ବିଦ୍ରୋହୀ ବିଧାୟକଙ୍କୁ ଶିବସେନା ଦେଲା ଚେତାବନୀ; 'କହିଲା ସନ୍ଧ୍ୟା ପର୍ଯ୍ୟନ୍ତ ଫେରିଆସ ମହାରାଷ୍ଟ୍ର'
Advertisement
Article Detail0/zeeodisha/odisha1228895

ବିଦ୍ରୋହୀ ବିଧାୟକଙ୍କୁ ଶିବସେନା ଦେଲା ଚେତାବନୀ; 'କହିଲା ସନ୍ଧ୍ୟା ପର୍ଯ୍ୟନ୍ତ ଫେରିଆସ ମହାରାଷ୍ଟ୍ର'


Maharashtra Political Crisis: ଦଳୀୟ ବିଦ୍ରୋହୀ ବିଧାୟକଙ୍କ ଉଦ୍ଦେଶ୍ୟରେ ଚେତାବନୀ ଜାରି ଶିବସେନା ପକ୍ଷରୁ କୁହାଯାଇଛି ଜୁନ ୨୨ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମୁମ୍ବାଇ ଫେରିଆସ।। 

ବିଦ୍ରୋହୀ ବିଧାୟକଙ୍କୁ ଶିବସେନା ଦେଲା ଚେତାବନୀ; 'କହିଲା ସନ୍ଧ୍ୟା ପର୍ଯ୍ୟନ୍ତ ଫେରିଆସ ମହାରାଷ୍ଟ୍ର'

Maharashtra Political Crisis: ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ମଧ୍ୟରେ ବିଦ୍ରୋହୀ ବିଧାୟକଙ୍କୁ ଚେତାବନୀ ଦେଇଛି ଶିବସେନା। ଆସାମ ରାଜଧାନୀ ଗୌହାଟି ଠାରେ ଦଳର ବରିଷ୍ଠ ନେତା ଏକନାଥ ସିନ୍ଦେଙ୍କ ସହ ରହିଥିବା ପ୍ରାୟ ୪୦ ଜଣ ବିଧାୟକଙ୍କ ଉଦ୍ଦେଶ୍ୟରେ ଚେତାବନୀ ଜାରି କରି ଦଳ ପକ୍ଷରୁ କୁହାଯାଇଛି "ସନ୍ଧ୍ୟା ପର୍ଯ୍ୟନ୍ତ ମହାରାଷ୍ଟ୍ର ଫେରିଆସ। "  

ଦଳୀୟ ବିଦ୍ରୋହୀ ବିଧାୟକଙ୍କ ଉଦ୍ଦେଶ୍ୟରେ ଚେତାବନୀ ଜାରି ଶିବସେନା ପକ୍ଷରୁ କୁହାଯାଇଛି ଜୁନ ୨୨ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମୁମ୍ବାଇ ଫେରିଆସ।। ଯଦି ବିଧାୟକ ମୁମ୍ବାଇରେ ନ ପହଞ୍ଚନ୍ତି ତାହେଲେ ତାଙ୍କ ସଦସ୍ୟତା ରଦ୍ଦ କକାଯିବ। ଯଦି ଆପଣ ବିଧାୟକ ଦଳ ବୈଠକରେ ଯୋଗ ନ ଦିଅନ୍ତି  ତାହେଲେ ଏହା ଗ୍ରହଣ କରାଯିବ ଆପଣ ଦଳ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି। ଆପଣଙ୍କ ସଦସ୍ୟତା ଲୋପ କରି ଦିଆଯିବ।      

ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ମଧ୍ୟରେ ଆସିଛି ଏକ ବଡ଼ ଖବର। ଏନେଇ କୁହାଯାଉଛି  ଜୁନ ୨୨ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ଉଦ୍ଧବ ଠାକରେ।  ଗୌହାଟିରେ ରହୁଥିବା ଦଳୀୟ ବିଧାୟକ ମୁମ୍ବାଇରେ ପହଞ୍ଚିହା ପରେ କୌଣସି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଶିବସେନା ନେତା ସଞ୍ଜୟ ରାଉତ।  

ରାଜ୍ୟରେ ଜାରି ରହିଥିବା ରାଜନୈତିକ ସଂକଟ ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କୋରୋନ ସଂକ୍ରମିତ ହୋଇଥିବା ସତ୍ତ୍ୱେ କ୍ୟାବିନେଟ ମନ୍ତ୍ରୀଙ୍କ ସହ ଭର୍ଚ୍ୟୁଆଲ ବୈଠକ କରିଛନ୍ତି। ହେଲେ ଏହି ବୈଠକରେ ଅନେକ ମନ୍ତ୍ରୀ ଯୋଗ ଦେଇନଥିଲେ। କ୍ୟାବିନେଟ ବ ବୈଠକରେ ବିଧାନସଭା ଭଙ୍ଗ କରିବାକୁ କୌଣସି ପ୍ରସ୍ତାବ ଆଗତ କରାଯାଇ ନାହିଁ। ହେଲେ ସାମ୍ପ୍ରତିକ ପରିସ୍ଥିତିରେ  ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟର ମୁକାବିଲା କରିବା ବାବଦରେ ଆଲୋଚନା ହୋଇଥିଲା।

Also Read: Revolt in Shiv Sena: ପୂର୍ବରୁ ଶିବ ସେନା ବିରୋଧରେ ବିଦ୍ରୋହ କରିସାରିଛନ୍ତି ଏହି ଶିବ ସୈନିକ