Rajanagar Politics: ବିଧାନସଭା ନିର୍ବାଚନ ପୂର୍ବରୁ ରାଜନଗର ବିଜେପିରେ ଫାଟ
Advertisement
Article Detail0/zeeodisha/odisha1782480

Rajanagar Politics: ବିଧାନସଭା ନିର୍ବାଚନ ପୂର୍ବରୁ ରାଜନଗର ବିଜେପିରେ ଫାଟ

Rajanagar BJP Candiate 2024:  ଆସନ୍ତାବର୍ଷ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ କିଏ ହେବ ବିଜେପି ବିଧାୟକ ପ୍ରାର୍ଥୀ ତାହାକୁ ନେଇ ଏବେ ଠାରୁ ସରଗରମ ହୋଇଉଠିଛି କେନ୍ଦ୍ରାପଡ଼ା ଲୋକସଭା ଆସନ ଅଧିନସ୍ଥ ରାଜନଗର ନିର୍ବାଚନଣ୍ଡଳୀ।

Rajanagar Politics: ବିଧାନସଭା ନିର୍ବାଚନ ପୂର୍ବରୁ ରାଜନଗର ବିଜେପିରେ ଫାଟ

Crack in Rajanagar BJP: କେନ୍ଦ୍ରାପଡା ଜିଲ୍ଲା ରାଜନଗର ବିଜେପିରେ ଏବେ ଗୋଷ୍ଠୀ କନ୍ଦଳ ତୀବ୍ର ହେବାରେ ଲାଗିଛି। ବିଗତ କିଛିଦିନ ହେବ ରାଜନଗରରେ ବିଜେପିର ସମାନ୍ତରାଳ କାର୍ଯ୍ୟକ୍ରମ ରାଜନଗର ରାଜନୀତିକୁ ଉଷ୍ମ କରିଛି। ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ଟିକେଟ ହାତେଇବା ପାଇଁ କାହାର କେତେ ଦମ୍ ତାହା ଦେଖାଇବାକୁ ଚାଲିଛି ଏବେଠାରୁ ଶକ୍ତି ପ୍ରଦର୍ଶନ କାର୍ଯ୍ୟକ୍ରମ। ଗୋଟିଏ ଦିନରେ ସମାନ ସମୟରେ ମାତ୍ର ୬ କିମି ବ୍ୟବଧାନରେ ବିଜେପି ପକ୍ଷରୁ ଦୁଇ ଦୁଇଟି ଦଳୀୟ ସମାବେଶ ଦଳ ଭିତରେ ଚାଲିଥିବା ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇ ଦେଇଛି। 

ପୂର୍ବତନ ବିଧାୟକ ତଥା ୨୦୧୯ ନିର୍ବାଚନ (Odisha Assembly Election 2019) ସମୟରେ ବିଜେପି ପକ୍ଷରୁ ବିଧାୟକ ପ୍ରାର୍ଥୀ (BJP MLA Candidate) ଭାବେ ଲଢିଥିବା ଅଲେଖ କୁମାର ଜେନା (Former MLA Alekh Kumar Jena) ରାଜନଗର ନିର୍ବାଚନମଣ୍ଡଳୀରେ (Rajanagar Assembly Constituency) ଦଳୀୟ ପଦଯାତ୍ରା ଏବଂ ସମାବେଶ କରି ଶକ୍ତି ପ୍ରଦର୍ଶନ କରିଥିଲେ। ଅନ୍ୟପଟେ ଜରିମୂଳ ଠାରେ "ମନ୍‌ କି ବାତ୍"  ଜିଲ୍ଲା ସଂଯୋଜକ (Mann Ki Baat Kendrapara District Coordinator) ଅଜୟ କୁମାର ବେହେରା (Ajay Kumar Behera) ଦଳୀୟ ସମାବେଶ କରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ଉଭୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (PM Narendra Modi) ୯ ବର୍ଷ ସୁଶାସନର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏପରି ଦଳୀୟ ସମାବେଶ ଆୟୋଜନ କରିଥିଲେ ବୋଲି କହିଥିଲେ। ଆସନ୍ତା ୨୦୨୪ ନିର୍ବାଚନ (Odisha Assembly Election 2014) ପୂର୍ବରୁ ଏହି ଦଳୀୟ ସମାବେଶ ଟିକେଟ ପାଇଁ ଶକ୍ତି ପ୍ରଦର୍ଶନ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। 

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜନଗର ରାଜନୀତି (Rajanagar Politics) ଚଳଚଞ୍ଚଳ ହୋଇଉଠିଛି। ଏକଦା ରାଜ୍ୟ ରାଜନୀତିରେ ରାଜ କରୁଥିବା ରାଜନଗର ନିର୍ବାଚନମଣ୍ଡଳୀ କେନ୍ଦ୍ରାପଡା ଜିଲ୍ଲାର (Kendrapara District) ସବୁଠୁ ସମ୍ବେଦନଶୀଳ ନିର୍ବାଚନମଣ୍ଡଳୀ ଭାବେ ପରିଚିତ। ବିଗତ କିଛିଦିନ ହେବ ରାଜନଗର ନିର୍ବାଚନମଣ୍ଡଳୀରେ ରାଜନଗର ବିଜେପିରେ ଗୋଷ୍ଠୀ କନ୍ଦଳ ବଢିବାରେ ଲାଗିଛି। ଗତ ୨୦୧୯ ନିର୍ବାଚନରେ ବିଜେପି ଦଳର ଟିକେଟ ହାତେଇବା ପାଇଁ ମାଳମାଳ ପ୍ରାର୍ଥୀ ମୁଣ୍ଡ ଟେକିଥିଲେ। ହାତୀ ସୁନା କଳସ ଢାଳିବା ଭଳି ରାଜ୍ୟ ବିଜେପି ରାଜନଗର ଆସନର ପୂର୍ବତନ ବିଧାୟକ ଅଲେଖ କୁମାର ଜେନାଙ୍କୁ ରାଜନଗର ନିର୍ବାଚନମଣ୍ଡଳୀରୁ ଦଳୀୟ ପ୍ରାର୍ଥୀ କରିଥିଲା। ମାତ୍ର ବିଜେପିରେ ଚାଲିଥିବା ଗୋଷ୍ଠୀ କନ୍ଦଳ ଦଳକୁ ପରାଜୟର ସ୍ୱାଦ ଚଖାଇବାକୁ ବାଧ୍ୟ କରିଥିଲା। 

ଗତ ୨୦୧୯ ସାଧାରଣ ନିର୍ବାଚନ ପର ଠାରୁ ଏ ପର୍ଯ୍ୟନ୍ତ ରାଜନଗର ବିଜେପିରେ ଗୋଷ୍ଠୀ କନ୍ଦଳ (Crack in Rajanagar BJP) ଦେଖିବାକୁ ମିଳୁଛି। ବିଗତ କିଛିଦିନ ତଳେ ପଟ୍ଟାମୁଣ୍ଡାଇ (Pattamundai) ଠାରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ (Union Minister Bishweswar Tudu) ସମାବେଶ କରିଥିଲେ। ସେଥିରେ ପୂର୍ବତନ ବିଧାୟକ ଅଲେଖ କୁମାର ଜେନା ଏବଂ ତାଙ୍କ ସମର୍ଥକଙ୍କୁ ଦେଖିବାକୁ ମିଳିନଥିଲା। ଗତ ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ଟିକେଟ ନ ପାଇ ସ୍ୱାଧିନ ଭାବେ ନିର୍ବାଚନ ଲଢିଥିବା ଅଜୟ ବେହେରାଙ୍କ ନେତୃତ୍ୱରେ ପଟ୍ଟାମୁଣ୍ଡାଇ ଠାରେ କେନ୍ଦ୍ରମନ୍ତ୍ରୀ ସମାବେଶ କରିଥିଲେ। ଠିକ୍ ସେହିପରି ପୂର୍ବତନ କେନ୍ଦ୍ରାପଡ଼ା ସାଂସଦ (Former Kendrapara Lok Sabha MP) ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ (BJP National Vice President) ବୈଜୟନ୍ତ ପଣ୍ଡାଙ୍କ (Baijayant Panda) ସମାବେଶରେ ଅଲେଖ ଜେନାଙ୍କୁ ଦେଖିବାକୁ ମିଳୁନାହିଁ। 

ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଥିବାରୁ ରାଜନଗର ଆସନରୁ କିଏ ହେବେ ବିଜେପି ପ୍ରାର୍ଥୀ ସେଥିପାଇଁ ଆରମ୍ଭ ହୋଇଛି ଶକ୍ତି ପ୍ରଦର୍ଶନ। ଗୋଟିଏ ଦିନରେ ପୂର୍ବତନ ବିଧାୟକ ଅଲେଖ ଜେନା ତାଙ୍କ ସମର୍ଥକଙ୍କୁ ନେଇ ରାଜନଗର ବଜାରରେ ଜନ ସମାବେଶ ନାମରେ ରାଲି ଏବଂ ସମାବେଶ କରୁଥିଲେ। ଅନ୍ୟପଟେ ଅଜୟ କୁମାର ବେହେରା ରାଜନଗର ବ୍ଲକ ଜରିମୂଳ ଠାରେ ତାଙ୍କ ସମର୍ଥକଙ୍କୁ ନେଇ ମଣ୍ଡଳ ସମାବେଶ ନାମରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ନିଜ ପ୍ରତିକ୍ରିୟାରେ ପରସ୍ପର ବିରୋଧରେ କିଛି କହି ନ ଥିଲେ ମଧ୍ୟ ଗୋଟିଏ ଦିନରେ ଦୁଇ ଦୁଇଟି ସମାନ୍ତରାଳ କାର୍ଯ୍ୟକ୍ରମ ବିଜେପି ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି। ଆଉ ଦିନ କେଇଟା ପରେ ରାଜ୍ୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ପ୍ରମୁଖ ୩ ରାଜନୈତିକ ଦଳ ନିଜ ସପକ୍ଷରେ ଭୋଟ ହାତେଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି। ଏହି ସମୟରେ ବିଜେପି ଗୋଷ୍ଠୀ କନ୍ଦଳ ଅନ୍ୟ ଦୁଇ ଦଳକୁ ରାଜନୈତିକ ଫାଇଦା ଦେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।