ShivSena ପଚାରିଲା ପ୍ରଶ୍ନ; ନିର୍ବାଚନ ପୂର୍ବରୁ କାହିଁକି ବିପଦଗ୍ରସ୍ତ ହେଉଛି ହିନ୍ଦୁତ୍ୱ?
Advertisement

ShivSena ପଚାରିଲା ପ୍ରଶ୍ନ; ନିର୍ବାଚନ ପୂର୍ବରୁ କାହିଁକି ବିପଦଗ୍ରସ୍ତ ହେଉଛି ହିନ୍ଦୁତ୍ୱ?

ଦଳୀୟ ମୁଖପତ୍ର ସମ୍ପାଦକୀୟରେ ଜରିଆରେ ଶିବସେନା ପ୍ରଶ୍ନ କରିଛି ତ୍ରିପୁରାରେ ଘଟିଥିବା ହିଂସାର ପ୍ରଭାବ ମହାରାଷ୍ଟ୍ରରେ କାହିଁକି ଅନୁଭୂତ ହେଉଛି। 

ShivSena ପଚାରିଲା ପ୍ରଶ୍ନ; ନିର୍ବାଚନ ପୂର୍ବରୁ କାହିଁକି ବିପଦଗ୍ରସ୍ତ ହେଉଛି ହିନ୍ଦୁତ୍ୱ?

ମୁମ୍ବାଇ: ବିରୋଧ ପ୍ରଦର୍ଶନ ସମୟରେ ରାଜ୍ୟରେ ହୋଇଥିବା ହିଂସାତ୍ମକ ଘଟଣାକୁ ନେଇ ପ୍ରଶ୍ନ ଉଠାଇଛି ମହରାଷ୍ଟ୍ରରେ କ୍ଷମତାସୀନ ଶାସକ ଶିବସେନା। ଏହି ପ୍ରସଙ୍ଗରେ ଦଳୀୟ ମୁଖ୍ୟପତ୍ର 'ସାମନା' ସମ୍ପାଦକୀୟରେ ଏକ ଗୁରୁତର ଅଭିଯୋଗ କରିଛି ଦଳ। ଏନେଇ ଦଳ ପକ୍ଷରୁ କୁହାଯାଇଛି କେତେକ ଗୋଷ୍ଠୀ ରାଜା ଏକାଡେମୀ କାନ୍ଧରେ ବନ୍ଧୁକ ରଖି ଗୁଳି ଚଳାଉଛନ୍ତି। 

ଦଳୀୟ ମୁଖପତ୍ର (Shiv Sena Mouthpiece) "ସାମନା" (Saamana) ସମ୍ପାଦକୀୟରେ ଜରିଆରେ ଶିବସେନା ପ୍ରଶ୍ନ କରିଛି ତ୍ରିପୁରାରେ ଘଟିଥିବା ହିଂସାର ପ୍ରଭାବ ମହାରାଷ୍ଟ୍ରରେ କାହିଁକି ଅନୁଭୂତ ହେଉଛି। ମୌଲବୀଙ୍କ କାନ୍ଧରେ ବନ୍ଧୁକ ରଖି ଗୁଳି କିଏ ଚଳାଉଛି। ତ୍ରିପୁରା ପରୀକ୍ଷାଗାରରେ ଏକ ନୂତନ ପରୀକ୍ଷଣ ଆରମ୍ଭ ହୋଇଛି। ଏହି ପରୀକ୍ଷଣର ବିସ୍ଫୋରଣ କେବଳ ମହାରାଷ୍ଟ୍ରରେ କାହିଁକି ହୋଇଛି? ରାଜା ଏକାଡେମୀ କୌଣସି ମୁସଲମାନ ସମାଜର ପ୍ରତିନିଧିତ୍ୱ କରେ ନାହିଁ। ଯଦି ବିଶ୍ୱରେ ମୁସଲମାନଙ୍କ ପ୍ରସଙ୍ଗରେ କିଛି ଶବ୍ଦ ଅଛି ତାହେଲେ ଏହି ଲୋକେ ମୁମ୍ବାଇ-ମହାରାଷ୍ଟ୍ର ଠାରେ ଛାତି ପିଟିଥାନ୍ତି। କେହି ସେମାନଙ୍କ ପଛରେ ସେମାନଙ୍କୁ ଶକ୍ତି ଯୋଗାଇବା ପାଇଁ କାମ କରୁଛି ଏବଂ କିଏ ସେହି ଶକ୍ତି ଯାହାର ପ୍ରଭାବ ଅମରାବତୀ ଠାରେ ହୋଇଥିବା ଦଙ୍ଗାରେ ଦେଖାଯାଇଛି। ତ୍ରିପୁରା ଘଟଣା କାରଣରୁ ବିବାଦ ଘେରକୁ ଆସିଛି ରାଜା ଏକାଡେମୀ। ମହାରାଷ୍ଟ୍ରରେ ଦଙ୍ଗା କିମ୍ବା ହିଂସାକାଣ୍ଡ ଘଟାଇବା ପାଇଁ ରାଜା ଏକାଡେମୀ ପାଖର ଶକ୍ତି ନାହିଁ। ହେଲେ କେହି ଜଣେ ସେହି ମୌଲବୀଙ୍କ କାନ୍ଧରେ ବନ୍ଧୁକ ରଖି ମହାରାଷ୍ଟ୍ରର ପରିବେଶକୁ ବିଗାଡିବାକୁ ଚେଷ୍ଟ କରୁଛି। 

Also Read: Violence in Maharashtra: ୩୫ ଜଣଙ୍କୁ ବାନ୍ଧିଲା ପୋଲିସ

ଆସନ୍ତା ବର୍ଷ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ, ମଣିପୁର ପ୍ରଭୃତି ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ମାତ୍ର ଏହି ନିର୍ବାଚନ ଯେତେ ଯେତେ ପାଖେଇ ପାଖେଇ ଆସୁଛି ହିନ୍ଦୁତ୍ୱ ସେତିକି ବିପଦଗ୍ରସ୍ତ ହେଉଛି। ଏହା ବିଜେପି ଦ୍ୱାରା ଗଠନ କରାଯାଇଥିବା ହିନ୍ଦୁବାଦୀ ସଙ୍ଗଠନକୁ ଅନୁଭବ ହେଉଛି। ତ୍ରିପୁରାରେ ବିବାଦ ସୃଷ୍ଟି କରି ସମଗ୍ର ଦେଶରେ ଅସନ୍ତୋଷ ସୃଷ୍ଟି କରିବାକୁ କାର୍ଯ୍ୟ ଚାଲିଛି। ବାଂଲାଦେଶରେ ହିନ୍ଦୁଙ୍କୁ ହତ୍ୟା କରାଯାଉଛି ହେଲେ ଏହାକୁ ନେଇ ଚିନ୍ତା କେବଳ ତ୍ରିପୁରାରେ ପ୍ରକାଶ ପାଉଛି?

Also Read: ବିବାଦ ମଧ୍ୟରେ ଉତ୍ତେଜନା ଜାରି, ୪ ଦିନ ପାଇଁ ଲାଗିଲା କର୍ଫ୍ୟୁ; ବନ୍ଦ ହେଲା ଇଣ୍ଟରନେଟ ସେବା

ବାଂଲାଦେଶରେ ଘଟୁଥିବା ଏଭଳି ଘଟଣାକୁ ନେଇ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ହରିୟାଣା, ବିହାର ପ୍ରଭୃତି ରାଜ୍ୟର ହିନ୍ଦୁ କାହିଁକି ଚିନ୍ତା କରୁନାହାଁନ୍ତି। ତ୍ରିପୁରା ଠାରେ ଏଭଳି ବିବାଦ ସୃଷ୍ଟି କରିବା ପଛରେ ରାଜନୈତିକ କାରଣ ରହିଛି। ଏହା ହେଉଛି ସେଠାକାର ରାଜନୀତିରେ ତୃଣମୂଳ କଂଗ୍ରେସର ପ୍ରବେଶ। ଧାର୍ମିକ ଭାବନାକୁ ଉତ୍ତେଜିତ କରିବା ଭଳି କାର୍ଯ୍ୟ କରାଯାଉଛି।

Also Read: ହିଂସାକାଣ୍ଡରେ ଥରହର ଅମରାବତୀ, BJP କର୍ମକର୍ତ୍ତାଙ୍କ ଉପରେ ଲାଠିଚାର୍ଜ, ସରଗରମ ରାଜନୀତି

ଶନିବାର ବନ୍ଦ ପାଳନ ବେଳେ ବିଭିନ୍ନ ସ୍ଥାନରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ବିଜେପି ଉଦ୍ଦେଶ୍ୟରେ ପରୋକ୍ଷରେ ଟାର୍ଗେଟ କରି ଶିବସେନା ପକ୍ଷରୁ କୁହାଯାଇଛି ରାଜ୍ୟର କ୍ଷମତାସୀନ ମହାବିକାଶ ଅଘାଡି ସରକାରକୁ ଅସ୍ଥିର କରିବା ପାଇଁ ଏଭଳି କାର୍ଯ୍ୟ କରାଯାଉଛି। ଏଭଳି କାଣ୍ଡ ଭିଆଇବାକୁ ଷଡଯନ୍ତ୍ର କରୁଥିବା ଲୋକଙ୍କ ପର୍ଦ୍ଦାଫାଶ ଖୁବଶୀଘ୍ର କରାଯିବ।

Also Read: ବିରୋଧ ପ୍ରଦର୍ଶନ ସମୟରେ ପଥର ମାଡ; ଅମରାବତୀ ଠାରେ ୧୪୪ ଧାରା ଜାରି

ରାଜ୍ୟରେ ଘଟୁଥିବା  ମହାବିକାଶ ଅଘାଡି ସରକାରକୁ ଅସ୍ଥିର କରିବା ପାଇଁ ଉଦ୍ଦିଷ୍ଟ। ହିଂସାକୁ ଉତ୍ତେଜିତ କରି ବିରୋଧି ପକ୍ଷ ରାଜ୍ୟପାଳଙ୍କୁ ଭେଟିବେ ଏବଂ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପତ୍ର ଲେଖି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଉଛି ବୋଲି କହିବେ। ଭବିଷ୍ୟତରେ ମଧ୍ୟ ଏହା ଘଟିବ। ହେଲେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ। ହିଂସାକାଣ୍ଡ ପଛରେ ରହିଥିବା ପ୍ରକୃତ ଚେହେରା ରାଜ୍ୟ ଗୃହ ବିଭାଗର ଅନୁସନ୍ଧାନ ପରେ ସାମ୍ନାକୁ ଆସିବ।