମଣ୍ଡଳୀର ବିକାଶ ପାଇଁ ଜଣେ ସାଂସଦ ଯାହା କରିଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ମଧ୍ୟ ପ୍ରଦେଶ ଉଜ୍ୱୈନ ଲୋକସଭା ସାଂସଦ ଅନିଲ ଫିରୋଜିଆ ତାଙ୍କ ଅଞ୍ଚଳର ବିକାଶ ପାଇଁ ୩୨ କେଜି ଓଜନ ହ୍ରାସ କରିଛନ୍ତି। କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ତାଙ୍କୁ ଚ୍ୟାଲେଞ୍ଜ କରିଥିଲେ ଯେ ସାଂସଦଙ୍କ ପ୍ରତି କେଜି ଓଜନ ହ୍ରାସ କରିବାରେ ବିକାଶମୂଳକ କାର୍ଯ୍ୟ ପାଇଁ ସେ ୧୦୦୦ କୋଟି ଟଙ୍କା ପ୍ରଦାନ କରିବେ। ବିଜେପି ସାଂସଦ କହିଛନ୍ତି ଯେ ମୁଁ କେନ୍ଦ୍ରମନ୍ତ୍ରୀଙ୍କ ଏହି ଆହ୍ୱାନ ଗ୍ରହଣ କରି ପ୍ରାୟ ୩୨ କିଲୋଗ୍ରାମ ଓଜନ ହ୍ରାସ କରିଥିଲି। ଚଳିତ ବର୍ଷ ଜୁନ୍ ମାସରେ କେନ୍ଦ୍ରମନ୍ତ୍ରୀ ମଞ୍ଚରେ ପ୍ରତିଶୃତି ଦେଇଥିଲେ ଯେ ଯଦି ସାଂସଦ ଓଜନ ହ୍ରାସ କରନ୍ତି, କିଲୋଗ୍ରାମ ପ୍ରତି ଓଜନ ହିସାବରେ ୧୦୦୦ କୋଟି ଟଙ୍କା ବିକାଶ ପାଣ୍ଠି ପ୍ରଦାନ କରାଯିବ। 

ଏନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ବିଜେପି ସାଂସଦ ଅନିଲ ଫିରୋଜିଆ (BJP MP Anil Firojiya) କହିଛନ୍ତି, 'ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଟ୍ ଇଣ୍ଡିଆ ଆନ୍ଦୋଳନ ଆରମ୍ଭ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ (Union Minister Nitin Gadkari) ମୋତେ ମଞ୍ଚରେ କହିଥିଲେ ଯେ ମୋର ପ୍ରତ୍ୟେକ କିଲୋ ଓଜନ ହ୍ରାସ ପାଇଁ ଉଜ୍ୱୈନରେ ବିକାଶ କାର୍ଯ୍ୟ ପାଇଁ ୧୦୦୦ କୋଟି ଟଙ୍କା ମିଳିବ। ମୁଁ ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଥିଲି। ଏ ପର୍ଯ୍ୟନ୍ତ ମୁଁ ପ୍ରାୟ ୩୨ କିଲୋଗ୍ରାମ ଓଜନ ହ୍ରାସ କରିଛି। ମୁଁ ବର୍ତ୍ତମାନ ଅଧିକ ଓଜନ ହ୍ରାସ କରିବି ଏବଂ ପ୍ରତିଜ୍ଞା ଅନୁଯାୟୀ ଅଧିକ ପାଣ୍ଠି ପ୍ରଦାନ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ କହିବି। ଯଦି ମୋର ଓଜନ ହ୍ରାସ ପାଇଁ ମୋ ନିର୍ବାଚନମଣ୍ଡଳୀର ବିକାଶ ଲାଗି ଅଧିକ ବଜେଟ୍ ଆବଣ୍ଟନ କରାଯାଏ, ତାହେଲେ ମୁଁ ଏହି ଅଞ୍ଚଳର ବିକାଶ ପାଇଁ ଫିଟନେସ ଉପରେ ଅଧିକ ଧ୍ୟାନ ଦେବାକୁ ପ୍ରସ୍ତୁତ ରହିଛି। 

କିପରି ନିଜର ଓଜନ ହ୍ରାସ କରିଥିଲେ ତାହା ମଧ୍ୟ କହିଛନ୍ତି ଉଜ୍ୱୈନ ସାଂସଦ ଅନିଲ ଫିରୋଜିଆ (Ujjain MP MP Anil Firojiya)। ଏନେଇ ସାଂସଦ କହିଛନ୍ତି, 'ମୁଁ ସକାଳ ସାଢେ ୫ଟାରେ ଉଠେ। ଏହା ପରେ ପ୍ରାତ ଭ୍ରମଣରେ ଯାଏ। ମର୍ଣ୍ଣିୱାର୍କ କରିବା ବେଳେ ଚାଲିବା, ଦୌଡିବା, ବ୍ୟାୟାମ ଏବଂ ଯୋଗ ଆଦି କରିଥାଏ। ମୁଁ ଆୟୁର୍ବେଦିକ ଡାଏଟ୍ ଚାର୍ଟ ଅନୁସରଣ କରେ। ମୁଁ ହାଲୁକା ଜଳଖିଆ ନିଏ। ମଧ୍ୟାହ୍ନ ଏବଂ ରାତ୍ରୀ ଭୋଜନରେ ସାଲାଡ, ସବୁଜ ପନିପରିବା ତରକାରୀ, ମିଶ୍ରିତ ଶସ୍ୟକୁ ନେଇ ହୋଇଥିବା ରୁଟି ଖାଇଥାଏ। ବେଳେବେଳେ ମୁଁ ଗାଜର ସୁପ୍ ଏବଂ ଶୁଖିଲା ଫଳ ମଧ୍ୟ ଖାଇଥାଏ।  

ଓଜନ ହ୍ରାସ କରିବା ପରେ ମୁଁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟିଥିଲି। ଯେତେବେଳେ ମୁଁ ତାଙ୍କୁ ଓଜନ ହ୍ରାସ କରିବା ବିଷୟରେ କହିଥିଲି ସେତେବେଳେ ସେ ବହୁତ ଖୁସି ହୋଇ ଯାଇଥିଲେ। ପ୍ରତିଶୃତି ଅନୁଯାୟୀ ସେ ଉଜ୍ୱୈନର ବିକାଶ ପାଇଁ ୨୩୦୦ କୋଟି ଟଙ୍କା ମୂଲ୍ୟର ବିକାଶ କାର୍ଯ୍ୟକୁ ଅନୁମୋଦନ କରିଛନ୍ତି।

ଚଳିତ ବର୍ଷ ଉଜ୍ୱୈନ ଠାରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ। ଏହି ସଭାରେ କହିଥିଲେ ଯେ, ମୁଁ ପାଣ୍ଠି ଜାରି କରିବା ପାଇଁ ସ୍ଥାନୀୟ ସାଂସଦ ଅନିଲ ଫିରୋଜିଆଙ୍କ ସାମ୍ନାରେ ଏକ ସର୍ତ୍ତ ରଖିଛି। କେବେ ମୋର  ଓଜନ ୧୩୫ କିଲୋଗ୍ରାମ ରହିଥିଲା। ଯାହା ସାଂସଦଙ୍କ ଠାରୁ ଅଧିକ ଥିଲା। ହେଲେ ବର୍ତ୍ତମାନ ତାଙ୍କ ଓଜନ ୯୩ କେଜି ରହିଛି। ମୁଁ ତାଙ୍କୁ ମୋର ଏକ ପୁରୁଣା ଫଟୋ ମଧ୍ୟ ଦେଖାଇଥିଲି। ଯେଉଁଥିରେ ମୋତେ ଚିହ୍ନିବା ମଧ୍ୟ କଷ୍ଟସାଧ୍ୟ ଥିଲା। ମୁଁ ପ୍ରତି କିଲୋଗ୍ରାମ ଓଜନ ହ୍ରାସ ୧୦୦୦ କୋଟି ଟଙ୍କା ହିସାବରେ ପାଣ୍ଠି ଆବଣ୍ଟିତ କରିବି।