Maharashtra Politics: ଆସ୍ଥା ଭୋଟ ପୂର୍ବରୁ ବିଦ୍ରୋହୀ ବିଧାୟକଙ୍କୁ ସୁରକ୍ଷା ଦେବାକୁ ବିଜେପି ପକ୍ଷରୁ ଦାବି
Advertisement
Article Detail0/zeeodisha/odisha1237921

Maharashtra Politics: ଆସ୍ଥା ଭୋଟ ପୂର୍ବରୁ ବିଦ୍ରୋହୀ ବିଧାୟକଙ୍କୁ ସୁରକ୍ଷା ଦେବାକୁ ବିଜେପି ପକ୍ଷରୁ ଦାବି

Maharashtra Politics: ଆସ୍ଥାଭୋଟ ପୂର୍ବରୁ ରାଜ୍ୟ ବାହାରେ ରହୁଥିବା ଏହି ବିଧାୟକଙ୍କୁ ଧମକ ମିଳୁଥିବାରୁ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛି ବିଜେପି।

Maharashtra Politics: ଆସ୍ଥା ଭୋଟ ପୂର୍ବରୁ ବିଦ୍ରୋହୀ ବିଧାୟକଙ୍କୁ ସୁରକ୍ଷା ଦେବାକୁ ବିଜେପି ପକ୍ଷରୁ ଦାବି

Maharashtra Politics: ବହୁ ବାଦ ବିବାଦର ଅନ୍ତଃଘଟାଇ ଜୁନ ୩୦ ତାରିଖ ଗୁରୁବାର ମହାରାଷ୍ଟ୍ର ବିଧାନସଭାରେ ଅସ୍ଥା ଭୋଟର ସାମ୍ନା କରିବ ଶିବସେନା ନେତୃତ୍ୱାଧିନ ମହାବିକାଶ ଅଘାଡି଼ ସରକାର। ଦଳ ବିରୋଧରେ ଶିବସେନା ବିଧାୟକଙ୍କ ବିଦ୍ରୋହ କାରଣରୁ ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ମଧ୍ୟରେ ଗୃହ ରାଜ୍ୟ ଛାଡ଼ି ଗୁଜୁରାଟ ଦେଇ ଆସାମ ଠାରେ ପହଞ୍ଚିଥଲେ ବିଦ୍ରୋହୀ ଶିବସେନା ବିଧାୟକ। ମାତ୍ର ଆସ୍ଥାଭୋଟ ପୂର୍ବରୁ ରାଜ୍ୟ ବାହାରେ ରହୁଥିବା ଏହି ବିଧାୟକଙ୍କୁ ଧମକ ମିଳୁଥିବାରୁ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛି ବିଜେପି। 

ଏନେଇ ମହାରାଷ୍ଟ୍ର ବିଜେପି ବିଧାୟକ ତଥା ରାଜ୍ୟର ପୂର୍ବତନ ମନ୍ତ୍ରୀ ସୁଧୀର ମୁନଙ୍ଗଟିୱାର ବୁଧବାର ରାଜ୍ୟ ସଚିବାଳୟର ମୁଖ୍ୟ ସଚିବ ରାଜେନ୍ଦ୍ର ଭାଗବତଙ୍କୁ ଭେଟି ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛନ୍ତି। ଯେଉଁମାନେ ଜୁନ ୩୦ ତାରିଖରେ ରାଜ୍ୟ ବିଧାନସଭାରେ ଅନୁଷ୍ଠିତ ହେଉଥିବା ଆସ୍ଥା ଭୋଟରେ ଅଂଶଗ୍ରହଣ କରିବା ଲାଗି ରାଜ୍ୟକୁ ଫେରୁଛନ୍ତି। 

ଜୁନ ୩୦ ତାରିଖ ଗୁରୁବାର ମହାରାଷ୍ଟ୍ର ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବ ରାଜ୍ୟରେ କ୍ଷମତାସୀନ ମହାବିକାଶ ଅଘାଡି଼ ସରକାର। ବିଧାନସଭାରେ ସଂଖ୍ୟା ବଳ ସହ ସଂଘର୍ଷ କରୁଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ଆସନ୍ତାକାଲି ଆସ୍ଥାଭୋଟର ସାମ୍ନା କରିବେ। ରାଜ୍ୟରେ ଆସ୍ଥାଭୋଟ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀ। ଏନେଇ ରାଜ୍ୟପାଳଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଜାରି କରାଯାଇଛି। ସକାଳ ୧୧ ଟାରୁ ଏହି ପ୍ରକ୍ରିୟା ଆରମ୍ଭ ହେବ ଏବଂ ସନ୍ଧ୍ୟା ୫ ଟାରେ ଶେଷ ହେବ। ଗୁରୁବାର ଦିନ ହେବାକୁ ଥିବା ଏହି ପ୍ରକ୍ରିୟାର ଭିଡିଓଗ୍ରାଫ୍ କରାଯାଇ ଏହାର ସିଧା ପ୍ରସାରଣ କରାଯିବ।

ରାଜ୍ୟ ବିଧାନ ଭବନ ପରିସରରେ ପୂର୍ବତନ ମହାରାଷ୍ଟ୍ର ମନ୍ତ୍ରୀ ସୁଧୀର ମୁନଙ୍ଗଟିୱାର ଆମେ ରାଜ୍ୟ ସଚିବାଳୟର ମୁଖ୍ୟ ସଚିବ ରାଜେନ୍ଦ୍ର ଭାଗବତ ଏବଂ ବିଧାନସଭାର ଉପବାଚସ୍ପତି ନରହରି ଜିରୱାଲଙ୍କୁ ସାକ୍ଷାତ କରି ବିଦ୍ରୋହୀ ବିଧାୟକଙ୍କ ସୁରକ୍ଷା ଦାବି କରିଛୁ। ଗୃହରେ ବିଧାୟକଙ୍କ ବସିବା ବ୍ୟବସ୍ଥା ବାବଦରେ ଆମେ ଅଧିକାରୀଙ୍କ ସହ ଆଲୋଚନା କରିଛି। ରାଜ୍ୟର କିଛି ବିଧାୟକଙ୍କୁ ସ୍ପଷ୍ଟ ଭାବେ ଧମକ ଦିଆଯାଇଛି। ଗଣତନ୍ତ୍ରକୁ ବଞ୍ଚାଇବାକୁ ହେବ। ଏନେଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଆମେ  ଦାବି କରିଛୁ। ଅନ୍ୟପଟେ ବୁଧବାର ବିଜେପି ନେତା ରାଜ୍ୟର ବିରୋଧି ଦଳର ନେତା ଦେବେନ୍ଦ୍ର ଫଡନାଭୀସଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ ବିଦ୍ରୋହୀ ବିଧାୟକ ମୁମ୍ବାଇ ଠାରେ ପହଞ୍ଚି ପାରନ୍ତି। ପ୍ରବଳ ସୁରକ୍ଷା ମଧ୍ୟରେ ବିଦ୍ରୋହୀ ବିଧାୟକଙ୍କୁ ବିମାନ ବନ୍ଦର ଠାରୁ ମହାରାଷ୍ଟ୍ର ବିଧାନ ଭବନକୁ ନିଆଯିବ।  ସେମାନଙ୍କ ସୁରକ୍ଷା ଦାୟିତ୍ୱର ସିଆରପିଏଫ ୟୁନିଟ୍ ନିୟୋଜିତ ହେବ।  

ମହାରାଷ୍ଟ୍ର ବିଧାନସଭାରେ ଆସ୍ଥାଭୋଟ ହେବା ପୂର୍ବରୁ  ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ଟାର୍ଗେଟ କରିଛନ୍ତି ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ। ଏନେଇ ସେ କହିଛନ୍ତି, "ଧୋକ୍କାବାଜଙ୍କୁ କ୍ଷମା ନାହିଁ। ଶିବସେନା ନାମରେ ଜିତି ଦେଖାଅ। " ପ୍ରାୟ ସପ୍ତାହେ ଧରି ଆସାମ ରାଜଧାନୀ ଗୌହାଟି ଠାରେ ଅବସ୍ଥାନ କରୁଥିବା ଦଳର ବିଦ୍ରୋହୀ ବିଧାୟକ ନିଜକୁ ପ୍ରକୃତ ଶିବସେନା କହୁଛନ୍ତି।  ହେଲେ ଏହା ସତ୍ତ୍ୱେ ସାଂସଦ ସଞ୍ଜୟ ରାଉତ ନିଶ୍ଚିତ ଅଛନ୍ତି ଯେ ତାଙ୍କ ସହ ପ୍ରାୟ ୨୦-୨୫ ଜଣ ବିଧାୟକ ଆସିବେ। ଏହି ସମୟରେ ସଞ୍ଜୟ ରାଉତ 'ପୁଷ୍ପା' ଭୂମିକାରେ ଦେଖିବାକୁ ମିଳିଥିଲା। ସେ କହିଥଲେ ଯେ ତାଙ୍କ ଦଳ ମୁଣ୍ଡ ନୁଆଁଇବ ନାହିଁ କିମ୍ବା ଭୟଭୀତ ହେବ ନାହିଁ।   

 ଅନ୍ୟପକ୍ଷରେ ଏନସିପି ନେତା ଜୟନ୍ତ ପାଟିଲ ଯଦି ଏକନାଥ ଶିନ୍ଦେ ଶିବସେନା ସହ ଅଛନ୍ତି ତାହେଲେ ମହାବିକାଶ ଅଘାଡି ସରକାର ଏହାର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ସମର୍ଥ ହେବେ।   

Also Read: Maharashtra Politics: ଆସ୍ଥା ଭୋଟ ପୂର୍ବରୁ ବଡ଼ ଦାବି କଲେ ଏକନାଥ ସିନ୍ଦେ