Supreme Court: ଉଦ୍ଧବ ଠାକେରଙ୍କ ଗୋଷ୍ଠୀକୁ ମିଳିଲା ନାହିଁ ତତ୍କାଳ ଆଶ୍ୱସ୍ତି, ୧୧ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି
Advertisement

Supreme Court: ଉଦ୍ଧବ ଠାକେରଙ୍କ ଗୋଷ୍ଠୀକୁ ମିଳିଲା ନାହିଁ ତତ୍କାଳ ଆଶ୍ୱସ୍ତି, ୧୧ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି

Rirt in Shiv Sena: ଶିବସେନା ମୁଖ୍ୟ ସଚେତକ ସୁନୀଲ ପ୍ରଭୁଙ୍କ ପକ୍ଷରୁ ଦାଏର କରାଯାଇଥିବା ଯାଚିକା ଉପରେ ଶୁକ୍ରବାର ସୁପ୍ରିମକୋର୍ଟ କହିଛନ୍ତି ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁଲାଇ ୧୧ ତାରିଖରେ କରାଯିବ। 

Supreme Court: ଉଦ୍ଧବ ଠାକେରଙ୍କ ଗୋଷ୍ଠୀକୁ ମିଳିଲା ନାହିଁ ତତ୍କାଳ ଆଶ୍ୱସ୍ତି, ୧୧ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି

Rirt in Shiv Sena: କ୍ଷମତାରୁ ହଟିବା ପରେ ପୁଣି ଥରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛି ଶିବସେନା। ଦଳ ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଗୋଷ୍ଠୀରେ ସାମିଲ ରହିଥିବା ୧୫ ଜଣ ବିଧାୟକଙ୍କୁ ବିଧାନସଭାରେ ପ୍ରବେଶ କରିବା ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପ୍ରିମକୋର୍ଟ ଠାରେ ଏକ ପିଟିସନ ଦାଖଲ କରିଥିଲେ ଶିବସେନା ମୁଖ୍ୟ ସଚେତକ ସୁନୀଲ ପ୍ରଭୁ। ଏନେଇ ଶିବସେନା ପକ୍ଷରୁ କୁହାଯାଇଛି ଯେପର୍ଯ୍ୟନ୍ତ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଦାଏର ହୋଇଥିବା ଆବେଦନ ଉପରେ ଶୁଣାଣି କରଯାଇନାହିଁ ସେ ପର୍ଯ୍ୟନ୍ତ ସେମାନଙ୍କୁ ମହାରାଷ୍ଟ୍ର ବିଧାନସଭାରେ ପ୍ରବେଶ କରିବାକୁ ଅନୁମତି ଦିଆନଯାଉ। 

ଶିବସେନା ମୁଖ୍ୟ ସଚେତକ ସୁନୀଲ ପ୍ରଭୁଙ୍କ ପକ୍ଷରୁ ଦାଏର କରାଯାଇଥିବା ଯାଚିକା ଉପରେ ଶୁକ୍ରବାର ସୁପ୍ରିମକୋର୍ଟ କହିଛନ୍ତି ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁଲାଇ ୧୧ ତାରିଖରେ କରାଯିବ। ଏନେଇ ଶିବସେନା ପକ୍ଷରୁ ପକ୍ଷ ରଖି ଓକିଲ କପିଲ ଶିବଲ ଜଷ୍ଟିସ ସୂର୍ଯ୍ୟକାାନ୍ତ ଏବଂ ଜଷ୍ଟିସ ଜେବି ପାରଦୀୱାଲାଙ୍କ ଅବକାଶକାଳୀନ ଖଣ୍ଡପୀଠକୁ ଅନୁରୋଧ କରିଛନ୍ତି ଯେ ଶିବେସେନାର ବିଦ୍ରୋହୀ ୧୫ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ଲାଗି କରାଯାଇଥିବା ଆବେଦନ ଉପରେ ତତ୍କାଳ ଶୁଣାଣି କରାଯାଉ।     

ଜୁଲାଇ ୧୧ ତାରିଖରେ ସଦ୍ୟ କରାଯାଇଥିବା ଆବେଦନ ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସହମତି ପ୍ରକାଶ କରିଛନ୍ତି। ଏହାପୂର୍ବରୁ ଜୁନ ୨୯ ତାରିଖରେ ସୁପ୍ରିମକୋର୍ଟ ମହାରାଷ୍ଟ୍ର ରାଜ୍ୟପାଳଙ୍କ ନିର୍ଦ୍ଦେଶ ଉପରେ ରୋକ ଲଗାଇବାକୁ ମନା କରିଥିଲେ। ଯେଉଁଥିରେ ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ମହା ବିକାଶ ଆଗାଡି ସରକାରକୁ ଗୁରୁବାର ସଂଖ୍ୟାଗରିଷ୍ଠତାର ପ୍ରମାଣ କରିବାକୁ କୁହାଯାଇଥିଲା। ଏହି ସମୟରେ ମହାରାଷ୍ଟ୍ର ବିଧାନସଭାରେ ଡକାଯାଇଥିବା ସ୍ୱତନ୍ତ୍ର ଅଧିବେଶନକୁ ଗୋଟିଏ ଦିନ ପାଇଁ ସ୍ଥଗିତ ରଖାଯାଇଛି। ବର୍ତ୍ତମାନ ଏହି ଅଧିବେଶନ ଜୁଲାଇ ୩-୪ ତାରିଖରେ ଡକାଯିବ। ଆସନ୍ତା ଶନିବାର ଡକାଯାଇଥିବା ଏହି ଅଧିବେଶନର ପ୍ରଥମ ଦିନରେ ଏକ ଆସ୍ଥା ଭୋଟ କରାଯିବ। 

ଅନ୍ୟପକ୍ଷରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଗୋଆରେ ପହଞ୍ଚିଥିବା ଏକନାଥ ସିନ୍ଦେଙ୍କୁ ଜୋରଦାର ସ୍ୱାଗତ କରାଯାଇଛି। ଏକନାଥ ସିନ୍ଦେ ଗୋଆରେ ତାଙ୍କ ସମର୍ଥକ ବିଧାୟକଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରୁଛନ୍ତି। ଏହି ବୈଠକ ଗୋଆରେ ସକାଳ ୧୧ ଟାରୁ ଆରମ୍ଭ ହୋଇଥିଲା। ଏଭଳି ପରିସ୍ଥିତିରେ ଶୁକ୍ରବାର ସମସ୍ତ ବିଦ୍ରୋହୀ ଶିବସେନା ବିଧାୟକ ମୁମ୍ବାଇ ଫେରିପାରନ୍ତି। 

Also Read: Maharashtra Politics: ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଜବାବ ରଖିଲା ସିନ୍ଦେ ଗୋଷ୍ଠୀ