ଚେଲ୍ଲାଙ୍କ ମନ୍ଥନ, ଛେଲ୍ଲା ଯିବକି ଓଡିଶା ପିସିସି, କଂଗ୍ରେସର ନୂଆ ଚେହେରା ସମ୍ଭବ
Advertisement
Article Detail0/zeeodisha/odisha1168769

ଚେଲ୍ଲାଙ୍କ ମନ୍ଥନ, ଛେଲ୍ଲା ଯିବକି ଓଡିଶା ପିସିସି, କଂଗ୍ରେସର ନୂଆ ଚେହେରା ସମ୍ଭବ

ସେପଟେ ପିସିସି ସଭାପତି ପଦ ପାଇଁ ଦାବିଦାର ନେତାଙ୍କ ପକ୍ଷରୁ ସମର୍ଥକ ଦିଲ୍ଲୀରେ ଲବି ଜୋରଦାର କରିଛନ୍ତି।

ଚେଲ୍ଲାଙ୍କ ମନ୍ଥନ, ଛେଲ୍ଲା ଯିବକି ଓଡିଶା ପିସିସି, କଂଗ୍ରେସର ନୂଆ ଚେହେରା ସମ୍ଭବ

ଭୁବନେଶ୍ୱର: ପିସିସି ପରିବର୍ତ୍ତନ ପାଇଁ ପ୍ରଭାରୀ ଚେଲ୍ଲା କୁମାରଙ୍କ ବୈଠକ ପରେ ଏବେ କିଏ ପିସିସି ସଭାପତି ହେବ ତାକୁ ନେଇ ଜୋରଦାର ଚର୍ଚ୍ଚା। ଚେଲ୍ଲା କୁମାର ବିଧାୟକଙ୍କ ସମେତ ପୂର୍ବତନ ପିସିସି ସଭାପତି, ଦଳର ବରିଷ୍ଠ ନେତା, ଜିଲ୍ଲା ସଭାପତି, କାର୍ଯ୍ୟକର୍ତାଙ୍କୁ ଭେଟି ମତାମତ ନେବା ପରେ କଂଗ୍ରେସ ମହଲରେ ଚର୍ଚ୍ଚା ଜୋର। କିଏ ହେବ ପିସିସି ସଭାପତି। କେଉଁଦିନ ହେବ ଘୋଷଣା ହେବ। ତାକୁ ନେଇ ସମସ୍ତେ ବ୍ୟସ୍ତ। ଏପରିକି ପ୍ରଭାରୀ ଭୁବନେଶ୍ୱରରେ ନେତାଙ୍କ ସହ ଆଲୋଚନା କରି ଯିବା ପରେ ଏବେ ଦିଲ୍ଲୀରେ କଂଗ୍ରେସର ନେତା ଡେରା ପକାଇଛନ୍ତି। 

ଏ ପ୍ରସଙ୍ଗରେ ପିସିସି ସଭାପତି ନିରଞ୍ଜନଙ୍କ କହିବା କଥା କଂଗ୍ରେସ ନେତା ଦିଲ୍ଲୀରେ ହାଇକମାଣ୍ଡକୁ ଦେଖା କରିବା ଦରକାର। ନହେଲେ କାହାକୁ ଦେଖା କରି କେବଳ ଆତ୍ମସନ୍ତୋଷ ଲାଭ କରିବେ। ହାଇକମାଣ୍ଡଙ୍କୁ କାହାକୁ ଭେଟିବାକୁ ମନା ନାହିଁ। ଏପରିକି ବିଧାୟକ ଦଳ ନେତା ପରିବର୍ତନ ନେଇ ମୋ ପାଖରେ କିଛି ଖବର ନାହିଁ ବୋଲି ସଭାପତି କହିଛନ୍ତି। ପିସିସି ପରିବର୍ତ୍ତନ ନେଇ ସେ ଆନନ୍ଦିତ ବୋଲି କହିଛନ୍ତି। ସେ ନିଜେ ହିଁ ଚେଷ୍ଟା କରୁଥିଲେ କିଭଳି ପିସିସି ପରିବର୍ତ୍ତନ ହୋଇପାରିବ ବୋଲି ନିରଞ୍ଜନ କହିଛନ୍ତି। ଯେ ପର୍ଯ୍ୟନ୍ତ ଦଳରେ ବଡ ନେତାଙ୍କ ଠାରୁ ଆରମ୍ଭ କରି ଛୋଟ ନେତା ପର୍ଯନ୍ତ ଶଋଙ୍ଖଳ ରକ୍ଷା ନ କରିଛନ୍ତି ସେ ପର୍ଯ୍ୟନ୍ତ ଦଳ ମଜବୁତ ହେବନାହିଁ ବୋଲି ନିରଞ୍ଜନ କହିଛନ୍ତି। 

ସେପଟେ ପିସିସି ସଭାପତି ପଦ ପାଇଁ ଦାବିଦାର ନେତାଙ୍କ ପକ୍ଷରୁ ସମର୍ଥକ ଦିଲ୍ଲୀରେ ଲବି ଜୋରଦାର କରିଛନ୍ତି। ଏହାକୁ ନେଇ କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାୟଙ୍କ କହିବା କଥା ପିସିସି ସଭାପତି ଚୟନ କରିବା କ୍ଷମତା ପ୍ରଭାରୀଙ୍କ ନାହିଁ। ସେ କେବଳ ହାଇକମାଣ୍ଡଙ୍କୁ ସୁପାରିଶ କରିପାରିବେ। ଏବେ ଦଳରେ ୧୩ ପିସିସି ଆଶାୟୀ। ସେଇଥିପାଇଁ ନେତା ଓ କର୍ମୀଙ୍କ ଦିଲ୍ଲୀ ଦୌଡ଼ ଆରମ୍ଭ ହୋଇଛି ବୋଲି ସୁର କହିଛନ୍ତି। ମେ ପ୍ରଥମ ସପ୍ତାହରେ ନୂଆ ପିସିସି ସଭାପତିଙ୍କ ନାମ ଘୋଷଣା ହେବ ବୋଲି ପୂର୍ବରୁ ଚେଲ୍ଲା କୁମାର କହିଛନ୍ତି। ଏପରିକି ପିସିସି ସଭାପତି ପଦ ପାଇଁ ପ୍ରମୁଖ ଦାବିଦାରଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଦଳ ଏବେ ଦୁର୍ବଳ ସ୍ଥିତିରେ ଥିବାରୁ ଜଣେ ଶକ୍ତ ମଙ୍ଗୁଆଳଙ୍କ ଆବଶ୍ୟକତା ରହିଛି। 

ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦଳ ସପକ୍ଷରେ ବାତାବରଣ ତିଆରି ନିହାତି ଆବଶ୍ୟକ ବୋଲି କଂଗ୍ରେସ ମହଲରେ କୁହାଯାଇଛି। ଏପରିକି ଲୋକଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ନେଇ ରାଜ୍ୟବ୍ୟାପୀ ଏକ ବାତାବରଣ ତିଆରି କଲେ ଦଳ ଏକ ପ୍ରମୁଖ ଶକ୍ତି ଭାବେ ଉଭା ହୋଇପାରିବ ବୋଲି ରାଜନୈତିକ ବିଶ୍ଲେଷକ ମତ ରଖିଛନ୍ତି।