Hijab Controversy: ଅଜବ ବୟାନ ରଖି ଚର୍ଚ୍ଚାରେ ସମାଜବାଦୀ ପାର୍ଟି ସାଂସଦ ଶଫିକୁର୍ର ରେହମାନ ବର୍କ
Advertisement
Article Detail0/zeeodisha/odisha1393452

Hijab Controversy: ଅଜବ ବୟାନ ରଖି ଚର୍ଚ୍ଚାରେ ସମାଜବାଦୀ ପାର୍ଟି ସାଂସଦ ଶଫିକୁର୍ର ରେହମାନ ବର୍କ

SP MP on Hijab Ban: ହିଜାବ ବିବାଦ ମାମଲାରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ସମାଜବାଦୀ ପାର୍ଟି ସାଂସଦ ଶଫିକୁର୍ର ରେହମାନ ବର୍କ। 

Hijab Controversy: ଅଜବ ବୟାନ ରଖି ଚର୍ଚ୍ଚାରେ ସମାଜବାଦୀ ପାର୍ଟି ସାଂସଦ ଶଫିକୁର୍ର ରେହମାନ ବର୍କ

SP MP Shafiqur Rahman Barq: କର୍ଣ୍ଣାଟକରେ ହିଜାବ ନିଷେଧାଦେଶ ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ ଗୁରୁବାର ଖଣ୍ଡିତ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ।  ହିଜାବ ନିଷେଧଦେଶ ଉପରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ହେମନ୍ତ ଗୁପ୍ତା ଏବଂ ଜଷ୍ଟିସ ସୁଦର୍ଶନ ଧୁଲିଆଙ୍କ ରାୟ ଭିନ୍ନ ରହିଛି। ସୁପ୍ରିମକୋର୍ଟ ରାୟ ଆସିବା ପରେ କର୍ଣ୍ଣାଟକରେ ହିଜାବ ଉପରେ ନିଷେଧାଦେଶ ଜାରି ରହିବ। 

ବର୍ତ୍ତମାନ ହିଜାବ ବିବାଦ ମାମଲାରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ସମାଜବାଦୀ ପାର୍ଟି ସାଂସଦ ଶଫିକୁର୍ର ରେହମାନ ବର୍କ। ଏନେଇ ସେ କହିଛନ୍ତି ଯେ, ଯଦି ଝିଅମାନେ ବିନା ପରଦାରେ ବୁଲନ୍ତି ତାହେଲେ ସେମାନେ ମନ ମୋଟିଆ ହୋଇଯିବେ। ଯଦି ହିଜାବ (Hijab) ହଟାଯାଏ ତାହେଲେ ଝିଅମାନେ ମନ ମୋଟିଆ ହୋଇ ବୁଲିବେ। ଯାହା ପରିବେଶକୁ ନଷ୍ଟ କରିଦେବ। ସେମାନେ ମନମୋଟିଆ ହୋଇଯିବା ଦ୍ୱାରା ପରିସ୍ଥିତି ଆହୁରି ଖରାପ ହୋଇଯିବ।

Also Read: NIA ED Raid: ପିଏଫଆଇ ସମର୍ଥନରେ ଆସିଲେ ସମାଜବାଦୀ ପାର୍ଟି ସାଂସଦ ସଫିକୁର ରେହମାନ ବର୍କ

କେବଳ ହିଜାବ ନୁବେଁ ପୂର୍ବରୁ ପିଏଫଆଇ ଏବଂ ତାଲିବାନ ଭଳି ସଙ୍ଗଠନକୁ ସମର୍ଥନ କରି ଚର୍ଚ୍ଚାକୁ ଆସିଛନ୍ତି ସମାଜବାଦୀ ପାର୍ଟି ସାଂସଦ। ପିଏଫଆଇ ବିରୋଧରେ ଏନଆଇଏ-ଇଡ଼ି ପକ୍ଷରୁ ହୋଇଥିବା ଚଢାଉ ଉପରେ ପ୍ରଶ୍ନ ଉଠାଇଥିଲେ ସେ। ଏନେଇ ସେ କହିଥିଲେ ପିଏଫଆଇ ହେଉଛି ଏକ ସାମାଜିକ ସଙ୍ଗଠନ। ପିଏଫଆଇ ବିରୋଧରେ ଏନଆଇଏ-ଇଡ଼ି ପକ୍ଷରୁ ଚଢାଉ କରାଯିବା ହେଉଛି ଅତ୍ୟାଚାର। ପିଏଫଆଇ ସଙ୍ଗଠନକୁ ସେ ମୁସଲମାନଙ୍କ ଆଦର୍ଶ ବୋଲି ବର୍ଣ୍ଣନା କରିଛନ୍ତି। 

ଉତ୍ତର ପ୍ରଦେଶ (Uttar Pradesh) ସମ୍ଭଲ ଲୋକସଭା ଆସନର (Sambhal Lok Sabha Constituency) ସମାଜବାଦୀ ପାର୍ଟି (Samajwadi Party) ଏସପି ସାଂସଦ ଶଫିକୁର୍ର ରେହମାନ ବର୍କ (SP MP Shafiqur Rahman Barq) କହିଛନ୍ତି ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (Popular Front of India) ପିଏଫଆଇ (PFI) ହେଉଛି ଏକ ଅନୁଷ୍ଠାନ। ଜାତୀୟ ତଦନ୍ତକାରୀ ସଂସ୍ଥା (National Investigation Agency) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (Enforcement Directorate) ଏନଆଇଏ-ଇଡି ଦ୍ୱାରା ଚଢାଉ କରାଯାଇ ପିଏଫଆଇ (NIA ED raid against PFI) ବିରୋଧରେ ଅତ୍ୟାଚାର କରାଯାଉଛି। ସେମାନଙ୍କର ଅପରାଧ କ’ଣ? ଏହା ହେଉଛି ଏକ ଦଳ। ସେମାନେ ଏକ ସଂସ୍ଥା ଚଳାଉଛନ୍ତି। ସେମାନଙ୍କର ଅପରାଧ କ’ଣ? ସେମାନଙ୍କୁ କାହିଁକି ଗିରଫ କରାଯାଉଛି?

Also Read: ଆମକୁ ଦେଶ ଏବଂ ଧର୍ମ ରକ୍ଷା କରିବାକୁ ହେବ: ଶଫିକୁର୍ର ରହମାନ ବର୍କ

ଏନଆଇଏ ପକ୍ଷରୁ ହୋଇଥିବା ଚଢାଉ ଉପରେ ପ୍ରଶ୍ନ ଉଠାଇ ସମାଜବାଦୀ ପାର୍ଟି ସାଂସଦ କହିଛନ୍ତି ଯେ ପିଏଫଆଇ ପାଖରୁ କାହା ପାଇଁ ବିପଦ ଅଛି? ସୋମାନଙ୍କ ପାଖରୁ କ'ଣ ଏହି ଦେଶ କିମ୍ବା କୌଣସି ଦଳ ପାଇଁ କୌଣସି ବିପଦ ରହିଛି? ଦେଶ ଭିତରେ କେତେ ଦଳ ଅଛନ୍ତି। ଏହା ହେଉଛି ସରକାର। ରାଜନୀତିରେ ଯାହାକୁ ଚାହିଁବ ତାକୁ ଗିରଫ କରିବ। ହେଲେ ଏହା ଠିକ ନୁହେଁ। କେଉଁ ଆଧାରରେ ପିଏଫଆଇ ଉପରେ ପ୍ରତିବନ୍ଧକ ଲଗାଯାଇଛି? ସେମାନଙ୍କର ଅପରାଧ କ’ଣ? ସେମାନେ ମୁସଲମାନଙ୍କ ପାଇଁ ଯୁଦ୍ଧ ଲଢୁଛନ୍ତି? ତାଙ୍କର ଅପରାଧ କ’ଣ?