Bihar Politics: କ୍ଷମତା ପରିବର୍ତ୍ତନ ପରେ ନୀତିଶ କୁମାରଙ୍କୁ ଚ୍ୟାଲେଞ୍ଜ ଦେଲେ ପୂର୍ବତନ ସହଯୋଗୀ
Advertisement
Article Detail0/zeeodisha/odisha1297600

Bihar Politics: କ୍ଷମତା ପରିବର୍ତ୍ତନ ପରେ ନୀତିଶ କୁମାରଙ୍କୁ ଚ୍ୟାଲେଞ୍ଜ ଦେଲେ ପୂର୍ବତନ ସହଯୋଗୀ

 Power Change in  Bihar Politics: ଏନଡିଏ ମେଣ୍ଟରୁ ବାହାରି ଯିବା ପରେ ନୀତୀଶ କୁମାରଙ୍କ ବିରୋଧରେ ବର୍ଷିବାରେ ଲାଗିଛନ୍ତି ବିହାର ବିଜେପି ନେତା। 

Bihar Politics: କ୍ଷମତା ପରିବର୍ତ୍ତନ ପରେ ନୀତିଶ କୁମାରଙ୍କୁ ଚ୍ୟାଲେଞ୍ଜ ଦେଲେ ପୂର୍ବତନ ସହଯୋଗୀ

Sushil Modi targets Nitish Kumar: ବିହାର ରାଜନୀତିରେ ହୋଇଥିବା କ୍ଷମତା ପରିବର୍ତ୍ତନ ପରେ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ୧୫ ବର୍ଷ ଧରି  ତାଙ୍କର ରାଜନୈତିକ ସହଯୋଗୀ ରହିଆସିଥିବା ବିଜେପି ନେତା ସୁଶୀଲ ମୋଦୀ। ଦଳ ସହ ଜେଡିୟୁ ନେତା ନୀତିଶ କୁମାର ମେଣ୍ଟ ସୁଶୀଲ ମୋଦୀ କହିଛନ୍ତି ଯେ ନୂତନ ସରକାରରେ ଆରଜେଡି ପାଖରୁ ନୀତୀଶ କୁମାରଙ୍କୁ ସେହି ସମ୍ମାନ ମିଳିବ ନାହିଁ ଯାହା ତାଙ୍କୁ ବିଜେପି ସହ ରହିଥିବା ବେଳେ ମିଳିଥିଲା। 

ବିଜେପି ସହ ରହିଥିବା ବେଳେ ନୀତୀଶ କୁମାରଙ୍କୁ ଯେଉଁ ସମ୍ମାନ ମିଳିଥିଲା ତାହା ସେ ଆରଜେଡି ପାଖରୁ ପାଇବେ ନାହିଁ। ବିଜେପି ଅଧିକ ଆସନ ପାଇବା ସତ୍ତ୍ୱେ ଆମେ ନେତା ନୀତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲୁ। ଜେଡିୟୁ ଭାଙ୍ଗିବାକୁ ବିଜେପି କେବେ ଚେଷ୍ଟା କରିନଥିଲା। ଯେଉଁମାନେ ଆମ ସହ ବିଶ୍ୱାସଘାତକତା କରିଥିଲେ ଆମେ କେବଳ ସେମାନଙ୍କୁ ଏକ ଶିକ୍ଷା ଦେଇଥିଲୁ। ଶିବସେନା ମହାରାଷ୍ଟ୍ର ରାଜନୀତିରେ ଆମ ସହ ବିଶ୍ୱାସଘାତକତା କରିଥିଲା। ଆଉ ଏହାର ପରିଣାମ ଶିବସେନା ଭୋଗିଲା। ଯାହା ଏବେ ସମସ୍ତଙ୍କ ସାମ୍ନାରେ ରହିଛି ବୋଲି କହିଛନ୍ତି ପୂର୍ବତନ ବିହାର ଉପମୁଖ୍ୟମନ୍ତ୍ରୀ (Former Deputy Chief Minister of Bihar) ତଥା ବିଜେପି ନେତା ସୁଶୀଲ ମୋଦୀ (BJP Leader Sushil Modi)।

Also Read: Union Minister Giriraj Singh: 'ବିହାର ରାଜନୀତିର ନୀତିଶ କୁମାର ହେଉଛନ୍ତି ଜଣେ ସାପ'

ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର (Bihar CM Nitish Kumar) ବାହାରିଯିବା ପରେ ରାଜ୍ୟର ବେଗୁସରାୟ ଲୋକସଭା ସାଂସଦ (Begusarai Lok Sabha MP) ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ (Union Minister Giriraj Singh) ତାଙ୍କୁ ପଲ୍ଟୁ ରାମ ବୋଲି କଟାକ୍ଷ କରିଛନ୍ତି। ଏନେଇ ସେ କହିଛନ୍ତି  ଆମେ ସବୁବେଳେ ମେଣ୍ଟ ଧର୍ମ ପାଳନ କରିଆସିବା ସହ ମେଣ୍ଟର ସମ୍ମାନ ରକ୍ଷା କରିଆସିଛୁ। ଯେତେବେଳେ ଆମର ୪୩ ଜଣ ବିଧାୟକ ଥିଲେ ଏବଂ ସେମାନଙ୍କ ପାଖେ ୩୬ ଜଣ ବିଧାୟକ ଥିଲେ ହେଲେ ତଥାପି ଆମେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିଛୁ। ନିଜ ଦଳ ବିଜେପି ସହ ମେଣ୍ଟ ଭାଙ୍ଗିଥିବାରୁ ଜେଡିୟୁ ନେତା ନୀତିଶ କୁମାରଙ୍କୁ ସମାଲୋଚନା କରି କେନ୍ଦ୍ରମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ହେବାକୁ ତାଙ୍କର ଇଚ୍ଛା ତାଙ୍କୁ ଏହି ମେଣ୍ଟ ଭାଙ୍ଗିବାକୁ ବାଧ୍ୟ କରିଛି। ବିଗତ ୪ ଦଶନ୍ଧି ଧରି ତାଙ୍କର ରାଜନୈତିକ ଜୀବନରେ ଜେଡିୟୁ ନେତା ତାଙ୍କର ଅନେକ ସହଯୋଗୀ ବଦଲାଇଛନ୍ତି। ମୁଁ ଏକଥାକୁ ନେଇ ଦୁଃଖିତ ନୁହେଁ ଯେ ବିହାର ରାଜନୀତିରେ ବିଜେପି-ଜେଡିୟୁ ମେଣ୍ଟ ଆଉ ନାହିଁ। ବିଜେପି କାହା ପାଖେ ଆତ୍ମ ସମର୍ପଣ କରେନାହିଁ। ଦଳ ସର୍ବଦା ଏହାର ସିଦ୍ଧାନ୍ତ ସାମ୍ନାରେ ଆତ୍ମସମର୍ପଣ କରେ। ବିଜେପି ଉପରେ କେହି ପ୍ରଶ୍ନ ଉଠାଇ ପାରିବେ ନାହିଁ ଯେ ଦଳ ମେଣ୍ଟ ଧର୍ମ ପାଳନ କରିନାହିଁ।

Also Read: Bihar Politics: ଏନଡିଏ ମେଣ୍ଟ ଭାଙ୍ଗିବା ପରେ ଜେଡ଼ିୟୁ ବିରୋଧରେ ବର୍ଷିଲା ବିଜେପି

ବିହାର ରାଜନୀତିରେ (Bihar Politics) ସୃଷ୍ଟି ହୋଇଥିବା ରାଜନୈତିକ ଘଟଣାକ୍ରମ ବାବଦରେ ପ୍ରତିକ୍ରିୟା ରଖି ରାଜ୍ୟର ବକ୍ସର ଲୋକସଭା ସାଂସଦ (Buxar Lok Sabha MP) ତଥା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ (Union Minister Ashwini Choubey) ନୀତୀଶ କୁମାର ପଲ୍ଟୁ ରାମ (Paltu Ram) ବୋଲି କହୁଛନ୍ତି। ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ବିହାରବାସୀ ତାଙ୍କୁ ଏକ ଶିକ୍ଷା ଦେବେ। ବିଜେପି ତାଙ୍କୁ ସବୁ କିଛି ଦେଇଛି। କେନ୍ଦ୍ର ସରକାରରେ ରେଳମନ୍ତ୍ରୀ କରିବା ସହ ବିହାର ମୁଖ୍ୟମନ୍ତ୍ରୀ ପଦ ଦେଇଥିଲା। 

ଦଳ ସହ ମେଣ୍ଟ ଭାଙ୍ଗିବା ପରେ ନୀତୀଶ କୁମାରଙ୍କୁ ଟାର୍ଗେଟ କରି ବିହାର ବିଜେପି ସଭାପତି (Bihar BJP President) ତଥା ରାଜ୍ୟର ପଶ୍ଚିମ ଚମ୍ପାରଣ ଲୋକସଭା ଆସନର ସାଂସଦ (Paschim Champaran Lok Sabha MP) ସଞ୍ଜୟ ଜୈସ୍ୱାଲ (Sanjay Jaiswal) କହିଛନ୍ତି ଯେ ଆମେ ଏନଡିଏ ମେଣ୍ଟରେ ରହି ୨୦୨୦ ବିହାର ବିଧାନସଭା ନିର୍ବାଚନ ଏକାଠି ଲଢିଥିଲୁ। ଏହି ନିର୍ବାଚନରେ ମିଳିଥିବା ଜନାଦେଶ ଜେଡିୟୁ ଏବଂ ବିଜେପି (Mandate for BJP JDU) ପାଇଁ ଆସିଥିଲା। ଏହି ନିର୍ବାଚନରେ ବିଜେପି ଜେଡିୟୁ ଅପେକ୍ଷା ଅଧିକ ଆସନ ଜିତିଥିଲା। ହେଲେ ତଥାପି ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା। ବର୍ତ୍ତାମାନ ଯାହା ଘଟୁଛି ତାହା ବିହାରବାସୀ ଏବଂ ବିଜେପି ପ୍ରତି ବିଶ୍ୱାସଘାତକତା। ଗତ ୨୦୨୦ ବିହାର ବିଧାନସଭା ନିର୍ବାଚନରେ ମିଳିଥିବା ଜନାଦେଶ ସହ ନୀତିଶ କୁମାର ବିଶ୍ୱାସ ଘାତକତା କରିଛନ୍ତି। ହେଲେ ଏହି ପଦକ୍ଷେପ ପାଇଁ ବିହାରବାସୀ ନୀତୀଶ କୁମାରଙ୍କୁ ଉପଯୁକ୍ତ ଜବାବ ଦେବେ ବୋଲି ଦାବି କରିଛନ୍ତି ସେ। 

Also Read: Bihar Politics: ରାଜନୈତିକ ସଂକଟ ମଧ୍ୟରେ ଚର୍ଚ୍ଚାରେ ରହିଛି ଏକ ଫୋନ କଲ

ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟର ପାଟନା ସାହିବ ଲୋକସଭା ସାଂସଦ (Patna Sahib Lok Sabha MP) ରବି ଶଙ୍କର ପ୍ରସାଦ (Ravi Shankar Prasad) କହିଥିଲେ ଯେ ନୀତୀଶ କୁମାର ବିହାରର ଜନାଦେଶକୁ (Mandate of Bihar) ଅପମାନିତ କରିଛନ୍ତି। ଯେଉଁମାନଙ୍କ ବିରୋଧରେ ସେ ଜଙ୍ଗଲରାଜ ଅଭିଯୋଗ ଆଣୁଲେ ଏବେ ପୁଣି ଥରେ ସେମାନଙ୍କ ସହିତ ମିଶି ସରକାର ଗଠନ କରିବାକୁ ଯାଉଛନ୍ତି।