BJDରେ ମିଶିଲେ ମୋନିଦୀପା ସର୍ଖେଲ
Advertisement

BJDରେ ମିଶିଲେ ମୋନିଦୀପା ସର୍ଖେଲ

Odisha Politics: ବିଜୁ ଜନତା ଦଳରେ ସାମିଲ ହେଲେ ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ । ଆଜି ନିଜ ଅଞ୍ଚଳର ସମର୍ଥକଙ୍କ ସହିତ ଆସି ବିଜେଡିରେ ଯୋଗ ଦେଇଛନ୍ତି ମୋନିଦୀପା । ତାଙ୍କ ସହିତ ୭ ଜଣ ସ୍ୱାଧୀନ କାଉନସିଲର ମଧ୍ୟ ଦଳରେ ସାମିଲ ହୋଇଛନ୍ତି । ସାଂସଦ ମାନସ ମଙ୍ଗରାଜ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଶୈଳୀ ତଥା ବିକାଶ ଧାରାରେ ଅନୁପ୍ରାଣିତ ହୋଇ ସମସ୍ତେ ବିଜୁ ଜନତା ଦଳରେ ସାମିଲ ହୋଇଥିବା ଜଣାପଡିଛି । ଦଳରେ ସାମିଲ୍ ହେବାପାଇଁ ସମସ୍ତେ ପୂର୍ବରୁ ଆବେଦନ କରିଥିଲେ । ପୂର୍ବରୁ ପାରାଦ୍ୱୀପ-ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ଭାବେ କାର୍ଯ୍ୟ କରୁଛନ୍ତି ମୋନିଦୀପା । ଦଳକୁ ଆହୁରି ଆଗକୁ ବଢାଇବା ପାଇଁ ସମସ୍ତେ ଚେଷ୍ଟା କରିବେ ବୋଲି କହିଛନ୍ତି । ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହେବା ପରେ ସେମାନେ ଦଳରେ ସାମିଲ ହୋଇଛନ୍ତି । ସାଂସଦ ମାନସ ମଙ୍ଗରାଜ, ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋନିଦୀପା ।

Also Read- Top 10 News Today: ଅପରାହ୍ନର ୧୦ଟି ବଡ଼ ଖବର

Also Read- Guru Gochar Phala 2024: ୨୦୨୫ ପର୍ଯ୍ୟନ୍ତ ସବୁକିଛି ହେବ ଭଲ, ଏହି ରାଶି ଉପରେ ଦେବଗୁରୁଙ୍କ କୃପା