ବସନ୍ତ ନାୟକ ଜଣେ ଜଣାଶୁଣା ଓଡ଼ିଆ ସିନେ ନିର୍ଦ୍ଦେଶକ, ବିତରକ ଓ ପ୍ରଯୋଜକ ଥିଲେ । ତାଙ୍କରି ପ୍ରଡକ୍ସନ ହାଉସ୍ ବ୍ରଜରାଜ ମୁଭିସ୍ ପ୍ରଡକ୍ସନରୁ ଡ଼େବ୍ୟୁ କରିଥିଲେ ଉଭୟ ବର୍ଷା ଓ ଅନୁଭବ । ବସନ୍ତ ନାୟକଙ୍କ ଜନ୍ମ ବାର୍ଷିକୀରେ ପହଞ୍ଚିଥିଲେ ବର୍ଷା କିନ୍ତୁ ଅନୁଭବଙ୍କୁ ଦେଖିବାକୁ ମିଳିନଥିଲା ।
Trending Photos
Ollywood News: ବସନ୍ତ ନାୟକଙ୍କୁ ଭୁଲି ଗଲେ କି ଅନୁଭବ ? କାହିଁକି ତାଙ୍କ ଜନ୍ମ ଜୟନ୍ତୀରେ ଆସିଲେ ନାହିଁ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି। ଏକଥା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି। ବସନ୍ତ ନାୟକ ଜଣେ ଜଣାଶୁଣା ଓଡ଼ିଆ ସିନେ ନିର୍ଦ୍ଦେଶକ, ବିତରକ ଓ ପ୍ରଯୋଜକ ଥିଲେ । ତାଙ୍କରି ପ୍ରଡକ୍ସନ ହାଉସ୍ ବ୍ରଜରାଜ ମୁଭିସ୍ ପ୍ରଡକ୍ସନରୁ ଡ଼େବ୍ୟୁ କରିଥିଲେ ଉଭୟ ବର୍ଷା ଓ ଅନୁଭବ । ବସନ୍ତ ନାୟକଙ୍କ ଜନ୍ମ ବାର୍ଷିକୀରେ ପହଞ୍ଚିଥିଲେ ବର୍ଷା କିନ୍ତୁ ଅନୁଭବଙ୍କୁ ଦେଖିବାକୁ ମିଳିନଥିଲା ।
ଆଇ ଲଭ୍ ୟୁ ମୁଭିରୁ ଆରମ୍ଭ ହୋଇଥଲା ଅନୁଭବଙ୍କ କ୍ୟାରିୟର । ବ୍ରଜରାଜ ମୁଭି ପ୍ରଡକ୍ସନ ହାଉସ ବସନ୍ତ ନାୟକଙ୍କ ନିର୍ଦ୍ଦେଶନାରେ ପ୍ରଥମେ ଡେବ୍ୟୁ କରିଥିଲେ ଅନୁଭବ । ହେଲେ ସୁପରଷ୍ଟାର ହେବା ପରେ ଭୁଲି ଗଲେ ତାଙ୍କୁ ! ୩ ଦିନ ପୂର୍ବେ ପାଳନ ହୋଇଥଲା ବସନ୍ତ ନାୟକଙ୍କ ଜନ୍ମ ବାର୍ଷିକୀ । ଓଲିଉଡର ବହୁ କିମ୍ବଦନ୍ତୀ କଳାକାରଙ୍କ ସହ ଅନୁଭବ ବର୍ଷାଙ୍କୁ ବି ଯାଇଥିଲା ନିମନ୍ତ୍ରଣ । ସମସ୍ତେ ତାଙ୍କୁ ସମ୍ମାନ ଜଣାଇ ଆସିଥିଲେ ହେଁ ଅନୁଭବଙ୍କର ସେଠାରେ ଦେଖାମିଳିନଥିଲା।
ନିକଟରେ "ଆଇ ଲଭ୍ ୟୁ ୨" କୁ ନେଇ ଟୁଟୁ ନାୟକଙ୍କ ସହ ହୋଇଥିଲା ମନ ମତାନ୍ତର। ସେପଟେ ବର୍ଷାଙ୍କୁ ଛାଡ଼ପତ୍ର ଦେବା ପରେ ସେ ଏବେ ବି ବିବାଦରେ ରହି ଆସୁଛନ୍ତି। ଏବେ ପ୍ରଶ୍ନ କାହା ପାଇଁ ଆସିଲେନି ଅନୁଭବ ?
ସୂଚନାଯୋଗ୍ୟ, ୧୯୩୭ ମସିହା ଜାନୁଆରୀ ୧୬ ତାରିଖରେ କଟକ ସ୍ଥିତ ହରିପୁରରେ କିମ୍ୱଦନ୍ତୀ ନିର୍ଦ୍ଦେଶକ ତଥା ପ୍ରଯୋଜକ ବସନ୍ତ ନାୟକ ଜନ୍ମ ଗ୍ରହଣ କରିଥିବା ବେଳେ ୨୭ ଜୁନ ୨୦୧୧ ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା। ସେ ଜଣେ ଇଞ୍ଜିନିଅର ଭାବରେ ମୁମ୍ବାଇରେ କାମ ଆରମ୍ଭ କରିଥିଲେ । ୧୯୫୯ରେ ମୁମ୍ବାଇରୁ କଟକ ଫେରିବା ପରେ ନିର୍ଦ୍ଦେଶକ ବିଜୟ ନାୟକ ତାଙ୍କୁ ସିନେମା ଆଡ଼କୁ ବାଟ ଦେଖାଇଥିଲେ । ପ୍ରଥମ କରି ସେ ଚର୍ଚ୍ଚିତ ଓଡ଼ିଆ ସିନେମା ଯାଯାବରର ବିତରଣ ଭାର ନେଇଥିଲେ । ସେ ପାଖାପାଖି ୨୦ଟି ସିନେମା ତିଆରି କରିଛନ୍ତି । ତାଙ୍କ ନିର୍ଦ୍ଦେଶିତ ପ୍ରଥମ ସିନେମା ଥିଲା ୧୯୭୭ରେ ତିଆରି ନାଗଫାଶ । ଏହା ପରେ ବ୍ରଜରାଜ ମୁଭିଜ ନାମରେ ସେ ନିଜର ଏକ ପ୍ରଯୋଜନା ସଂସ୍ଥା ଆରମ୍ଭ କରିଥିଲେ । ସେ ବ୍ରଜରାଜ ମୁଭିଜ ବ୍ୟାନରରେ ପାଖାପାଖି ୫୦୦ଟି ଓଡ଼ିଆ , ହିନ୍ଦୀ ଓ ବଙ୍ଗଳା ଭାଷାର ସିନେମାର ବିତରଣ କରିଥିଲେ ।
ସେ ବିଜୟ ମହାନ୍ତି, ମାଳବିକା ରାୟ, ଅନୁଭବ ମହାନ୍ତି, ବାବୁସାନ, ଅନୁଭବ, ବର୍ଷା ପ୍ରିୟଦର୍ଶିନୀଙ୍କ ଭଳି ଅନେକ ଜଣାଶୁଣା ଅଭିନେତା, ଅଭିନେତ୍ରୀଙ୍କୁ ଚଳଚ୍ଚିତ୍ର ଜଗତକୁ ଆଣିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ରାଖି ଗୁଲଜାର, ମିଥୁନ ଚକ୍ରବର୍ତ୍ତୀ, ସୁଜିତ କୁମାର, ଅରୁଣା ଇରାନୀ, ଗୁଫି ପେଣ୍ଟାଲ, ପ୍ରସେନଜିତ, ଦେବର୍ଶୀ ରାୟ ଶତାବ୍ଦୀ ରାୟ ଆଦି ଅନେକ ଜଣାଶୁଣା ବଲିଉଡ଼ ଓ ବଙ୍ଗଳା ସିନେ ଅଭିନେତା, ଅଭିନେତ୍ରୀଙ୍କୁ ସେ ଓଡ଼ିଆ ସିନେମା ଭିତରକୁ ଆଣି ପାରିଥିଲେ ଯାହା ଜଣେ ଓଡ଼ିଆ ନିର୍ଦ୍ଦେଶକ ପକ୍ଷରେ ନୂଆ ଥିଲା ।
ଭୁବନେଶ୍ୱର ଜୟଦେବ ଭବନରେ ସ୍ବର୍ଗତ ବସନ୍ତ ନାୟକଙ୍କ ୮୮ ତମ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି । ଏହି କ୍ରମରେ ଚଳିତ ବର୍ଷ ୨୦୨୫ ନିମନ୍ତେ ବସନ୍ତ ନାୟକ ସ୍ମୃତି ସମ୍ମାନ ବିଶିଷ୍ଟ ହାସ୍ୟାଭିନେତା ଜୟୀରାମ ସାମଲଙ୍କୁ ପ୍ରଦାନ କରାଯାଇଛି । 'ବସନ୍ତ ନାୟକ ଜଣେ ପୋଖତ ଚଳଚ୍ଚିତ୍ର ନିର୍ମାତା । ତାଙ୍କ ପାଇଁ ଆମେ ଆଜି ସମ୍ମାନ ପାଉଛୁ' ବୋଲି କହିଛନ୍ତି କିମ୍ୱଦନ୍ତୀ କଳାକାର ଜୟୀରାମ ସାମଲ ।
Also Read- Video: ଶିବାନୀ ଗଣନାଟ୍ୟ ଅଭିନେତାଙ୍କ ସହ ରୁମ ଭିତରେ ଏ ମହିଳା କିଏ ? ଦେଖନ୍ତୁ ଭାଇରାଲ୍ ଭିଡିଓ
Also Read- Health Horoscope: ନୂଆ ସପ୍ତାହରେ କିପରି ରହିବ ସ୍ୱାସ୍ଥ୍ୟ ? ଜାଣନ୍ତୁ ରାଶିଫଳ ପଢି