Maharashtra Politics: ପୋଷ୍ଟର ମାରି ଜବାବ ଦେଲେ ସିନ୍ଦେ ସମର୍ଥକ
Advertisement
Article Detail0/zeeodisha/odisha1230534

Maharashtra Politics: ପୋଷ୍ଟର ମାରି ଜବାବ ଦେଲେ ସିନ୍ଦେ ସମର୍ଥକ

Maharashtra Politics: ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇ ସ୍ଥିତ ମୀର ରୋଡ଼ ଠାରେ ଏକନାଥ ସିନ୍ଦେଙ୍କ ସମର୍ଥନରେ ଲଗାଯାଇଛି ପୋଷ୍ଟର। 

Maharashtra Politics: ପୋଷ୍ଟର ମାରି ଜବାବ ଦେଲେ ସିନ୍ଦେ ସମର୍ଥକ

Maharashtra Politics: ମହାରାଷ୍ଟ୍ର ରାଜନୀତିରେ ଜାରି ରହିଥିବା ରାଜନୈତିକ ସଂକଟ ମଧ୍ୟରେ ପୋଷ୍ଟର ମାରି ଜବାବ ଦେଇଛନ୍ତି ବିଦ୍ରୋହୀ ଶିବ ସେନା ନେତା ଏକନାଥ ସିନ୍ଦେଙ୍କ ସମର୍ଥକ। ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇ ସ୍ଥିତ ମୀର ରୋଡ଼ ଠାରେ ଏକନାଥ ସିନ୍ଦେଙ୍କ ସମର୍ଥନରେ ଲଗାଯାଇଛି ପୋଷ୍ଟର। ଯେଉଁଥିରେ ଶିବ ସେନା ପ୍ରତିଷ୍ଠାତା ବାଲା ସାହେବଙ୍କ ସହ ଏକନାଥ ସିନ୍ଦେଙ୍କ ଫଟୋ ରହିଛି। କେବଳ ରାଜଧାନୀ ମୁମ୍ବାଇ ନୁହେଁ ଠାଣେ ସହରରେ ମଧ୍ୟ  ସିନ୍ଦେଙ୍କ ସମର୍ଥନରେ ଲାଗିଛି ପୋଷ୍ଟର। 

ପୋଷ୍ଟରରେ ଲେଖାଯାଇଛି ପ୍ରଜାଙ୍କ ଲୋକନାଥ ଏକନାଥ। ହିନ୍ଦୁ ହୃଦୟ ସମ୍ରାଟ ତଥା ଶିବ ସେନା ପ୍ରତିଷ୍ଠାତା ବାଲା ସାହେବଙ୍କ ହିନ୍ଦୁ ସମର୍ଥକ ବିଚାର ଏବଂ ଧରମବୀର ଆନନ୍ଦ ଦିଘେ ସାହେବଙ୍କ ଶିକ୍ଷାକୁ ଆଗକୁ ନେବା। ଏକନାଥ ସିନ୍ଦେ ସାହେବଙ୍କୁ ଅନେକ ଅନେକ ଅଭିନନ୍ଦନ। 

ଅନ୍ୟପଟେ ଦଳରେ ବିଭାଜନ ଭଳି ଅବସ୍ଥା ସୃଷ୍ଟି ହେବା ପରେ ଦଳ ମଜବୁତ ରହିଥିବା ନେଇ ଦାବି କରିଛନ୍ତି ଶିବସେନା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ। ଯଦିଓ ବିଧାୟକ ଦଳ ଛାଡି ଯିବା କଥାକୁ ଅସ୍ୱୀକାର କରିନାହାଁନ୍ତି ସେ। ଏନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯଦି ଆପଣ ବାଲା ସାହେବଙ୍କ ସମ୍ନାନ କରୁଥାନ୍ତି ତାହେଲେ ଆପଣ ଏପରି କରିପାରିବେ ନାହିଁ। ବିଧାନସଭାରେ ବହୁମତ ପରୀକ୍ଷା ହେବା ପରେ ଜଣାପଡ଼ିବ କିଏ କାହା ସହିତ ଛିଡା ହୋଇଛନ୍ତି। ବର୍ତ୍ତମାନ ରାଜ୍ୟରେ ସୃଷ୍ଟି ହୋଇଥିବା ଘଟଣାକ୍ରମ କାହିଁକି ଏବଂ କେଉଁ ପରିସ୍ଥିତିରେ ସୃଷ୍ଟି ହେଲା ତାହା ଜଣାପଡ଼ିବ।

ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ଘଟଣାକ୍ରମ ମଧ୍ୟରେ ମୁମ୍ବାଇ ସହରର ବିଭିନ୍ନ ଆସନରୁ ପ୍ରତିନିଧିତ୍ୱ କରୁଥିବା ବିଧାୟକ ଶିବ ସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ସମର୍ଥନରେ ରହିଥିବା ଜଣାପଡିଛିଷ। ଅନ୍ୟପଟେ ପ୍ରାୟ ଦୁଇ-ତୃତୀୟାଂଶ ଶିବ ସେନା ବିଧାୟକ ଦଳର ବିଦ୍ରୋହୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ହାତ ଧରି ସାରିଛନ୍ତି। କେବଳ ବିଧାୟକ ନୁହଁନ୍ତି ଦଳର ସାଂସଦ ମଧ୍ୟ  ସିନ୍ଦେ ଗୋଷ୍ଠୀ ସହ ଯୋଗାଯୋଗରେ ରହିଛନ୍ତି। 

ହେଲେ ଏହା ମଧ୍ୟରେ ଶିବସେନା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କୁ ନେଇ ଦଳରେ ବିରୋଧ ବଢିବାରେ ଲାଗିଛି। ଏପରିକି ଗତକାଲି ମୁମ୍ବାଇ ସହରରେ ତାଙ୍କ ବିରୋଧରେ ପୋଷ୍ଟର ଲଗାଯାଇଥିଲା। ଯେଉଁଥିରେ ଲେଖାଯାଇଥିଲା ତୁମ ରାଜତ୍ୱ ୪ ଦିନର  ହେଲେ ଆମର ରାଜତ୍ୱ ହେଉଛି ପରିବାରର।  

Also Read: Maharashtra Politics: କାହା ସମର୍ଥନରେ ଗଢାଯିବା ସରକାର? ସ୍ପଷ୍ଟ କଲା ସିନ୍ଦେ ଗୋଷ୍ଠୀ