KCR Targets PM Modi: ଦେଶରେ ଲାଗୁ ହୋଇଛି ଅଘୋଷିତ ଜରୁରୀକାଳୀନ ପରିସ୍ଥିତି
Advertisement

KCR Targets PM Modi: ଦେଶରେ ଲାଗୁ ହୋଇଛି ଅଘୋଷିତ ଜରୁରୀକାଳୀନ ପରିସ୍ଥିତି

KCR Targets PM Modi: କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧିନ ଏନଡିଏ ସରକାରକୁ ଦୁର୍ନୀତିଗ୍ରସ୍ତ ବୋଲି ଅଭିହିତ କରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କହିଛନ୍ତି କେନ୍ଦ୍ରରେ ସରକାର ପରିବର୍ତ୍ତନ ହେବ। ଦେଶକୁ ଅଣ ବିଜେପି ସରକାର ଆବଶ୍ୟକ। 

KCR Targets PM Modi: ଦେଶରେ ଲାଗୁ ହୋଇଛି ଅଘୋଷିତ ଜରୁରୀକାଳୀନ ପରିସ୍ଥିତି

KCR Targets PM Modi: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କରି କହିଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ସେ ହେଉଛି ଦେଶର ସବୁଠାରୁ ଦୁର୍ବଳ ତଥା ଅଯୋଗ୍ୟ ପ୍ରଧାନମନ୍ତ୍ରୀ। କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଉଦ୍ଦେଶ୍ୟରେ ବିରୋଧରେ ବର୍ଷି ସେ କହିଛନ୍ତି ଦେଶରେ ଅଣ ବିଜେପି ସରକାର ଆବଶ୍ୟକ। ରବିବାର ରାଜଧାନୀ ହାଇଦ୍ରାବାଦ ଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ତେଲେଙ୍ଗାନା ରାଷ୍ଟ୍ର ସମିତି ଅଧ୍ୟକ୍ଷ କେ.ଚନ୍ଦ୍ରଶେଖର ରାଓ କହିଛନ୍ତି ଯେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୭୦ ଦଶକରେ ଜରୁରୀକାଳୀନ ପରିସ୍ଥିତି ଜାରି କରିବାକୁ ସାହସ କରିଥିଲେ ବେଳେ ବର୍ତ୍ତମାନ ମୋଦି ସରକାର ଅମଳରେ ଦେଶରେ ଏକ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଛି।

ଇସଲାମ ସଂସ୍ଥାପକ ପୈଗମ୍ବର ମହମ୍ମଦଙ୍କ ବାବଦରେ ବିବାଦୀୟ ବୟାନ ରଖିଥିବା ନିଲମ୍ବିତ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କୁ ଭର୍ସନା କରିଥିବା ସୁପ୍ରିମକୋର୍ଟ ବିଚାରପତି ଜେ.ବି.ପାରଦୀୱାଲା ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ପ୍ରଶଂସା କରି ସେ କହିଛନ୍ତି ମୁଁ ସେମାନଙ୍କୁ ନମସ୍କାର କରୁଛି। ଏହି ଦେଶକୁ ବଞ୍ଚାଇବା ପାଇଁ ତାଙ୍କୁ ଏହି ମନୋଭାବ ବଜାୟ ରଖିବାକୁ ପଡିବ।

କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧିନ ଏନଡିଏ ସରକାରକୁ ଦୁର୍ନୀତିଗ୍ରସ୍ତ ବୋଲି ଅଭିହିତ କରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କହିଛନ୍ତି କେନ୍ଦ୍ରରେ ସରକାର ପରିବର୍ତ୍ତନ ହେବ। ଦେଶକୁ ଅଣ ବିଜେପି ସରକାର ଆବଶ୍ୟକ। ବିଜେପି ଶାସିତ ରାଜ୍ୟ ତୁଳନାରେ ଅଣ ବିଜେପି ଶାସିତ ରାଜ୍ୟ ଅଧିକ ପ୍ରଗତିଶୀଳ। ମୋଦି ସରକାର କ୍ଷମତାରୁ ଯିବା ଆବଶ୍ୟକ। ବଦଳରେ ଏକ ଅଣ ବିଜେପି ସରକାର ଆସିବା ଆବଶ୍ୟକ। ଏହା ହେଉଛି ଆମର ସ୍ଲୋଗାନ୍। ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ। ଆମେ ଡବଲ୍ ଇଞ୍ଜିନ ବିକାଶ ଏବଂ ଡବଲ୍ ଇଞ୍ଜିନ ସରକାର  ପ୍ରସ୍ତାବକୁ ଗ୍ରହଣ କରୁଛୁ। ଏବେ ଲୋକମାନେ ସ୍ଥିର କରିବା ଉଚିତ୍ ଯେ କାହାର ଡବଲ ଇଞ୍ଜିନ ସରକାର ଗଠନ ହେବା ଆବଶ୍ୟକ। ବିଜେପି ଡବଲ୍ ଇଞ୍ଜିନ୍ ସରକାର କିମ୍ବା ଅଣ ବିଜେପି ଡବଲ୍ ଇଞ୍ଜିନ୍ ସରକାର ରହିବା ଆବଶ୍ୟକ?

ତଥ୍ୟ ଏବଂ ଆକଳନରୁ ଏହା ସ୍ପଷ୍ଟ ହୋଇଛି ଯେ ଦେଶକୁ ବିଜେପି ନେତୃତ୍ୱାଧିନ ଡବଲ ଇଞ୍ଜିନ ସରକାର ଦରକାର ନାହିଁ ବରଂ ଅଣ ବିଜେପି ଡବଲ ଇଞ୍ଜିନ ସରକାର ଆବଶ୍ୟକ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମୋର କୌଣସି ବ୍ୟକ୍ତିଗତ ଶତ୍ରୁତା ନାହିଁ ହେଲେ ମୁଁ ତାଙ୍କ ନୀତି ବିରୋଧରେ ରହିଛି। ମୁଁ ଏହା ମଧ୍ୟ କହୁଛି ଏବଂ ଆହୁରି କହିବି ମଧ୍ୟ ନରେନ୍ଦ୍ର ମୋଦିଙ୍କ ପରି କୌଣସି ଦୁର୍ବଳ ଏବଂ ଅଯୋଗ୍ୟ ପ୍ରଧାନମନ୍ତ୍ରୀ ନାହାଁନ୍ତି। କଂଗ୍ରେସ ଶାସନ ଅଧିନରେ କୁଶଳୀ ଲୋକେ ବାହାରକୁ ଯାଉଥିଲେ। ବର୍ତ୍ତମାନ ମୋଦି ସରକାରଙ୍କ ନୀତି ହେତୁ ପୁଞ୍ଜି ବାହାରକୁ ଯାଉଛି। ଯାହାର ଫଳସ୍ୱରୂପ ବୈଦେଶିକ ମୁଦ୍ରା ଭଣ୍ଡାର ହ୍ରାସ ପାଇଛି।

ଅନେକ କମ୍ପାନୀ ଦେଶରେ ପୁଞ୍ଜି ବିନିଯୋଗ ପ୍ରତ୍ୟାହାର କରୁଛନ୍ତି ଏବଂ ମେକ୍ ଇନ୍ ଇଣ୍ଡିଆ ପ୍ରକଳ୍ପ ବିଫଳ ହୋଇଛି। କାରଣ ଦେଶ ଚୀନ୍ ଠାରୁ ଜାତୀୟ ପତାକା ଆମଦାନୀ କରୁଛି। ଅଗ୍ନିପଥ ଭଳି ଯୋଜନା କାର୍ଯ୍ୟକାରୀ କରିବା ପୂର୍ବରୁ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଅନ୍ୟ ଦଳର ପରାମର୍ଶ ନେବା ଆବଶ୍ୟକ ଥିଲା। ଦେଶର ସେନା ବାହିନୀକୁ ଯୁବ ପିଢି ଆବଶ୍ୟକ। ଆମ ଦେଶ ମଧ୍ୟ ଜଣେ ଯୁବ ପ୍ରଧାନମନ୍ତ୍ରୀ ଆବଶ୍ୟକ କରୁଛି। କେତେକ ଅବସରପ୍ରାପ୍ତ ସେନା ଅଧିକାରୀ ହୃଦୟଙ୍ଗମ କରିଛନ୍ତି ଯେ ଭାରତ-ଚୀନ୍ ସୀମା ପରୀକ୍ଷା କରିବା ପାଇଁ କୌଣସି ପରୀକ୍ଷାଗାର ନୁହେଁ। 

ଉଭୟ ବିଜେପି-କଂଗ୍ରେସ ସରକାର ସମୟରେ ଦ୍ରବ୍ୟ ଏବଂ ସେବା କର ସହ ଜଡିତ ବିକାଶ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ କହିଛନ୍ତି ଯେ ଉଭୟ ଦଳ କେବଳ ଆରୋପ-ପ୍ରତ୍ୟାରୋପ କରିବାରେ ଲାଗିଛନ୍ତି। ଜାତୀୟ ସ୍ତରରେ ସରକାରରେ ଗୁଣାତ୍ମକ ପରିବର୍ତ୍ତନ ପାଇଁ ସେ କାର୍ଯ୍ୟ କରୁଛନ୍ତି। ବିଜେପି ସରକାରକୁ ଗାଦିଚ୍ୟୁତ କରିବା ପାଇଁ ଯୁବପିଢି ଏବଂ ଅନ୍ୟାନ୍ୟ ବିଭାଗକୁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ଯେ ଦେଶକୁ ବଞ୍ଚାଇବା ପାଇଁ ଏହା ହେଉଛି ଏକମାତ୍ର ଉପାୟ। ତେଲେଙ୍ଗାନା ଭଳି ପ୍ରଦର୍ଶନ କରୁଥିବା ରାଜ୍ୟଙ୍କୁ ହଇରାଣ କରିବା ପାଇଁ ଆର୍ଥିକ ଦାୟିତ୍ୱ ଏବଂ ବଜେଟ୍ ପରିଚାଳନା ଅଧିନିୟମ ନାମରେ ଏକ ପ୍ରତିବନ୍ଧକ ଲାଗୁ କରିବା ବିଜେପି ସରକାରଙ୍କ ଆଉ ଏକ ପଦକ୍ଷେପ।

ହାଇଦ୍ରାବାଦ ଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଏକ ଭିଡିଓ-କ୍ଲିପ୍ ଖେଳିଥିଲା। ଯେଉଁଥିରେ ନରେନ୍ଦ୍ର ମୋଦି ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ହେତୁ କେନ୍ଦ୍ରରେ କ୍ଷମତାସୀନ ତତ୍କାଳୀନ ୟୁପିଏ ସରକାରଙ୍କୁ ଦାୟୀ କରୁଥିବାର ନଜର ଆସିଥିଲେ। ଜିଡିପି ହ୍ରାସ, ମୁଦ୍ରାସ୍ଫୀତି ବୃଦ୍ଧି, ଟଙ୍କାର ମୂଲ୍ୟ ହ୍ରାସ, ଗ୍ୟାସ, ପେଟ୍ରୋଲ, ଡିଜେଲ ଏବଂ ଅନ୍ୟାନ୍ୟ ଦ୍ରବ୍ୟର ମୂଲ୍ୟ ବୃଦ୍ଧି, ବେରୋଜଗାରୀରେ ୮.୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି, ଏସବୁ ବିଜେପି ସରକାରଙ୍କ ଅପାରଗତାକୁ ପ୍ରକାଶ କରୁଛି। ପ୍ରଧାନମନ୍ତ୍ରୀ ମୋଦି ଅନେକ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେବା ଆବଶ୍ୟକ। ଟିଆରଏସ ସଂସଦ ଅଧିବେଶନ ତଥା ଅନ୍ୟାନ୍ୟ ମଞ୍ଚରେ ଏହି ପ୍ରସଙ୍ଗ ଉଠାଇବ। ମୋଦି ସରକାରଙ୍କ ଭୁଲ ନୀତି କାରଣରୁ ଦେଶ ୧୦୦ ବର୍ଷ ପଛକୁ ଚାଲିଯିବ। ବିଗତ ୮ ବର୍ଷ ମଧ୍ୟରେ ଦେଶବାସୀ ତଥା ଚାଷୀଙ୍କ ପାଇଁ କିଛି ସେମାନେ କରିନାହାଁନ୍ତି।

Also Read: ରାଜ୍ୟ ପରେ ଦେଶ ରାଜନୀତିକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ KCR; ବଦଳିବ TRS ନାଁ

Also Read: କଳା ଦିନକୁ ପୂରିଲା ୪୬ ବର୍ଷ; କେବେ ଭୂଲିପାରିବ ନାହିଁ ଦେଶ: ପିଏମ ମୋଦି

Also Read: ଓୱେସୀଙ୍କ ବେକରେ ଟିଆରଏସ ଫାଶ; ଜନତା ମାଗିଲେ ହିସାବ