ରାଜନୀତିରେ ଏଣ୍ଟ୍ରି ମାରିବେ ଉଦ୍ଧବ ଠାକରେଙ୍କ ସାନ ପୁଅ ତେଜସ!
Advertisement
Article Detail0/zeeodisha/odisha1293511

ରାଜନୀତିରେ ଏଣ୍ଟ୍ରି ମାରିବେ ଉଦ୍ଧବ ଠାକରେଙ୍କ ସାନ ପୁଅ ତେଜସ!

Tejas Thackeray: ନୀଲେଶ ରାଣେ କହିଛନ୍ତି ଯେ, ଯଦି ସମସ୍ତ ପଦ ଠାକରେ ପରିବାର ପାଖରେ ରହିବ । ତେବେ କାର୍ଯ୍ୟକର୍ତ୍ତାମାନେ କାହାକୁ ସମର୍ଥନ କରିବେ ସେ ବିଷୟରେ ଚିନ୍ତା କରିବା ଉଚିତ୍ ।

ରାଜନୀତିରେ ଏଣ୍ଟ୍ରି ମାରିବେ ଉଦ୍ଧବ ଠାକରେଙ୍କ ସାନ ପୁଅ ତେଜସ!

ମୁମ୍ୱାଇ: Tejas Thackeray: ଉଦ୍ଧବ ଠାକରେ (Uddhav Thackeray) ଙ୍କ ସାନ ପୁଅ ତେଜସ୍ ଠାକରେ (Tejas Thackeray) ଙ୍କ ରାଜନୀତିରେ ଏଣ୍ଟ୍ରି ମାରିପାରନ୍ତି । ଏନେଇ ଚର୍ଚ୍ଚା ଜୋର ଧରିଛି । ରିପୋର୍ଟ ଅନୁଯାୟୀ, ଶିବସେନାର ଯୁବ ୱିଙ୍ଗର କମାଣ ତେଜସ୍ ଠାକରେଙ୍କୁ ଦିଆଯାଇପାରେ । ଏହି କଳ୍ପନାଜଳ୍ପନା ମଧ୍ୟରେ ବିଜେପି ନେତା ନୀଲେଶ ରାଣେ ତେଜସ ଠାକରେଙ୍କ ଉପରେ ଜୋରଦାର ଟାର୍ଗେଟ କରିଛନ୍ତି । ରାଜନୀତିରେ ତେଜାସଙ୍କର କୌଣସି ଅଭିଜ୍ଞତା ନାହିଁ ବୋଲି ରାଣେ କହିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେ ବନ୍ଧୁ ଓ ଝିଟିପିଟି ସନ୍ଧାନରେ ଜଙ୍ଗଲରେ ବୁଲୁଛନ୍ତି । ବିଜେପି ନେତା କହିଛନ୍ତି ଯେ, ସେ ଯାହା ପାଇଛନ୍ତି, ତାହା କେବଳ ଠାକରେ ଉପନାମ ଯୋଗୁଁ ପାଇଛନ୍ତି ।

ନୀଲେଶ ରାଣେ କହିଛନ୍ତି ଯେ, ଯଦି ସମସ୍ତ ପଦ ଠାକରେ ପରିବାର ପାଖରେ ରହିବ । ତେବେ କାର୍ଯ୍ୟକର୍ତ୍ତାମାନେ କାହାକୁ ସମର୍ଥନ କରିବେ ସେ ବିଷୟରେ ଚିନ୍ତା କରିବା ଉଚିତ୍ । ଉଦ୍ଧବ ଠାକରେ ଠାରୁ ତେଜସ ଠାକରେ ପର୍ଯ୍ୟନ୍ତ ସବୁକିଛି ଠାକରେ ଉପନାମ ଯୋଗୁଁ ହାସଲ କରିଛନ୍ତି, ଅନ୍ୟାନ୍ୟ ସଫଳତା ତ କେବଳ ଶୂନ । ବିଜେପି ନେତା କହିଛନ୍ତି, ଠାକରେ ପରିବାର କେବଳ ନିଜ ପରିବାର ସଦସ୍ୟଙ୍କ ପାଖରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପଦବୀ ରଖନ୍ତି, ସେଠାରେ କୌଣସି ବାହାର ଲୋକ ନାହାଁନ୍ତି । ବାକିମାନଙ୍କୁ କେବଳ ଚେୟାର ଓ ଟେବୁଲ୍ ଉଠାଇବା କାର୍ଯ୍ୟ ଦିଆଯାଏ । ଜଣେ ବ୍ୟକ୍ତି ଯେତେ ଭଲ ହୁଅନ୍ତୁ ନା କାହିଁକି, ଯେତେବେଳେ ଶେଷ ନାମ 'ଠାକରେ' ସେତେବେଳେ ସେ ଦଳର ଉଚ୍ଚ ପଦରେ ଅବସ୍ଥାନ କରନ୍ତି ।

ଏହା ବି ପଢ଼ନ୍ତୁ:-ରେଲୱେ ବାତିଲ କଲା ପୁଣି ୧୭୯ ଟ୍ରେନ୍, ଘରୁ ବାହାରିବା ପୂର୍ବରୁ ଦେଖି ନିଅନ୍ତୁ ପୂରା ଲିଷ୍ଟ୍

ଏହା ବି ପଢ଼ନ୍ତୁ:-ଉଦ୍ଧବ ଠାକରେଙ୍କ ଚରଣରେ ଏକନାଥ ସିନ୍ଦେ ଗୋଷ୍ଠୀ!

ଏହା ବି ପଢ଼ନ୍ତୁ:-CWG 2022 ରେ ଭାରତ ଉପରେ ପଦକ ବର୍ଷା, ଜାଣନ୍ତୁ କ'ଣ ପ୍ରକୃତରେ ସୁନା ଓ ରୁପାରେ ନିର୍ମିତ ହୋଇଥାଏ ଏହି ମେଡଲ?

ନୀଲେଶ ରାଣେ କହିଛନ୍ତି ଯେ, ଉଦ୍ଧବ ଠାକରେଙ୍କ ପୁଅ ହୋଇ ତେଜସ୍ ଠାକରେ ମାଗଣାରେ ଗୁରୁତ୍ୱପୂର୍ଣ୍ଣ ପଦ ପାଇବେ, କିନ୍ତୁ ତାଙ୍କର ସଫଳତା ସେତେଟା ନୁହେଁ । ଯେଉଁ କାର୍ଯ୍ୟକର୍ତ୍ତାମାନେ ଉଦ୍ଧବ ଠାକରେଙ୍କ ସହିତ ଅଛନ୍ତି ସେମାନଙ୍କୁ କେବଳ ଟେବୁଲ ଓ ଚେୟାର ଉଠାଇବାର ଦାୟିତ୍ୱ ଦିଆଯିବ । ଏହି ଲୋକମାନେ ନାରା ଲଗାଇବା କାମରେ ଆସିବେ । ସମସ୍ତ କାର୍ଯ୍ୟ କାର୍ଯ୍ୟକର୍ତ୍ତାମାନଙ୍କ ଦ୍ୱାରା କରାଯିବ, କିନ୍ତୁ ଏହି ପଦ ଠାକରେ ପରିବାରର ବ୍ୟକ୍ତିଙ୍କ ନିକଟକୁ ଯିବ । ଉଦ୍ଧବ ଠାକରେ ଆପଣଙ୍କ ବିଷୟରେ କଦାପି ଭାବିବେ ନାହିଁ । ମୁଁ ପରାମର୍ଶ ଦେଉଛି ଯେ ଆପଣଙ୍କୁ ନିଜ ପାଇଁ ଚିନ୍ତା କରିବାକୁ ପଡିବ ।