କଳା ଜଗତରେ ଶୋକର କଳାବାଦଲ ଖେଳିଯାଇଛି । ଫଳରେ ଅନେକ କଳାକାର ଶୋକବ୍ୟକ୍ତ କରିଛନ୍ତି ।
ଯାତ୍ରା ରଙ୍ଗମହଲର ପ୍ରଯୋଜକ ସତ୍ୟ ଜେନାଙ୍କ ଧର୍ମପତ୍ନୀଙ୍କ ଅକାଳ ବିୟୋଗ ହୋଇଛି ।
ସତ୍ୟ ଜେନାଙ୍କ ଧର୍ମପତ୍ନୀ ସ୍ୱର୍ଗତ ବବିତା ଜେନା ଜଣେ କଳା ଓ କଳାକାରଙ୍କୁ ଭଲ ପାଉଥିବା ମଣିଷ ଥିଲେ ।
ହଠାତ ହୃଦଘାତରେ ୫୪ ବର୍ଷିୟା ବବିତାଙ୍କ ଦେହାନ୍ତ ଖବର ପ୍ରଚାରିତ ହେବା ପରେ ଯାତ୍ରା ଜଗତ ସହ ଜଡିତ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଥିଲେ ।
ବିଶେଷ କରି ଯାତ୍ରା ରଙ୍ଗମହଲ ପରିବାର ପାଇଁ ଏହା ଏକ ବଡ଼ କ୍ଷତି ବୋଲି କଳାକାରମାନେ କହିଛନ୍ତି ।
ବବିତା ଜେନାଙ୍କ ବିୟୋଗ ପରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ଯାତ୍ରା କଳାକାର ଓ କର୍ମଚାରୀ ସଂଘ ଓଡ଼ିଶା ।
ट्रेन्डिंग फोटोज़