Maharashtra Politics: ବିରୋଧି ଦଳ ନେତା ଆସନରେ ବସିବେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ
Advertisement

Maharashtra Politics: ବିରୋଧି ଦଳ ନେତା ଆସନରେ ବସିବେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ

Maharashtra Politics:   ସୋମବାର ଏନସିପି ନେତା ତଥା ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ମହାରାଷ୍ଟ୍ର ବିଧାନସଭାର ବିରୋଧି ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି।

Maharashtra Politics: ବିରୋଧି ଦଳ ନେତା ଆସନରେ ବସିବେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ

Maharashtra Politics: ମହାରାଷ୍ଟ୍ର ରାଜନୀତିରେ ସରକାର, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ବଦଳିବା ସହ ବଦଳିଛି ବିରୋଧ ଦଳ ନେତା ପଦ। ଜୁଲାଇ ୪ ସୋମବାର ମହାରାଷ୍ଟ୍ର ବିଧାନସଭାରେ ଅନୁଷ୍ଠିତ ହୋଇଥିଲା ଆସ୍ଥାଭୋଟ ଜରିଆରେ ବହୁମତ ସାବ୍ୟସ୍ତ କରିଛନ୍ତି ସିନ୍ଦେ ସରକାର। ସରକାର ସପକ୍ଷରେ ୧୪୬ ଏବଂ ବିପକ୍ଷରେ ୫୦ ଭୋଟ୍ ମିଳିଥିଲା। ସିନ୍ଦେ ସରକାର ବହୁମତ ସାବ୍ୟସ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ମହାରାଷ୍ଟ୍ର ରାଜନୀତିରେ ୧୫ ଦିନ ଧରି ଚାଲିଥିବା ରାଜନୈତିକ ସଂକଟ ଉପରେ ପଡିଛି ପୂର୍ଣ୍ଣଚ୍ଛେଦ।

ଅନ୍ୟପଟେ ରାଜ୍ୟରେ କ୍ଷମତାସୀନ ବିଜେପି ସମର୍ଥିତ ବିଦ୍ରୋହୀ ଶିବସେନା ବିଧାୟକଙ୍କ ନେତା ଏକନାଥ ସିନ୍ଦେଙ୍କ ନେତୃତ୍ୱାଧିନ ସରକାର ବହୁମତ ସାବ୍ୟସ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସୋମବାର ଏନସିପି ନେତା ତଥା ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ମହାରାଷ୍ଟ୍ର ବିଧାନସଭାର ବିରୋଧି ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି। ବିଧାନସଭାରେ ଏନସିପି ବିଧାୟକ ଦଳ ନେତା ଜୟନ୍ତ ପାଟିଲ ଅଜିତ ପାୱାରଙ୍କ ନାମ ପ୍ରସ୍ତାବ ଦେଇଥିଲେ। ଯାହା ବିଧାନସଭା ଦ୍ୱାରା ଅନୁମୋଦିତ ହୋଇଥିଲା।

ବିରୋଧି ଦଳ ନେତା ଭାବେ ନିର୍ବାଚିତ ହେବା ପରେ ଏନସିପି ନେତା ଅଜିତ ପାୱାର ବିଧାନନସଭାରେ ଭାଷଣ ଦେବା ଭଳି ରାଜ୍ୟର ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସଙ୍କଙ୍କୁ ଟାର୍ଗେଟ କରିଥିଲେ। ଏନେଇ ସେ କହିଛନ୍ତି ଯେ ଦେବେନ୍ଦ୍ର ଫଡନାଭୀସଙ୍କ ଭାଷଣ ପୂର୍ବ ଭଳି ଉତ୍ସାହ ଦେଖାଯାଉ ନାହିଁ। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସଙ୍କୁ କଟାକ୍ଷ କରି ବିରୋଧି ଦଳ ନେତା ଅଜିତ ପାୱାର କହିଛନ୍ତି ଯେ ମହାରାଷ୍ଟ୍ର ରାଜନୀତିରେ ସେ ହେଉଛନ୍ତି ଏପରି ଜଣେ ନେତା ଯିଏ ବିଗତ ଅଢେଇ ବର୍ଷ ମଧ୍ୟରେ ତିନୋଟି ପଦବୀରେ କାର୍ଯ୍ୟ କରିଛନ୍ତି। ପ୍ରଥମେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ପରେ ରାଜ୍ୟ ବିରୋଧି ଦଳର ନେତା ଆସନରେ ବସିଥିଲେ। ବର୍ତ୍ତମାନ ସେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଅଛନ୍ତି।  

ଗତ ୨୦୧୯ ବିଧାନସଭା ମହରାଷ୍ଟ୍ର ବିଧାନସଭା ନିର୍ବାଚନରେ ବାଜିମାତ କରିବା ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ ଉପୁଜିବାରୁ ମହାରାଷ୍ଟ୍ର ରାଜନୀତିରେ ଦୀର୍ଘ ୩୦ ବର୍ଷ ଧରି ଚାଲିଥିବା  ବିଜେପି-ଶିବସେନା ମେଣ୍ଟ ମେଣ୍ଟ ଭାଙ୍ଗି ଯାଇଥିଲା। ଏହା ପରେ ଶିବସେନା ଏନସିପି-କଂଗ୍ରେସ ସମର୍ଥନରେ ମହାବିକାଶ ଅଘାଡ଼ି ସରକାର ଗଠନ କରିଥିଲା। ଆଉ ମୁଖ୍ୟମନ୍ତ୍ରୀ ହୋଇଥିଲେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ। ହେଲେ ଏହା ପୂର୍ବରୁ ସେତେବେଳର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ ଦ୍ୱିତୀୟ ଥର ଲାଗି ଶପଥ ନେଇଥିଲେ। ସେତେବେଳେ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହା ପରେ ରାଜ୍ୟରେ ବିଜେପି-ଏନସିପି ସରକାର ଗଠନ ହୋଇପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା।  

ମାତ୍ର ସେତେବେଳେ ଏନସିପି ନେତା ତଥା ତଥା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର କାଗଜରେ ବିଜେପିକୁ ସମର୍ଥନ କରିଥିଲେ ମଧ୍ୟ ଦଳୀୟ ବିଧାୟକ ସମର୍ଥନ ସଂଗ୍ରହ କରିବାରେ ବିଫଳ ହୋଇଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସଙ୍କ ନେତୃତ୍ୱାଧିନ ସରକାର ଶପଥ ନେବାର ୮୦ ଘଣ୍ଟା ମଧ୍ୟରେ ଗାଦିଚ୍ୟୁତ ହୋଇଥିଲା।

Also Read: 'ରାଜ୍ୟରେ ଅନୁଷ୍ଠିତ ହୋଇପାରେ ମଧ୍ୟାବଧି ନିର୍ବାଚନ; ନିର୍ବାଚନ ଲାଗି ପ୍ରସ୍ତୁତ ରୁହ'

Also Read: Maharashtra Political Crisis: ମହା ବିକାଶ ଅଗାଡି ସରକାର ଭାଙ୍ଗିଲେ ବିଜେପି ସହ ମେଣ୍ଟ କରିବ କି ଏନସିପି?