Telangana: କଂଗ୍ରେସ ନେତାଙ୍କ ଭୁଲ ପାଇଁ ଲଜ୍ଜିତ ହେଲା ଦଳ, ଭାରତ ଯୋଡା ଯାତ୍ରା ବେଳେ ଘଟିଲା ଏଭଳି ଘଟଣା
Advertisement
Article Detail0/zeeodisha/odisha1423598

Telangana: କଂଗ୍ରେସ ନେତାଙ୍କ ଭୁଲ ପାଇଁ ଲଜ୍ଜିତ ହେଲା ଦଳ, ଭାରତ ଯୋଡା ଯାତ୍ରା ବେଳେ ଘଟିଲା ଏଭଳି ଘଟଣା

Bharat Jodo Yatra: ଭାରତ ଯୋଡା ଯାତ୍ରା ବେଳେ କଂଗ୍ରେସ ନେତା କରିଥିବା ଭୁଲ ପାଇଁ ଏବେ ଦଳକୁ ଲଜ୍ଜିତ ହେବାକୁ ପଡିଛି।  

Telangana: କଂଗ୍ରେସ ନେତାଙ୍କ ଭୁଲ ପାଇଁ ଲଜ୍ଜିତ ହେଲା ଦଳ, ଭାରତ ଯୋଡା ଯାତ୍ରା ବେଳେ ଘଟିଲା ଏଭଳି ଘଟଣା

Congress Leader Rohin Reddy: କଂଗ୍ରେସ ନେତାଙ୍କ ଭୁଲ ପାଇଁ ଲଜ୍ଜିତ ହୋଇଛି ଦଳ। ସେ କରିଥିବା ଭୁଲ ପାଇଁ ଏବେ ଦଳକୁ ସମାଲୋଚନାର ସାମ୍ନା କରିବାକୁ ପଡୁଛି। କେବଳ ଏତିକି ନୁହେଁ କଂଗ୍ରେସ ନେତାଙ୍କ ଭୁଲ ପାଇଁ ଏବେ ଭାରତ ଯୋଡା ଯାତ୍ରା ଉପରେ ପ୍ରଶ୍ନ ଉଠିବାରେ ଲାଗିଛି। 

ବେଳେବେଳେ ଲେଖାରେ ହେଉଥିବା ଛୋଟ ଭୁଲ୍  ମଧ୍ୟ ବହୁତ ମହଙ୍ଗା ପଡି ଯାଇଥାଏ। ସଦ୍ୟ ଏପରି ସମାନ ଘଟଣା ତେଲେଙ୍ଗାନା କଂଗ୍ରେସ ସଚିବ ରୋହିନ୍ ରେଡ୍ଡୀଙ୍କ ସହ ଘଟିଛି। କଂଗ୍ରେସ ନେତା ଜଣଙ୍କ ଭାରତ ଯୋଡା ଯାତ୍ରା ସମ୍ପର୍କରେ କରିଥିବା ଟ୍ୱିଟ ତାଙ୍କ ପାଇଁ ମହଙ୍ଗା ପଡ଼ିଯାଇଛି। ଭାରତ ଯୋଡା ଯାତ୍ରା ସମ୍ପର୍କରେ କରିଥିବା ଟ୍ୱିଟ୍ ରେ ସେ 'ଯୋଡୋ' ପରିବର୍ତ୍ତେ 'ତୋଡୋ' ଶବ୍ଦ ବ୍ୟବହାର କରି ଦେଇଥିଲେ। କଂଗ୍ରେସ ନେତାଙ୍କ ଏଭଳି ଭୁଲ ପାଇଁ ଏବେ ଦଳକୁ ଲଜ୍ଜିତ ହେବାକୁ ପଡ଼ିଛି। 

Also Read: Mallikarjun Kharge: କିପରି ବିଜେପିକୁ ମାତ ଦେବ କଂଗ୍ରେସ? ଜବାବ ରଖିଲେ ମଲ୍ଲିକାର୍ଜୁନ ଖାର୍ଗେ

ତେଲେଙ୍ଗାନା କଂଗ୍ରେସ ସଚିବ ରୋହିନ୍ ରେଡ୍ଡୀ (Telangana Congress Secretary Rohin Reddy), ଦଳ ପକ୍ଷରୁ ଆୟୋଜିତ ହୋଇଥିବା ଭରତ ଯୋଡା ଯାତ୍ରା (Bharat Jodo Yatra) ଲାଗି ହାଇଦ୍ରାବାଦ (Hyderabad) ସଂଯୋଜକ ଭାବେ ନିଯୁକ୍ତ ହୋଇଥିଲେ। ଭାରତ ଯୋଡା ଯାତ୍ରାରେ ଭାଗ ନେବାକୁ ଆସିଥିବା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ (Congress President Mallikarjun Kharge) ଭେଟିବା ପରେ ସେ ଉପରୋକ୍ତ ଟ୍ୱିଟ୍ କରିଥିଲେ। ହେଲେ ଟ୍ୱିଟ କରିବା ବେଳେ ସେ ଯେଉଁ ଭୁଲ୍ କରି ଦେଇଛନ୍ତି ତାହା ଏବେ ତେଲେଙ୍ଗାନା କଂଗ୍ରେସ (Telangana Congress) ପାଇଁ ମହଙ୍ଗା ପଡ଼ିଯାଇଛି।

ରୋହିନ୍ ରେଡ୍ଡୀ ତାଙ୍କ ଟ୍ୱିଟ୍ ରେ କଂଗ୍ରେସ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ତେଲେଙ୍ଗାନା କଂଗ୍ରେସ ମୁଖ୍ୟ ଏ.ରେଭନ୍ତ ରେଡ୍ଡୀ ଏବଂ ଦଳର ସାଧାରଣ ସମ୍ପାଦକ କେ.ବେଣୁଗୋପାଳଙ୍କୁ ଟ୍ୟାଗ୍ କରିଥିଲେ। ଏନେଇ ସେ ଲେଖିଛନ୍ତି, " ମୋ ପାଇଁ ଗର୍ବ ଏବଂ ଗୌବର ବିଷୟ ଯେ ହାଇଦ୍ରାବାଦରେ ଭାରତ ତୋଡ଼ ଯାତ୍ରା ପାଇଁ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ମୋତେ ପ୍ରଶଂସା କରିଥିଲେ। ପ୍ରଶଂସା ପାଇଁ ସାର୍ ଆପଣଙ୍କୁ ଧନ୍ୟବାଦ। " ସେ ଖାର୍ଗେ ଏବଂ ଦଳ ଅନ୍ୟ ନେତାଙ୍କ ସହ ନେଇଥିବା ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ହେଲେ ଦଳର ସଚିବଙ୍କ ଏହି ଭୁଲ ଉପରେ କୌଣସି ଧ୍ୟାନ ନ ଦେଇ ତେଲେଙ୍ଗାନା କଂଗ୍ରେସ ଏହି ଟ୍ୱିଟ କୁ ରିଟ୍ୱିଟ କରି ଦେଇଥିଲା। ହେଲେ ପରେ ରୋହିନ୍ ରେଡ୍ଡୀ ନିଜ ଭୁଲ୍ ବୁଝିବା ପରେ ତାଙ୍କ ଟ୍ୱିଟ୍ ଡିଲିଟ୍ କରିବା ସହ ଏହାକୁ ସଂଶୋଧନ କରି ପୁନର୍ବାର ଅନ୍ୟ ଏକ ଟ୍ୱିଟ୍ କରିଥିଲେ।

ସୂଚନାଯୋଗ୍ୟ ଯେ ରୋହିନ୍ ରେଡ୍ଡୀ ଅନ୍ୟ ଏକ ଟ୍ୱିଟ ଲେଖିବା ବେଳେ ମଧ୍ୟ ଭୁଲ କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି ଯେ ଦେଶର ପ୍ରକୃତ ନେତାଙ୍କ ସହ ଚାଲିବାକୁ ନେଇ ଗର୍ବିତ ଏବଂ ସୌଭାଗ୍ୟବାନ ମନେ କରୁଛି। ଯିଏ ଭାରତ ତୋଡୋ ଯାତ୍ର (Bharat Todo Yatra) ସହ ଦେଶକୁ ଏକଜୁଟ କରିବା ପାଇଁ ପଦଯାତ୍ରା ଆରମ୍ଭ କରିଛନ୍ତି। ପରେ ସେ ଏହି ଏହି ଟ୍ୱିଟ୍ ଡିଲିଟ କରି ଦେଇଥିବା କୁହାଯାଉଛି।  

Also Read: Gujarat Election 2022: ନୀରବ ମୁଦ୍ରାରେ ରହିଛି କଂଗ୍ରେସ, ଜାଣନ୍ତୁ କାରଣ...

ତେଲେଙ୍ଗାନା କଂଗ୍ରେସ ସଚିବଙ୍କ ଏହି ଭୁଲ ସାମ୍ନାକୁ ଆସିବା ପରେ କଟାକ୍ଷ କରିବାକୁ ପଛେଇନାହିଁ ରାଜ୍ୟରେ କ୍ଷମତାସୀନ ଟିଆରଏସ (TRS)। ଏନେଇ ପ୍ରତିକ୍ରିୟା ରଖି  ଟିଆରଏସ ନେତା କୃଷ୍ଣକ ମାନେ ଏହାକୁ କଂଗ୍ରେସର ଏକ ସେଲ୍ଫ  ଗୋଲ୍ ବୋଲି କହିଛନ୍ତି। କୃଷ୍ଣକ ଟ୍ୱିଟ୍ କରି କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ପଦଯାତ୍ରା ସଂଯୋଜକ ଏହାକୁ 'ତୋଡ ଯାତ୍ରା' ବୋଲି ଟ୍ୱିଟ୍ କରିଛନ୍ତି। ହେଲେ ଭୁଲ ଦେଖିବା ପରେ ତେଲେଙ୍ଗାନା କଂଗ୍ରେସ ଏହାକୁ ରିଟ୍ୱିଟ କରିଦେଇଛି। ଏହା ହେଉଛି କଂଗ୍ରେସର ସେଲ୍ଫ  ଗୋଲ୍।