UP Politics: ସମାଜବାଦୀ ପାର୍ଟି ସହ ମେଣ୍ଟ ଭାଙ୍ଗିବା ପରେ ପ୍ରତିକ୍ରିୟା ରଖିଲେ ଓମ ପ୍ରକାଶ ରାଜଭର
Advertisement
Article Detail0/zeeodisha/odisha1273815

UP Politics: ସମାଜବାଦୀ ପାର୍ଟି ସହ ମେଣ୍ଟ ଭାଙ୍ଗିବା ପରେ ପ୍ରତିକ୍ରିୟା ରଖିଲେ ଓମ ପ୍ରକାଶ ରାଜଭର

OP Rajbhar targets Akhilesh Yadav: ଓମ ପ୍ରକାଶ ରାଜଭାରଙ୍କ ଏକ ବୟାନର ଭିଡି଼ଓ ସୋସିଆଲ ମିଡି଼ଆରେ ଭାଇରାଲ ହେଉଛି। ଯେଉଁଥିରେ ସେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ କଟାକ୍ଷ କରିବାକୁ ପଛାଉନାହାଁନ୍ତି। 

UP Politics: ସମାଜବାଦୀ ପାର୍ଟି ସହ ମେଣ୍ଟ ଭାଙ୍ଗିବା ପରେ ପ୍ରତିକ୍ରିୟା ରଖିଲେ ଓମ ପ୍ରକାଶ ରାଜଭର

OP Rajbhar targets Akhilesh Yadav: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ତାଙ୍କ ଚାଚା ଶିବପାଲ ଯାଦବ ଏବଂ ମେଣ୍ଟ ସହଯୋଗୀ ସୁହଲଦେବ ଭାରତୀୟ ସମାଜ ପାର୍ଟି ଅଧ୍ୟକ୍ଷ ଓମ ପ୍ରକାଶ ରାଜଭାରଙ୍କ ବାବଦରେ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ ପରେ ଉତ୍ତର ପ୍ରଦେଶ ରାଜନୀତି ଉଠିଛି ଅନେକ ପ୍ରଶ୍ନ। ସମାଜବାଦୀ ପାର୍ଟି ସହ ମେଣ୍ଟ ଭାଙ୍ଗିବା ପରେ ସୁହଲଦେବ ଭାରତୀୟ ସମାଜ ପାର୍ଟି ଅଧ୍ୟକ୍ଷ ଓମ ପ୍ରକାଶ ରାଜଭାର ଚାଚା ଶିବପାଲ ଯାଦବ ଏବଂ  ଅପର୍ଣ୍ଣା ଯାଦବଙ୍କ ଉଦାହରଣ ଦେଇ ଅଖିଳେଶ ଯାଦବଙ୍କୁ କଟାକ୍ଷ କରି କହିଛନ୍ତି ତାଙ୍କ ଦ୍ୱାରା ଭୁଲ କରାଯାଇଛି। ଲୋକେ ଜାଣି ନାହାଁନ୍ତି ବିଷ କ'ଣ କରିପାରିବ? ତଥାପି ସେମାନେ ଏହାକୁ ଖାଇଯାଉଛନ୍ତି। 

ସୁହଲଦେବ ଭାରତୀୟ ସମାଜ ପାର୍ଟି (Suheldev Bharatiya Samaj Party) ଅଧ୍ୟକ୍ଷ ଓମ ପ୍ରକାଶ ରାଜଭାରଙ୍କ (Om Prakash Rajbhar) ଏହି ବୟାନର ଭିଡି଼ଓ ସୋସିଆଲ ମିଡି଼ଆରେ ଭାଇରାଲ ହେଉଛି। ଯେଉଁଥିରେ ସେ ସମାଜବାଦୀ ପାର୍ଟି (Samajwadi Party) ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ (Akhilesh Yadav) କଟାକ୍ଷ କରିବାକୁ ପଛାଉନାହାଁନ୍ତି। ଏନେଇ ସେ କହିଛନ୍ତି ଅଖିଳେଶ ଯାଦବ କହୁଛନ୍ତି ଯେ ମୋତେ ଭୁଲ ବୋଲି କହୁଛନ୍ତି। ଯାହାକୁ ମୁଁ ମାନି ନେଉଛି। ମାତ୍ର ତାଙ୍କ ଚାଚା ଶିବପାଲ ଯାଦବ (Shivpal Yadav) ଏବଂ ଅପର୍ଣ୍ଣା ଯାଦବଙ୍କ (Aparna Yadav) ବାବଦରେ କ'ଣ କହିବେ। ସେ ତାଙ୍କର ପରିବାର ସଦସ୍ୟଙ୍କ ବାବଦରେ କ'ଣ କହିବେ? ସେମାନେ କ'ଣ ସମସ୍ତେ ଭୁଲ? ସେ ତାଙ୍କ ପରିବାରକୁ ସମ୍ଭାଳି ପାରୁନାହାନ୍ତି। ମାତ୍ର ଆମ ଉପରେ ବୟାନ ବାଜି କରିବାରେ ଲାଗିଛନ୍ତି। 

ଗତ ୨୦୧୭ ବିଧାନସଭା ନିର୍ବାଚନ ପର ଠାରୁ ଉତ୍ତର ପ୍ରଦେଶ ରାଜନୀତିରେ ଅନେକ ପ୍ରକାର ପରୀକ୍ଷଣ କରିସାରିଛନ୍ତି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ। କେତେବେଳେ ସେ କଂଗ୍ରେସ ହାତ ଧରିଛନ୍ତି ଆଉ କେତେବେଳେ ରାଜ୍ୟ ରାଜନୀତିରେ ସକ୍ରିୟ ରହିଥିବା ଜାତିଭିତ୍ତିକ ଆଞ୍ଚଳିକ ଦଳ ସହ  ବୁଝାମଣା କରିଛନ୍ତି। ହେଲେ ତାଙ୍କର ସମସ୍ତ ପ୍ରୟାସ ବିଫଳ ହୋଇଛି। ଯଦି ସମସ୍ତ ରାଜନୈତିକ ପରୀକ୍ଷଣ ବିଫଳ ହୁଏ ତାହେଲେ ତାଙ୍କ ହାତ ଛାଡିଥିବା ଲୋକେ ତାଙ୍କର ରାଜନୈତିକ ପରିପକ୍ୱତାକୁ ନେଇ କଟାକ୍ଷ କରିବାର କୌଣସି ସୁଯୋଗ ଛାଡି ନାହାଁନ୍ତି। ଅଖିଳେଶ ଯାଦବ ବୋଧହୁଏ ବର୍ତ୍ତମାନ ଏକ ନୂତନ ରଣନୀତି ଆଧାରରେ ଆଗକୁ ବଢିବାକୁ ଚାହୁଁଛନ୍ତି। ଏହି କାରଣରୁ ସେ ତାଙ୍କ ଚାଚା ଶିବପାଲ ଯାଦବ ଏବଂ ଓମ ପ୍ରକାଶ ରାଜଭାରଙ୍କ ଠାରୁ ଦୂରେଇ ଯାଇଛନ୍ତି।

ଆତ୍ମ ସମ୍ମାନକୁ ନେଇ ଅଖିଲେଶ ଯାଦବ ଏବଂ ତାଙ୍କ ଚାଚା ଶିବପାଲ ଯାଦବଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଥମିନାହିଁ। ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ଶିବପାଲ ଯାଦବ ସମାଜବାଦୀ ପାର୍ଟିର ମୂଳ ଭୋଟ ବ୍ୟାଙ୍କ ଉପରେ କେତେ ପ୍ରଭାବ ବିସ୍ତାର କରିପାରିବେ ତାହା ଆଗାମୀ ଦିନରେ  ଜଣାପଡିବ।ଅନ୍ୟପଟେ ଶିବପାଲ ଯାଦବ ଏବଂ ଓମ ପ୍ରକାଶ ରାଜଭାରଙ୍କ ଆଗାମୀ ରଣନୀତି କ'ଣ ହେବ ଏବଂ ଲଗାତାର ଚାରୋଟି ନିର୍ବାଚନ ହାରିବା ପରେ ପଞ୍ଚମ ନିର୍ବାଚନ ଜିତିବା ପାଇଁ କେଉଁ ରଣନୀତି ଆପଣାଉଛନ୍ତି ତାହା ଆଗାମୀ ଦିନରେ ଜଣାପଡ଼ିବ। 

Also Read: UP Politics: ସମାଜବାଦୀ ପାର୍ଟି ସହ ମେଣ୍ଟ ଭାଙ୍ଗିବା ପରେ ପ୍ରତିକ୍ରିୟା ରଖିଲେ ଓମ ପ୍ରକାଶ ରାଜଭର

Also Read: Uttar Pradesh Politics: ଅଖିଲେଶ ଯାଦବଙ୍କୁ ଘେରିବେ ଓମ ପ୍ରକାର ରାଜଭର