Presidential Election 2022: କାହିଁକି ରାଜ୍ୟ ଅନୁସାରେ ବଦଳିଥାଏ ବିଧାୟକଙ୍କ ଭୋଟ ମୂଲ୍ୟ?
Advertisement
Article Detail0/zeeodisha/odisha1263626

Presidential Election 2022: କାହିଁକି ରାଜ୍ୟ ଅନୁସାରେ ବଦଳିଥାଏ ବିଧାୟକଙ୍କ ଭୋଟ ମୂଲ୍ୟ?

Presidential Election 2022: ରାଷ୍ଟ୍ରପତି ନିର୍ବାଚନରେ ସଂସଦକୁ ନିର୍ବାଚିତ ହେଉଥିବା ସାଂସଦଙ୍କ ମୂଲ୍ୟ ସ୍ଥିର ରହିଥାଏ। ମାତ୍ର ଏହି ନିର୍ବାଚନରେ ଅଂଶଗ୍ରହଣ କରୁଥିବା ବିଧାୟକଙ୍କ ଭୋଟ ମୂଲ୍ୟ ଦେଶର ବିଭିନ୍ନ ରାଜ୍ୟ ଅନୁସାରେ ଭିନ୍ନ ଭିନ୍ନ ହୋଇଥାଏ। ​

Presidential Election 2022: କାହିଁକି ରାଜ୍ୟ ଅନୁସାରେ ବଦଳିଥାଏ ବିଧାୟକଙ୍କ ଭୋଟ ମୂଲ୍ୟ?

Presidential Election 2022: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରପତି ନିର୍ବାଚନ ଲାଗି ଜୁଲାଇ ୧୮ ତାରିଖ ସୋମବାର ଶେଷ ହୋଇଛି ମତଦାନ। ଆସନ୍ତା ୨୧ ତାରିଖରେ ପ୍ରକାଶ ପାଇବ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ। ଦେଶରେ ଅନୁଷ୍ଠିତ ହେଉଥିବା  ରାଷ୍ଟ୍ରପତି ନିର୍ବାଚନ ଲାଗି ଏକ ଇଲେକ୍ଟ୍ରୋରାଲ କଲେଜ ରହିଛି। ତାହା ହେଉଛି କୌଣସି ଭାରତୀୟ ନାଗରିକ ଦେଶରେ ଅନୁଷ୍ଠିତ ହେଉଥିବା ରାଷ୍ଟ୍ରପତି ନିର୍ବାଚନରେ ସିଧାସଳଖ ଅଂଶଗ୍ରହଣ କରନ୍ତି ନାହିଁ। ଏହି ଜନସାଧାରଣଙ୍କ ବଦଳରେ ସେମାନଙ୍କ ଦ୍ୱାରା ନିର୍ବାଚିତ ହେଉଥିବା ଜନପ୍ରତିନିଧି ମତଦାନ କରିଥାନ୍ତି।   

ଦେଶରେ ଅନୁଷ୍ଠିତ ହେଉଥିବା ରାଷ୍ଟ୍ରପତି ନିର୍ବାଚନରେ ସଂସଦର ଉଭୟ ଗୃହ ରାଜ୍ୟସଭା ଏବଂ ଲୋକସଭାକୁ ନିର୍ବାଚିତ ହେଉଥିବା ସାଂସଦ ଏବଂ ଦେଶର ବିଭିନ୍ନ ରାଜ୍ୟର ବିଧାନସଭାକୁ ନିର୍ବାଚିତ ହେଉଥିବା ବିଧାୟକ ମତଦାନ କରିଥାନ୍ତି। ମାତ୍ର ସଂସଦର ଉଭୟ ଗୃହ ଏବଂ ବିଧାନସଭାକୁ ମନୋନୀତ ହେଉଥିବା ସଦସ୍ୟ, ବିଧାନ ପରିଷଦ ସଦସ୍ୟ ଉଭୟ ନିର୍ବାଚିତ ଏବଂ ମନୋନୀତ ସଦସ୍ୟ ରାଷ୍ଟ୍ରପତି ନିର୍ବାଚନରେ ମତଦାନ କରିବାକୁ ଯୋଗ୍ୟ ବିବେଚିତ ହୋଇନଥାନ୍ତି। ଅର୍ଥାତ କହିବାକୁ ଗଲେ ମନୋନୀତ ସାଂସଦ, ବିଧାୟକ ଏବଂ ବିଧାନ ପରିଷଦ ସଦସ୍ୟ ରାଷ୍ଟ୍ରପତି ନିର୍ବାଚନରେ ମତଦାନ ଯୋଗ୍ୟ ବିବେଚିତ ହୋଇନଥାନ୍ତି। କାରଣ ସେମାନେ ଲୋକଙ୍କ ଦ୍ୱାରା ସିଧାସଳଖ  ନିର୍ବାଚିତ ହୋଇନଥାନ୍ତି। 

ରାଷ୍ଟ୍ରପତି ନିର୍ବାଚନରେ ସଂସଦକୁ ନିର୍ବାଚିତ ହେଉଥିବା ସାଂସଦଙ୍କ ମୂଲ୍ୟ ସ୍ଥିର ରହିଥାଏ। ମାତ୍ର ଏହି ନିର୍ବାଚନରେ ଅଂଶଗ୍ରହଣ କରୁଥିବା ବିଧାୟକଙ୍କ ଭୋଟ ମୂଲ୍ୟ ଦେଶର ବିଭିନ୍ନ ରାଜ୍ୟ ଅନୁସାରେ ଭିନ୍ନ ଭିନ୍ନ ହୋଇଥାଏ। ଦେଶରେ ଉତ୍ତର ପ୍ରଦେଶ ବିଧାୟକଙ୍କ ଭୋଟ ମୂଲ୍ୟ ସର୍ବାଧିକ ହୋଇଥିବା ବେଳେ ସିକ୍କିମ ବିଧାୟକଙ୍କ ଭୋଟ ମୂଲ୍ୟ ସର୍ବନିମ୍ନ ହୋଇଥାଏ। ବିଧାୟକଙ୍କ ଭୋଟ ମୂଲ୍ୟ ସାଂସଦଙ୍କ ଅପେକ୍ଷା କମ ହୋଇଥାଏ। ଗତ ୧୯୭୧ ମସିହାରେ ଦେଶରେ ହୋଇଥିବା ଜନଗଣନା ଅନୁଯାୟୀ ଜଣେ ବିଧାୟକଙ୍କ ଭୋଟ୍ ମୂଲ୍ୟ ସେହି ରାଜ୍ୟର ମୋଟ ଜନସଂଖ୍ୟା ଆଧାରରେ ଗଣାଯାଏ।

ମୋଟ ୪୦୩ ଆସନ ବିଶିଷ୍ଟ ଉତ୍ତର ପ୍ରଦେଶ ବିଧାନସଭାରେ ପ୍ରତ୍ୟେକ ବିଧାୟକଙ୍କ ଭୋଟ୍ ମୂଲ୍ୟ ହେଉଛି ୨୦୮। ଅର୍ଥାତ ସେମାନଙ୍କର ମୋଟ ମୂଲ୍ୟ ହେଉଛି ୮୩ ହଜାର ୮୨୪। ତାମିଲନାଡୁ ଏବଂ ଝାଡଖଣ୍ଡ ଆଦି ରାଜ୍ୟ ଦ୍ୱୟରେ ପ୍ରତ୍ୟେକ ବିଧାୟକଙ୍କ ଭୋଟ୍ ମୂଲ୍ୟ ହେଉଛି ୧୭୬। ବିଧାୟକଙ୍କ ଭୋଟ ମୂଲ୍ୟ ମହାରାଷ୍ଟ୍ରରେ ୧୭୬, ବିହାରରେ ୧୭୩ ଏବଂ ଆନ୍ଧ୍ରପ୍ରଦେଶରେ ୧୫୯ ରହିଛି। 

ଆୟତନ ଦୃଷ୍ଟିରୁ ଦେଶର ଛୋଟ ରାଜ୍ୟ ସିକ୍କିମର ପ୍ରତ୍ୟେକ ବିଧାୟକଙ୍କ ଭୋଟ୍ ମୂଲ୍ୟ ହେଉଛି ୭। ଏହା ସହିତ ମିଜୋରାମ ଏବଂ ଅରୁଣାଚଳ ପ୍ରଦେଶର ପ୍ରତ୍ୟେକ ବିଧାୟକ ଭୋଟ ମୂଲ୍ୟ ହେଉଛି ୮। ଏହି ସଂଖ୍ୟା ନାଗାଲାଣ୍ଡରେ ୯, ମେଘାଳୟରେ ୧୭, ମଣିପୁରରେ ୧୮ ଏବଂ ଗୋଆରେ ୨୦ ଏବଂ ବିଧାନସଭା ରହିଥିବା କେନ୍ଦ୍ର ଶାସିତ ଅଞ୍ଚଳ ପୁଦୁଚେରରୀରେ ବିଧାୟକଙ୍କ ଭୋଟ ମୂଲ୍ୟ ହେଉଛି ୧୬।

ମୋଟ ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ପ୍ରତ୍ୟେକ ବିଧାୟକଙ୍କ ଭୋଟ ମୂଲ୍ୟ ହେଉଛି ୧୭୫। ଏହି କ୍ରମରେ ବିହାର ବିଧାୟକଙ୍କ ଭୋଟ ମୂଲ୍ୟ ହେଉଛି ୧୭୩। ଆନ୍ଧ୍ର ପ୍ରଦେଶ ବିଧାୟକଙ୍କ ଭୋଟ୍ ମୂଲ୍ୟ ହେଉଛି ୧୫୯। ମୋଟ ୨୩୪ ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭାର ମୋଟ ଭୋଟ୍ ମୂଲ୍ୟ ହେଉଛି ୪୧, ୧୮୪। ମୋଟ ୮୧  ସଦସ୍ୟ ବିଶିଷ୍ଟ ଝାଡଖଣ୍ଡ ବିଧାନସଭାର ମୋଟ ଭୋଟ୍ ମୂଲ୍ୟ ହେଉଛି ୧୪,୨୫୬। ମହାରାଷ୍ଟ୍ର ବିଧାନସଭାର ମୋଟ ଭୋଟ୍ ମୂଲ୍ୟ ହେଉଛି ୫୦ ହଜାର ୪୦୦। ମୋଟ ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାର ମୋଟ ଭୋଟ ମୂଲ୍ୟ ହେଉଛି ୪୨ ହଜାର ୩୯। ମୋଟ ୧୭୫ ସଦସ୍ୟ ବିଶିଷ୍ଟ ଆନ୍ଧ୍ରପ୍ରଦେଶ ବିଧାନସଭାର ମୋଟ ଭୋଟ ମୂଲ୍ୟ ହେଉଛି ୨୭ ହଜାର ୮୨୫। 

ମୋଟ ୩୨ ଆସନ ବିଶିଷ୍ଟ ସିକ୍କିମରେ ବିଧାୟକଙ୍କ ମୋଟ ଭୋଟ୍ ମୂଲ୍ୟ ହେଉଛି ୨୨୪। ମୋଟ ୪୦ ଆସନ ବିଶିଷ୍ଟ ମିଜୋରାମରେ ବିଧାୟକଙ୍କ ଭୋଟ ମୂଲ୍ୟ ହେଉଛି ୩୨୦। ମୋଟ ୬୦ ଆସନ ବିଶିଷ୍ଟ ଅରୁଣାଚଳ ପ୍ରଦେଶରେ ବିଧାୟକଙ୍କ ମୋଟ ଭୋଟ ମୂଲ୍ୟ ହେଉଛି ୪୮୦। ମୋଟ ୬୦ ଆସନ ବିଶିଷ୍ଟ ନାଗାଲାଣ୍ଡ ବିଧାନସଭାର ବିଧାୟକଙ୍କ ମୋଟ ଭୋଟ୍ ମୂଲ୍ୟ ହେଉଛି ୫୪୦। ମୋଟ ୬୦ ଆସନ ବିଶିଷ୍ଟ ମେଘାଳୟରେ ବିଧାୟକଙ୍କ ମୋଟ ଭୋଟ୍ ମୂଲ୍ୟ ହେଉଛି ୧୦୨୦। ୬୦ ଆସନ ବିଶିଷ୍ଟ ମଣିପୁର ବିଧାନସଭାରେ ବିଧାୟକଙ୍କ ମୋଟ ଭୋଟ୍ ମୂଲ୍ୟ ହେଉଛି ୧୦୮୦। ୪୦ ସଦସ୍ୟ ବିଶିଷ୍ଟ ଗୋଆରେ ମୋଟ ବିଧାୟକଙ୍କ ମୋଟ ଭୋଟ୍ ମୂଲ୍ୟ ହେଉଛି ୮୦୦।  

ରାଷ୍ଟ୍ରପତି ନିର୍ବାଚନରେ ​​ସାଂସଦଙ୍କ ଭୋଟର ମୂଲ୍ୟର ଗଣିତ ଅଲଗା ହୋଇଥାଏ। ସର୍ବପ୍ରଥମେ ସମସ୍ତ ରାଜ୍ୟର ବିଧାନସଭାକୁ ନିର୍ବାଚିତ ହେଉଥିବା ବିଧାୟକଙ୍କ ଭୋଟ ମୂଲ୍ୟ ଏହା ସହ ଯୋଡା ଯାଇଥାଏ। ଏହି ସାମୂହିକ ମୂଲ୍ୟକୁ ରାଜ୍ୟସଭା ଏବଂ ଲୋକସଭାର ସମୁଦାୟ ସଦସ୍ୟଙ୍କ ଦ୍ୱାରା ବିଭକ୍ତ କରାଯାଏ। ଏହି ଉପାୟରେ ପ୍ରାପ୍ତ ସଂଖ୍ୟା ହେଉଛି ଜଣେ ସାଂସଦଙ୍କ ଭୋଟ ମୂଲ୍ୟ। ଦେଶରେ ମୋଟ ୭୮୮ ସାଂସଦ ଅଛନ୍ତି। ମାତ୍ର ସେମାନଙ୍କ ମଧ୍ୟରୁ ରାଜ୍ୟସଭାକୁ ମନୋନୀତ ହେଉଥିବା ୧୨ ଜଣ ସାଂସଦ ରାଷ୍ଟ୍ରପତି ନିର୍ବାଚନରେ ମତଦାନ କରିବାକୁ ଯୋଗ୍ୟ ବିବେଚିତ ହୋଇନଥାନ୍ତି। ଏହି ଆଧାରରେ ମୋଟ ୭୭୬ ଜଣ ସାଂସଦ ମତଦାନ କରିଥାନ୍ତି। ପ୍ରତ୍ୟେକ ସାଂସଦଙ୍କ ଭୋଟ ମୂଲ୍ୟ ୭୦୮ ରହିଥିବା ବେଳେ ବର୍ତ୍ତମାନ ଏହା ୭୦୦ ହୋଇଯାଇଛି। ଦେଶରେ ମୋଟ ୪୧୨୦ ବିଧାୟକ ଅଛନ୍ତି।  

ଜଣେ ବିଧାୟକଙ୍କ ଭୋଟ ମୂଲ୍ୟ କେତେ ହେବ ତାହା ସେଠାକାର ଜନସଂଖ୍ୟା ଆଧାରରେ ସ୍ଥିର ହୋଇଥାଏ। ଗୋଟିଏ ବିଧାୟକଙ୍କ ଭୋଟ ମୂଲ୍ୟ ହିସାବ କରିବାକୁ ହେଲେ ରାଜ୍ୟର ଜନସଂଖ୍ୟାକୁ ସମୁଦାୟ ବିଧାୟକଙ୍କ ସଂଖ୍ୟା ଦ୍ୱାରା ବିଭକ୍ତ କରାଯାଏ। ଏହି ଉପାୟରେ ପ୍ରାପ୍ତ ସଂଖ୍ୟାକୁ ପୁଣି ୧୦୦୦ ଦ୍ୱାରା ବିଭକ୍ତ କରାଯାଏ। ଏହି ଉପାୟରେ ପ୍ରାପ୍ତ ସଂଖ୍ୟା ହେଉଛି ଜଣେ ବିଧାୟକଙ୍କ ଭୋଟ ମୂଲ୍ୟ।

Also Read: Presidential Election 2022: କାହିଁକି କମିଲା ସାଂସଦଙ୍କ ଭୋଟ ମୂଲ୍ୟ?

Also Read: President Election 2022: ସଂଖ୍ୟା ବଳ ଆଧାରରେ କାହା ପଲ୍ଲା ଭାରୀ? ଏନଡିଏ ନା ବିରୋଧି

Also Read: Presidential Election 2022: ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ମିଳିବ କେତେ ଭୋଟ?