Maharashtra Politics: ଦଳର ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଏକାଠି ହୋଇଥିବା ଦଳର ବିଦ୍ରୋହୀ ବିଧାୟକଙ୍କୁ ଆଦିତ୍ୟ ଠାକରେ ବିଦ୍ରୋହୀ ନ କହି ବିଚ୍ଛିନ୍ନତାବାଦୀ ବୋଲି କହିଛନ୍ତି।
Trending Photos
Maharashtra Politics: ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ମଧ୍ୟରେ ସିନ୍ଦେ ଗୋଷ୍ଠୀ ପକ୍ଷରୁ ଦାଏର କରାଯାଇଥିବା ଯାଚିକା ଉପରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଏହାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁଲାଇ ୧୧ ତାରିଖରେ କରାଯିବ। ଏହି ମାମଲାରେ ଅଦାଲତଙ୍କ ରାୟ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ଶିବସେନା ଯୁବଶାଖା ଅଧ୍ୟକ୍ଷ ଆଦିତ୍ୟ ଠାକରେ।
ଆସାମ ରାଜଧାନୀ ଗୌହାଟି ଠାରେ ଅବସ୍ଥାନ କରୁଥିବା ଦଳର ବିଦ୍ରୋହୀ ବିଧାୟକ ଗୋଷ୍ଠୀ ଉଦ୍ଦେଶ୍ୟରେ ଚେତାବନୀ ଦେଇ ଶିବସେନା ଯୁବଶାଖା ଅଧ୍ୟକ୍ଷ ଆଦିତ୍ୟ ଠାକରେ କହିଛନ୍ତି ଯଦି ସାହାସ ଅଛି ତାହେଲେ ସାମ୍ନାକୁ ଆସି କଥାହୁଅ। ବର୍ତ୍ତମାନର ମହାବିକାଶ ଅଘାଡ଼ି ସରକାରରେ କେଉଁଠି ଭୁଲ ରହିଛି ତାହା ସେମାନେ ସାମ୍ନାକୁ ଆସି କହିବା ଦରକାର।
ମହାରାଷ୍ଟ୍ରରେ ଶାସନ କରୁଥିବା ମହାବିକାଶ ଅଘାଡ଼ି ସରକାରର ନେତୃତ୍ୱ ନେଉଥିବା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧିନ ଶିବସେନାରେ ଏବେ ବିଭାଜନ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ବର୍ତ୍ତମାନ ଦଳର ମୋଟ ୫୪ ବିଧାୟକଙ୍କ ମଧ୍ୟରୁ ପ୍ରାୟ ୪୦ ବିଧାୟକ ଦଳ ବିରୋଧରେ ସ୍ୱର ଉତ୍ତୋଳନ କରିବାରୁ ବର୍ତ୍ତମାନ ଶିବସେନାରେ ଏପରି ସ୍ଥିତି ଉପୁଜିଛି।
ଦଳର ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଏକାଠି ହୋଇଥିବା ଦଳର ବିଦ୍ରୋହୀ ବିଧାୟକଙ୍କୁ ଆଦିତ୍ୟ ଠାକରେ ବିଦ୍ରୋହୀ ନ କହି ବିଚ୍ଛିନ୍ନତାବାଦୀ ବୋଲି କହିଛନ୍ତି। ସେମାନଙ୍କ ବିରୋଧରେ ବର୍ଷି ସେ କହିଛନ୍ତି ଯିଏ ବିଶ୍ୱାସ ଘାତକତା କରିଥାଏ ସେ କେବେ ଜିତେନାହିଁ। ଆମର ନିଜ ଉପରେ ବିଶ୍ୱାସ ରହିଛି। ଲୋକଙ୍କ ସମର୍ଥନ ମିଳିଛି।
ମହାବିକାଶ ଅଘାଡ଼ି ସରକାରଙ୍କ ମନ୍ତ୍ରୀ ଉଦୟ ସାମନ୍ତ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧିନ ବିଦ୍ରୋହୀ ଗୋଷ୍ଠୀରେ ସାମିଲ ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଆଦିତ୍ୟ ଠାକରେ କହିଛନ୍ତି ଏହା ତାଙ୍କ ନିଷ୍ପତ୍ତି ହୋଇପାରେ। ହେଲେ ଦିନେ ସେ ଆମ ସାମ୍ନାକୁ ଆସିବେ। ନିଜ ନିର୍ବାଚନମଣ୍ଡଳୀ ୱର୍ଲି ଠାରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସ୍ଥାନୀୟ ବିଧାୟକ ଆଦିତ୍ୟ ଠାକରେ କହିଛନ୍ତି ଯେ ଯେଉଁମାନେ ଏଠାରୁ ପଳାୟନ କରୁଛନ୍ତି ଏବଂ ନିଜକୁ ବିଦ୍ରୋହୀ ବୋଲି କହୁଛନ୍ତି, ଯଦି ସେମାନେ ବିଦ୍ରୋହ କରିବାକୁ ଚାହାଁନ୍ତି ତେହେଲେ ସେମାନେ ମହାରାଷ୍ଟ୍ରରେ କରିବା ଆବଶ୍ୟକ। ସେମାନେ ଇସ୍ତଫା ଦେଇ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଆବଶ୍ୟକ। ସେ ମହାରାଷ୍ଟ୍ର ଛାଡି ଆସାମ ଯିବା ଠିକ ନୁହେଁ। ବିଧାନସଭାରେ ବହୁମତ ପରୀକ୍ଷା ସେତେବେଳେ ହେବ ବିଦ୍ରୋହୀ ବିଧାୟକ ଆମ ସାମ୍ନାରେ ବସିବେ।
Also Read: Maharashtra Political Crisis: ହାର ମାନିନେଲେ କି ଉଦ୍ଧବ ଠାକରେ-ଆଦିତ୍ୟ ଠାକରେ?