ପି୍ସିସି ମଙ୍ଗ ସମ୍ଭାଳିବେ କି ବିଜୟ ମହାପାତ୍ର? ମିଳିବ ପିକେ ଙ୍କ ଆଶୀର୍ବାଦ!
Advertisement
Article Detail0/zeeodisha/odisha1163501

ପି୍ସିସି ମଙ୍ଗ ସମ୍ଭାଳିବେ କି ବିଜୟ ମହାପାତ୍ର? ମିଳିବ ପିକେ ଙ୍କ ଆଶୀର୍ବାଦ!

ସିସି ସଭାପତି ପଦକୁ ନେଇ ପ୍ରତିଦିନ ନୂଆ ନୂଆ କଥା ପଦାକୁ ଆସିଛି।

ପି୍ସିସି ମଙ୍ଗ ସମ୍ଭାଳିବେ କି ବିଜୟ ମହାପାତ୍ର? ମିଳିବ ପିକେ ଙ୍କ ଆଶୀର୍ବାଦ!

ଭୁବନେଶ୍ୱର:  ରାଜ୍ୟ କଂଗ୍ରେସରେ ଏବେ ପିସିସି ପଦକୁ ନେଇ ଲଢେଇ। ଯେମିତି କି ଘଡିକେ ଘୋଡା ଛୁଟୁଛି।  କିଏ ହେବ ନୂଆ ପିସିସି ସଭାପତି।  ଯେଉଁ ନାଁ ସବୁ ଚର୍ଚ୍ଚା ହେଉଥିଲା ସେଥିରେ ଆଉ କିଛି ନୂଆ ନାଁ ଯୋଡ଼ା ହୋଇଛି। ସେପଟେ ବରିଷ୍ଠ କଂଗ୍ରେସ ନେତା ଅତି ଶୀଘ୍ର ପିସିସି ସ୍ତରରେ ଆମୂଳଚୂଳ ପରିବର୍ତ୍ତନ ପାଇଁ ଜୋରଦାର ଦାବି କଲେଣି। ସେପଟେ କଂଗ୍ରେସରେ ପିସିସି ସଭାପତି ପଦକୁ ନେଇ ପ୍ରତିଦିନ ନୂଆ ନୂଆ କଥା ପଦାକୁ ଆସିଛି। ରାଜ୍ୟର ପିସିସି ସଭାପତିଙ୍କ ସମେତ ବିଧାୟକ ଦଳ ନେତାଙ୍କୁ ମଧ୍ୟ ତୁରନ୍ତ ପରିବର୍ତ୍ତନ ଦାବି ଜୋର ଧରିଛି। 

ପୂର୍ବରୁ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ ନେତା ଭକ୍ତ ଦାସଙ୍କ ସମେତ ଜୟଦେବ ଜେନାଙ୍କ ନାଁ ଚର୍ଚ୍ଚା ହେଉଥିବାବେଳେ ଏବେ ସାଂସଦ ସପ୍ତଗିରି ଉଲ୍ଲକା, ପୂର୍ବତନ ରାଜ୍ୟସଭା ସାଂସଦ  ରଞ୍ଜୀବ ବିଶ୍ବାଳଙ୍କ ନାମ କୁ ନେଇ ହେଉଛି ଜୋରଦାର ଚର୍ଚ୍ଚା। ଏପରିକି ବିଧାୟକ ମହମ୍ମଦ ମୋକିମ, ତାରା ପ୍ରସାଦ ବାହିନୀପତିଙ୍କ ନାଁ ମଧ୍ୟ ପିସିସି ସଭାପତି କିମ୍ବା କାର୍ଯ୍ୟକାରୀ ସଭାପତି ଭାବେ ଚର୍ଚ୍ଚା ହେଉଛି। ଏପରିକି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଓଡିଶା ଉପରେ ଫୋକସ କରୁଥିବାରୁ ଏବଂ କଂଗ୍ରେସରେ ସାମିଲ ହେବାକୁ ଯାଉଥିବାରୁ ରାଜ୍ୟର ନୂଆ ପିସିସି ମୁଖିଆ ଆଉ କିଏ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି।  ଏପରିକି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କୁ ଦଳକୁ ଆଣି ପିସିସି ମଙ୍ଗ ଦିଆଯାଇ ପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ସେପଟେ ପିସିସି ହଟାଓ ଅଭିଯାନରେ ଜଣଙ୍କ ପରେ ଜଣେ ନେତା ସାମିଲ ହେଉଛନ୍ତି। 

ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପିସିସି ଠାରୁ ଆରମ୍ଭ କରି ବିଧାୟକ ଦଳ ନେତାଙ୍କ ପର୍ଯ୍ୟନ୍ତ ଆମୂଳଚୂଳ ପରିବର୍ତ୍ତନ ଦରକାର। ତୁରନ୍ତ ଡେରି ନ କରି ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି ସୁର। ପ୍ରଭାରୀ ଚେଲା କୁମାରଙ୍କୁ ଭେଟି ପିସିସି ପରିବର୍ତ୍ତନ ନେଇ ଦାବି ରଖିବେ ବୋଲି କହିଛନ୍ତି। ଓଡ଼ିଶାରେ କଂଗ୍ରେସ ପୁଣି ଫର୍ମକୁ ଫେରିବାକୁ ହେଲେ ପରିବର୍ତ୍ତନ ଏକମାତ୍ର ରାସ୍ତା ବୋଲି କହିଛନ୍ତି ସେ।   

ସେପଟେ ଏଆଇସିସି ସମ୍ପାଦକ ଶରତ ରାଉତଙ୍କ କହିବା କଥା ରାଜ୍ୟର ସ୍ଥିତିକୁ ଦେଖି ଜଣେ ଭଲ ନେତାଙ୍କୁ ତୁରନ୍ତ ପିସିସି ସଭାପତି ପଦରେ ବସାଇବା ଆବଶ୍ୟକ। ରାଜ୍ୟରେ ସମସ୍ତ ନେତାଙ୍କୁ ସାଙ୍ଗରେ ନେଇ ବିଜେଡି ବିଜେପି ଭଳି ବିରୋଧିଙ୍କୁ ଟକ୍କର ଦେବା ଭଳି ଜଣେ ନେତାଙ୍କୁ ହାଇକମାଣ୍ଡ ଦାୟୀତ୍ୱ ଦେବେ। ଏପରିକି ଆମୂଳଚୂଳ ପରିବର୍ତ୍ତନ କହିଲେ ପିସିସି ସହ ବିଧାୟକ ଦଳ ନେତାଙ୍କ କଥା ମଧ୍ୟ ଦର୍ଶାଉଛି ବୋଲି କହିଛନ୍ତି ଏଆଇସିସି ସମ୍ପାଦକ ଶରତ  ରାଉତ। 
ପିସିସି ସଭାପତି କିଏ ହେବ ତାକୁ ନେଇ ଉତ୍କଣ୍ଠା ବଢି ଚାଲିଥିବା ବେଳେ ବହୁ ନେତାଙ୍କ ନାଁ ଆଗକୁ ଆସୁଛି। ସେପଟେ ଜ୍ଞାନୀ ଗୁଣି ନେତା ଭାବେ ପରିଚିତ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କୁ କଂଗ୍ରେସ ବିଧାୟକ ଦଳ ନେତା ପଦରୁ ହଟାଇବା ନେଇ ମଧ୍ୟ ଚର୍ଚ୍ଚା ତୀବ୍ର ହେଉଛି। ଦଳର ଲଗାତର ବିଫଳତା ପାଇଁ ପିସିସି ସଭାପତିଙ୍କ ସମେତ ସେ ମଧ୍ୟ ସମ ପରିମାଣରେ ଦାୟୀ ବୋଲି ଦଳୀୟ ମହଲରେ କୁହାଯାଇଛି।  

ଏପରିକି  ପିସିସି ସଭାପତି ପରିବର୍ତ୍ତନ ହୋଇଥିବା ରାଜ୍ୟରେ ବିଧାୟକ ଦଳ ନେତାଙ୍କୁ ମଧ୍ୟ ବଦଳା ଯାଉଥିବାରୁ ରାଜ୍ୟରେ ମଧ୍ୟ ସେଭଳି ହୋଇପାରେ ବୋଲି ଚର୍ଚ୍ଚା ହେଉଛି।  ଏପରିକି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କୁ କଂଗ୍ରେସ ବିଧାୟକ ଦଳ ନେତା ଭାବେ ଅବସ୍ଥାପିତ କରାଯାଇପାରେ ବୋଲି କୁହାଯାଉଛି। ଏପରିକି କଂଗ୍ରେସର କିଛି ଗୋଷ୍ଠୀ କଂଗ୍ରେସର ଲୋକପ୍ରିୟ ନେତା ତଥା ବିଧାୟକ ସୁରେଶ ରାଉତରାୟଙ୍କୁ ପିସିସି ସଭାପତି କରି ରାଜ୍ୟରେ ଦଳ ସପକ୍ଷରେ ବାତାବରଣ ତିଆରି କରାଯିବା ସପକ୍ଷରେ ମତ ଦେଇଛନ୍ତି।  

ଅନ୍ୟ ଏକ ସୂଚନା କ୍ରମେ  ପ୍ରଶାନ୍ତ କିଶୋରଙ୍କ ଆକଳନ ଅନୁଯାୟୀ ରାଜ୍ୟରେ କଂଗ୍ରେସ ଏହାର ଦଳୀୟ ସ୍ଥିତି ଅନୁଯାୟୀ ଦଳ ୩୦ ବିଧାନସଭା ସହ ୫ ଲୋକସଭା କ୍ଷେତ୍ରରେ ସଫଳତା ପାଇବାର ସମ୍ଭାବନା ଥିବାରୁ ଦଳର ନୂଆ ନେତୃତ୍ୱକୁ ନେଇ କଂଗ୍ରେସ ସଫଳତାର ସ୍ୱପ୍ନ ଦେଖୁଛି।  ଆଗାମୀ ୧ ମାସ ମଧ୍ୟରେ ଓଡିଶା ନୂଆ ପିସିସି ସଭାପତି ଓ ନୂଆ ଟିମ   ପାଇବ ବୋଲି ଜୋରଦାର ଚର୍ଚ୍ଚା ହେଉଛି।