Mainpuri Bypoll 2022: ସେହି ୯୪ ହଜାର ଭୋଟ, ଯାହା ପାଇଁ ଫସିଛି ପେଞ୍ଚ
Advertisement

Mainpuri Bypoll 2022: ସେହି ୯୪ ହଜାର ଭୋଟ, ଯାହା ପାଇଁ ଫସିଛି ପେଞ୍ଚ

Mainpuri Lok Sabha: ସମାଜବାଦୀ ପାର୍ଟ ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ନିଧନ ପରେ ମୈନପୁରୀ ଲୋକସଭା ଆସନରେ ଅନୁଷ୍ଠିତ ହୋଇଯାଇଛି ଉପନିର୍ବାଚନ। ଏହି ନିର୍ବାଚନରେ ଦଳର ପ୍ରତିଷ୍ଠା ବାଜିରେ ଲାଗିଛି। ମୈନପୁରୀ ଆସନର ଫଳାଫଳ ଦେଶର ରାଜନୀତିରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ରାଜନୈତିକ ସ୍ଥିତି ସ୍ଥିର କରିବ। ଗୋଟିଏ ପଟେ ସମାଜବାଦୀ ପାର୍ଟି ଏହାର ପାରମ୍ପରିକ ଗଡ଼କୁ ବଞ୍ଚାଇବାକୁ ଚେଷ୍ଟା କରୁଛି। ଅନ୍ୟପଟେ ବିଜେପି ସମାଜବାଦୀ ପାର୍ଟି ହାତରୁ ଏହାର ଗଡକୁ ଛଡାଇନେବାକୁ ଚେଷ୍ଟା କରୁଛି। 

Mainpuri Bypoll 2022: ସେହି ୯୪ ହଜାର ଭୋଟ, ଯାହା ପାଇଁ ଫସିଛି ପେଞ୍ଚ

Mainpuri By Election 2022: ମୈନପୁରୀ ଲୋକସଭା ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନ ପାଇଁ ସୋମବାର ଅନୁଷ୍ଠିତ ହୋଇଯାଇଛି ଭୋଟଗ୍ରହଣ। ଏହି ନିର୍ବାଚନରେ ମୋଟ ୫୪.୩୭% ମତଦାନ ହୋଇଥିବାର ରେକର୍ଡ କରାଯାଇଛି। ବର୍ତ୍ତମାନ ସମସ୍ତଙ୍କ ନଜର ମୈନପୁରୀ ଉପନିର୍ବାଚନ ଫଳାଫଳ ଉପରେ ରହିଛି। ଡିସେମ୍ବର ୮ ତାରିଖ ଗୁରୁବାର ପ୍ରକାଶ ପାଇବ ନିର୍ବାଚନ ଫଳାଫଳ। 

ସମାଜବାଦୀ ପାର୍ଟ ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ନିଧନ ପରେ ମୈନପୁରୀ ଲୋକସଭା ଆସନରେ ଅନୁଷ୍ଠିତ ହୋଇଯାଇଛି ଉପନିର୍ବାଚନ। ଏହି ନିର୍ବାଚନରେ ଦଳର ପ୍ରତିଷ୍ଠା ବାଜିରେ ଲାଗିଛି। ମୈନପୁରୀ ଆସନର ଫଳାଫଳ ଦେଶର ରାଜନୀତିରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ରାଜନୈତିକ ସ୍ଥିତି ସ୍ଥିର କରିବ। ଗୋଟିଏ ପଟେ ସମାଜବାଦୀ ପାର୍ଟି ଏହାର ପାରମ୍ପରିକ ଗଡ଼କୁ ବଞ୍ଚାଇବାକୁ ଚେଷ୍ଟା କରୁଛି। ଅନ୍ୟପଟେ ବିଜେପି ସମାଜବାଦୀ ପାର୍ଟି ହାତରୁ ଏହାର ଗଡକୁ ଛଡାଇନେବାକୁ ଚେଷ୍ଟା କରୁଛି। 

ମୈନପୁରୀ ଉପନିର୍ବାଚନରେ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ସମାଜବାଦୀ ପାର୍ଟି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ଅନ୍ୟପକ୍ଷରେ ବିଜେପି ପକ୍ଷରୁ ରଘୁରାଜ ସିଂହ ଶାକ୍ୟ ନିର୍ବାଚନ ଲଢୁଛନ୍ତି। ବର୍ତ୍ତମାନ ୯୪ ହଜାର ଭୋଟ ପାଇଁ  ଫସିଛି ପେଞ୍ଚ। ଯାହା ଡିମ୍ପଲ ଯାଦବଙ୍କ ଲାଗି ଚିନ୍ତା ବଢାଇ ଦେଇଛି। ଏହି କାରଣରୁ ମୁଲାୟମ ସିଂହ ଯାଦବଙ୍କ ଗଡରେ ସମାଜବାଦୀ ପାର୍ଟି ସାଇକେଲ ଫସି ଯାଇପାରେ ବୋଲି ଆଶଙ୍କା କରାଯାଉଛି।    

ବେଶ ଲମ୍ବା ସମୟ ଧରି ମୈନପୁରୀ ଆସନ ସମାଜବାଦୀ ପାର୍ଟି ଲାଗି ଗଡ଼ ଭାବେ ଉଭାହୋଇଛି। ଦଳ ଏଠାରେ ବିପୁଳ ଭୋଟ ବ୍ୟବଧାନରେ ସହଜରେ ନିର୍ବାଚନ ଜିତିଛି। ହେଲେ ଗତ ୨୦୧୯ ଲୋକସଭା ନିର୍ବାଚନରେ ​​ମୁଲାୟମ ସିଂହ ଯାଦବ ମାତ୍ର ୯୪ ହଜାର ଭୋଟ ବ୍ୟବଧାନରେ ଜିତିଥିଲେ। ଏହି ନିର୍ବାଚନରେ ସେ ବିଜେପିର ବିଜେପି ପ୍ରାର୍ଥୀ ପ୍ରେମ ସିଂ ଶାକ୍ୟଙ୍କୁ ୯୪ ହଜାର ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ।

୨୦୧୯ ଲୋକସଭା ନିର୍ବାଚନ ଲଢିବା ପୂର୍ବରୁ ମୁଲାୟମ ସିଂହ ଯାଦବ ଘୋଷଣା କରିଥିଲେ ଯେ, ଏହା ହେଉଛି ତାଙ୍କର ଶେଷ ନିର୍ବାଚନ। ହେଲେ ଏହା ସତ୍ତ୍ୱେ ତାଙ୍କର ବିଜୟ ବ୍ୟବଧାନ ପୂର୍ବ ଭଳି ନଥିଲା। ଏହି ନିର୍ବାଚନରେ ମୁଲାୟମ ସିଂହ ଯାଦବଙ୍କୁ ୫ ଲକ୍ଷ ୨୪ ହଜାର ୯୨୬ ଖଣ୍ଡ ଭୋଟ୍ ମିଳିଥିବା ବେଳେ, ବିଜେପି ପ୍ରାର୍ଥୀ ପ୍ରେମ ସିଂହ ଶାକ୍ୟଙ୍କୁ ୪ ଲକ୍ଷ ୩୦ ହଜାର ୫୩୭ ଭୋଟ୍ ମିଳିଥିଲା। ଏହା ପୂର୍ବରୁ ୨୦୧୪ ଲୋକସଭା ନିର୍ବାଚନରେ ​​ମୁଲାୟମ ସିଂହଙ୍କୁ ୫ ଲକ୍ଷ ୯୫ ହଜାର ୯୧୮ ଭୋଟ୍ ମିଳିଥିବା ବେଳେ, ବିଜେପି ପ୍ରାର୍ଥୀ ଶତ୍ରୁଘ୍ନ ସିଂହ ଚୌହାନଙ୍କୁ ୨ ଲକ୍ଷ ୩୧ ହଜାର ୨୫୨ ଭୋଟ୍ ମିଳିଥିଲେ। ଏହି ନିର୍ବାଚନରେ ସମାଜବାଦୀ ପାର୍ଟ ପ୍ରତିଷ୍ଠାତା ବିଜେପି ପ୍ରାର୍ଥୀଙ୍କୁ ୩ ଲକ୍ଷ ୬୪ ହଜାର ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ଏହାପୂର୍ବରୁ ୨୦୦୯ ନିର୍ବାଚନରେ ୧.୭୩ ଲକ୍ଷ ଏବଂ ୨୦୦୪ ନିର୍ବାଚନରେ ୩.୩୭ ଲକ୍ଷ ଭୋଟ ବ୍ୟବଧାନରେ ମୈନପୁରୀ ଆସନରୁ ଜିତିଥିଲେ ଉତ୍ତର ପ୍ରଦେଶ ରାଜନୀତିରେ ନେତାଜୀ ଭାବେ ଜଣାଶୁଣା ମୁଲାୟମ ସିଂହ ଯାଦବ। 

ହେଲେ ବର୍ତ୍ତମାନ ସମାଜବାଦୀ ପାର୍ଟି ପ୍ରାର୍ଥୀ ଡିମ୍ପଲ ଯାଦବଙ୍କ ପାଇଁ ୯୪ ହଜାର ଭୋଟ ବ୍ୟବଧାନ ଅସୁବିଧା ବଢାଇ ଦେଇଛି। କାରଣ ବିଏସପି ଏବଂ କଂଗ୍ରେସ ଏହି ନିର୍ବାଚନରେ ସେମାନଙ୍କର ପ୍ରାର୍ଥୀ ଛିଡ଼ା କରିନାହାଁନ୍ତି। ଏହି ନିର୍ବାଚନରେ ଲଢେଇ ସିଧାସଳଖ ​​ବିଜେପି ଏବଂ ସମାଜବାଦୀ ପାର୍ଟି ମଧ୍ୟରେ ହେଉଛି। ମୈନପୁରୀ ଉପନିର୍ବାଚନରେ ଦଳିତ ଭୋଟ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି। କାରଣ ବିଏସପି ଥରେ ମଧ୍ୟ ମୈନପୁରୀ ଲୋକସଭା ଆସନ ଜିତିବାରେ ସକ୍ଷମ ହୋଇନାହିଁ। ହେଲେ ଦଳର ହାରାହାରି ଭୋଟ୍ ପ୍ରତିଶତ ପ୍ରାୟ ୧୬% ରହିଛି। ଏଥର ଦଳିତ ଭୋଟ୍ ଅତି ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିବ। ମୈନ୍ପୁରୀ ଆସନରେ ଦଳିତ ମତଦାତାଙ୍କ ସଂଖ୍ୟା ହେଉଛି ପ୍ରାୟ ୨ ଲକ୍ଷ।  ସେମାନଙ୍କ ଭୋଟ୍ ଉଭୟ ବିଜେପି ଏବଂ ସମାଜବାଦୀ ପାର୍ଟି ପ୍ରାର୍ଥୀଙ୍କ ବିଜୟ କିମ୍ବା ପରାଜୟରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ।

ମୈନପୁରୀ  ଉପନିର୍ବାଚନରେ ଉଭୟ ବିଜେପି ଏବଂ ସମାଜବାଦୀ ପାର୍ଟି ଦଳିତ ମତଦାତାଙ୍କୁ ସେମାନଙ୍କ ସପକ୍ଷରେ ନେବାକୁ ଚେଷ୍ଟା କରିଛନ୍ତି। ଏହି କ୍ରମରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଜଣେ ଦଲିତ ମହିଳାଙ୍କ ହାତରେ  ମୈନ୍ପୁରୀ ଠାରେ ଦଳୀୟ କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି। ଅନ୍ୟପଟେ ବିଜେପି ମଧ୍ୟ ଦଳିତ ମତଦାତାଙ୍କ ସମର୍ଥନ ହାସଲ କରିବା ପାଇଁ ଦ୍ୱାର ଦ୍ୱାର ବୁଲି ଅଭିଯାନ ଆରମ୍ଭ କରିଛି। ଏହା ସହିତ ଜାତିଗତ ସମୀକରଣକୁ ନଜରରେ ରଖି ବିଜେପି ପୁରୁଣା ସମାଜବାଦୀ ନେତା ରଘୁରାଜ ସିଂହ ଶାକ୍ୟଙ୍କୁ ପ୍ରାର୍ଥୀ କରିଛି।

ଯାଦବ ଭୋଟର ମୈନପୁରୀ ଆସନରେ ସମାଜବାଦୀ ପାର୍ଟି ବିଜୟରେ ଏକ ଭୂମିକା ଗ୍ରହଣ କରିଥିବାବେଳେ ଦଳକୁ ମୁସଲିମ ମତଦାତାଙ୍କ ସମର୍ଥନ ମଧ୍ୟ ମିଳିଛି। ଏହି ଆସନରେ ଯାଦବ ମତଦାତାଙ୍କ ସଂଖ୍ୟା ପ୍ରାୟ ୪.୨୫ ଲକ୍ଷ। ଯଦି ମୁସଲିମ ମତଦାତାଙ୍କ କଥା କୁହାଯାଏ, ତାହେଲେ ସେମାନଙ୍କ ସଂଖ୍ୟା ପ୍ରାୟ ୧ ଲକ୍ଷ। 

ସମାଜବାଦୀ ପାର୍ଟି ଗଡ଼ କୁହାଯାଉଥିବା ମୈନପୁରୀ ଆସନ ଜିତିବା ପାଇଁ ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛି। ବିଗତ ୬ ମାସ  ଧରି ବିଜେପି ପୂର୍ବତନ ସାଂସଦ ହରମୋହନ ସିଂହ ଯାଦବଙ୍କ ପରିବାରର ସଦସ୍ୟଙ୍କୁ ଦଳରେ ସାମିଲ କରାଇଛି। ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପୂର୍ବତନ ସାଂସଦଙ୍କ ମୃତ୍ୟୁ ବାର୍ଷିକୀରେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।