Shiv Sena Dussehra Rally: ଭିଡ଼ ଜୁଟାଇବାକୁ ସିନ୍ଦେ-ଠାକରେ ଗୋଷ୍ଠୀ ମଧ୍ୟରେ ଚାଲିଛି ଟକ୍କର
Advertisement
Article Detail0/zeeodisha/odisha1381506

Shiv Sena Dussehra Rally: ଭିଡ଼ ଜୁଟାଇବାକୁ ସିନ୍ଦେ-ଠାକରେ ଗୋଷ୍ଠୀ ମଧ୍ୟରେ ଚାଲିଛି ଟକ୍କର

Maharashtra Politics: ଠାକରେ ଗୋଷ୍ଠୀ ପାରମ୍ପାରିକ ସ୍ଥାନ ମୁମ୍ବାଇ ଶିବାଜୀ ପାର୍କ ଠାରେ ଏହାର ଦଶହାର ରାଲି ଆୟୋଜନ କରୁଥିବା ବେଳେ ଠାକରେ ଗୋଷ୍ଠୀ ମୁମ୍ବାଇ ସହର ଉପକଣ୍ଠସ୍ଥ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ ସ୍ଥିତ MMRDA ପଡିଆରେ ରାଲି କରୁଛି। 

 

Shiv Sena Dussehra Rally: ଭିଡ଼ ଜୁଟାଇବାକୁ ସିନ୍ଦେ-ଠାକରେ ଗୋଷ୍ଠୀ ମଧ୍ୟରେ ଚାଲିଛି ଟକ୍କର

Thackeray vs Shinde Dussehra Rally: ମହାରାଷ୍ଟ୍ର ରାଜନୀତିରେ ପ୍ରଥମ ଥର ପାଇଁ ଦଶହରା ଅବସରରେ ଶିବସେନା ପକ୍ଷରୁ ଆୟୋଜିତ ହେଉଛି ଦୁଇଟି ରାଲି। ମୁମ୍ବାଇ ଶିବାଜୀ ପାର୍କ ଠାରେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଏବଂ ସହରର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ ଠାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ପକ୍ଷରୁ ଆୟୋଜିତ ହେଉଛି ଦଶହରା ରାଲି। ଶିବସେନା ଗୋଷ୍ଠୀ ଏପରି ଏକ ସମୟରେ ଦଶହରା ରାଲି ଆୟୋଜନ କରିବାକୁ ଯାଉଛି ଯେତେବେଳେ ଦଳର ନାମ ଏବଂ ପ୍ରତୀକ ସମ୍ପର୍କରେ ନିର୍ବାଚନ ଆୟୋଗ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହାଁନ୍ତି। ଗତ ଜୁନ ୩୦ ତାରିଖରେ ବିଜେପି ସମର୍ଥନରେ ସରକାର ଗଠନ କରିବା ପରେ ସିନ୍ଦେ ଗୋଷ୍ଠୀ ନିଜକୁ ପ୍ରକୃତ ଶିବସେନା ବୋଲି ଦାବି କରୁଛି।

ଶିବସେନା ନାମ ଏବଂ ଦଳର ନିର୍ବାଚନ ସଙ୍କେତ ପାଇବା ପାଇଁ ସିନ୍ଦେ ଗୋଷ୍ଠୀ ନିର୍ବାଚନ ଆୟୋଗ ପାଖରେ ପହଞ୍ଚିଥିବା ବେଳେ ଦଳର ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଏହି ମାମଲାରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛି। ସୁପ୍ରିମକୋର୍ଟ ଠାରେ ସିନ୍ଦେ ଗୋଷ୍ଠୀର ସାମ୍ବିଧାନିକତାକୁ ଠାକରେ ଗୋଷ୍ଠୀ ଚ୍ୟାଲେଞ୍ଜ କରିଛି। ଗତ ସେପ୍ଟେମ୍ବର ୨୭ ତାରିଖରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଏକ ସମ୍ବିଧାନ ବେଞ୍ଚ ଠାକେରଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ଶିବସେନା ନାମ ତଥା ପ୍ରତୀକ କାହାକୁ ମିଳିବ ସେ ବାବଦରେ ନିଷ୍ପତ୍ତି ନେବେ ନିର୍ବାଚନ ଆୟୋଗ।

Also Read: Shiv Sena: ଦଶହରା ରାଲିକୁ ସରଗରମ ମହାରାଷ୍ଟ୍ର ରାଜନୀତି, ଜାଣନ୍ତୁ କାରଣ

ବର୍ତ୍ତମାନ ମୋଟ ୫୪ ଜଣ ଶିବସେନା ବିଧାୟକଙ୍କ ମଧ୍ୟରୁ ୪୦ ଜଣ ଠାକରେ ଗୋଷ୍ଠୀରେ ସାମିଲ ଅଛନ୍ତି। ଏଥି ସହିତ ଦଳର ୧୮ ଜଣ ଲୋକସଭା ସାଂସଦଙ୍କ ମଧ୍ୟରୁ ୧୨ ଜଣ ସିନ୍ଦେ ଗୋଷ୍ଠୀରେ ଅଛନ୍ତି। ବିଧାୟକ ଏବଂ ସାଂସଦଙ୍କ ସହଯୋଗରେ ସିନ୍ଦେ ଗୋଷ୍ଠୀ ନିଜକୁ ପ୍ରକୃତ ଶିବସେନା ବୋଲି ଦାବି କରୁଛନ୍ତି। ଶିବସେନା ଏହାର ସ୍ଥାପନ ସମୟରୁ ବିଗତ ୫୬ ବର୍ଷ ଧରି ପ୍ରତିବର୍ଷ ଦଶହରା ଅବସରରେ ମୁମ୍ବାଇ ଶିବାଜୀ ପାର୍କ ଠାରେ ବାର୍ଷିକ ରାଲି ଆୟୋଜନ କରିଆସୁଛି। ହେଲେ ନିଜକୁ ପ୍ରକୃତ ଶିବସେନା ଦାବି କରୁଥିବା ସିନ୍ଦେ ଗୋଷ୍ଠୀ ଏଥର ଅନ୍ୟ ଏକ ରାଲି ଆୟୋଜନ କରୁଛନ୍ତି। ଗତ ୧୯୬୬ ମସିହାରେ ଗଠିତ ହୋଇଥିଲା ଶିବସେନା।

ଠାକରେ ଗୋଷ୍ଠୀ ପାରମ୍ପାରିକ ସ୍ଥାନ ମୁମ୍ବାଇ ଶିବାଜୀ ପାର୍କ ଠାରେ ଏହାର ଦଶହାର ରାଲି ଆୟୋଜନ କରୁଥିବା ବେଳେ ଠାକରେ ଗୋଷ୍ଠୀ ମୁମ୍ବାଇ ସହର ଉପକଣ୍ଠସ୍ଥ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ ସ୍ଥିତ MMRDA ପଡିଆରେ ରାଲି କରୁଛି। ଏହି ପଡ଼ିଆ ବାନ୍ଦ୍ରାସ୍ଥିତ ଉଦ୍ଧବ ଠାକରେଙ୍କ ବ୍ୟକ୍ତିଗତ ବାସଭଭବନ 'ମାତୋଶ୍ରୀ' ନିକଟରେ ଅବସ୍ଥିତ। ପ୍ରାୟ ୨ ବର୍ଷର ବ୍ୟବଧାନ ପରେ ଶିବାଜୀ ପାର୍କ ଠାରେ ଦଶହରା ରାଲି ଆୟୋଜିତ ହେଉଛି। କୋରୋନା ସମୟର ପ୍ରତିବନ୍ଧକ କାରଣରୁ ଗତ ୨ ବର୍ଷ ଧରି ଏଠାରେ ରାଲି ଅନୁଷ୍ଠିତ ହୋଇପାରିଲା ନାହିଁ।

Also Read: Maharashtra Politics: 'ଶିବସେନା ପରମ୍ପରା ଉପରେ ନ ଲାଗୁ କାଳିମା'

ଶିବସେନା ଦଶହରା ରାଲି ଉପରେ ପ୍ରତିକ୍ରିୟା ରଖି ମୁମ୍ବାଇ ପୋଲିସ ପକ୍ଷରୁ କୁହାଯାଇଛି ଯେ ଉଭୟ ଗୋଷ୍ଠୀର ରାଲିରେ ୩୨୦୦ ଅଧିକାରୀ, ୧୫ ହଜାର ଯବାନ, ୧୫୦୦ ଗାର୍ଡ, ୨୦ Quick Response Team, ୧୫ ବୋମା ନିଷ୍କ୍ରିୟକାରୀ ଦଳ ନିୟୋଜିତ କରାଯାଇଛି। ରାଲିରେ ଭିଡ଼ ଜମାଇବା ପାଇଁ ୫ ହଜାରରୁ ଅଧିକ ବସ୍, ଅନେକ ଛୋଟ ପର୍ଯ୍ୟଟନ ଯାନ, କାର୍ ଏବଂ ଏକ ସ୍ୱତନ୍ତ୍ର ଟ୍ରେନ୍ ବୁକ୍ କରାଯାଇଛି।

ଜଣେ ରେଳ ଅଧିକାରୀ କହିଛନ୍ତି ଯେ ମହାରାଷ୍ଟ୍ର ନାନ୍ଦେଡ ସହରରୁ ଦଶହରା ରାଲି ପାଇଁ ଏକ ଟ୍ରେନ ବୁକ୍ କରାଯାଇଛି। ଏହି ଟ୍ରେନ ଲୋକମାନ୍ୟ ତିଲକ ଟର୍ମିନାସ ଠାରେ ପହଞ୍ଚିବାକୁ ଥିବା ସିନ୍ଦେ ଗୋଷ୍ଠୀ ଦ୍ୱାରା ବୁକ୍ କରାଯାଇଛି। ଅପରେଟର ଅନୁଯାୟୀ ସିନ୍ଦେ ଗୋଷ୍ଠୀ ଏହାର ସମର୍ଥକକୁ ରାଲିକୁ ଆଣିବା ପାଇଁ ବିଭିନ୍ନ ଜିଲ୍ଲାରୁ ଅତି କମରେ ୩ ହଜାର ବସ୍ ବୁକ କରିଛି।

Also Read: Maharashtra Politics: ଦଶହରା ରାଲି ଲାଗି ଆକ୍ରମଣାତ୍ମକ ପୋଷ୍ଟର ମାରି ଚର୍ଚ୍ଚାରେ ଠାକରେ ଗୋଷ୍ଠୀ

ଏହା ବ୍ୟତୀତ ସମର୍ଥକଙ୍କୁ MMRDA ପଡ଼ିଆକୁ ଆଣିବା ପାଇଁ ପ୍ରାୟ ୪ ହଜାର ଟୁରିଷ୍ଟ କ୍ୟାବ ନିୟୋଜିତ ହୋଇଥିବାବେଳେ ଠାକେର ଗୋଷ୍ଠୀ ଏହାର ସମର୍ଥକଙ୍କୁ ଶିବାଜୀ ପାର୍କ ପର୍ଯ୍ୟନ୍ତ ଆଣିବା ପାଇଁ ୭୦୦ ବସ୍ ବୁକ କରିଛି। ଉଭୟ ରାଲିରେ ଅନେକ ସମର୍ଥକ ମଧ୍ୟ ସେମାନଙ୍କର ବ୍ୟକ୍ତିଗତ ଗାଡିରେ ପହଞ୍ଚିବେ। ଟ୍ରାଫିକ ସମସ୍ୟା ଯେ ପରି ନହୁଏ ସେଥିପାଇଁ ମୁମ୍ବାଇ ଟ୍ରାଫିକ ପୋଲିସ ପ୍ରସ୍ତୁତ କରିଛି। ଏନେଇ ପ୍ରତିକ୍ରିୟା ରଖି ମହାରାଷ୍ଟ୍ର ସଡ଼କ ପରିବହନ ନିଗମ ଅଧିକାରୀ କହିଛନ୍ତି ଯେ ରାଜ୍ୟର ବିଭିନ୍ନ ସ୍ଥାନରୁ ଅତି କମରେ ୧୭୦୦ ବସ ବୁକ କରାଯାଇଛି।