Rajasthan Politics: ଯେବେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଯାଦୁର ରହସ୍ୟ ପଚାରିଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲତ
Advertisement
Article Detail0/zeeodisha/odisha1363178

Rajasthan Politics: ଯେବେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଯାଦୁର ରହସ୍ୟ ପଚାରିଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲତ

Political Magician:  ଯଦିଓ ରାଜନୀତିରେ ମୁଁ ଜଣେ ଯାଦୁକର ଭାବେ ପରିଚୟ ପାଇଥାଏ। ଯାଦୁ କିପରି ହେଲା? ଦେଶରେ ମୋ ଠାରୁ କ'ଣ କେହି ବଡ ଯାଦୁକର ଅଛନ୍ତି, ମୁଁ ଏହା ଆପଣଙ୍କ ଠାରୁ ବୁଝିବାକୁ ଚାହୁଁଛି। 

Rajasthan Politics: ଯେବେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଯାଦୁର ରହସ୍ୟ ପଚାରିଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲତ

Ashok Gehlot Jagdeep Dhankar: ବର୍ତ୍ତମାନ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଚର୍ଚ୍ଚାରେ ଅଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ। ମାତ୍ର ନିକଟରେ ରାଜଧାନୀ ଜୟପୁର ଠାରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ପଚାରି ଥିବା ପ୍ରଶ୍ନକୁ ନେଇ ଚର୍ଚ୍ଚାରେ ଅଛନ୍ତି  ମୁଖ୍ୟମନ୍ତ୍ରୀ ଗେହଲୋତ। ଯେଉଁ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼। 

ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ (Vice President Jagdeep Dhankhar) ସହ ତାଙ୍କର ୫ ଦଶନ୍ଧି ପୁରୁଣା ସମ୍ପର୍କକୁ ମନେ ପକାଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ (Rajasthan CM Ashok Gehlot)। ଜୟପୁର ଠାରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସେ ଉପରାଷ୍ଟ୍ରପତିଙ୍କୁ ତାଙ୍କର ଯାଦୁର (Mysterious Magic of Jagdeep Dhankhar) ରହସ୍ୟ ବାଦବରେ ପଚାରିଥିଲେ। ଯେଉଁ କାରଣରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପରାଷ୍ଟ୍ରପତି ନିର୍ବାଚନରେ ​​ଭାଗ ନ ନେବାକୁ ନିଷ୍ପତ୍ତି ନେଇଥିଲେ। 

ରାଜସ୍ଥାନ ରାଜନୀତିରେ ଯାଦୁକର (Magician of Rajasthan Politics) ଭାବେ ଜଣାଶୁଣା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ। ଅନ୍ୟପଟେ ପ୍ରଥମେ ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ କାର୍ଯ୍ୟ କରିବା ପରେ ଦେଶର ଉପରାଷ୍ଟ୍ରପତି ପଦଭାର ଗ୍ରହଣ କରିଛନ୍ତି ଜଗଦୀପ ଧନଖଡ଼।  

ମୁଖ୍ୟମନ୍ତ୍ରୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଉପରାଷ୍ଟ୍ରପତି କହିଛନ୍ତି ଯେ ରାଜନୈତିକ ନିଷ୍ପତ୍ତି କିପରି ନିଆଯାଉଛି ସେ ବାବଦରେ ଅଶୋକ ଗେହଲୋତ ଏବଂ ଅନ୍ୟ ନେତା କହିପାରିବେ। ଏହା ସହିତ ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ନିର୍ବାଚନରେ ନେଇଥିବା ନିଷ୍ପତ୍ତି ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମଙ୍ଗଳବାର ରାଜସ୍ଥାନ ବିଧାନସଭାରେ ରାଜ୍ୟର ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ ସମ୍ମାନିତ କରା ଯାଇଥିଲା।  

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗେହଲୋତ ଉପରାଷ୍ଟ୍ରପତି ଧନଖଡ଼ଙ୍କ ସହ ତାଙ୍କର ପ୍ରାୟ ପାଞ୍ଚ ଦଶନ୍ଧି ପୁରୁଣା ରାଜନୈତିକ ଏବଂ ଘରୋଇ ସମ୍ପର୍କକୁ ମନେ ପକାଇଥିଲେ। ପଶ୍ଚିମବଙ୍ଗ ରାଜ୍ୟପାଳ ଥିବାବେଳେ ବିଭିନ୍ନ କାରଣକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ହୋଇଥିବା ମତଭେଦକୁ ମନେ ପକାଇଥିଲେ ଜଗଦୀପ ଧନଖଡ଼।

ମୁଖ୍ୟମନ୍ତ୍ରୀ ଗେହଲୋତ କହିଛନ୍ତି, ଆପଣ ୩ ବର୍ଷ ଧରି ପଶ୍ଚିମବଙ୍ଗ ରାଜ୍ୟପାଳ ଦାୟିତ୍ୱରେ ରହିଥିଲେ। ହେଲେ ମୁଁ ଭାବୁଛି ଏହି ୩ ବର୍ଷ ମଧ୍ୟରେ ଏପରି ଗୋଟିଏ ଦିନ  ନାହିଁ ଯେତେବେଳେ ଧନଖଡ଼ ସାହେବ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଚାଲିଥିବା ମତଭେଦକୁ ନେଇ ଚର୍ଚ୍ଚା ହୋଇଛି। ହେଲେ ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବା ଆପଣ ଏପରି ଏକ ଯାଦୁ କଲେ, ଯାହା ଫଳରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପରୋକ୍ଷରେ ଆପଣକୁ ଜିତାଇବା ଏହି ନିର୍ବାଚନରୁ ଅନୁପସ୍ଥିତ ରହିବାକୁ ନିଷ୍ପତ୍ତି ନେଇଥିଲେ। ଏହି ରହସ୍ୟ କ’ଣ? ମୁଁ ଏ ପର୍ଯ୍ୟନ୍ତ ଏହି ରହସ୍ୟ ବୁଝି ପାରୁ ନାହିଁ। 

ଆପଣ ମମତା ବାନାର୍ଜୀଙ୍କ ଉପରେ କେଉଁ ଯାଦୁ କରିଥିଲ? ଯଦିଓ ରାଜନୀତିରେ ମୁଁ ଜଣେ ଯାଦୁକର ଭାବେ ପରିଚୟ ପାଇଥାଏ। ଯାଦୁ କିପରି ହେଲା? ଦେଶରେ ମୋ ଠାରୁ କ'ଣ କେହି ବଡ ଯାଦୁକର ଅଛନ୍ତି, ମୁଁ ଏହା ଆପଣଙ୍କ ଠାରୁ ବୁଝିବାକୁ ଚାହୁଁଛି। ଏହାର ଜବାବ ରଖି ଉପରାଷ୍ଟ୍ରପତି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପଚାରିଛନ୍ତି ସେହି ଯାଦୁ କ’ଣ, ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏପରି ନିଷ୍ପତ୍ତି ନେଇଛନ୍ତି। ମୁଁ ରାଜନୀତି ବାହାରେ ରହିଛି।  ମୁଖ୍ୟମନ୍ତ୍ରୀ କିପରି ଏବଂ କେଉଁ ଆଧାରରେ ରାଜନୈତିକ ନିଷ୍ପତ୍ତି ନିଅନ୍ତି ତାହା କେବଳ ଅଶୋକ ଗେହଲୋତ ଏବଂ ବସୁନ୍ଧରା ରାଜେ କହିପାରିବେ।