Maharashtra Politics: ଧସ୍ତାଧସ୍ତିରେ ଶେଷ ହେଲା ବିଧାନସଭାର ମୌସୁମୀ ଅଧିବେଶନ
Advertisement

Maharashtra Politics: ଧସ୍ତାଧସ୍ତିରେ ଶେଷ ହେଲା ବିଧାନସଭାର ମୌସୁମୀ ଅଧିବେଶନ

Maharashtra Assembly Monsoon Session: ଗତ ୧୭ ତାରିଖରେ ଆରମ୍ଭ ହୋଇଥିଲା ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନ। ଯାହା  ଅଗଷ୍ଟ ୨୭ ତାରିଖ ଶନିବାର ଶେଷ ହୋଇଥିଲା।  

Maharashtra Politics: ଧସ୍ତାଧସ୍ତିରେ ଶେଷ ହେଲା ବିଧାନସଭାର ମୌସୁମୀ ଅଧିବେଶନ

Maharashtra Assembly Monsoon Session: ବାଦ ବିବାଦର ସହ ଶେଷ ହୋଇଛି ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନ। ହେଲେ ଗତ ବୁଧବାର ମୌସୁମୀ ଅଧିବେଶନ ବେଳେ ବିଧାନସଭାରେ ମୁହାଁମୁହିଁ ହୋଇଥିଲେ ମହା ବିକାଶ ଅଘାଡି ଏବଂ ଶାସକ ଦଳ ସିନ୍ଦେ ଗୋଷ୍ଠୀର ବିଧାୟକ। ବିଧାନସଭାର ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ମହା ବିକାଶ ଅଘାଡି ମେଣ୍ଟର ବିଧାୟକ ସିନ୍ଦେ ଗୋଷ୍ଠୀର କିଛି ବିଧାୟକଙ୍କୁ ଘେରି ରହିଥିଲେ। ଯାହା ପରେ ଉଭୟ ପକ୍ଷ ମଧ୍ୟରେ ମୁହାମୁହିଁ ହୋଇଥିଲା।

ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନ (Maharashtra Assembly Monsoon Session) ବେଳେ ଶିବସେନା ସିନ୍ଦେ ଗୋଷ୍ଠୀର ବିଧାୟକ ଦିଲୀପ ଲାଣ୍ଡେ (Shiv Sena MLA Dilip Lande) ଏବଂ ଏନସିପି ବିଧାୟକ ଆମିଲ ମିତକାରି (NCP MLA Amol Mitkari) ପରସ୍ପରକୁ ଠେଲାପେଲା କରିଥିଲେ। ସିନ୍ଦେ ଗୋଷ୍ଠୀର ବିଧାୟକ ନିଜର ସ୍ଲୋଗାନ ଓ ପୋଷ୍ଟର ଲଗାଇ ଗୃହ ବାହାରେ ଶିବସେନା-ଏନସିପି-କଂଗ୍ରେସ (Shiv Sena-NCP-Congress) ପକ୍ଷରୁ ଅଣାଯାଇଥିବା ଅଭିଯୋଗକୁ ବିରୋଧ କରିଥିଲେ। ଏହି ପ୍ରସଙ୍ଗରେ  ମହା ବିକାଶ ଅଘାଡି ମେଣ୍ଟକୁ ଜବାବ ଦେଇଥିଲେ ସିନ୍ଦେ ଗୋଷ୍ଠୀର ବିଧାୟକ। ଏହି ଘଟଣା ଘଟିବାର ଦିନକ ପୂର୍ବରୁ ଅର୍ଥାତ ଗତ ମଙ୍ଗଳବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ  ଏକନାଥ ସିନ୍ଦେ ବିରୋଧୀଙ୍କୁ ଚେତାବନୀ ଦେଇ କହିଥଲେ ଯେ ଯେଉଁମାନେ ତାଙ୍କୁ ଏବଂ ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ଟାର୍ଗେଟ କରୁଛନ୍ତି ସେ ସେମାନଙ୍କର ପର୍ଦ୍ଦାଫାଶ କରିଦେବେ। 

ଏହା ଉପରେ ବିରୋଧି ଦଳର ନେତା ଅଜିତ ପାୱାର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିରେ ବିରୋଧି ଆହତ ହୋଇଛନ୍ତି। ଗତ ବୁଧବାର ବିଜେପି ସମର୍ଥିତ ସିନ୍ଦେ ସରକାରଙ୍କୁ ଗଦ୍ଦାର ବୋଲି କହିଥିଲେ। ଏପରିକି ବିରୋଧି ଶାସକ ଦଳକୁ କଟାକ୍ଷ କରି କହିଛନ୍ତି ଯେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯାହାର ମାଆ ସେଭଳି ସରକାର ହେଉଛି ଅଦରକାରୀ ବୋଲି ସ୍ଲୋଗାନ ଦେଇ ହଇରାଣ ହରକତ ହୋଇଥିଲେ। ଗତ ୧୭ ତାରିଖରେ ଆରମ୍ଭ ହୋଇଥିଲା ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନ। ଯାହା  ଅଗଷ୍ଟ ୨୭ ତାରିଖ ଶନିବାର ଶେଷ ହୋଇଥିଲା।  

Also Read: Maharashtra Politics: ମୁହାଁମୁହିଁ ଅବସ୍ଥାରେ ସିନ୍ଦେ ଗୋଷ୍ଠୀ-ଆଦିତ୍ୟ ଠାକରେ, ପାଲଟା ଜବାବ ଦେଲେ ଅସନ୍ତୁଷ୍ଟ ଶିବସେନା ବିଧାୟକ

ଗତକାଲି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ସାମିଲ ହୋଇଥିବା ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ଗଦ୍ଦାର ବୋଲି କହିଥିଲେ ଦଳର ଯୁବ ଶାଖା ନେତା ଆଦିତ୍ୟ ଠାକରେ। ଏହା ଉପରେ ଜବାବ ରଖି ସିନ୍ଦ ଗୋଷ୍ଠୀର ବିଧାୟକ ଠାକେର ପରିବାରର କୌଣସି ସଦସ୍ୟଙ୍କୁ ଟାର୍ଗେଟ ନ କରିବା ପାଇଁ ନେଇଥିବା ସଂକଳ୍ପ ଭାଙ୍ଗି ଆଦିତ୍ୟ ଠାକରେଙ୍କୁ 'ଯୁବରାଜ' ବୋଲି କହିଛନ୍ତି।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ (Maharashtra Chief Minister) ଏକନାଥ ସିନ୍ଦେଙ୍କ (Eknath Shinde) ନେତୃତ୍ୱାଧିନ ଗୋଷ୍ଠୀରେ (Shiv Sena Shinde Faction) ସାମିଲ ହୋଇଥିବା ବିଦ୍ରୋହୀ ଶିବସେନା ବିଧାୟକ (Rebel Shiv Sena MLA) ଅନୁଭବ କରୁଛନ୍ତି ଯେ ଆଦିତ୍ୟ ଠାକରେ (Aaditya Thackeray) ସମସ୍ତ ସୀମା ଅତିକ୍ରମ କରି ସେମାନଙ୍କ ବିରୋଧରେ ମିଥ୍ୟା ପ୍ରଚାର କରୁଛନ୍ତି। ସିନ୍ଦେ ଗୋଷ୍ଠୀରେ ସାମିଲ ହୋଇଥିବା ଅସନ୍ତୁଷ୍ଟ ଶିବସେନା ବିଧାୟକ ଦଳର ମୁଖ୍ୟ ଉଦ୍ଧବ ଠାକରେଙ୍କ (Uddhav Thackeray) ପୁଅ ଆଦିତ୍ୟ ଠାକରେଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ବିଧାନସଭା ଅଧିବେଶନର ଶେଷ ଦିନରେ ରାଜ୍ୟ ବିଧାନ ଭବନ ପରିସରରେ (Maharashtra Vidhan Bhavan) ବ୍ୟାନର ପ୍ରଦର୍ଶନ କରି ଯୁବରାଜ ରାସ୍ତାଙ୍କ ବିପଥଗାମୀ ହୋଇଛି ବୋଲି କହିଥିଲେ।

ଏହା ଉପରେ ସିନ୍ଦେ ଗୋଷ୍ଠୀରେ ସାମିଲ ହୋଇଥିବା ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ଜବାବ ଦେଇ ଆଦିତ୍ୟ ଠାକରେ ଅଭିଯୋଗ କରି କହିଥିଲେ ଯେ ଟଙ୍କା ପାଇଁ ସେମାନେ ଶିବସେନା (Shiv Sena) ବିରୋଧରେ ବିଦ୍ରୋହ କରିଥିଲେ। ଗତ ଜୁନ ମାସରେ ଦଳରେ ହୋଇଥିବା ବିଦ୍ରୋହ କାରଣରୁ ଶିବସେନା ନେତୃତ୍ୱାଧିନ ମହା ବିକାଶ ଅଘାଡ଼ି ସରକାର (Maha Vikas Aghadi Government) ଗାଦିଚ୍ୟୁତ ହୋଇଥିଲା। ଏହା ପରେ ବିଜେପି ସମର୍ଥନରେ ବିଦ୍ରୋହୀ ଶିବସେନା ବିଧାୟକଙ୍କ ନେତା ଏକନାଥ ସିନ୍ଦେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସହ ରାଜ୍ୟରେ ସରକାର ଗଠନ କରିଥିଲେ।

Also Read: Maharashtra Politics: ରାଜ୍ୟର ପ୍ରକୃତ ମୁଖ୍ୟମନ୍ତ୍ରୀ କିଏ? ଜବାବ ଦେଲେ ଆଦିତ୍ୟ ଠାକରେ

ଗତ ବିଜେପି ଏବଂ ସିନ୍ଦେ ଗୋଷ୍ଠୀରେ ସାମିଲ ହୋଇଥିବା ଅସନ୍ତୁଷ୍ଟ ଶିବସେନା ବିଧାୟକ ଦଳର ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ  ଏବଂ  ରାଜ୍ୟର ପୂର୍ବତନ ମନ୍ତ୍ରୀ ଆଦିତ୍ୟ ଠାକେରଙ୍କୁ ଟାର୍ଗେଟ କରି ସମାନ ଢଙ୍ଗରେ ବିରୋଧ କରିଥିଲେ। ସେମାନେ ମୁମ୍ବାଇ ମହାନଗର ନିଗମରେ ଦୁର୍ନୀତି ହୋଇଥିବାର ଅଭିଯୋଗ ଆଣି ଏକ ବ୍ୟାନର ଦେଖାଇଥିଲେ। ଏହା ସହ ସେମାନେ ଅଭିଯୋଗ କରିଛନ୍ତି ଯେ ଠାକେର ପିତା-ପୁତ୍ର କ୍ଷମତା ପାଇଁ ହିନ୍ଦୁତ୍ୱ ସହ ଆପୋଷ ବୁଝାମଣା କରିଛନ୍ତି।