Odisha CM: ମୁଖ୍ୟମନ୍ତ୍ରୀଙ୍କୁ ମିଳିବ ଲାଇଫ୍ ଟାଇମ ଆଚିଭମେଣ୍ଟ ଆୱର୍ଡ; ନବୀନକୁ ଜଣା କେମିତି ହେବ ଲୋକଙ୍କ ମନ କିଣା!
Advertisement

Odisha CM: ମୁଖ୍ୟମନ୍ତ୍ରୀଙ୍କୁ ମିଳିବ ଲାଇଫ୍ ଟାଇମ ଆଚିଭମେଣ୍ଟ ଆୱର୍ଡ; ନବୀନକୁ ଜଣା କେମିତି ହେବ ଲୋକଙ୍କ ମନ କିଣା!

Naveen Patnaik to be honoured Lifetime Achievement Award: ଆସନ୍ତା ୪ ତାରିଖରେ ଦିଲ୍ଲୀରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଏହି ଆୱର୍ଡ ମିଳିବ । ଏହାକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଜୋରଦାର ହୋଇଛି । ପୂର୍ବରୁ ଏକ ନମ୍ବର ମୁଖ୍ୟମନ୍ତ୍ରୀ ଆୱାର୍ଡ ହାତେଇଥିବା ତଥା କେନ୍ଦ୍ର ସରକାର ଓ ଅନ୍ୟ ସଂସ୍ଥା ଦ୍ୱାରା ପ୍ରଶଂସା ପୁଣି ଏବେ ଏହି ପୁରସ୍କାରକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । 

Odisha CM: ମୁଖ୍ୟମନ୍ତ୍ରୀଙ୍କୁ ମିଳିବ ଲାଇଫ୍ ଟାଇମ ଆଚିଭମେଣ୍ଟ ଆୱର୍ଡ; ନବୀନକୁ ଜଣା କେମିତି ହେବ ଲୋକଙ୍କ ମନ କିଣା!

Naveen Patnaik to be honoured Lifetime Achievement Award: ନବୀନ ପଟ୍ଟନୟକଙ୍କୁ (Naveen Patnaik) ଲାଇଫ ଟାଇମ ଆଚିଭମେଣ୍ଟ ଆୱର୍ଡ (Lifetime achievement award 2022) ମିଳିବ । ଆସନ୍ତା ୪ ତାରିଖରେ ଦିଲ୍ଲୀରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଏହି ଆୱର୍ଡ ମିଳିବ । ଏହାକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଜୋରଦାର ହୋଇଛି । ପୂର୍ବରୁ ଏକ ନମ୍ବର ମୁଖ୍ୟମନ୍ତ୍ରୀ ଆୱାର୍ଡ (No. 1 Chief Minister Award) ହାତେଇଥିବା ତଥା କେନ୍ଦ୍ର ସରକାର ଓ ଅନ୍ୟ ସଂସ୍ଥା ଦ୍ୱାରା ପ୍ରଶଂସା ପୁଣି ଏବେ ଏହି ପୁରସ୍କାରକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । କେବଳ ଏତିକି ନୁହେଁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ଜାତିସଙ୍ଘ (United Nations) ମଧ୍ୟ ନବୀନଙ୍କୁ ପ୍ରଶଂସା କରିଛି । ସେପଟେ କିନ୍ତୁ ବିରୋଧୀ ଏସବୁକୁ ପ୍ରାୟୋଜିତ କହି ଆସିଛନ୍ତି । କିନ୍ତୁ ବିଭିନ୍ନ ନିର୍ବାଚନ ଫଳାଫଳକୁ ଦେଖିଲେ ବିରୋଧୀଙ୍କ ଏ ଅଭିଯୋଗର ପ୍ରଭାବ କିଛି ପଡୁ ନାହିଁ । 

ଯଦିଓ ଏ ସବୁ ପୁରସ୍କାର କ'ଣ ସତରେ ନବୀନଙ୍କ ଲୋକପ୍ରିୟତା ବୃଦ୍ଧିରେ ସହାୟକ ହେଉଛି କି ବୋଲି ପ୍ରଶ୍ନ ଉଠୁଛି । କାହିଁକି ନା' ଦୀର୍ଘ ୨୨ ବର୍ଷର ଶାସନ ମଧ୍ୟରେ ଆଣ୍ଟି ଇନକମ୍ବନ୍ସି ଫାକ୍ଟର ଦ୍ୱାରା ନବୀନଙ୍କ ଔଜ୍ୱଲ୍ୟ କମିବା ବଦଳରେ ଆହୁରି ବଢ଼ିବାରେ ଲାଗିଛି । ଯାହାକୁ ନେଇ ରାଜନୈତିକ ମହଲ ଆଶ୍ଚର୍ଯ୍ୟ । ବିରୋଧୀ ଯେତେ ପ୍ରସଙ୍ଗ ଆଣି ସରକାରକୁ ବଦନାମ କରିବାକୁ ଉଦ୍ୟମ କଲେ ମଧ୍ୟ ସବୁ ଫିକା ପଡିଯାଉଛି । ଶେଷରେ ନବୀନ ହିଁ ସଫଳ ହେଉଛନ୍ତି । ଖାଲି ସେତିକି ନୁହେଁ ନବୀନ ଯେବେଠୁ ରାଜ୍ୟ ରାଜନୀତିରେ ପ୍ରବେଶ କଲେଣି ତାଙ୍କର ବ୍ୟକ୍ତିତ୍ୱ, ସରଳତା, ପୋଷାକ ପରିପାଟି ଆଚାର ବ୍ୟବହାର ସବୁ ମାର୍ଜିତ । ଏପରିକି ଆଜି ଯାଏ କାହା ବିରୋଧରେ ମନ୍ତବ୍ୟ କିମ୍ବା କଥାରେ ଅହଂକାର ଦେଖା ଯାଏନି । ଯାହାକି ତାଙ୍କ ବ୍ୟକ୍ତିତ୍ୱକୁ ଆହୁରି ଚମକାଉଛି । କିନ୍ତୁ ସତରେ କ'ଣ ଏ ସବୁ ପୁରସ୍କାର ଭୋଟ ଉପରେ ପ୍ରଭାବ ପକାଉଛି କି ?

ରାଜନିତୀ ସମୀକ୍ଷକଙ୍କ ମତରେ ଏହା ଏକ ବାତାବରଣ ବନେଇ ରଖିବାରେ ସହାୟକ ହେଉଛି । ଭୋଟର ମାନେ ସବୁବେଳେ ରାଜନୈତିକ ମାହୋଲ ବା ବାତାବରଣକୁ ଦେଖି ନିଜକୁ ସେ ଆଡ଼କୁ ଢଳନ୍ତି । ଏପରିକି ଲଗାତର ନବୀନଙ୍କ ସପକ୍ଷରେ ଏଭଳି ବାତାବରଣ ବିରୋଧୀଙ୍କୁ ମଧ୍ୟ ମାନସିକ ସ୍ତରରେ ଦୁର୍ବଳ କରୁଛି ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ବର୍ତ୍ତମାନ ରାଜନୈତିକ ସ୍ଥିତି କିଛି ଭିନ୍ନ ବୋଲି ଚର୍ଚ୍ଚା ହେଉଛି । ରାଜ୍ୟରେ ବିଜେଡି ସବୁଠୁ ପ୍ରଭାବୀ ଦଳ ହେଲେ ମଧ୍ୟ ଦଳ ମଧ୍ୟରେ ବହୁ ଅସନ୍ତୋଷ ଦାନା ବାନ୍ଧୁଛି । ସେପଟେ କଂଗ୍ରେସ ଦୁର୍ବଳ ଅବସ୍ଥାରେ ଥିବାବେଳେ ରାଜ୍ୟ ବିଜେପି ସେଭଳି ଲଢେଇ ମନୋଭାବ ନେଇ କାର୍ଯ୍ୟ କରୁଥିବା ଦେଖାଯାଉନି । କିନ୍ତୁ ଏଭଳି ସମୟରେ ଆମ ଆଦମୀ ପାର୍ଟିର ରାଜ୍ୟରେ ଆକ୍ଟିଭ ହେବା ସ୍ଥିତିକୁ ଜଟିଳ କରିଛି । 

ତ୍ରିଶକ୍ତି ବଦଳରେ ଚତୁର୍ଥ ଶକ୍ତିର ଏଣ୍ଟ୍ରି ବିଜେଡିକୁ ଅଡୁଆରେ ପକାଇବା ନେଇ ଚର୍ଚ୍ଚା ହେଉଛି । ଆପ ଯଦି ରାଜ୍ୟରେ ପ୍ରଭାବ ବିସ୍ତାର କରି ତେବେ ରାଜ୍ୟ ରାଜନୀତିର ଗଣିତ କିଛି ଭିନ୍ନ ହୋଇପାରେ ବୋଲି କୁହାଯାଉଛି । ତେଣୁ ବିଜେଡିର ବ୍ଲୁ ଆଇଡ଼ ବଏ ନବୀନଙ୍କୁ ଆହୁରି ଲୋକପ୍ରିୟ କରାଇ ସ୍ଥିତିକୁ ଦଳର ସ୍ଥିତିକୁ ଆହୁରି ସୁଦୃଢ଼ କରିବାକୁ ଦଳ କୌଣସି ବି ସୁଯୋଗ ହାତଛଡା କରିବାକୁ ଚାହୁଁନି । ଏଭଳି ସ୍ଥିତିରେ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ ମଧ୍ୟ ଲୋକଙ୍କ ପାଖକୁ ନବୀନଙ୍କ ପାଇଁ ଏକ ବାର୍ତ୍ତା ନେଇ ଯିବ ବୋଲି ଚର୍ଚ୍ଚା ହେଉଛି ।

ଏହାକୁ ନେଇ କଂଗ୍ରେସର କହିବା କଥା ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ପୁରସ୍କାର ମିଳୁଛି । ସେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭଲ କଥା ତେବେ ରାଜ୍ୟ ପଛରେ କାହିଁକି ରହିଛି । ରାଜ୍ୟରେ ବେକାରୀ ସମସ୍ୟା, ନାରୀ ନିର୍ଯ୍ୟାତନା, ଚାଷୀ ସମସ୍ୟା ଆଦିକୁ ଆଧାର କରି କଂଗ୍ରେସ ଏଭଳି କହିଥିଲେ ମଧ୍ୟ ଏହା ଲୋକଙ୍କୁ ଛୁଇଁ ନାହିଁ । ସମୀକ୍ଷକଙ୍କ କହିବା କଥା କଂଗ୍ରେସ ଲୋକଙ୍କ ବିଶ୍ୱାସଭାଜନ ହୋଇପାରୁନି କାହିଁକି ନା ଦଳ ନିଜ ସପକ୍ଷରେ ବାତାବରଣ ତିଆରି କରିପାରୁନି । ସେପଟେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏହି ପୁରସ୍କାର ପ୍ରୟୋଜିତ ବୋଲି କହିଛନ୍ତି । କିନ୍ତୁ ନବୀନଙ୍କ ବ୍ୟକ୍ତିତ୍ୱ ଏଭଳି ସ୍ତରରେ ପହଂଚିଛି ବିରୋଧୀଙ୍କ ଏ କଥା ସବୁ ପାହାଡ଼କୁ ଟେକା ଫୋପାଡିବା ସଦୃଶ ହେଉଛି ।

ରାଜ୍ୟ ରାଜନୀତିରେ ଏବେ ନବୀନ ଯୁଗ ଚାଲିଛି ବୋଲି ସମୀକ୍ଷକ ମାନେ କହିଛନ୍ତି । ୨୦୨୪ ସାଧାରଣ ନିର୍ବାଚନ କିଭଳି ହେବ ତାହା ଏବେଠୁ ଅନୁମାନ ଲଗାଇବା କଷ୍ଟସାଧ୍ୟ ହେଲେ ମଧ୍ୟ ଆପର ଏଣ୍ଟ୍ରି ଏବେ ତିନି ପ୍ରମୁଖ ଦଳ ପାଇଁ ଚିନ୍ତାର କାରଣ ସାଜିଛି ।