Maharashtra Political Crisis: ହାର ମାନିନେଲେ କି ଉଦ୍ଧବ ଠାକରେ-ଆଦିତ୍ୟ ଠାକରେ?
Advertisement
Article Detail0/zeeodisha/odisha1228965

Maharashtra Political Crisis: ହାର ମାନିନେଲେ କି ଉଦ୍ଧବ ଠାକରେ-ଆଦିତ୍ୟ ଠାକରେ?

Maharashtra Political Crisis: ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ଏବେ ବିଧାନସଭା ଭଙ୍ଗ ଆଡକୁ ଯାଉଛି।

Maharashtra Political Crisis: ହାର ମାନିନେଲେ କି ଉଦ୍ଧବ ଠାକରେ-ଆଦିତ୍ୟ ଠାକରେ?

Maharashtra Political Crisis: ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ମଧ୍ୟରେ ଆସିଛି ବଡ଼ ଖବର। ଏନେଇ କୁହାଯାଉଛି ଜୁନ ୨୨ ତାରିଖ ବୁଧବାର ପର୍ଯ୍ୟନ୍ତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଉଦ୍ଧବ ଠାକରେ। ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଥିବା ଘଟଣାକ୍ରମ ବାବଦରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଟ୍ୱିଟ ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା।      

ନିଜ କରିଥିବା ଟ୍ୱିଟ ଜରିଆରେ ଶିବସେନା ସାଂସଦ ସଞ୍ଜୟ ରାଉତ କହିଥିଲେ ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ଏବେ ବିଧାନସଭା ଭଙ୍ଗ ଆଡକୁ ଯାଉଛି। ଶିବସେନା ନେତୃତ୍ୱାଧିନ ମହାବିକାଶ ଅଘାଡ଼ି ବହୁମତ ହରାଇପାରେ। ଆମେ ପୁଣି କ୍ଷମତାକୁ ଫେରିବୁ।  ହେଲେ ଦଳର ଭାବମୂର୍ତ୍ତୀ ସବୁଠୁ ଉପରେ ରହିଛି। ଅନ୍ୟପଟେ ମହାରାଷ୍ଟ୍ର ପର୍ଯ୍ୟଟନ ମନ୍ତ୍ରୀ ଆଦିତ୍ୟ ଠାକରେ ନିଜ ଟ୍ୱିଟର ପରିବର୍ତ୍ତନ କରି ନିଜକୁ ଶିବ ସେନା ଯୁବ ସେନା ଅଧ୍ୟକ୍ଷ କହିବା ଜାରି ରଖିଛନ୍ତି।

ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ମଧ୍ୟରେ ପ୍ରାୟ ୪୦ ବିଦ୍ରୋହୀ ଶିବସେନା ବିଧାୟକ ଦଳ ବରିଷ୍ଠ ନେତା ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଗୁଜୁରାଟ ସୁରଟରୁ ଆସାମ ରାଜଧାନୀ ଗୌହାଟିରେ ପହଞ୍ଚିଛନ୍ତି। ଏନେଇ ପ୍ରତିକ୍ରିୟା ରଖି ବରିଷ୍ଠ ଶିବସେନା ନେତା ଏକନାଥ ସିନ୍ଦେଙ୍କ ସମର୍ଥକ ତଥ ମହାରାଷ୍ଟ୍ର ମନ୍ତ୍ରୀ ଓମପ୍ରକାଶ ବାବାରାଓ କଡୁ କହିଛନ୍ତି ବିଧାୟକଙ୍କ ସଂଖ୍ୟା ଆହୁରି ବଢିପାରେ। ଏକନାଥ ସିନ୍ଦେ ଯାହା ନିଷ୍ପତ୍ତି ନେବେ ତାହା ଆମ ସମସ୍ତଙ୍କ ପାଇଁ ଗ୍ରହଣୀୟ ହେବ। ଏକନାଥ ଶିନ୍ଦେ ଶିବସେନା ଛାଡି ନାହାଁନ୍ତି କିମ୍ବା ଦଳ ବିରୋଧରେ ବିଦ୍ରୋହ କରିନାହାଁନ୍ତି। ତାଙ୍କ ସହ ପ୍ରାୟ ୪୦ ଜଣ ବିଧାୟକ ଅଛନ୍ତି। ଯେଉଁମାନେ ସୁରଟରୁ ବୁଧବାର ସକାଳେ ଗୌହାଟୀ ଯାଇଥିଲେ।   

Also Read: ବିଦ୍ରୋହୀ ବିଧାୟକଙ୍କୁ ଶିବସେନା ଦେଲା ଚେତାବନୀ; 'କହିଲା ସନ୍ଧ୍ୟା ପର୍ଯ୍ୟନ୍ତ ଫେରିଆସ ମହାରାଷ୍ଟ୍ର'