Maharashtra Politics: କ୍ଷମତା ହରାଇବା ପରେ ମେଣ୍ଟ ଉପରେ ଉଦ୍ଧବ ଠାକେରଙ୍କ ଭରସା
Advertisement
Article Detail0/zeeodisha/odisha1323980

Maharashtra Politics: କ୍ଷମତା ହରାଇବା ପରେ ମେଣ୍ଟ ଉପରେ ଉଦ୍ଧବ ଠାକେରଙ୍କ ଭରସା

Maha Vikas Aghadi Alliance:  ମହରାଷ୍ଟ୍ର ବିଧାନ ଭବନ ପରିସରରେ ଆୟୋଜିତ ହୋଇଥିବା ବୈଠକରେ ଯୋଗ ଦେଇ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି ଯେ ମହାମାରୀ ତୁଳନାରେ ତାଙ୍କ ଦଳ ଶିବସେନା ଏବଂ ମହାବିକାଶ ଅଘାଡ଼ି ମେଣ୍ଟ ଆଗରେ ବର୍ତ୍ତମାନର ଚ୍ୟାଲେଞ୍ଜ କିଛି ନୁହେଁ। 

Maharashtra Politics: କ୍ଷମତା ହରାଇବା ପରେ ମେଣ୍ଟ ଉପରେ ଉଦ୍ଧବ ଠାକେରଙ୍କ ଭରସା

Uddhav Thackeray on  MVA Alliance: ଦଳରେ ହୋଇଥିବା ହୋଇଥିବା ବିଦ୍ରୋହ ପରେ ଯଦିଓ ହାତରୁ କ୍ଷମତା ଚାଲିଯାଇଛି ମାତ୍ର ମହାବିକାଶ ଅଘାଡ଼ି ମେଣ୍ଟ ଅକ୍ଷୁର୍ଣ୍ଣ ରହିଥିବା କହିଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ। ଶିବସେନା, କଂଗ୍ରେସ ଏବଂ ଏନସିପି ସମେତ ମହାରାଷ୍ଟ୍ର ରାଜନୀତିରେ ସକ୍ରିୟ ରହିଥିବା ସ୍ଥାନୀୟ ଆଞ୍ଚଳିକ ଦଳକୁ ନେଇ ଗଠିତ ହୋଇଥିଲା ମହା ବିକାଶ ଅଘାଡ଼ି ମେଣ୍ଟ। ନିକଟରେ ରାଜଧାନୀ ମୁମ୍ବାଇସ୍ଥିତ ମହରାଷ୍ଟ୍ର ବିଧାନ ଭବନ ପରିସରରେ ଆୟୋଜିତ ମହାବିକାଶ ଅଘାଡ଼ି ମେଣ୍ଟର ଅଂଶୀଦାର ଦଳଙ୍କୁ ନେଇ ଆୟୋଜିତ ହୋଇଥିବା ବୈଠକରେ ଯୋଗଦେବା ଅବସରରେ ଉଦ୍ଧବ ଠାକରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ମହା ବିକାଶ ଅଘାଡ଼ି ସରକାର ରାଜ୍ୟରେ କୋରୋନା ମହାମାରୀକୁ ସଫଳତାର ସହ ମୁକାବିଲା କରିଛନ୍ତି।

ମହରାଷ୍ଟ୍ର ବିଧାନ ଭବନ (Maharashtra Vidhan Bhavan)  ପରିସରରେ ଆୟୋଜିତ ହୋଇଥିବା ବୈଠକରେ ଯୋଗ ଦେଇ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ (Shiv Sena Chief Uddhav Thackeray) କହିଛନ୍ତି ଯେ ମହାମାରୀ ତୁଳନାରେ ତାଙ୍କ ଦଳ ଶିବସେନା (Shiv Sena) ଏବଂ ମହାବିକାଶ ଅଘାଡ଼ି ମେଣ୍ଟ (Maha Vikas Aghadi Alliance) ଆଗରେ ବର୍ତ୍ତମାନର ଚ୍ୟାଲେଞ୍ଜ କିଛି ନୁହେଁ। ଗତ ଜୁନ ମାସରେ ବିଧାୟକ ଦଳ ନେତା ଏକନାଥ ସିନ୍ଦେଙ୍କ (Eknath Shinde) ନେତୃତ୍ୱରେ ଅସନ୍ତୁଷ୍ଟ ଶିବେସନା ବିଧାୟକଙ୍କ ଦ୍ୱାରା ଦଳରେ ହୋଇ ବିଦ୍ରୋହ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ରାଜ୍ୟ ବିଧାନ ଭବନ ଠାରେ ପହଞ୍ଚିଥିଲେ ଉଦ୍ଧବ ଠାକରେ। 

Also Read: Maharashtra Politics: ଧସ୍ତାଧସ୍ତିରେ ଶେଷ ହେଲା ବିଧାନସଭାର ମୌସୁମୀ ଅଧିବେଶନ

ଚଳିତ ବର୍ଷ ହେବାକୁ ମୁମ୍ବାଇ ନଗର ନିଗମ (Brihanmumbai Municipal Corporation) ବିଏମସି ନିର୍ବାଚନରେ (BMC Election 2022) ଶିବସେନା ମହାବିକାଶ ଅଘାଡ଼ି ମେଣ୍ଟରେ ସାମିଲ ରହିଥିବା କଂଗ୍ରେସ-ଏନସିପି (Congress NCP) ସହ ମେଣ୍ଟ କରି ନିର୍ବାଚନ ଲଢିବ? ଏହାର ଉତ୍ତରରେ ଉଦ୍ଧବ ଠାକରେ କହିଛନ୍ତି ଦୀର୍ଘ ସମୟ ପରେ ଆମେ ମହାବିକାଶ ଅଘାଡ଼ି ମେଣ୍ଟରେ ସାମିଲ ରହିଥିବା ସହଯୋଗୀ ପରସ୍ପରକୁ ଭେଟିଛୁ। ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ଏକାଠି ରହିଛୁ। ଆମେ ଆଗକୁ କଣ କରିବାକୁ ଯାଉଛୁ ଆମେ ତାହା ଶୀଘ୍ର କହିବୁ।

ବିଏମସି ନିର୍ବାଚନ ପୂର୍ବରୁ ମହାବିକାଶ ଅଘାଡ଼ି ମେଣ୍ଟରେ ଦେଖାଦେଇଛି ଫାଟ। କାରଣ ଏହି ନିର୍ବାଚନରେ କଂଗ୍ରେସ ସ୍ୱାଧୀନ ଭାବେ ଲଢିବା ପାଇଁ ମତଦାନ ଉପସ୍ଥାପନ କରିସାରିଛି। ରାଜ୍ୟର କ୍ଷମତା ହରାଇବା ପରେ ବର୍ତ୍ତମାନ ମହରାଷ୍ଟ୍ର ରାଜନୀତିରେ ବିରୋଧି ଦଳ ଆଗରେ ମୁଖ୍ୟ ଆହ୍ୱାନ ହେଉଛି ଆସନ୍ତା ଲୋକସଭା ନିର୍ବାଚନ (Lok Sabha Election 2024) ପାଇଁ ଏକ ସୁଦୃଢ ରଣନୀତି ପ୍ରସ୍ତୁତ କରିବା।

ଶିବସେନା ଲାଗି ସବୁଠାରୁ ବଡ ଆହ୍ୱାନ ହେଉଛି ଯେ ଏକନାଥ ସିନ୍ଦେଙ୍କ ପରି ଦଳର ଜଣେ ବରିଷ୍ଠ ନେତା ଦଳରୁ ଦୂରେଇଯିବା। କାରଣ ତାଙ୍କୁ ସର୍ବାଧିକ ବିଧାୟକଙ୍କ ସମର୍ଥନ ରହିଛି। ଶିବସେନାର ମୋଟ ୫୪ ବିଧାୟକଙ୍କ ମଧ୍ୟରୁ ୪୦ ଜଣ ବିଧାୟକ ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ସାମିଲ ହୋଇଛନ୍ତି। ଚଳିତ ବର୍ଷ ବିଏମସି ନିର୍ବାଚନ ନିର୍ବାଚନ ଅନୁଷ୍ଠିତ ହେବ। ବିଗତ ୩ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟରେ ବିଏମସି ଶିବସେନା ଦଖଲରେ ରହିଛି। ଯଦି ଏହି ନିର୍ବାଚନରେ ​​ଉଦ୍ଧବ ଠାକେରଙ୍କ ଗୋଷ୍ଠୀ (Shiv Sena Thackeray Faction) ପରାଜିତ ହୁଏ ତାହେଲେ ଏହା ଦଳ ପାଇଁ ଏକ ବଡ ଝଟକା ବୋଲି ପ୍ରମାଣିତ ହୋଇପାରେ। ଏଭଳି ପରିସ୍ଥିତିରେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଏହି ନିର୍ବାଚନ ପାଇଁ କିପରି ପ୍ରସ୍ତୁତ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା। 

Also Read: Maharashtra Politics: ମୁହାଁମୁହିଁ ଅବସ୍ଥାରେ ସିନ୍ଦେ ଗୋଷ୍ଠୀ-ଆଦିତ୍ୟ ଠାକରେ, ପାଲଟା ଜବାବ ଦେଲେ ଅସନ୍ତୁଷ୍ଟ ଶିବସେନା ବିଧାୟକ

ବିଦ୍ରୋହୀ ଶିବସେନା ବିଧାୟକଙ୍କ ନେତା ଏକନାଥ ସିନ୍ଦେ ଦଳରୁ ଦୂରେଇ ଯିବା ପରେ ହୋଇଥିବା ବିଭାଜନ (Revolt in Shiv Sena) କାରଣରୁ ପ୍ରକୃତ ଶିବସେନା କିଏ ତାହାକୁ ନେଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଲଢେଇ ଚାଲିଛି। ଦଳର ଅଧିକାର ସମ୍ପର୍କରେ ଉଭୟ ଠାକରେ-ସିନ୍ଧେ ପକ୍ଷ ଦାବି କରୁଛନ୍ତି। ସିନ୍ଦେ ଗୋଷ୍ଠୀ (Shiv Sena Shinde Faction) ପକ୍ଷରୁ କୁହାଯାଇଛି ସେମାନଙ୍କୁ ଶିବସେନା ନିର୍ବାଚନ ସଙ୍କେତ (Shiv Sena Election Symbol) ମିଳିବା ଆବଶ୍ୟତ।