West Bengal: ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କକୁ ଚପଲ ମାଡ଼
Advertisement
Article Detail0/zeeodisha/odisha1285477

West Bengal: ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କକୁ ଚପଲ ମାଡ଼

Slippers thrown at Partha Chatterjee: ପୂର୍ବତନ ପଶ୍ଚିମବଙ୍ଗ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଚପଲ ମାଡ଼ କରିଥିବା ମହିଳା ଜଣକ ଦୀର୍ଘ ସମୟ ଦିନ ଧରି ESI ଡାକ୍ତରଖାନା ବାହାରେ ଠିଆ ହୋଇଥିଲେ। ହେଲେ କେହି ଜାଣି ନଥିଲେ ଯେ ସେ ପାର୍ଥ ଚାଟାର୍ଜୀଙ୍କୁ ଅପେକ୍ଷା କରିବା ସହ ତାଙ୍କୁ ଚପଲ ମାଡ଼ କରିବେ।

West Bengal: ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କକୁ ଚପଲ ମାଡ଼

Slippers thrown at Partha Chatterjee: ଶିକ୍ଷକ ନିଯୁକ୍ତି ମାମଲାରେ ଗିରଫ ହୋଇଥିବା ପୂର୍ବତନ ପଶ୍ଚିମବଙ୍ଗ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ନେଇ ଲୋକଙ୍କ ମଧ୍ୟରେ ଘୃଣାଭାବ ବଢିବାରେ ଲାଗିଛି। ମଙ୍ଗଳବାର ଦିନ ତାଙ୍କ ପ୍ରତି ଲୋକଙ୍କ ମଧ୍ୟରେ ବ{gଥିବା କ୍ରୋଧର ଉଦାହରଣ ଖିବାକୁ ମିଳିଥିଲା। ତାଙ୍କୁ ଦେଖି ଜଣେ ମହିଳା ତାଙ୍କ ଉପରକୁ ଚପଲ ମାଡ଼ କରିଥିଲେ। ଡାକ୍ତରୀ ପରୀକ୍ଷା କରି ESI ଡାକ୍ତରଖାନା ଛାଡିବା ପରେ ଏହି ଘଟଣା ଘଟିଥିଲା। ସୋସିଆଲ ମିଡିଆ ଜରିଆରେ ପୁରା ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି।

ପୂର୍ବତନ ପଶ୍ଚିମବଙ୍ଗ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଚପଲ ମାଡ଼ କରିଥିବା ମହିଳା ଜଣକ ଦୀର୍ଘ ସମୟ ଦିନ ଧରି ESI ଡାକ୍ତରଖାନା ବାହାରେ ଠିଆ ହୋଇଥିଲେ। ହେଲେ କେହି ଜାଣି ନଥିଲେ ଯେ ସେ ପାର୍ଥ ଚାଟାର୍ଜୀଙ୍କୁ ଅପେକ୍ଷା କରିବା ସହ ତାଙ୍କୁ ଚପଲ ମାଡ଼ କରିବେ। ESI ଡାକ୍ତରଖାନା ଠାରେ ସେ ପାର୍ଥ ଚାଟାର୍ଜୀଙ୍କୁ ଦେଖିବା ମାତ୍ରେ ତାଙ୍କ ଆଡକୁ ଯାଇ ତାଙ୍କ ଉପରକୁ ଚପଲ ଫିଙ୍ଗିଥିଲେ। ଡାକ୍ତରୀ ପରୀକ୍ଷା ଶେଷ ହେବା ପରେ ପୂର୍ବତନ ମନ୍ତ୍ରୀ ESI ଡାକ୍ତରଖାନା ଛାଡିଥିଲେ। ଏହା ପରେ ଏକ ଚପଲ ତାଙ୍କ ଆଡକୁ ଆସିଲା ଏହଂ ଏହାର କିଛି ସମୟ ପରେ ମହିଳା ଜଣଙ୍କ ତାଙ୍କ ଆଡକୁ ଆଉ ଏକ ଚପଲ ଫିଙ୍ଗିଥିଲେ। 

ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଚପଲ ମାଡ଼ କରିଥିବା ମହିଳାଙ୍କ ପରିଚୟ ମିଳିଛି। ସେ ହେଉଛନ୍ତି ଶୁଭ୍ରା ଘୋଡୁଇ। ସେ ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପରଗାଣା ଜିଲ୍ଲା ବାସିନ୍ଦା। ପୂର୍ବତନ ମନ୍ତ୍ରୀଙ୍କ ଉପରକୁ ଚପଲ ଫୋପାଡିବା ପରେ ସେ କହିଥିଲେ ଯେ ଯଦି ତାଙ୍କୁ ଚପଲର ଫୁଲମାଳ ସ୍ୱାଗତ କରାଯାଇଥାନ୍ତା ତାହେଲେ ଭଲ ହୋଇଥାନ୍ତା। ବେରୋଜଗାରୀ ଏବଂ ଏସଏସସି ଦୁର୍ନୀତିକୁ ନେଇ ସେ ଅସନ୍ତୁଷ୍ଟ ରହିଥିବା କହିଛନ୍ତି। ଯଦି ଚପଲ ପାର୍ଥ ଚାଟାର୍ଜୀଙ୍କ ଦେହରେ ବାଜିଥାନ୍ତା ତାହେଲେ ସେ ଆହୁରି ଅଧିକ ଖୁସି ହୋଇଥାନ୍ତେ। ଯେତେବେଳେ ଗଣମାଧ୍ୟମ ତାଙ୍କ ପାଖରେ ପହଞ୍ଚିଥିଲା ସେତେବେଳେ ସେ କହିଥିଲେ ଯେ ମୋ ଘରଲୋକ ଅସୁସ୍ଥ ଅଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଐଷଧ କିଣିବାକୁ ମୁଁ ଯାଉଛି। ମୋତେ ଯିବାକୁ ଦିଅନ୍ତୁ।  ଏହା ପରେ ସେ କାନ୍ଧରେ ଏକ ବ୍ୟାଗ ଧରି ଘରକୁ ପଳାଇଥିଲେ। 

Also Read: Protest Against Inflation: ସଂସଦରେ କଞ୍ଚା ବାଇଗଣ ଖାଇଲେ ଟିଏମସି ସାଂସଦ କାକୋଲି ଘୋଷ