Maharashtra Politics: ଶିବସେନା ସାଂସଦ ସଞ୍ଜୟ ରାଉତ ଦେଲେ ପରାମର୍ଶ, କହିଲେ...
Advertisement

Maharashtra Politics: ଶିବସେନା ସାଂସଦ ସଞ୍ଜୟ ରାଉତ ଦେଲେ ପରାମର୍ଶ, କହିଲେ...

ShivSena MP Sanjay Raut: ଗୋଟିଏ ପଟେ ଉଦ୍ଧବ ଠାକରେ ବର୍ତ୍ତମାନ ଦଳକୁ ବଞ୍ଚାଇବା ପାଇଁ ନିର୍ବାଚନ ଆୟୋଗ ନିକଟରେ ନିବେଦନ କରୁଥିବାବେଳେ ଅନ୍ୟ ପଟେ ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କୁ ପରାମର୍ଶ ଦେଉଥିବାର ଦେଖିବାକୁ ମିଳିଛି।

Maharashtra Politics: ଶିବସେନା ସାଂସଦ ସଞ୍ଜୟ ରାଉତ ଦେଲେ ପରାମର୍ଶ, କହିଲେ...

ShivSena MP Sanjay Raut: ପ୍ରଥମେ ବିଧାୟକ ଦଳ ଏବଂ ଶିବସେନ ସଂସଦୀୟ ଦଳରେ ମଧ୍ୟ ବିଭାଜନ ହେବାର ସମ୍ଭାବନା ସୃଷ୍ଟି ହେଲାଣି। ଅନେକ ଶିବସେନା ସାଂସଦ ଲୋକସଭାରେ ଏକ ପୃଥକ ଗୋଷ୍ଠୀ ଭାବରେ ମାନ୍ୟତା ପାଇଁ ଅନୁରୋଧ ସହିତ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ପାଖରେ ଏକ ପତ୍ର ଦାଖଲ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଗୋଟିଏ ପଟେ ଉଦ୍ଧବ ଠାକରେ ବର୍ତ୍ତମାନ ଦଳକୁ ବଞ୍ଚାଇବା ପାଇଁ ନିର୍ବାଚନ ଆୟୋଗ ନିକଟରେ ନିବେଦନ କରୁଥିବାବେଳେ ଅନ୍ୟ ପଟେ ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କୁ ପରାମର୍ଶ ଦେଉଥିବାର ଦେଖିବାକୁ ମିଳିଛି।

ଟ୍ୱିଟ କରି ଶିବସେନା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ କହିଛନ୍ତି "ସାପ ଫଣାକୁ ଭାଙ୍ଗିବାର କୌଶଳ ଶିଖ। ସାପ ଭୟରେ ଜଙ୍ଗଲ ଛାଡ ନାହିଁ। ଜୟ ମହାରାଷ୍ଟ୍ର।" 

ଶିବସେନା ସାଂସଦ ସଞ୍ଜୟ ରାଉତ ପୁଣି ଥରେ ବିଜେପି ଏବଂ ଏକନାଥ ସିନ୍ଦେ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ମହାରାଷ୍ଟ୍ର ସାଂସଦଙ୍କ ଘରେ ପୋଲିସ ନିୟୋଜିତ ହେଉଛି। ପୋଲିସ ଫୋର୍ସ ବ୍ୟବହାର କରାଯାଉଛି। କ'ଣ ହେବ ଦେଖାଯିବ। ବାଲାସାହେବ ଠାକରେଙ୍କ ଶିବସେନା ଏହାର ସାମ୍ନା କରିବାକୁ ପ୍ରସ୍ତୁତ ରହିଛି।

ଦଳୀୟ ନିର୍ବାଚନ ପ୍ରତୀକ ପାଇଁ  ଆମେ ଲଢେଇ କରିବାକୁ ପ୍ରସ୍ତୁତ। ବିଜେପି ମହାରାଷ୍ଟ୍ରକୁ ୩ ଭାଗରେ ବିଭକ୍ତ କରିବାକୁ ଯାଉଛି। ହେଲେ ଏହା ପୂର୍ବରୁ ଶିବସେନାକୁ ୩ ଖଣ୍ଡରେ କାଟିବାକୁ ଯାଉଛି। ପଛରୁ ଛୁରୀ ମାରିବାର କାମ କରାଯାଉଛି।  ଉଦ୍ଧବ ଠାକରେ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି ସେହି ଫଟୋ ଭାଇରାଲ ହେଉଛି। ହେଲେ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଭେଟିଛନ୍ତି। ସେହି ଫଟୋ କାହିଁକି ଭାଇରାଲ ହେଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ।

ଉଦ୍ଧବ ଠାକରେ ଗୋଷ୍ଠୀରେ ସାମିଲ ରହିଥିବା ୧୬ ଜଣ ଶିବସେନା ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଦାଏର କରାଯାଇଥିବା ଆବେଦନ ଉପରେ ଜୁଲାଇ ୨୦ ତାରିଖ ବୁଧବାର ଶୁଣାଣି କରିବେ। ଶୁଣାଣି ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନ୍ୟାୟପାଳିକା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ପ୍ରକାଶ କରିଛନ୍ତି। ଶିବସେନା ନେତା ସଞ୍ଜୟ ରାଉତ ମୁଖ୍ୟମନ୍ତ୍ରୀ ଭାବେ ସିନ୍ଦେଙ୍କ ନିଯୁକ୍ତିକୁ ଅସାମ୍ବିଧାନିକ ବୋଲି କହିଛନ୍ତି।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଦିଲ୍ଲୀ ଠାରେ ପହଞ୍ଚି ବିଦ୍ରୋହୀ ସାଂସଦଙ୍କ ସହ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଭେଟିବାକୁ ଯାଉଛନ୍ତି। ତାଙ୍କ ସହ ଶିବସେନା ସାଂସଦ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହା ବ୍ୟତୀତ ସିନ୍ଦେ ସରକାର କ୍ୟାବିନେଟ ବିସ୍ତାରକୁ ନେଇ ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଚର୍ଚ୍ଚା ହୋଇପାରେ।

ଗତ ଜୁନ ୩୦ ତାରିଖରେ ମହରାଷ୍ଟ୍ରରେ ନୂତନ ସରକାର ଗଠନ ପର ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ କ୍ୟାବିନେଟ୍ ବିସ୍ତାର ହୋଇନାହିଁ। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ ସମସ୍ତ ବିଭାଗର ଦାୟିତ୍ୱ ନେଉଛନ୍ତି। ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ଦିଲ୍ଲୀ ଗସ୍ତ ପରେ ଚଳିତ ସପ୍ତାହରେ ମହାରାଷ୍ଟ୍ର କ୍ୟାବିନେଟ ବିସ୍ତାର ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଫଡନାଭୀସ୍ ଶପଥ ଗ୍ରହଣ କରିବା ପରେ ଦିଲ୍ଲୀ ଗସ୍ତ କରି ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିଥିଲେ। 

Also Read: 'କ୍ଷମତା ଲାଗି ଜନ୍ମ ହୋଇନଥିଲା ଶିବସେନା, କ୍ଷମତା ଶିବସେନା ଲାଗି ଜନ୍ମ ହୋଇଥିଲା'

Also Read: Maharashtra Politics: ସରକାର ଗାଦିଚ୍ୟୁତ ହେବା ପରେ ସଞ୍ଜୟ ରାଉତଙ୍କୁ ନୀତେଶ ରାଣେଙ୍କ କଟାକ୍ଷ