Padampur Bypoll 2022: ମଇଦାନରେ ୧୦ ପ୍ରାର୍ଥୀ, ୫ ଡିସେମ୍ବରରେ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା
Advertisement

Padampur Bypoll 2022: ମଇଦାନରେ ୧୦ ପ୍ରାର୍ଥୀ, ୫ ଡିସେମ୍ବରରେ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା

Padampur Nirvachan News: ପଦମପୁର ଉପନିର୍ବାଚନ ପାଇଁ ରାଜ୍ୟର ୩ ପ୍ରମୁଖ ଦଳ ସେମାନଙ୍କର ପ୍ରାର୍ଥୀ ଦେଇଛନ୍ତି। କଂଗ୍ରେସ ପକ୍ଷରୁ ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁ, ବିଜେପି ପକ୍ଷରୁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଏବଂ ବିଜେଡି ପକ୍ଷରୁ ପୂର୍ବତନ ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ଝିଅ ବର୍ଷା ସିଂହ ବରିହା ପ୍ରାର୍ଥୀ ହୋଇଛନ୍ତି। 

 Padampur Bypoll 2022: ମଇଦାନରେ ୧୦ ପ୍ରାର୍ଥୀ, ୫ ଡିସେମ୍ବରରେ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା
 
Padampur By Election 2022: ଦିନକୁ ଦିନ ପାଖେଇ ଆସିଲାଣି ପଦମପୁର ଉପନିର୍ବାଚନ। ଏହି ନିର୍ବାଚନ ପାଇଁ ଆସନ୍ତା ୫ ତାରିଖରେ ହେବାକୁ ଯାଉଛି ମତଦାନ। ପଦମପୁର ଉପନିର୍ବାଚନରେ ମୋଟ ୧୦ ଜଣ ପାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା। ମୋଟ ୧୩ ଜଣ ପ୍ରାର୍ଥୀ ଏହି ନିର୍ବାଚନ ପାଇଁ କରିଥିଲେ ନାମାଙ୍କନ ଦାଖଲ। ସେମାନଙ୍କ ମଧ୍ୟରୁ ୨ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ନାମାଙ୍କନ ଯାଞ୍ଚ ବେଳେ ଖାରଜ ହୋଇଯାଇଛି। ଅନ୍ୟଜଣେ ପ୍ରାର୍ଥୀ ତାଙ୍କର ନାମାଙ୍କନ ପ୍ରତ୍ୟାହାର କରି ନେଇଛନ୍ତି।
 
ପଦମପୁର ଉପନିର୍ବାଚନ (Padampur By Election 2022) ପାଇଁ ରାଜ୍ୟର ୩ ପ୍ରମୁଖ ଦଳ ସେମାନଙ୍କର ପ୍ରାର୍ଥୀ ଦେଇଛନ୍ତି। କଂଗ୍ରେସ (Congress) ପକ୍ଷରୁ ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁ (Sataya Bhusan Sahu), ବିଜେପି (BJP) ପକ୍ଷରୁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ (Pradeep Purohit) ଏବଂ ବିଜେଡି (BJD) ପକ୍ଷରୁ ପୂର୍ବତନ ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ (Bijaya Ranjan Singh Bariha ) ଝିଅ ବର୍ଷା ସିଂହ ବରିହା (Barsha Singh Bariha) ପ୍ରାର୍ଥୀ ହୋଇଛନ୍ତି। ଏହି ୩ ପ୍ରମୁଖ ଦଳର ପ୍ରାର୍ଥୀ ୧୭ ନଭେମ୍ବରରେ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
 
ପଦମପୁର ଉପନିର୍ବାଚନ (Padampur Bypoll 2022) ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (Odisha Chief Electoral Officer) ସୁଶୀଲ କୁମାର ଲୋହାନି (Sushil Kumar Lohani)। ଏନେଇ ସେ କହିଛନ୍ତି ନାମାଙ୍କନ ଯାଞ୍ଚ ବେଳେ ଦୁଇ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ ହୋଇଯାଇଛି। ପଦମପୁର ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ନିଧନ ପରେ ଏହି ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି। ଗତ ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟ ରଞ୍ଜନ ସିଂହ ବରିହା ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ପରାସ୍ତ କରିଥିଲେ।  
 
ପଦମପୁର ନିର୍ବାଚନମଣ୍ଡଳୀର ମୋଟ ମତଦାତାଙ୍କ ସଂଖ୍ୟା ହେଉଛି ୨ ଲକ୍ଷ ୫୭ ହଜାର ୪୭୪। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୨୯ ହଜାର ୪୯୭ ଜଣ ପୁରୁଷ, ୧ ଲକ୍ଷ ୨୭ ହଜାର ୯୬୫ ମହିଳା, ୧୨ ଜଣ ତୃତୀୟ ଲିଙ୍ଗ ଏବଂ ୧୯୯ ଜଣ ଚାକିରିଆ ଭୋଟର ଅଛନ୍ତି। ମୋଟ ୩୧୯ ମତଦାନ କେନ୍ଦ୍ରରେ ଅନୁଷ୍ଠିତ ହେବ ଭୋଟଗ୍ରହଣ। ଏହା ମଧ୍ୟରୁ ୭୪ ମତଦାନ କେନ୍ଦ୍ର ବାମପନ୍ଥୀ ଉଗ୍ରବାଦ ପାଇଁ ଅସୁରକ୍ଷିତ ବୋଲି ଚିହ୍ନଟ ହୋଇଥିବାବେଳେ ଅନ୍ୟ ୭୮ ବୁଥ ସମ୍ବେଦନଶୀଳ ବୋଲି ଚିହ୍ନିତ ହୋଇଛି। 
 
ଶାନ୍ତିଶୃଙ୍ଖଳାର ସହ ମତଦାନ ଅନୁଷ୍ଠତ କରାଇବା ପାଇଁ ଏହି ନିର୍ବାଚନମଣ୍ଡଳୀରେ ୯ କମ୍ପାନୀ (ଗୋଟିଏ କମ୍ପାନୀ ୧୦୦ କର୍ମଚାରୀଙ୍କୁ ନେଇ ଗଠିତ) କେନ୍ଦ୍ରୀୟ ସୁରକ୍ଷା ବଳ ଏବଂ ୪୧ ପ୍ଲାଟୁନ୍ (ଗୋଟିଏ ପ୍ଲାଟୁନ୍ ୩୦ ଜଣ କର୍ମଚାରୀଙ୍କୁ ନେଇ ଗଠିତ) ରାଜ୍ୟ ପୋଲିସ ବଳର ଯବାନଙ୍କୁ ନିୟୋଜିତ କରାଯିବ। ମୋଟ ୧୬୦ ମତଦାନ କେନ୍ଦ୍ରରେ ୱେବକାଷ୍ଟିଂ କରାଯିବ। ଯାହା ମୋଟ ବୁଥ ସଂଖ୍ୟାର ଅଧା।
 
ପଦମପୁର ଉପନିର୍ବାଚନ ପାଇଁ ୫ ନଭେମ୍ବରରୁ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି। ଶୀତ ଋତୁ ଏବଂ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳକୁ (Left Wing Affected Area) ଦୃଷ୍ଟିରେ ରଖି ସକାଳ ସାତଟାରୁ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ମତଦାନ। ଡିସେମ୍ବର ୮ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।