ଘର ଝିଅ ପାଇଁ ବାହାରିଲେ ସୁର; କହିଲେ, ସୋନିଆ ଫ୍ରି ଛାଡ଼ନ୍ତୁ
Advertisement
Article Detail0/zeeodisha/odisha1232485

ଘର ଝିଅ ପାଇଁ ବାହାରିଲେ ସୁର; କହିଲେ, ସୋନିଆ ଫ୍ରି ଛାଡ଼ନ୍ତୁ

ଦ୍ରୌପଦୀଙ୍କୁ ନିର୍ଦ୍ୱନ୍ଦ୍ୱରେ ସୋନିଆ ଗାନ୍ଧୀ (Sonia Gandhi) ନିର୍ବାଚିତ କରାନ୍ତୁ ବୋଲି ସୁର କହିଛନ୍ତି । ଏପରିକି ସେ ଦ୍ରୌପଦୀ ମୁର୍ମୁଙ୍କୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ କରିବା ପାଇଁ ନିଷ୍ପତ୍ତି ନେବାକୁ ସୋନିଆ ଗାନ୍ଧୀଙ୍କୁ ପ୍ରସ୍ତାବ ଦେଇଥିବା କହିଛନ୍ତି । ଯାହା ଦ୍ୱାରା ଦେଶ ଜଣେ ଭଲ ମହିଳା ରାଷ୍ଟ୍ରପତି ପାଇବ ବୋଲି ସୁର ଉଲ୍ଲେଖ କରିଛନ୍ତି । 

ଡିଜାଇନ୍ ଫଟୋ

ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ଦଳୀୟ ଆଭିମୁଖ୍ୟକୁ ନେଇ ଚୁପ ରହିଥିବା କଂଗ୍ରେସ ନେତା ସୁରେଶ ରାଉତରାୟ ଏବେ ମୁହଁ ଖୋଲିଛନ୍ତି । ନିର୍ବାଚନରେ ଦ୍ରୌପଦୀଙ୍କୁ ନିର୍ଦ୍ୱନ୍ଦ୍ୱରେ ସୋନିଆ ଗାନ୍ଧୀ ନିର୍ବାଚିତ କରାନ୍ତୁ ବୋଲି ଶନିବାର ସୁର କହିଛନ୍ତି । ଏହାକୁ ନେଇ ସେ କଂଗ୍ରେସ ହାଇକମାଣ୍ଡକୁ ଚିଠି ଲେଖିଥିବା ମଧ୍ୟ କହିଛନ୍ତି । ସୁରଙ୍କ ଏଭଳି ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

କଂଗ୍ରେସ ବିଧାୟକ ସୁର ରାଉତରାୟ (Sura Routray) କହିଛନ୍ତି ଯେ, ଦ୍ରୌପଦୀ ମୁର୍ମୁ (Draupadi Murmu) ରାଷ୍ଟ୍ରପତି ନିର୍ବାଚନ ଜିତି ସାରିଛନ୍ତି । ୫୦ ବର୍ଷର ଅଭିଜ୍ଞତା କହୁଛି ଦ୍ରୌପଦୀ ରାଷ୍ଟ୍ରପତି ନିର୍ବାଚନ ଜିତିସାରିଛନ୍ତି । ମୁଁ ତାଙ୍କୁ ହୃଦୟରୁ ସମର୍ଥନ କରୁଛି । ମୁଁ ଜଣେ ଓଡ଼ିଆ ଭାବରେ ଖୁବ୍‌ ଗର୍ବିତ । ଏପରିକି ତାଙ୍କୁ ଓଡ଼ିଶା ଭବନରେ ଭେଟ ହୋଇ ଅଭିନନ୍ଦନ ଜଣାଇସାରିଥିବା କହିଛନ୍ତି ସୁର । ଏହାସହ ସୁର କହିଛନ୍ତି, 'ଆମେ ଦ୍ରୌପଦୀ ରାଷ୍ଟ୍ରପତି ହୁଅନ୍ତୁ ବୋଲି ଚାହୁଁଥିଲୁ । ସେ ଏଇ ଭୁବନେଶ୍ୱରରେ ପଢ଼ିଛନ୍ତି । ଆମେ ଏକା ସଙ୍ଗେ ବିଧାୟକ, ମନ୍ତ୍ରୀ ବି ହେଇଥିଲୁ ।'  ଦ୍ରୌପଦୀ ମୁର୍ମୁ ଏବେ ରାଷ୍ଟ୍ରପତି ହେବାକୁ ଯାଉଥିବାରୁ ସୁର ଗର୍ବିତ ଥିବା କହିଛନ୍ତି ।

ଅନ୍ୟପଟେ ଦ୍ରୌପଦୀଙ୍କୁ ନିର୍ଦ୍ୱନ୍ଦ୍ୱରେ ସୋନିଆ ଗାନ୍ଧୀ (Sonia Gandhi) ନିର୍ବାଚିତ କରାନ୍ତୁ ବୋଲି ସୁର କହିଛନ୍ତି । ଏପରିକି ସେ ଦ୍ରୌପଦୀ ମୁର୍ମୁଙ୍କୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ କରିବା ପାଇଁ ନିଷ୍ପତ୍ତି ନେବାକୁ ସୋନିଆ ଗାନ୍ଧୀଙ୍କୁ ପ୍ରସ୍ତାବ ଦେଇଥିବା କହିଛନ୍ତି । ଯାହା ଦ୍ୱାରା ଦେଶ ଜଣେ ଭଲ ମହିଳା ରାଷ୍ଟ୍ରପତି ପାଇବ ବୋଲି ସୁର ଉଲ୍ଲେଖ କରିଛନ୍ତି । ଅନ୍ୟପଟେ ଓଡ଼ିଆ ଝିଅ ଦ୍ରୌପଦୀଙ୍କ ପାଇଁ ସେ ଗର୍ବିତ ବୋଲି ସୁର କହିଛନ୍ତି । କିନ୍ତୁ ଜଣେ କଂଗ୍ରେସ କର୍ମୀ ଭାବରେ ଦଳ ଯାହା କହିବ ସେମିତି ଯିବାକୁ ହେବ । କେନ୍ଦ୍ରୀୟ କମିଟି ଯାହା ନାମ ପ୍ରସ୍ତାବ ଦେବେ ଆମେ ତାଙ୍କୁ ହିଁ ଭୋଟ ଦେବୁ । ଯଦି ସେ କହିବେ ଫ୍ରି ଫର ଅଲ୍‌ ତେବେ ଦ୍ରୌପଦୀଙ୍କୁ ମୋର ସମର୍ଥନ ରହିବ । ଯଦି ଉପରୁ ଅର୍ଡର ଆସିବ ଯଶୱନ୍ତ ସିହ୍ନା ଆମ କ୍ୟାଣ୍ଡିଡେଟ୍ । ତେବେ ମୋ ଭୋଟ ତାଙ୍କୁ ଯିବ ।

Also Read: President Election 2022: ଦ୍ରୌପଦୀଙ୍କ ଦେବଦୂତ ନବୀନ!

ଏହା ବ୍ୟତୀତ ସୁର କହିଛନ୍ତି ଯେ, ଦଳର ହାଇକମାଣ୍ଡ ଅନୁସାରେ ସୋନିଆ ଗାନ୍ଧୀ ଯାହା ନିଷ୍ପତ୍ତି ନେବେ ମୁଁ ତାଙ୍କୁ ଭୋଟ ଦେବି । ଶରତ ପଟ୍ଟନାୟକ ଓ ନିରଞ୍ଜନ ପଟ୍ଟନାୟକ ଆମର ମୁଖିଆ । ପ୍ରଥମେ ସେମାନେ ପରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ । ମୁଁ ଉପା, ଫୁପା କିଏ ଜାଣିନି ବୋଲି ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କଂଗ୍ରେସ ବିଧାୟକ ସୁର ରାଉତରାୟ ଏହା କହିଛନ୍ତି। ନିକଟରେ ସୁର ଘୋଷଣା କରିଥିଲେ ଯେ, ସେ ଆସନ୍ତା ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ । ତାଙ୍କୁ ୮୦ ବର୍ଷ ବୟସ ହେବ ତେଣୁ ତାଙ୍କ ସ୍ଥାନରେ ସାନ ପୁଅ ନିର୍ବାଚନ ଲଢିବ ବୋଲି ସୁର କହିଛନ୍ତି।

 

ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ବୟାନ ପରେ ପିସିସି ସଭାପତି ଶରତ ପଟ୍ଟନାୟକ ଜବାବ ରଖିଛନ୍ତି । ପିସିସି ସଭାପତି କହିଛନ୍ତି, 'ଏଠି ପାର୍ଟି ପାଇଁ ଲଢ଼େଇ ଚାଲିଛି ନା ମାଟି ପାଇଁ ? ବର୍ତ୍ତମାନ ପାର୍ଟି ଭିତ୍ତିରେ ରାଷ୍ଟ୍ରପତି ନିର୍ବାଚନ ଚାଲିଛି । ଯଦି ମାଟି କଥା କୁହାଯାଉଛି, ତାହେଲେ ବିହାରରୁ ନୀତିଶ କୁମାରଙ୍କ ଦଳ ୟୁପିଏ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ସମର୍ଥନ କରିବେ କି ? ଯଦି ସେମାନେ କରିପାରିବେ ନାହିଁ,  ତାହେଲେ ଆମେ କେମିତି ପାରିବୁ ? ମୁଁ ଓଡ଼ିଆ ଭାବେ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଗର୍ବିତ, ହେଲେ ବ୍ୟକ୍ତିଗତ ସ୍ତରରେ ଗର୍ବ କରିବା ଅଲଗା କଥା । ଆମେ ଦଳର ନିୟମକୁ କେମିତି ଭାଙ୍ଗି ପାରିବୁ ? ଦଳ ଯାହା ନିଷ୍ପତ୍ତି ନେଇଛି ଆମେ ସେଥିରେ ଯିବୁ । କିଏ ବ୍ୟକ୍ତିଗତ ସ୍ତରରେ କ'ଣ କହିଲା ସେଥିରେ ମୋର ମନ୍ତବ୍ୟ ଦେବାର ନାହିଁ । ଗଣତନ୍ତ୍ରରେ ସ୍ୱାଧୀନ ଭାବରେ ମତ ଦେବାକୁ ସମସ୍ତଙ୍କର ଅଧିକାର ଅଛି ।'

Also Read: Traffic rules violation : ପର ବାଇକରେ ମନ୍ତ୍ରୀଙ୍କୁ ସହର ବୁଲାଇ ଫାଇନ୍ ଗଣିଲେ ବିଧାୟକ

ସୂଚନାଯୋଗ୍ୟ, ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ । ଏଥିପାଇଁ ଜୁନ ୨୯ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଛି । ନିର୍ବାଚନର ଫଳାଫଳ ଜୁଲାଇ ୨୧ ତାରିଖ ବେଳକୁ ଆସିବ । ଶାସକ ଏନଡିଏ ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ୟଶବନ୍ତ ସିହ୍ନାଙ୍କୁ ମିଳିତ ବିରୋଧୀ ଦଳ ପ୍ରାର୍ଥୀ କରିଛି । ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ବିଜେଡି, ଜେଡିୟୁ, ଏଲ୍‌ଜେପି, ୱାଇଏସ୍‌ଆର୍‌ କଂଗ୍ରେସ, ଜେଡି(ଏସ୍) ଓ ବିଏସପି ଭଳି ଦଳ ସମର୍ଥନ ଘୋଷଣା କରିଛନ୍ତି । 

ବିଜେଡି ପାଖରେ ୨. ୮୫ ପ୍ରତିଶତ ଏବଂ ୱାଇଏସ୍‌ଆର୍‌ କଂଗ୍ରେସ ପାଖରେ ୪% ଭୋଟ୍‌ ରହିଛି। ଏହି ଦୁଇ ଦଳର ଭୋଟ୍ ମିଶାଇଲେ ଦ୍ରୌପଦୀଙ୍କ ସମର୍ଥନରେ ମୋଟ ଭୋଟ୍‌ ୫୫. ୭୫ ପ୍ରତିଶତରେ ପହଞ୍ଚିଛି।  ଏହାଦ୍ୱାରା ଦ୍ରୌପଦୀଙ୍କ ବିଜୟ ସୁନିଶ୍ଚିତ ହେଲା ଭଳି ଲାଗୁଛି । ସେପଟେ ମିଳିତ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ କଂଗ୍ରେସ, ଟିଏମ୍‌ସି, ଏନ୍‌ସିପି, ଶିବସେନା, ସିପିଆଇ, ସିପିଏମ୍, ସିପିଆଇଏମ୍ଏଲ୍, ଡିଏମ୍‌କେ, ଆର୍‌ଜେଡି, ଏସ୍‌ପି, ନ୍ୟାସନାଲ କନଫରେନ୍ସ, ପିଡିପି, ଜେଡିଏସ୍, ଆର୍‌ଏଲ୍‌ଡି, ଆର୍‌ଏସ୍‌ପି, ଆଇୟୁଏମ୍ଏଲ୍ ଏବଂ ଜେଏମ୍ଏମ୍ ଭଳି ଦଳ ସମର୍ଥନ କରୁଛନ୍ତି ।