Odisha Election 2024: ୨୮ରେ ଆସିବେ ରାହୁଲ ଗାନ୍ଧି
Advertisement

Odisha Election 2024: ୨୮ରେ ଆସିବେ ରାହୁଲ ଗାନ୍ଧି


Odisha Election 2024 : କଂଗ୍ରେସର ଷ୍ଟାର ପ୍ରଚାରକ ତଥା କେରଳର ଓ୍ୱାଇନାଡ଼ ନିର୍ବାଚନ ମଣ୍ଡଳୀରୁ ସାଂସଦ ପ୍ରାର୍ଥୀ ହୋଇଥିବା ରାହୁଲ ଗାନ୍ଧି ଓଡ଼ିଶା ଆସିବେ। ମଧୁବାବୁଙ୍କ ଜୟନ୍ତୀ ତଥା ଆସନ୍ତା ୨୮ ତାରିଖରେ ତାଙ୍କ ଗସ୍ତ ସ୍ଥିର କରାଯାଇଛି। ସେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ଅବସରରେ ତାଙ୍କ ଜନ୍ମଭୂମି ସତ୍ୟଭାମାପୁରରେ ଆୟୋଜିତ ଏକ ସାଧାରଣ ସଭାରେ ଉଦ୍‍ବୋଧନ ଦେବେ। 

ସୌଜନ୍ୟ-ସୋସିଆଲ୍ ମିଡିଆ

Odisha Election 2024 (ଭୁବନେଶ୍ୱର) : କଂଗ୍ରେସର ଷ୍ଟାର ପ୍ରଚାରକ ତଥା କେରଳର ଓ୍ୱାଇନାଡ଼ ନିର୍ବାଚନ ମଣ୍ଡଳୀରୁ ସାଂସଦ ପ୍ରାର୍ଥୀ ହୋଇଥିବା ରାହୁଲ ଗାନ୍ଧି ଓଡ଼ିଶା ଆସିବେ। ମଧୁବାବୁଙ୍କ ଜୟନ୍ତୀ ତଥା ଆସନ୍ତା ୨୮ ତାରିଖରେ ତାଙ୍କ ଗସ୍ତ ସ୍ଥିର କରାଯାଇଛି। ସେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ଅବସରରେ ତାଙ୍କ ଜନ୍ମଭୂମି ସତ୍ୟଭାମାପୁରରେ ଆୟୋଜିତ ଏକ ସାଧାରଣ ସଭାରେ ଉଦ୍‍ବୋଧନ ଦେବେ। ଏଆଇସିସି ପକ୍ଷରୁ ଏହା ସ୍ଥିର କରାଯାଇଥିବା ପିସିସି ପକ୍ଷରୁ ସୂଚନା ଦିଆଯାଇଛି।  ଏ ଭିତରେ ରାଜ୍ୟ କଂଗ୍ରେସ ନିଜର ପୟଚାର ଆରମ୍ଭ କରିବାକୁ ଯାଉଛି। ପୁରୀରୁ ଏହି ପ୍ରଚାର ଅଭିଯାନ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଜାତୀୟ କଂଗ୍ରେସର ନିର୍ବାଚନ ଇସ୍ତାହାରକୁ ବୁଥସ୍ତରରେ ପହଞ୍ଚାଇବା ଏବଂ କଂଗ୍ରେସ ଭୋଟକୁ ପୁଣିଥରେ ସକ୍ରିୟ କରିବା ଲାଗି ରାଜ୍ୟ କଂଗ୍ରେସ ଜୋରଦାର ପ୍ରଚାର କରିବ ବୋଲି କୁହାଯାଇଛି। ବିଶେଷ କରି ୫ ନ୍ୟାୟ ଏବଂ ୨୫ ଗ୍ୟାରେଣ୍ଟି ଏବଂ ରାଜ୍ୟ କଂଗ୍ରେସ ଦେଇଥିବା ୯ ଗ୍ୟାରେଣ୍ଟିକୁ ଏହି ପ୍ରଚାର ସମାବେଶରେ ସାମଲ କରାଯାଇଛି।