Maharashtra Bye Election: ନିର୍ବାଚନ ମୈଦାନରେ ମୁହାଁମୁହିଁ ହେବେ ସିନ୍ଦେ-ଠାକରେ, କର ବା ମର ପରିସ୍ଥିତିରେ କିଏ ମାରିବ ବାଜି?
Advertisement

Maharashtra Bye Election: ନିର୍ବାଚନ ମୈଦାନରେ ମୁହାଁମୁହିଁ ହେବେ ସିନ୍ଦେ-ଠାକରେ, କର ବା ମର ପରିସ୍ଥିତିରେ କିଏ ମାରିବ ବାଜି?

Maharashtra Politics: ଏହି ଉପନିର୍ବାଚନକୁ ନେଇ ସଗଗରମ ହୋଇଉଠିଛି ମହାରାଷ୍ଟ୍ର। କାରଣ ପ୍ରକୃତ ଶିବସେନା କିଏ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥିର ପାରିନାହିଁ। ଦଳର ନିର୍ବାଚନ ସଙ୍କେତ ଧନୁ ତୀର ଉପରେ ନିଜର ଦାବି ଉଠାଉଛନ୍ତି ଉଭୟ ଗୋଷ୍ଠୀ। ଦଳର ନିର୍ବାଚନ ସଙ୍କେତ ପାଇଁ  ଆଗାମୀ ନିର୍ବାଚନକୁ ନେଇ ଅନେକ ଦ୍ୱନ୍ଦ୍ୱ ରହିଛି। 

Maharashtra Bye Election: ନିର୍ବାଚନ ମୈଦାନରେ ମୁହାଁମୁହିଁ ହେବେ ସିନ୍ଦେ-ଠାକରେ, କର ବା ମର ପରିସ୍ଥିତିରେ କିଏ ମାରିବ ବାଜି?

Eknath Shinde vs Uddhav Thackeray: ଶିବସେନା ନେତୃତ୍ୱ ବିରୋଧରେ ହୋଇଥିବା ବିଦ୍ରୋହ ପରେ ପ୍ରଥମ ଥର ଲାଗି ଲୋକ ପ୍ରିୟତାର ପରୀକ୍ଷା ଦେବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧିନ ଗୋଷ୍ଠୀ। ଏହା ସହିତ ଦଳରେ ହୋଇଥିବା ବିଦ୍ରୋହ ପରେ ପ୍ରଥମ ଥର ପାଇଁ ନିର୍ବାଚନ ମୈଦାନରେ ମୁହାଁମୁହିଁ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଶିବେସନା ଅଧ୍ୟକ୍ଷ ଉଦ୍ଧବ ଠାକରେ। ଆସନ୍ତା ନଭେମ୍ବର ୩ ତାରିଖରେ ହେବାକୁ ଯାଉଛି ମୁମ୍ବାଇ ପୂର୍ବ ଅନ୍ଧେରୀ ବିଧାନସଭା ଉପନିର୍ବାଚନ। ଯେଉଁ ଆସନରୁ ଦିବଂଗତ ଶିବସେନା ବିଧାୟକ ରମେଶ ଲାଟକେ ପ୍ରତିନିଧିତ୍ୱ କରୁଥିଲେ।

ଏହି ଉପନିର୍ବାଚନକୁ ନେଇ ସଗଗରମ ହୋଇଉଠିଛି ମହାରାଷ୍ଟ୍ର (Maharashtra Politics)। କାରଣ ପ୍ରକୃତ ଶିବସେନା (Shiv Sena) କିଏ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥିର ପାରିନାହିଁ। ଦଳର ନିର୍ବାଚନ ସଙ୍କେତ ଧନୁ ତୀର (Shiv Sena Election Symbol Bow and Arrow) ଉପରେ ନିଜର ଦାବି ଉଠାଉଛନ୍ତି ଉଭୟ ଗୋଷ୍ଠୀ। ଦଳର ନିର୍ବାଚନ ସଙ୍କେତ ପାଇଁ  ଆଗାମୀ ନିର୍ବାଚନକୁ ନେଇ ଅନେକ ଦ୍ୱନ୍ଦ୍ୱ ରହିଛି। ନିର୍ବାଚନ ଆୟୋଗ (Election Commission of India) ବର୍ତ୍ତମାନ ପ୍ରକୃତ ଶିବସେନା କିଏ ସେ ନେଇ ଦାଏର କରା ଯାଇଥିବା ଆବେଦନ ଉପରେ ଶୁଣାଣି କରୁଛନ୍ତି। ଦଳର ନିର୍ବାଚନ ପ୍ରତୀକ କାହାକୁ ଆବଣ୍ଟିତ କରାଯିବ ତାହା ଉପରେ ନିଷ୍ପତ୍ତି ନେବେ ନିର୍ବାଚନ ଆୟୋଗ।

Also Read: Maharashtra Politics: ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ନେଇ ଚାଞ୍ଚଲ୍ୟକର ଖୁଲାସା କଲେ ଶିବେସନା-କଂଗ୍ରେସ ନେତା

ଗତ ଜୁନ ମାସରେ ଦଳୀୟ ନେତୃତ୍ୱ ବିରୋଧରେ ହୋଇଥିବା ବିଦ୍ରୋହ ପରେ ଶିବସେନା (Revolt in Shiv Sena) ଏବେ ୨ ଗୋଷ୍ଠୀରେ ବାଣ୍ଟି ହୋଇଯାଇଛି। ଗୋଟିଏ ଗୋଷ୍ଠୀର ନେତୃତ୍ୱ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ (Maharashtra CM Eknath Shinde) ନିୟନ୍ତ୍ରଣରେ ରହିଥିବା ବେଳେ ଅନ୍ୟ ଗୋଷ୍ଠୀର ନେତୃତ୍ୱ ଦଳର ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ (Shiv Sena President Uddhav Thackeray) ହାତରେ ରହିଛି। ହେଲେ ଏହି ୨ ଗୋଷ୍ଠୀ ମଧ୍ୟରୁ ପ୍ରକୃତ ଶିବସେନା କିଏ ସେ ବାବଦରେ ଚୂଡାନ୍ତ ନିଷ୍ପତ୍ତି ନେବେ ନିର୍ବାଚନ ଆୟୋଗ। ଯଦିଓ ଉଭୟ ଗୋଷ୍ଠୀ ପରସ୍ପରକୁ ପ୍ରକୃତ ଶିବସେନା ବୋଲି ଦାବି କରିବା ସହ ଦଳର ନିର୍ବାଚନ ସଙ୍କେତ ଧନୁ ତୀର ଉପରେ ନିଜର ଅଧିକାର ଉପସ୍ଥାପନ କରୁଛନ୍ତି।

ଦିବଂଗତ ଶିବସେନା ବିଧାୟକ ରମେଶ ଲାଟକେ (Ramesh Latke) ମୃତ୍ୟୁ କାରଣରୁ ପୂର୍ବ ଅନ୍ଧେରୀ ବିଧାନସଭା ଆସନ (Andheri East Assembly Constituency) ଖାଲି ପଡ଼ିଛି। ଲଗାତାର ୨ ଥର ଏହି ଆସନକୁ ପ୍ରତିନିଧିତ୍ୱ କରୁଥିବା  ଶିବସେନା ବିଧାୟକଙ୍କ ଗତ ମେ ମାସରେ ଦେହାନ୍ତ ହୋଇଯାଇଛି। ଶାସକ ଶିବସେନା ସିନ୍ଦେ ଗୋଷ୍ଠୀ (Shiv Sena Shinde Faction) ଏବଂ ସହଯୋଗୀ ବିଜେପି (BJP) ଏହି ନିର୍ବାଚନରେ ମୂର୍ଜି ପଟେଲଙ୍କୁ ପ୍ରାର୍ଥୀ କରିଛି। ଯିଏ ହେଉଛନ୍ତି ମୁମ୍ବାଇ ନଗର ନିଗମ (Brihanmumbai Municipal Corporation) ବିଏମସି (BMC) ର ପୂର୍ବତନ କର୍ପୋରେଟର।  ଅନ୍ୟପଟେ ଶିବସେନା ଠାକେର ଗୋଷ୍ଠୀ (Shiv Sena Thackeray Faction) ଏହି ନିର୍ବାଚନରେ ଦଳର ଦିବଂଗତ ବିଧାୟକଙ୍କ ପତ୍ନୀ ରୁତୁଜା ଲଟକେଙ୍କୁ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି।

Also Read: Maharashtra Politics: ପ୍ରକୃତ ଶିବସେନା କିଏ? ଇସାରାରେ ଜଣାଇଦେଲେ ନିର୍ବାଚନ ଆୟୋଗ

ମୁମ୍ବାଇ ପୂର୍ବ ଅନ୍ଧେରୀ ବିଧାନସଭା ଆସନରେ ହେବାକୁ ଯାଉଥିବା ଉପନିର୍ବାଚନକୁ ନେଇ ବଡ଼ ଘୋଷଣା କରିଛନ୍ତି ଏନସିପି ସୁପ୍ରିମୋ ଶରଦ ପାୱାର (NCP Supremo Sharad Pawar)। ଏନେଇ ପୁଣେ ଠାରେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା କରିବା ବେଳେ ସୋମବାର ସେ କହିଛନ୍ତି ଯେ ତାଙ୍କ ଦଳ ଏହି ନିର୍ବାଚନରେ ଶିବସେନା ଠାକରେ ଗୋଷ୍ଠୀକୁ ସମର୍ଥନ କରିବ। ରବିବାର ମୁମ୍ବାଇ ବିଜେପି ସଭାପତି ଆଶୀଷ ଶେଲାର (Mumbai BJP President Ashish Shelar) ଅନ୍ଧେରୀ ଆସନରେ ହେବାକୁ ଯାଉଥିବା ଉପନିର୍ବାଚନ ପାଇଁ ଦଳର କେନ୍ଦ୍ରୀୟ କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି। ଏନେଇ ଟ୍ୱିଟ୍ କରି ସେ କହିଛନ୍ତି ଯେ ମୁର୍ଜି ପଟେଲଙ୍କୁ ସ୍ଥାନୀୟ ଲୋକଙ୍କ ସମର୍ଥନ ରହିଛି। ପୂର୍ବ ଅନ୍ଧେରୀ ବିଧାନସଭା ଆସନ ମୁମ୍ବାଇ ଉତ୍ତର-ପଶ୍ଚିମ ଲୋକସଭା ଆସନ (Mumbai North West Lok Sabha Constituency) ଅଧିନସ୍ଥ।