Salary of MLA: କେଉଁ ରାଜ୍ୟର ବିଧାୟକଙ୍କୁ ମିଳେ କେତେ ଟଙ୍କାର ଦରମା? ଜାଣନ୍ତୁ...
Advertisement

Salary of MLA: କେଉଁ ରାଜ୍ୟର ବିଧାୟକଙ୍କୁ ମିଳେ କେତେ ଟଙ୍କାର ଦରମା? ଜାଣନ୍ତୁ...

କୌଣସି ରାଜ୍ୟର ବିଧାନସଭାକୁ ନିର୍ବାଚିତ ହେଉଥିବା ବିଧାୟକ ହେଉଛନ୍ତି ନିର୍ବାଚିତ ଜନପ୍ରତିନିଧି। ଯିଏ ଜନସାଧାଣଙ୍କ ଦ୍ୱାରା ନିର୍ବାଚିତ ହୋଇ ବିଧାନସଭାକୁ ଯାଇଛନ୍ତି। ବିଧାନସଭାରେ ବିଧାୟକ ନିଜ ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରି ନିଜ ଅଞ୍ଚଳର ସମସ୍ୟା ବିଷୟରେ ରାଜ୍ୟ ସରକାରଙ୍କୁ ଅବଗତ କରିଥାନ୍ତି। ଏହି କାର୍ଯ୍ୟ ପାଇଁ ବିଧାୟକ ରାଜ୍ୟ

Salary of MLA: କେଉଁ ରାଜ୍ୟର ବିଧାୟକଙ୍କୁ ମିଳେ କେତେ ଟଙ୍କାର ଦରମା? ଜାଣନ୍ତୁ...

MLA Salary News: କୌଣସି ରାଜ୍ୟର ବିଧାନସଭାକୁ ନିର୍ବାଚିତ ହେଉଥିବା ବିଧାୟକ ହେଉଛନ୍ତି ନିର୍ବାଚିତ ଜନପ୍ରତିନିଧି। ଯିଏ ଜନସାଧାଣଙ୍କ ଦ୍ୱାରା ନିର୍ବାଚିତ ହୋଇ ବିଧାନସଭାକୁ ଯାଇଛନ୍ତି। ବିଧାନସଭାରେ ବିଧାୟକ ନିଜ ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରି ନିଜ ଅଞ୍ଚଳର ସମସ୍ୟା ବିଷୟରେ ରାଜ୍ୟ ସରକାରଙ୍କୁ ଅବଗତ କରିଥାନ୍ତି। ଏହି କାର୍ଯ୍ୟ ପାଇଁ ବିଧାୟକ ରାଜ୍ୟ ସରକାରଙ୍କ ଠାରୁ ଏକ ନିର୍ଦ୍ଦିଷ୍ଟ ପରିମାଣର ବେତନ ପାଇଥାନ୍ତି। ଏହା ବ୍ୟତୀତ ବିଧାୟକଙ୍କୁ ଅନେକ ଭତ୍ତା ମଧ୍ୟ ପ୍ରଦାନ କରାଯାଇଥାଏ।

ଯଦି ଆମେ ଦେଶର ସର୍ବାଧିକ ବେତନ ପାଉଥିବା ବିଧାୟକଙ୍କ କଥା କହିବା ତାହେଲେ ଏହି ତାଲିକାରେ ତେଲେଙ୍ଗାନା ବିଧାୟକ ସର୍ବାଗ୍ରେ ରହିଛନ୍ତି। ଯେଉଁମାନେ ପ୍ରତିମାସରେ ବେତନ ହିସାବରେ ପ୍ରାୟ ୨.୫୦ ଲକ୍ଷ ଟଙ୍କା ପାଇଥାନ୍ତି। ଅନ୍ୟପଟେ ଯଦି ସର୍ବନିମ୍ନ ଦରମା ପାଉଥିବା ବିଧାୟକଙ୍କ କଥା କୁହାଯାଏ ତାହେଲେ ଏହି ତାଲିକାରେ ଦେଶର ପୂର୍ବୋତ୍ତର ରାଜ୍ୟ ତ୍ରିପୁରା ବିଧାୟକ ରହିଛନ୍ତି। ଦେଶର ପ୍ରତ୍ୟେକ ରାଜ୍ୟର ବିଧାୟକଙ୍କ ଦରମା ରାଜ୍ୟ ଅନୁସାରେ ଭିନ୍ନ ଭିନ୍ନ ହୋଇଥାଏ। 

ସର୍ବାଧିକ ବେତନ ପାଉଥିବା ବିଧାୟକଙ୍କ ରାଜ୍ୟ ତାଲିକାରେ ତେଲେଙ୍ଗାନା ପରେ ମହାରାଷ୍ଟ୍ର ଏବଂ ଦିଲ୍ଲୀ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି। ମହାରାଷ୍ଟ୍ରରେ ୨.୩୨ ଲକ୍ଷ ଏବଂ ଦିଲ୍ଲୀରେ ୨.୧୦ ଲକ୍ଷ ଟଙ୍କା ବିଧାୟକଙ୍କୁ ଦରମା ଆକାରରେ ମିଳିଥାଏ। ଏହି ତାଲିକାରେ ଉତ୍ତର ପ୍ରଦେଶ ଚତୁର୍ଥ ଏବଂ ଜାମୁ କାଶ୍ମୀର ପଞ୍ଚମ ସ୍ଥାନରେ ରହିଛି। ଉତ୍ତର ପ୍ରଦେଶ ବିଧାୟକଙ୍କୁ ମାସିକ ୧.୮୭ ଲକ୍ଷ ଏବଂ ଜାମୁ କାଶ୍ମୀର ବିଧାୟକଙ୍କୁ ୧.୬୦ ଲକ୍ଷ ଟଙ୍କା ଦରମା ମିଳିଥାଏ।

ତେଲେଙ୍ଗାନା ବିଧାୟକଙ୍କ ଦରମା ତ୍ରିପୁରା ବିଧାୟକଙ୍କ ଦରମା ଠାରୁ ପ୍ରାୟ ୭ ଗୁଣା ଅଧିକ। ଦେଶର ପୂର୍ବୋତ୍ତର ଭାଗରେ ଅବସ୍ଥିତ ଅଧିକାଂଶ ରାଜ୍ୟ ବିଧାୟକଙ୍କ ଦରମା ବାକି ରାଜ୍ୟଙ୍କ ତୁଳନାରେ ବହୁତ କମ। ତ୍ରିପୁରା ବ୍ୟତୀତ ନାଗାଲାଣ୍ଡରେ ୩୬ ହଜାର, ମଣିପୁରରେ ୩୭ ହଜାର, ଆସାମରେ ୪୨ ହଜାର, ମିଜୋରାମରେ ୪୭ ହଜାର ଏବଂ ଅରୁଣାଚଳ ପ୍ରଦେଶରେ ୪୯ ହଜାର ଟଙ୍କା ବିଧାୟକଙ୍କୁ ମାସିକ ଦରମା ଆକାରରେ ମିଳିଥାଏ।

ବିଧାୟକଙ୍କୁ ଦରମା ବ୍ୟତୀତ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯାଇଥା। ନିଜ ଅଞ୍ଚଳର ବିକାଶ ପାଇଁ ବିଧାୟକଙ୍କୁ ବିଧାୟକ ପାଣ୍ଠି ମଧ୍ୟ ମିଳିଥାଏ। ଏହା ବ୍ୟତୀତ ସେମାନଙ୍କୁ ରହିବାକୁ ସରକାରୀ ଘର ପ୍ରଦାନ କରାଯାଇଥାଏ।  ସେମାନଙ୍କୁ ଚିକିତ୍ସା ଏବଂ ଭ୍ରମଣ ଭତ୍ତା ମଧ୍ୟ ପ୍ରଦାନ କରାଯାଏ। ଏହା ବ୍ୟତୀତ ଯଦି ବିଧାୟକ ପଦ ଚାଲିଯିବା ପରେ ତାଙ୍କୁ ପ୍ରତି ମାସରେ ପେନସନ୍ ମିଳିଥାଏ।

କେଉଁ ରାଜ୍ୟର ବିଧାୟକଙ୍କୁ ମିଳେ କେତେ ଟଙ୍କାର ଦରମା
-------------------------------------------------------------

  • ୧.ତେଲେଙ୍ଗାନା: ୨.୫୦ ଲକ୍ଷ
  • ୨. ମହାରାଷ୍ଟ୍ର: ୨.୩୨ ଲକ୍ଷ
  • ୩. ଦିଲ୍ଲୀ: ୨.୧୦ ଲକ୍ଷ
  • ୪. ଉତ୍ତର ପ୍ରଦେଶ: ୧.୮୭ ଲକ୍ଷ
  • ୫. ଜାମୁ କାଶ୍ମୀର: ୧.୬୦ ଲକ୍ଷ 
  • ୬.ଉତ୍ତରାଖଣ୍ଡ: ୧.୬୦ ଲକ୍ଷ
  • ୭. ଆନ୍ଧ୍ର ପ୍ରଦେଶ: ୧.୩୦ ଲକ୍ଷ 
  • ୮.ହିମାଚଳ ପ୍ରଦେଶ: ୧.୨୫ ଲକ୍ଷ
  • ୯. ରାଜସ୍ଥାନ: ୧.୨୫ ଲକ୍ଷ
  • ୧୦.ଗୋଆ: ୧.୧୭ ଲକ୍ଷ
  • ୧୧. ହରିୟାଣା: ୧.୧୫ ଲକ୍ଷ
  • ୧୨.ପଞ୍ଜାବ: ୧.୧୪ ଲକ୍ଷ
  • ୧୩.ବିହାର: ୧.୧୪ ଲକ୍ଷ
  • ୧୪. ପଶ୍ଚିମବଙ୍ଗ: ୧.୧୩ ଲକ୍ଷ
  • ୧୫.ଝାଡଖଣ୍ଡ: ୧.୧୧ ଲକ୍ଷ
  • ୧୬.ମଧ୍ୟ ପ୍ରଦେଶ: ୧.୧୦ ଲକ୍ଷ
  • ୧୭.ଛତିଶଗଡ଼: ୧.୧୦ ଲକ୍ଷ 
  • ୧୮. ତାମିଲନାଡୁ: ୧.୦୫ ଲକ୍ଷ
  • ୧୯. କର୍ଣ୍ଣାଟକ: ୯୮ ହଜାର
  • ୨୦.ସିକିମ: ୮୬.୫ ହଜାର
  • ୨୧. କେରଳ:  ୭୦ ହଜାର 
  • ୨୨.ଗୁଜୁରାଟ: ୬୫ ହଜାର
  • ୨୩. ଓଡ଼ିଶା: ୬୨ ହଜାର
  • ୨୪.ମେଘାଳୟ: ୫୯ ହଜାର
  • ୨୫.ପୁଦୁଚେରୀ: ୫୦ ହଜାର
  • ୨୬. ଅରୁଣାଚଳ ପ୍ରଦେଶ: ୪୯ ହଜାର 
  • ୨୭.ମିଜୋରାମ: ୪୭ ହଜାର
  • ୨୮.ଆସାମ: ୪୨ ହଜାର
  • ୨୯. ମଣିପୁର: ୩୭ ହଜାର
  • ୩୦. ନାଗାଲାଣ୍ଡ: ୩୬
  • ୩୧.ତ୍ରିପୁରା: ୩୪ ହଜାର