Protest Against Inflation: ବିକ୍ଷୋଭ ବେଳେ ବାହୁବଳୀ ଭଳି ସିଲିଣ୍ଡର ଉଠାଇଲେ ମହିଳା ସାଂସଦ
Advertisement
Article Detail0/zeeodisha/odisha1266386

Protest Against Inflation: ବିକ୍ଷୋଭ ବେଳେ ବାହୁବଳୀ ଭଳି ସିଲିଣ୍ଡର ଉଠାଇଲେ ମହିଳା ସାଂସଦ

Protest Against Inflation: ଦରଦାମ ବୃଦ୍ଧି ବିରୋଧରେ ତଥା ଜିଏସଟି ଅଧିନରେ ଅନେକ ଜରୁରୀ ଖାଦ୍ୟ ସାମଗ୍ରୀ ଆଣିବାକୁ ନେଇ କଂଗ୍ରେସ ସାଂସଦ ମୋଦି ସରକାରଙ୍କ ଉପରେ ଆକ୍ରମଣ କରିଥିଲେ।

 

Protest Against Inflation: ବିକ୍ଷୋଭ ବେଳେ ବାହୁବଳୀ ଭଳି ସିଲିଣ୍ଡର ଉଠାଇଲେ ମହିଳା ସାଂସଦ

Protest Against Inflation: ଦେଶରେ ବଢୁଥିବା ଦରଦାମ ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ରରେ କ୍ଷମତସୀନ ମୋଦି ସରକାରଙ୍କୁ ଘେରିଛି କଂଗ୍ରେସ। ବୁଧବାର ଦଳ ପକ୍ଷରୁ ସଂସଦରେ ଇନ୍ଧନ ମୂଲ୍ୟ ବୃଦ୍ଧି ଏବଂ ଦରଦାମ ବୃଦ୍ଧିକୁ ବିରୋଧ କରାଯାଇଛି। ବିରୋଧି ସମୟରେ ଜଣେ ମହିଳା କଂଗ୍ରେସ ସାଂସଦ ଗ୍ୟାସ ସିଲିଣ୍ଡର ସହିତ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଥିଲା। ମହିଳା ସାଂସଦ ଜଣଙ୍କ ବାହୁବଳୀ ଶୈଳୀରେ ଗ୍ୟାସ ସିଲିଣ୍ଡର ଉଠାଇଥିବାର ଦେଖାଯାଇଥିଲା। 

ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଏବଂ ଅନ୍ୟ କେତେକ ବିରୋଧି ଦଳ ସଂସଦ ପରିସରରେ ଧାରଣା ଦେଇଥିଲେ। ଦରଦାମ ବୃଦ୍ଧି ବିରୋଧରେ ତଥା ଜିଏସଟି ଅଧିନରେ ଅନେକ ଜରୁରୀ ଖାଦ୍ୟ ସାମଗ୍ରୀ ଆଣିବାକୁ ନେଇ କଂଗ୍ରେସ ସାଂସଦ ମୋଦି ସରକାରଙ୍କ ଉପରେ ଆକ୍ରମଣ କରିଥିଲେ।  ସେମାନେ ଏକ ବ୍ୟାନର ମଧ୍ୟ ନେଇଥିଲେ ଯେଉଁଥିରେ ଗ୍ୟାସ୍ ସିଲିଣ୍ଡରର ଚିତ୍ର ରହିଥିଲା। ଯେଉଁଥିରେ ଲେଖାଥିଲା ଦରଦାମ ବୃଦ୍ଧି ହେତୁ ଦେଶର ଜନସାଧାରଣଙ୍କ ଦୈନନ୍ଦିନ ଜୀବନ ପ୍ରଭାବିତ ହେଉଛି। ସେମାନେ କିପରି ବଞ୍ଚିବେ?

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବ୍ୟତୀତ ରାଜ୍ୟସଭାରେ ବିରୋଧି ଦଳର ନେତା ମଲ୍ଲିକାର୍ଜୁନ ଖାର୍ଗ, ଲୋକସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ଅଧିର ରଞ୍ଜନ ଚୌଧୁରୀ, ଟିଆରଏସ ସାଂସଦ ନମା ନାଗେଶ୍ୱର ରାଓ ଏବଂ କେ.କେଶବ ରାଓ, ନ୍ୟାସନାଲ କନଫରେନ୍ସ ସାଂସଦ ହସନନ ମସୁଦି, ଆଇୟୁଏମଏଲ ସାଂସଦ ଇଟି ମହମ୍ମଦ ବଶିର ଏବଂ ଅନ୍ୟାନ୍ୟ ବିରୋଧି ଦଳର ସାଂସଦ ଏହି ବିକ୍ଷୋଭରେ ଯୋଗ ଦେଇଥିଲେ।

ବିରୋଧି ସାଂସଦ କ୍ଷୀର ଦହି ଉପରୁ ଜିଏସଟି ହଟାଇବାକୁ ସ୍ଲୋଗାନ ଦେଇଥିଲେ। ବୁଧବାର ଆୟୋଜିତ ହୋଇଥିବା ବିକ୍ଷୋଭରେ ଯୋଗ ଦେଇ ବିରୋଧି ଦଳର ନେତା ମଲ୍ଲିକାର୍ଜୁନ ଖାର୍ଗ କହିଛନ୍ତି ଆଜି ଅନେକ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଛି। ଏହି ସରକାର ସାଧାରଣ ଲୋକଙ୍କ ଉପରେ ଅତ୍ୟାଚାର କରୁଛି। ଆମେ ଏହାକୁ ବିରୋଧ କରିଛୁ।

ଗତ ମଙ୍ଗଳବାର ଦିନ ବିରୋଧି ଦଳ ଦରଦାମ ବୃଦ୍ଧି ପ୍ରସଙ୍ଗରେ ସଂସଦ ପରିସରରେ ଧାରଣ ଦେଇ ଉଭୟ ଗୃହରେ ହଙ୍ଗାମା କରିଥିଲେ। ଯେଉଁଥିପାଇଁ ସଂସଦ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଜିଏସଟି ପରିଷଦ ନିଷ୍ପତ୍ତି କାର୍ଯ୍ୟକାରୀ ହେବା ପରେ ସୋମବାର ଠାରୁ ଅନେକ ଖାଦ୍ୟ ସାମଗ୍ରୀର ମୂଲ୍ୟ ମହଙ୍ଗା ହୋଇଯାଇଛି। ଏଥିମଧ୍ୟରେ ପ୍ରି-ପ୍ୟାକେଜ୍ ଏବଂ ଲେବଲ୍ ଖାଦ୍ୟ ସାମଗ୍ରୀ ଯେପରିକି ମଇଦା, ପନିର୍ ଏବଂ କଦଳୀ ଅନ୍ତର୍ଭୁକ୍ତ ରହିଛି। ଏହି ଖାଦ୍ୟ ସାମଗ୍ରୀ ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହେବ।

Also Read: ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ ବର୍ଦ୍ଦି ଟାଣିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରେଣୁକା ଚୌଧରୀ