Telangana: ଟିଆରଏସ ସରକାରଙ୍କ ବିରୋଧରେ ବର୍ଷିଲେ ରାଜ୍ୟପାଳ ତାମିଲିସାଇ ସୌନ୍ଦରାରାଜନ
Advertisement
Article Detail0/zeeodisha/odisha1342231

Telangana: ଟିଆରଏସ ସରକାରଙ୍କ ବିରୋଧରେ ବର୍ଷିଲେ ରାଜ୍ୟପାଳ ତାମିଲିସାଇ ସୌନ୍ଦରାରାଜନ

Telangana Governor targets TRS Govt: ଯଦି ରାଜ୍ୟପାଳ ଜଣେ ସମ୍ମାନସ୍ପଦ ବ୍ୟକ୍ତି, ତାହେଲେ ତାଙ୍କ ସହ ଏପରି ବ୍ୟବହାର କାହିଁକି କରାଯାଉଛି? ମୁଁ ମୋର କାର୍ଯ୍ୟରେ ନ୍ୟାୟ କରିଛି। ମୁଁ ପରୋକ୍ଷରେ ଅନେକ ଲୋକଙ୍କୁ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଯାଇ ସେମାନଙ୍କ କର୍ତ୍ତବ୍ୟ କରିବାକୁ ପ୍ରେରଣା ଦେଇଛି। 

Telangana: ଟିଆରଏସ ସରକାରଙ୍କ ବିରୋଧରେ ବର୍ଷିଲେ ରାଜ୍ୟପାଳ ତାମିଲିସାଇ ସୌନ୍ଦରାରାଜନ

Telangana Governor Tamilisai Soundararajan: ରାଜ୍ୟରେ କ୍ଷମତାସୀନ ଟିଆରଏସ ସରକାର ବିରୋଧରେ ବର୍ଷିଛନ୍ତି ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରାରାଜନ। ବିଗତ ୩ ବର୍ଷ ତେଲେଙ୍ଗାନା ରାଜ୍ୟପାଳ ଭାବେ କାର୍ଯ୍ୟ କରୁଛନ୍ତି ସେ। ଟିଆରଏସ ସରକାରଙ୍କ ବିରୋଧରେ ଅସମ୍ମାନ ଏବଂ ଭେଦଭାବ କରୁଥିବା ନେଇ ଅଭିଯୋଗ କରିଛନ୍ତି ରାଜ୍ୟପାଳ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଙ୍କ ନାଁ ନ ନେଇ ସେ କହିଛନ୍ତି ଯେ ତାଙ୍କୁ ତ୍ରିରଙ୍ଗା ଉଡ଼ାଇ ଲାଗି ଅନୁମତି ଦିଆଯାଇ ନାହିଁ। 

ଗତ ୩ ବର୍ଷ ଧରି ଜଣେ ମହିଳା ରାଜ୍ୟପାଳଙ୍କ ପ୍ରତି ଭେଦଭାବ କରାଯିବା ସହ ତାଙ୍କୁ ଅପମାନିତ କରାଯାଉଛି। ରାଜନେତା ସରକାରୀ ଡାକ୍ତରଖାନାରେ ନୁହେଁ ବରଂ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆଦିବାସୀ ଦେବୀଙ୍କ ମେଳା ସମ୍ମକ୍କା ସାରକ୍କା କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି  ମୁଁ ସରକାରଙ୍କୁ ଏକ ହେଲିକପ୍ଟର ମାଗିଥିଲି। ହେଲେ ମୋତେ ଜଙ୍ଗଲ ଭିତରେ ରାସ୍ତା ଦେଇ ଯିବାକୁ ବାଧ୍ୟ କରାଯାଇଥିଲା। ଯେଉଁଥିପାଇଁ ୮ ଘଣ୍ଟା ସମୟ ଲାଗିଥିଲା ବୋଲି କହିଛନ୍ତି ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରାରାଜନ (Telangana Governor Tamilisai Soundararajan)।

ଯଦି ରାଜ୍ୟପାଳ ଜଣେ ସମ୍ମାନସ୍ପଦ ବ୍ୟକ୍ତି, ତାହେଲେ ତାଙ୍କ ସହ ଏପରି ବ୍ୟବହାର କାହିଁକି କରାଯାଉଛି? ମୁଁ ମୋର କାର୍ଯ୍ୟରେ ନ୍ୟାୟ କରିଛି। ମୁଁ ପରୋକ୍ଷରେ ଅନେକ ଲୋକଙ୍କୁ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଯାଇ ସେମାନଙ୍କ କର୍ତ୍ତବ୍ୟ କରିବାକୁ ପ୍ରେରଣା ଦେଇଛି। ନିକଟରେ ଦକ୍ଷିଣ ଜୋନ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ମୁଁ ପୁଦୁଚେରୀ ଉପରାଜ୍ୟପାଳ ଭାବେ ଯୋଗ ଦେଇଥିଲି। ଏପରି ଅନେକ ସମସ୍ୟା ଥିଲା, ଯାହା ତେଲେଙ୍ଗାନା ସହିତ ଜଡିତ ଥିଲା। ଗୃହମନ୍ତ୍ରୀ ସମ୍ମିଳନୀରେ ଉପସ୍ଥିତ ରହିଥିଲେ। ମାତ୍ର ମୁଖ୍ୟମନ୍ତ୍ରୀ କେସିଆର (Telangana CM KCR) ଅନୁପସ୍ଥିତ ଥିଲେ। ସମସ୍ୟାର ସମାଧାନ ପାଇଁ ଆପଣ ମୁଖ୍ୟମନ୍ତ୍ରୀ କେସିଆର କାହିଁକି କେନ୍ଦ୍ର ସରକାରଙ୍କ ସହ ଭଲ ସମ୍ପର୍କ କରୁନାହାଁନ୍ତି। ପ୍ରତ୍ୟେକ ରାଜ୍ୟକୁ କେନ୍ଦ୍ର ସରକାର ସାହାଯ୍ୟ କରିଥାନ୍ତି। ବିକାଶ ପାଇଁ ରାଜ୍ୟ କେନ୍ଦ୍ର ସହ ଭଲ ସମ୍ପର୍କ ରଖିବା ଉଚିତ୍। ରାଜ୍ୟ ସରକାର କାହିଁକି ଏହାର ସୁଯୋଗ ନେଉନାହାଁନ୍ତି?

Also Read: Telangana Politics: ରାଜ୍ୟ ଛାଡ଼ି କାହିଁକି ଜାତୀୟ ରାଜନୀତି ମୁହାଁ ହୋଇଛନ୍ତି ମୁଖ୍ୟମନ୍ତ୍ରୀ କେସିଆର?

ଅନ୍ୟପଟେ  ଶାସକ ଟିଆରଏସ ବିଧାନ ପରିଷଦ ସଦସ୍ୟ କେ.କବିତା (TRS MLC K Kavitha) ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଟାର୍ଗେଟ କରିଛନ୍ତି। ଏନେଇ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ସେହି ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଲଗାଯିବ ଯାହା ଖାଇବା ତେଲ ଏବଂ ଡାଲି ଭଳି ମହଙ୍ଗା ହୋଇଛି। ରାଜ୍ୟର ନିଜାମାବାଦ ଠାରେ ହିତାଧିକାରୀଙ୍କୁ ଟିଆରଏସ ସରକାରଙ୍କ 'ଆସରା' ସାମାଜିକ ସୁରକ୍ଷା ପେନସନ୍ ବଣ୍ଟନ ଯୋଜନା କାର୍ଯ୍ୟକ୍ରମରେ ଯୋଗ ଦେଇ କବିତା କହିଛନ୍ତି ଯେ ସାଧାରଣ ଜନତାଙ୍କ ସମସ୍ୟାର ସମାଧାନ କରିବାରେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି।

ରାଜ୍ୟ ସରକାରଙ୍କ ସହ ରାଜ୍ୟପାଳଙ୍କ ବିବାଦ ଘଟଣା କୌଣସି ନୂଆ କଥା ନୁହେଁ। ପୂର୍ବରୁ ପୂର୍ବତନ ପଶ୍ଚିମବଙ୍ଗ ରାଜ୍ୟପାଳ ତଥା ବର୍ତ୍ତମାନର ଉପରାଷ୍ଟ୍ରପତି ଜଗଦୀପ ଧନଖର ଏବଂ ଟିଏମସି ସରକାରଙ୍କ ବିବାଦ ଚର୍ଚ୍ଚାର ବିଷୟ ପାଲଟିଥିଲା। କେବଳ ପଶ୍ଚିମବଙ୍ଗ ନୁହେଁ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୌଶିୟାରୀ ଏବଂ ପୂର୍ବତନ ମୁଖ୍ୟନନ୍ତ୍ରୀ ଉଦ୍ଧବ ଠାକରେ ବିଭିନ୍ନ କାରଣକୁ ମୁହାଁମୁହିଁ ହୋଇଥିଲେ।