Maharashtra Politics: ପୂର୍ବରୁ ମୋଟ ୫୪ ଜଣ ଶିବସେନା ବିଧାୟକଙ୍କ ମଧ୍ୟରୁ ୩୯ ଜଣ ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ରହିଥିବା ବେଳେ ୧୫ ଜଣ ଉଦ୍ଧବ ଠାକରେଙ୍କ ଗୋଷ୍ଠୀରେ ସାମିଲ ଅଛନ୍ତି।
Trending Photos
Maharashtra Politics: ଶିବସେନା ନେତୃତ୍ୱକୁ ନେଇ ବିଦ୍ରୋହୀ ଗୋଷ୍ଠୀର ନେତା ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ସହ ଚାଲିଥିବା ଲଢେଇରେ ଉଦ୍ଧବ ଠାକେରଙ୍କ ଗୋଷ୍ଠୀକୁ ଲାଗିପାରେ ଆଉ ଏକ ଝଟକା। ପ୍ରଥମେ ବିଧାୟକ ଆଉ ଏବେ ଦଳର ସାଂସଦଙ୍କୁ ନିଜ ସପକ୍ଷକୁ ନେବା ପାଇଁ ପ୍ରୟାସ ଆରମ୍ଭ କରିଛି ସିନ୍ଦେ ଗୋଷ୍ଠୀ। ଏନେଇ ମିଳିଥିବା ଖବର ଅନୁସାରେ ଦଳର ମୋଟ ୧୮ ଜଣ ଲୋକସଭା ସାଂସଦଙ୍କ ମଧ୍ୟରୁ ୧୧ ଜଣ ସାଂସଦ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧିନ ଗୋଷ୍ଠୀର ହାତ ଧରିପାରନ୍ତି। ଦଳରେ ସୃଷ୍ଟି ହୋଇଥିବା ସଂକଟ ମଧ୍ୟରେ ଶିବସେନା ଦଳର ବରିଷ୍ଠ ସାଂସଦ ଭବନା ଗାୱଲିଙ୍କୁ ଲୋକସଭା ମୁଖ୍ୟ ସଚେତକ ପଦରୁ ହଟାଇ ତାଙ୍କ ସ୍ଥାନରେ ଦଳର ଅନ୍ୟତମ ସାଂସଦ ରାଜନ ବିଚାରେଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛି।
ପୂର୍ବରୁ ମୋଟ ୫୪ ଜଣ ଶିବସେନା ବିଧାୟକଙ୍କ ମଧ୍ୟରୁ ୩୯ ଜଣ ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ରହିଥିବା ବେଳେ ୧୫ ଜଣ ଉଦ୍ଧବ ଠାକରେଙ୍କ ଗୋଷ୍ଠୀରେ ସାମିଲ ଅଛନ୍ତି। ଅନ୍ୟପଟେ ଦଳର ଅନ୍ୟତମ ବିଧାୟକ ରମେଶ ଲଟେକଙ୍କ ମୃତ୍ୟୁ ପରେ ତାଙ୍କ ଆସନ ଖାଲି ପଡ଼ିଛି। ଗତ ସୋମବାର ଅନୁଷ୍ଠିତ ହୋଇଥିବା ଆସ୍ଥା ଭୋଟ ସମୟରେ ଉଦ୍ଧବ ଠାକେରଙ୍କ ଗୋଷ୍ଠୀରେ ଶିବସେନା ବିଧାୟକ ସନ୍ତୋଷ ବାଙ୍ଗର ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ଚାଲି ଯାଇଥିଲେ। କେବଳ ଆଦିତ୍ୟ ଠାକରେଙ୍କ ସମେତ କେବଳ ୧୪ ଜଣ ବିଧାୟକ ଉଦ୍ଧବ ଠାକେରଙ୍କ ଗୋଷ୍ଠୀରେ ଅଛନ୍ତି। ଗତ ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶିବସେନା ୫୫ ଆସନ ପାଇଥିଲା। ସେହିପରି ୨୦୧୯ ଲୋକସଭା ନିର୍ବାଚନରେ ଶିବସେନା ୧୮ ଆସନ ପାଇଥିଲା। ଅନ୍ୟପଟେ ବର୍ତ୍ତମାନ ରାଜ୍ୟସଭାରେ ଦଳର ୩ ଜଣ ସାଂସଦ ଅଛନ୍ତି।
ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ସାମିଲ ହେବାକୁ ଥିବା ସାଂସଦ
ଉଦ୍ଧବ ଠାକେରଙ୍କ ଗୋଷ୍ଠୀରେ ସାମିଲ ହେବାକୁ ଥିବା ସାଂସଦ
ଶିବସେନା ରାଜ୍ୟସଭା ସାଂସଦ
Also Read: MLA Disqualification Case: ତାଲିକାରୁ ହଟିଲେ ଆଦିତ୍ୟ ଠାକେର
Also Read: Maharashtra Political Crisis: ବଢୁଛି ସିନ୍ଦେ ଗୋଷ୍ଠୀ, ମୁଖ୍ୟମନ୍ତ୍ରୀଙ୍କ ସହ ଅଛନ୍ତି କେତେ ଶିବ ସେନା ବିଧାୟକ?