Odisha Politics: ନୂଆ ବର୍ଷରେ ବିଜେଡିକୁ ଫେରିଲେ ବରିଷ୍ଠ ନେତା ଦାମୋଦର ରାଉତ
Advertisement

Odisha Politics: ନୂଆ ବର୍ଷରେ ବିଜେଡିକୁ ଫେରିଲେ ବରିଷ୍ଠ ନେତା ଦାମୋଦର ରାଉତ

Odisha Politics: ୨୦୧୮ ମସିହାରେ ବିଜେଡିରୁ ବିଦା ହୋଇଥିବା ବରିଷ୍ଠ ନେତା ଡ. ଦାମୋଦର ରାଉତଙ୍କୁ ପୁଣି ଥରେ ବିଜେଡିରେ ମିଶିଛନ୍ତି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଇଚ୍ଛାରେ ପୁଣିଥରେ ଦାମଙ୍କ ଘର ବାହୁଡା ହୋଇଛି । 

Odisha Politics: ନୂଆ ବର୍ଷରେ ବିଜେଡିକୁ ଫେରିଲେ ବରିଷ୍ଠ ନେତା ଦାମୋଦର ରାଉତ

Odisha Politics: ନୂଆ ବର୍ଷରେ ଓଡ଼ିଶା ରାଜନୀତିରେ ବୋଧହୁଏ କିଛି ନୂଆ ହେବାକୁ ଯାଉଛି । ୨୦୧୮ ମସିହାରେ ବିଜେଡିରୁ ବିଦା ହୋଇଥିବା ବରିଷ୍ଠ ନେତା ଡ. ଦାମୋଦର ରାଉତଙ୍କୁ ପୁଣି ଥରେ ବିଜେଡିରେ ମିଶିଛନ୍ତି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ (CM Naveen patnaik)ଙ୍କ ଇଚ୍ଛାରେ ପୁଣିଥରେ ଦାମଙ୍କ ଘର ବାହୁଡା ହୋଇଛି । 

ସୂଚନାଯୋଗ୍ୟ, ପର୍ବରୁ ବ୍ରାହ୍ମଣଙ୍କ ନାମରେ ବିବାଦୀୟ ମନ୍ତବ୍ୟ ଦେବା ପରେ ଦାମଙ୍କୁ ବିଭିନ୍ନ ସ୍ଥାନରେ ବ୍ରାହ୍ମଣ ସମାଜ ପକ୍ଷରୁ ବିରୋଦ୍ଧ କରାଯାଇଥିଲା । କେବଳ ସେତିକି ନୁହେଁ ଅଙ୍ଗନବାଡି କର୍ମଚାରୀଙ୍କୁ ନେଇ ଢଗ ପକାଇବା କାରଣରୁ ମଧ୍ୟ ଦାମଙ୍କୁ ବିରୋଦ୍ଧ କରାଯାଇଥିଲା । ବିଭିନ୍ନ ବିବାଦରେ ଛନ୍ଦି ହେବା କାରଣରୁ ଦାମଙ୍କୁ ମନ୍ତ୍ରୀପଦ ହରାଇବାକୁ ପଡିଥିଲା । ପରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇ ନିର୍ବାଚନ ଲଢିଥିଲେ ଦାମୋଦର ରାଉତ (damador rout) । ନିର୍ବାଚନରେ ପରାସ୍ତ ହେବା ପରେ ପୁଣିଥରେ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ଆଲୋଚନା ହେଉଥିଲା । ବର୍ତ୍ତମାନ ୨୦୨୪ ନିର୍ବାଚନ ପୂର୍ବରୁ ଦାମଙ୍କୁ ଦଳକୁ ଲେଉଟାଇ ଆଣିଛନ୍ତି ନବୀନ । 

ଅନ୍ୟପଟେ, ବାପାଙ୍କ ଉପରୁ ବହିଷ୍କାର ଆଦେଶ ହଟିବା ପରେ ଅତ୍ୟନ୍ତ ଖୁସି ପ୍ରକାଶ କରିଛନ୍ତି ଦାମଙ୍କ ପୁଅ ସମ୍ୱିତ ରାଉତରାୟ । ମୁଖ୍ୟମନ୍ତ୍ରୀ ଇଚ୍ଛା ପ୍ରକାଶ କଲେ ବାପା ଆସନ୍ତା ନିର୍ବାଚନରେ ଦଳ ପାଇଁ ପୁଣି ଥରେ କାମ କରିବେ ବୋଲି ସମ୍ୱିତ କହିଛନ୍ତି ।

Also Read- ରାଜ୍ୟର ପ୍ରଥମ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

Also Read- ପ୍ରଭୁ ଶ୍ରୀରାମଙ୍କ ପତାକା ସହ ୧୩ ହଜାର ଫୁଟ ଉଚ୍ଚରୁ ଡେଇଁଲେ ଏହି ଝିଅ