ଉଦ୍ଧବ ଠାକରେଙ୍କୁ ନାଲି ଆଖି ଦେଖାଇଲେ ଏକନାଥ ସିନ୍ଦେ! ଦଳ ନ ଭାଙ୍ଗିବା ପାଇଁ ରଖିଲେ ଏହି ସର୍ତ୍ତ
Advertisement
Article Detail0/zeeodisha/odisha1228372

ଉଦ୍ଧବ ଠାକରେଙ୍କୁ ନାଲି ଆଖି ଦେଖାଇଲେ ଏକନାଥ ସିନ୍ଦେ! ଦଳ ନ ଭାଙ୍ଗିବା ପାଇଁ ରଖିଲେ ଏହି ସର୍ତ୍ତ

Maharashtra Political Crisis: ସିନ୍ଦେ କହିଛନ୍ତି ଯେ, ମୁଁ କୌଣସି ଦଳ ବିରୋଧୀ ପଦକ୍ଷେପ ନେଇ ନାହିଁ, ତେବେ ମୋତେ କାହିଁକି ଦଳର ନେତା ପଦରୁ ହଟାଇ ଦିଆଯାଇଛି । ଶିବସେନା ଛାଡିବାର ମୋର କୌଣସି ବିଚାର ନାହିଁ, ମୁଁ ବାଲାସାହେବ ଠାକରେଙ୍କ ପ୍ରକୃତ ଶିବ ସୈନିକ ଥିଲି ଓ ରହିବି । ଏକନାଥ ସିନ୍ଦେ ମଧ୍ୟ ଶିବସେନା ନେତା ସଞ୍ଜୟ ରାଉତଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । 

ଉଦ୍ଧବ ଠାକରେଙ୍କୁ ନାଲି ଆଖି ଦେଖାଇଲେ ଏକନାଥ ସିନ୍ଦେ! ଦଳ ନ ଭାଙ୍ଗିବା ପାଇଁ ରଖିଲେ ଏହି ସର୍ତ୍ତ

ନୂଆଦିଲ୍ଲୀ: Maharashtra Political Crisis: ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ମଧ୍ୟରେ ମନ୍ତ୍ରୀ ଏକନାଥ ସିନ୍ଦେ (Eknath Shinde) ଫୋନ ଯୋଗେ ସିଏମ ଉଦ୍ଧବ ଠାକରେ (Uddhav Thackeray) ଙ୍କ ସହ କଥା ହୋଇଛନ୍ତି । ଦୁହେଁ ପ୍ରାୟ ୧୫ ମିନିଟ୍ ଧରି କଥାବାର୍ତ୍ତା ହୋଇଛନ୍ତି । ସୁରଟ ହୋଟେଲରେ ଏକନାଥ ସିନ୍ଦେ ଓ ବିଦ୍ରୋହୀ ବିଧାୟକଙ୍କୁ ଭେଟିବାକୁ ଯାଇଥିବା ଶିବସେନା ନେତା ମିଲିନ୍ଦ ନର୍ଭେକର ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ଫୋନରେ କରାଇଥିଲେ । ଏହି ସମୟରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଆଗରେ ଅନେକ ସର୍ତ୍ତ ରଖିଛନ୍ତି । ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଶିବସେନା ଓ ବିଜେପିକୁ ମିଶି ସରକାର ଗଠନ କରିବାକୁ କହିଛନ୍ତି ।

ସିନ୍ଦେ କହିଛନ୍ତି ଯେ, ମୁଁ କୌଣସି ଦଳ ବିରୋଧୀ ପଦକ୍ଷେପ ନେଇ ନାହିଁ, ତେବେ ମୋତେ କାହିଁକି ଦଳର ନେତା ପଦରୁ ହଟାଇ ଦିଆଯାଇଛି । ଶିବସେନା ଛାଡିବାର ମୋର କୌଣସି ବିଚାର ନାହିଁ, ମୁଁ ବାଲାସାହେବ ଠାକରେଙ୍କ ପ୍ରକୃତ ଶିବ ସୈନିକ ଥିଲି ଓ ରହିବି । ଏକନାଥ ସିନ୍ଦେ ମଧ୍ୟ ଶିବସେନା ନେତା ସଞ୍ଜୟ ରାଉତଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ରାଉତ ଗଣମାଧ୍ୟମରେ କହିଥିଲେ ଯେ, ଯଦି ଆପଣ କଥା ହେବାକୁ ଚାହାଁନ୍ତି, ତେବେ ମୁମ୍ବାଇକୁ ଆସନ୍ତୁ । ଶିବସେନା କୌଣସି ପ୍ରସ୍ତାବ ଉପରେ କଥାବାର୍ତ୍ତା କରିବେ ନାହିଁ । ସିନ୍ଦେ କହିଛନ୍ତି ଯେ ସକାଳେ ସଞ୍ଜୟ ରାଉତଙ୍କ ସହ ତାଙ୍କର ତିନିରୁ ଚାରିଟି ବୈଠକ ହୋଇଛି । ବ୍ୟକ୍ତିଗତ ଭାବେ ଅଲଗା କଥା କହୁଛନ୍ତି ଓ ଗଣମାଧ୍ୟମରେ ଆସିବା ପରେ ଅନ୍ୟ କଥା କରୁଛନ୍ତି, ଏପରି କାହିଁକି?

ଏକନାଥ ସିନ୍ଦେ ରଶ୍ମୀ ଠାକରେ ଓ ପରେ ସିଏମ୍ ଉଦ୍ଧବ ଠାକରେଙ୍କ ସହ କଥା ହୋଇଛନ୍ତି । ରଶ୍ମି ଠାକରେଙ୍କ ସହ ବାର୍ତ୍ତାଳାପ ସମୟରେ ସିନ୍ଦେ କହିଛନ୍ତି ଯେ ଆମେ ଅସନ୍ତୁଷ୍ଟ  ଅଛୁ । ଆମର ଭାବନାକୁ ବୁଝନ୍ତୁ । MVA ରେ କୌଣସି ସାମଞ୍ଚସ୍ୟ ନାହିଁ କି କୌଣସି ସମନ୍ୱୟ ନାହିଁ । ବିଧାୟକ ଓ ମନ୍ତ୍ରୀମାନଙ୍କୁ ଗୁରୁତ୍ୱ ଦିଆଯାଉ ନାହିଁ । ଦଳ ମୂଳ ଆଦର୍ଶରୁ ବିଚ୍ୟୁତ ହୋଇଛି, ଲୋକମାନେ ଅସନ୍ତୋଷ ଅଛନ୍ତି ।

ଏହା ବି ପଢ଼ନ୍ତୁ:-ଉଦ୍ଧବ ଠାକରେଙ୍କ ଟେନସନ୍ ବଢ଼ାଇଲେ ଏକନାଥ ସିନ୍ଦେ, ୪୧ ବିଧାୟକଙ୍କ ସହ ଗୁଜୁରାଟରୁ ପହଞ୍ଚିଲେ ଆସାମ

ଏହା ବି ପଢ଼ନ୍ତୁ:-ଜାଣନ୍ତୁ ଦ୍ରୌପଦୀ ମୁର୍ମୁ କିଏ? ଯାହାଙ୍କୁ NDA କରିଛି ରାଷ୍ଟ୍ରପତି ପ୍ରାର୍ଥୀ

ଏହା ବି ପଢ଼ନ୍ତୁ:-ଦେଶକୁ ମିଳିବ ପ୍ରଥମ ଓଡ଼ିଆ ରାଷ୍ଟ୍ରପତି! ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କଲା ବିଜେପି

ସୂଚନାନୁସାରେ, ସିଏମ୍ ଉଦ୍ଧବ ଠାକରେ ସିନ୍ଦେଙ୍କୁ ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବାକୁ କହିଛନ୍ତି । ଏହାପୂର୍ବରୁ ହୋଟେଲରେ ଏକନାଥ ସିନ୍ଦେ ଓ ମିଲିନ୍ଦ ନର୍ଭେକରଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା ହୋଇଥିଲା । ସିନ୍ଦେ ବୈଠକରେ ଏକ ସର୍ତ୍ତ ରଖିଛନ୍ତି ଯେ ଶିବସେନା ବିଜେପି ସହିତ ସରକାର ଗଠନ କରୁ, ଏମଭିଏର ସାଥ୍ ଛାଡୁ, କେବଳ ସେତେବେଳେ ଯାଇ ତାଙ୍କ ଫେରିବା ସମ୍ଭବ ହେବ । ବର୍ତ୍ତମାନ ପରିସ୍ଥିତିରେ ଯଦି ଏକନାଥ ସିନ୍ଦେଙ୍କ ଦାବି ଉଦ୍ଧବ ଠାକରରେ ନ ମାନି ନିଅନ୍ତି । ତେବେ ଶିବସେନା ଦି'ଫାଳ ହେବାର ବିପଦ ରହିଛି । ଆଉ ଶିବସେନାର ପ୍ରକୃତ ଉତ୍ତରାଧିକାରୀ କିଏ ହେବ, ତାହାକୁ ନେଇ ମଧ୍ୟ ଲଢ଼େଇ ଚାଲିବ । ଏହାସହ ସିନ୍ଦେ ଯଦି ୩୭ ଶିବସେନା ବିଧାୟକଙ୍କୁ ନିଜ ସପକ୍ଷରେ କରିବାରେ ସଫଳ ହୁଅନ୍ତୁ, ତେବେ ସେ ଦଳ ବିରୋଧୀ ଆଇନରୁ ମଧ୍ୟ ରକ୍ଷା ପାଇଯିବେ ।