Maharashtra Politics: ମହିଳାଙ୍କୁ ମାଡ଼ ମାରି ବିବାଦରେ ମହାରାଷ୍ଟ୍ର ନବନିର୍ମାଣ ସେନା କର୍ମକର୍ତ୍ତା
Advertisement
Article Detail0/zeeodisha/odisha1330922

Maharashtra Politics: ମହିଳାଙ୍କୁ ମାଡ଼ ମାରି ବିବାଦରେ ମହାରାଷ୍ଟ୍ର ନବନିର୍ମାଣ ସେନା କର୍ମକର୍ତ୍ତା

MNS Workers Controversy: ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇ କାମାଠିପୁରା ଅଞ୍ଚଳରେ ଜଣେ ପୁରୁଷ ଜଣେ ମହିଳାଙ୍କୁ ଅତି ନିର୍ମମ ଭାବେ ପିଟିଥିଲେ। ଏହି ଘଟଣା ଗତ ଅଗଷ୍ଟ ୨୮ ତାରିଖରେ ଘଟିଥିଲା। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। 

Maharashtra Politics: ମହିଳାଙ୍କୁ ମାଡ଼ ମାରି ବିବାଦରେ ମହାରାଷ୍ଟ୍ର ନବନିର୍ମାଣ ସେନା କର୍ମକର୍ତ୍ତା

MNS Workers Controversy: ଜଣେ ମହିଳାଙ୍କୁ ସର୍ବସାଧାରଣରେ ମାଡ଼ ମାରି ବିବାଦୀୟ ହୋଇପଡ଼ିଛନ୍ତି ୩ ଜଣ  ମହାରାଷ୍ଟ୍ର ନବନିର୍ମାଣ ସେନା କର୍ମକର୍ତ୍ତା। ଏହି ଘଟଣାର ଭିଡ଼ିଓ ଭାଇରାଲ ହେବା ପରେ ପୋଲିସ ସେହି ୩ ଜଣ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରାୟ ୩ ଦିନ ଏହି ଘଟଣା ଘଟିଥିବା ଜଣାପଡ଼ିଛି। 

ମହାରାଷ୍ଟ୍ର (Maharashtra) ରାଜଧାନୀ ମୁମ୍ବାଇ (Mumbai) କାମାଠିପୁରା (Kamathipura) ଅଞ୍ଚଳରେ ଜଣେ ପୁରୁଷ ଜଣେ ମହିଳାଙ୍କୁ ଅତି ନିର୍ମମ ଭାବେ ପିଟିଥିଲେ। ଏହି ଘଟଣା ଗତ ଅଗଷ୍ଟ ୨୮ ତାରିଖରେ ଘଟିଥିଲା। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଜଣେ ମହିଳାଙ୍କ ସହମତି ବିନା ତାଙ୍କ ଦୋକାନ ଆଗରେ ଏକ ବିଜ୍ଞାପନ ରଖାଯାଇଥିଲା। ଯାହାକୁ ମହିଳା ଜଣଙ୍କ ବିରୋଧ କରିବାକୁ ତାଙ୍କୁ ଜଣେ ପୁରୁଷ ଠେଲା ପେଲା କରି ମାଡ଼ ମାରିଥିଲେ। 

ସର୍ବସାଧାରଣରେ ମହିଳାଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତ ପୁରୁଷ  ଜଣକ ରାଜ ଠାକରେଙ୍କ ଦଳ ମହରାଷ୍ଟ୍ର ନବ ନିର୍ମାଣ ସେନାର (Maharashtra Navnirman Sena) ସଦସ୍ୟ ବୋଲି କୁହାଯାଉଛି। ଏହି ଘଟଣାରେ ନାଗପଡା ଥାନାରେ (Nagpada Police Station) ଏକ ମାମଲା ଦାଏର କରାଯାଇଥିଲା। ଯେଉଁ ଘଟଣାରେ ପୋଲିସ (Maharashtra Police) ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।

ଜଣେ ମହିଳାଙ୍କୁ ଆକ୍ରମଣ କରିବା ଘଟଣାରେ ନାଗପଡା ପୋଲିସ ଅଭିଯୁକ୍ତ ବିନୋଦ ଅର୍ଗିଲ, ରାଜୁ ଅର୍ଗଲେ ଏବଂ ସତୀଶ ଲାଡ (Vinod Argyle, Raju Argyle and Satish Lad) ନାମକ ୩ ଜଣ ମହରାଷ୍ଟ୍ର ନବ ନିର୍ମାଣ ସେନା କର୍ମକର୍ତ୍ତାଙ୍କୁ ଗିରଫ କରିଛି। ପୋଲିସ ଆଇପିସି ଅପରାଧିକ ଧାରା ଧାରା ୩୨୩,୩୩୭, ୫୦୬, ୫୦୪, ୫୦୯ ଅନୁଯାୟୀ ମାମଲା ରୁଜୁ କରିଥିବା ମୁମ୍ବାଇ ପୋଲିସ ପକ୍ଷରୁ କୁହାଯାଇଛି। ଏହି ଘଟଣାରେ ଭାଇରାଲ ହୋଇଥିବା ଭିଡ଼ିଓରେ କିଛି ଲୋକ ବିନୋଦ ଅର୍ଗିଲ ନାମକ ଜଣେ ବ୍ୟକ୍ତିଙ୍କୁ ଟାଣି ନେଉଥିବାର ଦେଖୁବାକୁ ମିଳୁଛି। ହେଲେ ସେ ଜଣେ ମହିଳାଙ୍କୁ ଠେଲାପେଲା କରି ମାଡ଼ ମାରୁଥିବାର ନଜର ଆସୁଛନ୍ତି। ଅଭିଯୁକ୍ତଙ୍କୁ ମହିଳାଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାର କରୁଥିବାରୁ ଶୁଣିବାକୁ ମିଳୁଛି।

ପୂର୍ବରୁ ମହାରାଷ୍ଟ୍ରର (Maharashtra) ମାଗାଠାଣେ ବିଧାନସଭା ଆସନର (Magathane Assembly Constituency) ବିଦ୍ରୋହୀ ଶିବସେନା ବିଧାୟକ (Rebel Shiv Sena MLA) ପ୍ରକାଶ ସୁର୍ବେ (Prakash Surve) ନିଜ ସମର୍ଥକଙ୍କ ଉଦ୍ଦେଶ୍ୟରେ କହିଛନ୍ତି, "ଆମେ ସେ ଯେପର୍ଯ୍ୟନ୍ତ ଆରାମ କରିବା ନାହିଁ ଯେ ପର୍ଯ୍ୟନ୍ତ  ଆମେ ସେମାନଙ୍କୁ ସେମାନଙ୍କ ସ୍ଥାନ ନ ଦେଖାଇଛେ। କାହାର ଗୁଣ୍ଡାଗର୍ଦ୍ଦିକୁ ବରଦାସ୍ତ କରନ୍ତୁ ନାହିଁ। ଯଦି କେହି ଆପଣଙ୍କୁ ଚ୍ୟାଲେଞ୍ଜ କରନ୍ତି  ତାହଲେ ଆପଣ ତାଙ୍କୁ ପାଲଟା ଚ୍ୟାଲେଞ୍ଜ ଦିଅନ୍ତୁ। 'ଯିଏ ଚ୍ୟାଲେଞ୍ଜ ଦେଉଛି ତାକୁ ଟୁକୁଡା ଟୁକୁଡା କରି କାଟି ଦିଅ'। ପ୍ରକାଶ ସୁର୍ବେ ଏଠାରେ ବସିଛି। 

Also Read: Maharashtra MLA Prakash Surve: 'ଯିଏ ଚ୍ୟାଲେଞ୍ଜ ଦେଉଛି ତାକୁ ଟୁକୁଡା ଟୁକୁଡା କରି କାଟି ଦିଅ'

ଯଦି ଆପଣ ଆପଣଙ୍କୁ ଚ୍ୟାଲେଞ୍ଜ ଦେଉଥିବା ଲୋକଙ୍କ ହାତ ଭାଙ୍ଗି ପାରୁ ନାହାଁନ୍ତି ତାହେଲେ ତାଙ୍କ ଗୋଡ ଭାଙ୍ଗି ଦିଅନ୍ତୁ। ଏହା ପରେ ମୁଁ ଆପଣଙ୍କୁ ଜାମିନ ଦେବି। ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। ଶିବ ସୈନିକଙ୍କ ଧମକ ଦେବାକୁ ଯାଇ ନିଜ ସମର୍ଥକଙ୍କ ଉଦ୍ଦେଶ୍ୟରେ ଏ କଥା କହିଛନ୍ତି ବିଦ୍ରୋହୀ ଶିବସେନା ବିଧାୟକ ପ୍ରକାଶ ସୁର୍ବେ। ଦଳର ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଶିବସେନା ମୁମ୍ବାଇ ପୋଲିସ ନିକଟରେ ପହଞ୍ଚିଛି। ଏନେଇ ଦହିସର ଥାନା ସହ ଯୋଗାଯୋଗ କରିଥିବା ପୂର୍ବତନ ଶିବସେନା କର୍ପୋରେଟର ଉଦେଶ ପାଟେକର କହିଛନ୍ତି ଯେ ଏଭଳି ଲୋକଙ୍କ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଆତ୍ମବିଶ୍ୱାସ ଉଠିଯାଇଛି।  

କେବଳ ପ୍ରକାଶ ସୁର୍ବେ ନୁହଁନ୍ତି ଅନ୍ୟତମ ବିଦ୍ରୋହୀ ଶିବସେନା ବିଧାୟକ ସନ୍ତୋଷ ବାଙ୍ଗର (Santosh Bangar) ବିବାଦ ଘେରକୁ ଟଣା ହୋଇଛନ୍ତି। ରାଜ୍ୟର ହିଙ୍ଗୋଲି ଜିଲ୍ଲାରେ ଅସଙ୍ଗଠିତ ଶ୍ରମିକଙ୍କୁ କଥିତ ରୂପେ ନିମ୍ନ ମାନର ମଧ୍ୟାହ୍ନ ଭୋଜନ ଯୋଗାଇଦେବା ଅଭିଯୋଗରେ କଲାମନୁରୀ (Kalamnuri Assembly Constituency) ସନ୍ତୋଷ ବାଙ୍ଗର ଏକ କ୍ୟାଟରିଂ ମ୍ୟାନେଜରଙ୍କୁ ଦୁର୍ବ୍ୟବହାର କରିବା ସହ ଧମକ ଦେଇଥିଲେ। ଏପରିକି ବିଧାୟକ ତାଙ୍କୁ ମାଡ଼ ମାରିଥିଲେ। ଶ୍ରମିକଙ୍କୁ ପୋଡ଼ି ଯାଇଥିବା ରୁଟି, ଶୁଖିଲା ଭାତ, ତରକାରୀ ବଦଳରେ କଞ୍ଚା ପନିପରିବା ପରିବେଷଣ କରିବାକୁ କ୍ୟାଟରିଂ ମ୍ୟାନେଜରଙ୍କ ଉପରେ ତାତି ଉଠିଥିଲେ ବିଧାୟକ। ଶ୍ରମିକଙ୍କୁ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ତାଙ୍କୁ ଅଭିଯୋଗ ମିଳିଥିଲା ବୋଲି କହିଛନ୍ତି ବିଧାୟକ ସନ୍ତୋଷ ବାଙ୍ଗର। ପରେ ବିଧାୟକ ଜଣେ ଅଜ୍ଞାତ ଅଧିକାରୀଙ୍କୁ ଫୋନ କରି ସେ ଦୁର୍ନୀତି କରିଥିବା ନେଇ ଅଭିଯୋଗ କରିଥିଲେ। ଏପରିକି ଏହି ମାମଲାରେ ଚେତାବନୀ ଦେଇ ବିଧାୟକ ସନ୍ତୋଷ ବାଙ୍ଗର ମୁଁ କିଏ ତାହା ଆପଣଙ୍କୁ ଜଣାଇଦେବି ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି। ଶିବସେନା ଡେପୁଟି ନେତା ଡକ୍ଟର ରଘୁନାଥ କୁଚିକ୍ ଏହି ଘଟଣାକୁ ସମାଲୋଚନା କରି କହିଛନ୍ତି ଯେ ଏହା ସିନ୍ଦେ ସେନା ନୁହେଁ ବରଂ ରାଜନୈତିକ ବିରୋଧୀ ତଥା ଗରିବ ଲୋକଙ୍କୁ ଟାର୍ଗେଟ କରିବା କାର୍ଯ୍ୟରେ ଲିପ୍ତ ଥିବା ଗୁଣ୍ଡା ସେନା।