Narendra Modi: ଗତ ୫ ବର୍ଷ ମଧ୍ୟରେ କେତେ ସମ୍ପତ୍ତି ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି? ଆସିଲା ରିପୋର୍ଟ
Advertisement
Article Detail0/zeeodisha/odisha2248450

Narendra Modi: ଗତ ୫ ବର୍ଷ ମଧ୍ୟରେ କେତେ ସମ୍ପତ୍ତି ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି? ଆସିଲା ରିପୋର୍ଟ

Narendra Modi: ସେହିପରି ୨୦୨୦-୨୧ ରେ ୧୫,୪୧, ୮୭୦ ଓ ୨୦୨୨-୨୩ ରେ ୨୩,୫୬,୦୮୦ ଟଙ୍କାର ସମ୍ପତି ରହିଥିଲା। ସେହିପରି ପତ୍ନୀ ଯଶୋଦାବେନ୍ ଙ୍କ ସମ୍ପତ୍ତି ବିଷୟରେ କିଛି ବି ଉଲ୍ଲେଖ କରାଯାଇ ନାହିଁ। 

 

Narendra Modi: ଗତ ୫ ବର୍ଷ ମଧ୍ୟରେ କେତେ ସମ୍ପତ୍ତି ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି? ଆସିଲା ରିପୋର୍ଟ

Narendra Modi: ଦେଶରେ ଜାରି ରହିଛି ନିର୍ବାଚନୀ ମାହୋଲ। ପ୍ରଚାର କ୍ୟାମ୍ପେନରେ କମ୍ପୁଛି ପୂରପଲ୍ଲୀ। ନିଜ ନିଜ ପସନ୍ଦର ନେତାଙ୍କୁ ବାଛୁଛନ୍ତି ଜନତା । ତେବେ ଆଜି ବାରାଣାସୀରୁ ଲଢିବା ପାଇଁ ନାମାଙ୍କନ ଭରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନାମାଙ୍କନ ପାଇଁ ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରେ ମୋଦି ପହଞ୍ଚିଥିଲେ । ନାମାଙ୍କନ ପୂର୍ବରୁ କାଳଭୈରବ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ବାରାଣସୀରୁ ତୃତୀୟ ଥର ପାଇଁ ନାମାଙ୍କନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବାହ୍ନ ସାଢ଼େ ୧୧ଟାରେ ନାମାଙ୍କନ କରିଥିଲେ ନରେନ୍ଦ୍ର ମୋଦି । ବିଶାଳ ରାଲିରେ ଯାଇ ନାମାଙ୍କନ ଭରିଛନ୍ତି ମୋଦି । ଏହି ସମୟରେ ତାଙ୍କ ସହ ଉପସ୍ଥିତ ରହିଥିଲେ ୧୨ ରାଜ୍ୟର ମୁଖ୍ୟମନ୍ତ୍ରୀ । ତେବେ ସବୁଠାରୁ ବଡ଼ କଥା ହେଲା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ କି ପ୍ରଧାନମନ୍ତ୍ରୀ ମୋଦି କେତେ ସମ୍ପତ୍ତିର ମାଲିକ । 

ତେବେ ନାମାଙ୍କନ ଭରିଲା ବେଳେ ନିଜର ସମ୍ପତ୍ତିର ତାଲିକା ଦେଇଛନ୍ତି ମୋଦି । ଗତ ୫ ବର୍ଷ ମଧ୍ୟରେ ତାଙ୍କ ପାଖରେ କେତେ ସମ୍ପତ୍ତି ରହିଛି ସେ ନେଇ ଆଫିଡେବିଟ୍ ଦାଖଲ କରିଛନ୍ତି ମୋଦି। ୨୦୧୮-୧୯ ରେ ମୋଦିଙ୍କ ପାଖେ ୧୧,୧୪,୨୩୦ ଟଙ୍କାର ସମ୍ପତ୍ତି ଥିବା ବେଳେ ୨୦୨୯-୨୦ ରେ ୧୭,୦୭,୯୩୦ ଟଙ୍କା ଥିଲା। ସେହିପରି ୨୦୨୦-୨୧ ରେ ୧୫,୪୧, ୮୭୦ ଓ ୨୦୨୨-୨୩ ରେ ୨୩,୫୬,୦୮୦ ଟଙ୍କାର ସମ୍ପତି ରହିଥିଲା। ସେହିପରି ପତ୍ନୀ ଯଶୋଦାବେନ୍ ଙ୍କ ସମ୍ପତ୍ତି ବିଷୟରେ କିଛି ବି ଉଲ୍ଲେଖ କରାଯାଇ ନାହିଁ। 

ତେବେ ସର୍ବମୋଟ ତିନିକୋଟି ଦୁଇ ଲକ୍ଷ ଟଙ୍କା ମୋଦିଙ୍କ ପାଖେ ଥିବା ନେଇ ଆଫିଡେବିଟ୍ ରେ ଦର୍ଶାଯାଇଛି। ଉଲ୍ଲେଖ ଅଛି ଯେ, ୫୨ ହଜାର ୯୨୦ ନଗଦ କ୍ୟାସ୍, ୮୦ ହଜାର ୩୦୪ ଟଙ୍କାର ବ୍ୟାଙ୍କ ଡିପୋଜିଟ୍, ୨ କୋଟି ୮୫ ଲକ୍ଷର ଫିକ୍ସ ଡିପୋଜିଟ୍, ସେହିପରି ନ୍ୟାସନାଲ ସେଭିଂସ ସାର୍ଟିଫିକେଟ୍ସ ପାଖାପାଖି ୯.୧୨ ଲକ୍ଷ, ଏବଂ ଗୋଟିଏ ସୁନା ମୁଦି ଯାହାର ଓଜନ ୪୫ ଗ୍ରାମ ତଥା ୨ଲକ୍ଷ ୬୮ ହଜାରର ବୋଲି ଦର୍ଶାଯାଇଛି। 

Also Read: Kaudi Shell: କଉଡ଼ିର ଏମିତି ବ୍ୟବହାର ଆପଣଙ୍କୁ କରିବ ଧନବାନ! ଜାଣନ୍ତୁ କେମିତି

Also Read: Budh Gochar 2024: ବୁଧଙ୍କ ଗୋଚର କେବଳ ଲାଭ ନୁହେଁ ଏହି ୨ ରାଶି ପାଇଁ ଆଣୁଛି ବଡ଼ ବିପଦ!