Mukhtar Abbas Naqvi: ପ୍ରଧାନମନ୍ତ୍ରୀ ପ୍ରାର୍ଥୀକୁ ନେଇ ବିରୋଧିଙ୍କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ କଟାକ୍ଷ
Advertisement
Article Detail0/zeeodisha/odisha1302304

Mukhtar Abbas Naqvi: ପ୍ରଧାନମନ୍ତ୍ରୀ ପ୍ରାର୍ଥୀକୁ ନେଇ ବିରୋଧିଙ୍କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ କଟାକ୍ଷ

Former Union Minister Mukhtar Abbas Naqvi: ମୋଦି ଫୋବିଆ ରାଜନୈତିକ ରୋଗରେ ପୀଡିତ ରାଜନେତା ଯଥାଶୀଘ୍ର ଲୋପ ପାଇଯିବେ। ନିରାଶାବାଦୀ ରାଜନୈତିକ ଖେଳାଳିଙ୍କ ଛଳନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଠିନ ପରିଶ୍ରମ ଏବଂ ସଚ୍ଚୋଟତାକୁ କଦାପି ପରାସ୍ତ କରିପାରିବ ନାହିଁ।

Mukhtar Abbas Naqvi: ପ୍ରଧାନମନ୍ତ୍ରୀ ପ୍ରାର୍ଥୀକୁ ନେଇ ବିରୋଧିଙ୍କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ କଟାକ୍ଷ

Opposition Prime Minister Candidate: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାହାକୁ ନେଇ ବିରୋଧି ଦଳକୁ କଟାକ୍ଷ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁଖତାର୍ ଅବ୍ବାସ ନକଭୀ।  ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପ୍ରସଙ୍ଗରେ  ବିରୋଧି ଦଳଙ୍କୁ କଟାକ୍ଷ କରି ସେ କହିଛନ୍ତି ଯେ କୌଣସି ଖାଲି ପଦବୀ ବିନା ବିରୋଧି ସେମାନଙ୍କ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିଛନ୍ତି। ବିରୋଧି ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ତାଲିକାରେ ନୀତୀଶ କୁମାର, ମମତା ବାନାର୍ଜୀ ଆଉ ବର୍ତ୍ତମାନ ଅଖିଳେଶ ଯାଦବଙ୍କ ନାମ ଯୋଡିହୋଇଛି।

ଉତ୍ତର ପ୍ରଦେଶର (Uttar Pradesh) ରାମପୁର ଜିଲ୍ଲାରେ (Rampur District) ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁଖତାର୍ ଅବ୍ବାସ ନକଭୀ (Former Union Minister Mukhtar Abbas Naqvi) କହିଛନ୍ତି ଯେ ମୋଦି ଫୋବିଆ ରାଜନୈତିକ ରୋଗରେ (Modi Phobia Political Disease) ପୀଡିତ ରାଜନେତା ଯଥାଶୀଘ୍ର ଲୋପ ପାଇଯିବେ। ନିରାଶାବାଦୀ ରାଜନୈତିକ ଖେଳାଳିଙ୍କ ଛଳନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (Prime Minister Narendra Modi) କଠିନ ପରିଶ୍ରମ ଏବଂ ସଚ୍ଚୋଟତାକୁ କଦାପି ପରାସ୍ତ କରିପାରିବ ନାହିଁ। ବିରୋଧି ଦଳ ଉପରେ ବର୍ଷି ସେ କହିଛନ୍ତି ଯେ ସେମାନେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିସାରିଛନ୍ତି। ଏହାକୁ "Vanity without Vacancy" କୁହାଯାଏ। ସମସ୍ତ ରାଜନୈତିକ ଅସହିଷ୍ଣୁତା ଏବଂ ମିଥ୍ୟା ଅଭିଯୋଗ" ସତ୍ତ୍ୱେ ପ୍ରଧାନମନ୍ତ୍ରୀ ମୋଦି ନିରନ୍ତର ତଥା ଯତ୍ନଶୀଳ ଭାବେ ଅନ୍ତର୍ଭୂକ୍ତ ସଶକ୍ତିକରଣ ପ୍ରତିବଦ୍ଧତା ଦିଗରେ କାର୍ଯ୍ୟ କରିବା ଜାରି ରଖିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଲାଗି ଦେଶର ସୁରକ୍ଷା ଏବଂ ସମ୍ମାନ ଜାତୀୟ ନୀତି ହୋଇଥିବାବେଳେ ପ୍ରତ୍ୟେକ ଅଭାବୀ ଲୋକଙ୍କ କଲ୍ୟାଣ ହେଉଛି ତାଙ୍କର ଜାତୀୟ ଧର୍ମ। 

ରାମପୁର ଯାତ୍ରା ଅବସରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁଖତାର୍ ଅବ୍ବାସ ନକଭୀ ମହାତ୍ମା ଗାନ୍ଧୀ ଷ୍ଟାଡିୟମ ଠାରେ ତ୍ରିରଙ୍ଗା ପତଙ୍ଗ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ତ୍ରିରଙ୍ଗା ସମ୍ମାନରେ ୭୫ ଗୁଡ଼ି ଉଡା ଯାଇଥିଲା।

Also Read: Opposition PM Candidate: ପ୍ରଧାନମନ୍ତ୍ରୀ ପଦକୁ ନେଇ ବିରୋଧି ଏକତାରେ ଫାଟ

ଟିଏମସି ସୁପ୍ରିମୋ ମମତା ବାନାର୍ଜୀ (TMC Supremo Mamata Banerjee) ଏବଂ ଜେଡିୟୁ ନେତା ନୀତୀଶ କୁମାରଙ୍କ (JDU leader Nitish Kumar) ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ୱ (Prime Minister Candidacy) ଦୀର୍ଘ ଦିନ ଧରି ଚର୍ଚ୍ଚା ଜାରି ରହିଛି। ଏହି ତାଲିକାରେ ପ୍ରଥମ ଥର ପାଇଁ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ (Samajwadi Party President Akhilesh Yadav) ନାମ ପ୍ରକାଶ ପାଇଛି। ଆହୁରି ମଧ୍ୟ ଖବର ଆସିଛି ଯେ ଅଖିଳେଶ ରାଜ୍ୟ ରାଜନୀତି ଛାଡି ଜାତୀୟ ରାଜନୀତି ଉପରେ ଧ୍ୟାନ ଦେଇଛନ୍ତି।