ମହାରାଷ୍ଟ୍ରରେ ଫ୍ଲୋର୍ ଟେଷ୍ଟ୍ ହେଲେ କିଏ ଜିତିବେ ବାଜି? ଜାଣନ୍ତୁ କ'ଣ କହୁଛି ନୂଆ ସମୀକରଣ
Advertisement

ମହାରାଷ୍ଟ୍ରରେ ଫ୍ଲୋର୍ ଟେଷ୍ଟ୍ ହେଲେ କିଏ ଜିତିବେ ବାଜି? ଜାଣନ୍ତୁ କ'ଣ କହୁଛି ନୂଆ ସମୀକରଣ

Maharashtra Political Crisis: ନିୟମ ଅନୁଯାୟୀ, ଯଦି ବିଧାନସଭା ଅଧିବେଶନ ଚାଲିଥାଏ, ତେବେ ବିଧାନସଭାର ବାଚସ୍ପତି ଫ୍ଲୋର ଟେଷ୍ଟ ପାଇଁ ଆହ୍ୱାନ କରିପାରିବେ, କିନ୍ତୁ ଯଦି ଅଧିବେଶନ ଚାଲୁ ନାହିଁ ତେବେ ରାଜ୍ୟପାଳ ଧାରା ୧୬୩ ଅନୁଯାୟୀ ଫ୍ଲୋର ଟେଷ୍ଟ ପାଇଁ ଆହ୍ୱାନ କରିପାରିବେ । ଏଠାରେ କହି ରଖୁଛୁ ଯେ, ମହାରାଷ୍ଟ୍ରରେ ବର୍ତ୍ତମାନ ସମୟରେ ରାଜ୍ୟପାଳ ହିଁ ପ୍ଲୋର ଟେଷ୍ଟ ଡାକି ପାରିବେ । କାରଣ ବର୍ତ୍ତମାନ କୌଣସି ବିଧାନସଭା ଅଧିବେଶନ ଚାଲୁନାହିଁ ।

ମହାରାଷ୍ଟ୍ରରେ ଫ୍ଲୋର୍ ଟେଷ୍ଟ୍ ହେଲେ କିଏ ଜିତିବେ ବାଜି? ଜାଣନ୍ତୁ କ'ଣ କହୁଛି ନୂଆ ସମୀକରଣ

ନୂଆଦିଲ୍ଲୀ: Maharashtra Political Crisis: ମହାରାଷ୍ଟ୍ର ରାଜନୀତିରେ ପ୍ରତିଦିନ ନୂଆ ନୂଆ ଘଟଣା ସବୁ ଘଟିବାରେ ଲାଗିଛି । ଉଦ୍ଧବ ଠାକରେ (Uddhav Thackeray) ଙ୍କ ଗାଦି ସହ ତାଙ୍କ ଦଳ ଶିବସେନା (Shiv Sena) ର କମାଣ ମଧ୍ୟ ତାଙ୍କ ହାତରୁ ଯାଉଥିବାର ନଜର ଆସୁଛି । ବିଧାନସଭାରେ ଶିବସେନାର ଶକ୍ତି କ୍ରମାଗତ ଭାବେ ହ୍ରାସ ପାଉଛି । ଗୁରୁବାର ପର୍ଯ୍ୟନ୍ତ ଏକନାଥ ସିନ୍ଦେଙ୍କ କ୍ୟାମ୍ପରେ ଶିବସେନାର ୩୩ ଜଣ ବିଧାୟକ ଥିଲେ, ବର୍ତ୍ତମାନ ଏହା ୩୮କୁ ବୃଦ୍ଧି ପାଇଛି । ଏହାସହ ୯ ଜଣ ସ୍ୱାଧୀନ ବିଧାୟକ ମଧ୍ୟ ଅଛନ୍ତି ଓ ୨ ଜଣ ବିଧାୟକ ପ୍ରହାର ଜନଶକ୍ତି ଦଳର ମଧ୍ୟ ରହିଛି । ଏହି ସମସ୍ତ ବିଧାୟକ ଗୁଆହାଟିର ରେଡିସନ୍ ବ୍ଲୁ ହୋଟେଲରେ ଅଛନ୍ତି । ଏବେ ସମସ୍ତଙ୍କ ନଜର ହେବାକୁ ଥିବା ଫ୍ଲୋର ଟେଷ୍ଟ ଉପରେ ରହିଛି ।

ଯଦି ପ୍ଲୋର ଟେଷ୍ଟ୍ ହୁଏ ତେବେ କ'ଣ ହେବ? ପ୍ରଥମେ ଜାଣି ନେବା ପ୍ଲୋର ଟେଷ୍ଟ କ’ଣ ହୋଇଥାଏ । ଏହି ଟେଷ୍ଟରେ ସ୍ଥିର ହୋଇଥାଏ ଯେ ସରକାର ଗଠନ ପାଇଁ ବର୍ତ୍ତମାନର ଦଳ ପାଖରେ ସଂଖ୍ୟା ବଳ ଅଛି କି ନାହିଁ । ଏଥିରେ ରାଜ୍ୟପାଳ ହସ୍ତକ୍ଷେପ କରିପାରିବେ ନାହିଁ । ଏଥି ସହିତ ସୁପ୍ରିମକୋର୍ଟଙ୍କ ଆଦେଶରେ କୁହାଯାଇଛି ଯେ ରାଜ୍ୟପାଳଙ୍କୁ ଫ୍ଲୋର ଟେଷ୍ଟର ଆଦେଶ ଦେବାର କ୍ଷମତାରୁ ବଞ୍ଚିତ କରାଯାଇପାରିହେବ ନାହିଁ । ଯଦି ରାଜ୍ୟପାଳ ଅନୁଭବ କରୁଛନ୍ତି ଯେ ଗୃହରେ ସରକାରଙ୍କ ପାଖରେ ସଂଖ୍ୟା ବଳ କମ୍ ଅଛି, ତେବେ ସେ ଚାହିଁଲେ ପ୍ଲୋର୍ ଟେଷ୍ଟ କରାଇପାରିବେ ।

ନିୟମ ଅନୁଯାୟୀ, ଯଦି ବିଧାନସଭା ଅଧିବେଶନ ଚାଲିଥାଏ, ତେବେ ବିଧାନସଭାର ବାଚସ୍ପତି ଫ୍ଲୋର ଟେଷ୍ଟ ପାଇଁ ଆହ୍ୱାନ କରିପାରିବେ, କିନ୍ତୁ ଯଦି ଅଧିବେଶନ ଚାଲୁ ନାହିଁ ତେବେ ରାଜ୍ୟପାଳ ଧାରା ୧୬୩ ଅନୁଯାୟୀ ଫ୍ଲୋର ଟେଷ୍ଟ ପାଇଁ ଆହ୍ୱାନ କରିପାରିବେ । ଏଠାରେ କହି ରଖୁଛୁ ଯେ, ମହାରାଷ୍ଟ୍ରରେ ବର୍ତ୍ତମାନ ସମୟରେ ରାଜ୍ୟପାଳ ହିଁ ପ୍ଲୋର ଟେଷ୍ଟ ଡାକି ପାରିବେ । କାରଣ ବର୍ତ୍ତମାନ କୌଣସି ବିଧାନସଭା ଅଧିବେଶନ ଚାଲୁନାହିଁ ।

ସୂଚନାଯୋଗ୍ୟ, ମହାରାଷ୍ଟ୍ରର ୨୮୮ ସଦସ୍ୟ ବିଶିଷ୍ଟ ବିଧାନସଭାରେ କୌଣସି ରାଜନୈତିକ ଦଳକୁ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବା ପାଇଁ ୧୪୪ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିବ । ବର୍ତ୍ତମାନର ମହାବିକାଶ ଅଘାଡ଼ି (MVA) ସରକାର ବିଷୟରେ କହିବାକୁ ଗଲେ, ଏଥିରେ ଶିବସେନାର ୫୫ ଜଣ ବିଧାୟକ, ଏନସିପିର ୫୩ ବିଧାୟକ ଏବଂ କଂଗ୍ରେସର ୪୪ ବିଧାୟକ ଅଛନ୍ତି । ଏହା ବ୍ୟତୀତ ଏମଏନଏସ ଓ ସ୍ୱାଭିମାନ ପକ୍ଷ ଏବଂ  ରାଷ୍ଟ୍ରୀୟ ସମାଜ ପକ୍ଷର ୧-୧ ବିଧାୟକ ଏବଂ ୬ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ମିଳିଛି ।  ଅନ୍ୟପଟେ ବିଜେପି ପାଖରେ ୧୦୬ ବିଧାୟକ ସହ ମୁଖ୍ୟ ବିରୋଧୀ ଦଳ ଭାବେ ରହିଛି ।

ଏହା ବି ପଢ଼ନ୍ତୁ:-ଯଦି ଏପରି ହୁଏ ତ ଏକନାଥ ସିନ୍ଦେଙ୍କର ସମସ୍ତ 'ପରିଶ୍ରମ' ହୋଇଯିବ ବେକାର, ବୁଝନ୍ତୁ ମହାରାଷ୍ଟ୍ରର ରାଜନୈତିକ ସଙ୍କଟର ଏହି ସମୀକରଣ

ଏହା ବି ପଢ଼ନ୍ତୁ:-ବିଦ୍ରୋହ ବିଧାୟକଙ୍କୁ ନେଇ ନୂଆ ଦଳ ଗଢ଼ିବେ ଏକନାଥ ସିନ୍ଦେ, ଏହା ହେବ ଦଳର ନାମ

ବର୍ତ୍ତମାନ ଆସନ୍ତୁ ସମୀକରଣ ବିଷୟରେ ଆଲୋଚନା କରିବା ଯାହା ଏକନାଥ ସିନ୍ଦେ ବିଦ୍ରୋହୀ ହେବା ପରେ ସୃଷ୍ଟି ହୋଇଛି । ଏକନାଥ ସିନ୍ଦେ ବିଦ୍ରୋହ କରିବା ପରେ ଏହା କୁହାଯାଉଛି ଯେ ଉଦ୍ଧବ ସରକାର ଅଳ୍ପମତକୁ ଆସିଯାଇଛନ୍ତି । କାରଣ ସିନ୍ଦେ ଦାବି କରିଛନ୍ତି ଯେ, ଶିବସେନାର ୩୮ ଜଣ ବିଧାୟକ ତାଙ୍କ ସହ ଅଛନ୍ତି । ଏହାସହ ୯ ଜଣ ସ୍ୱାଧୀନ ବିଧାୟକ ଓ ୨ ପ୍ରହାର ଜନଶକ୍ତି ପାର୍ଟି ବିଧାୟକଙ୍କ ସମର୍ଥନ ମିଳିଛି । ଏହା ସହିତ ଯଦି ବିଜେପି ଏକାଠି ହୁଏ, ତେବେ ୧୦୬ ଜଣ ବିଧାୟକଙ୍କ ସହ ବିଜେପି ହେଉଛି ସବୁଠାରୁ ବଡ ଦଳ । ତେଣୁ ଏଭଳି ପରିସ୍ଥିତିରେ ସେମାନେ ସହଜରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରି ସରକାର ଗଠନ କରିପାରିବେ ।

ଯଦି ଆମେ ସରକାରଙ୍କ ସହ ବିଧାୟକଙ୍କ ବିଷୟରେ ଆଲୋଚନା କରୁ, ତେବେ ୧୧୪ ଜଣ ବିଧାୟକ ଅଛନ୍ତି ଯେଉଁମାନେ ସରକାରଙ୍କ ସହ ଅଛନ୍ତି, ଯେଉଁଥିରେ ଏନସିପିର ୫୩, ଶିବସେନାର ୧୭ ଏବଂ କଂଗ୍ରେସର ୪୪ ଜଣ ଅଛନ୍ତି । ଅନ୍ୟପଟେ ସରକାରଙ୍କ ବିରୋଧରେ ସଂଖ୍ୟାବଳ ଅଧିକ ଦେଖାଯାଉଛି । ବିରୋଧୀ ପାଖରେ ୧୬୪ ଜଣ ବିଧାୟକ ଅଛନ୍ତି । ଯେଉଁଥିରେ ୧୦୬ ବିଜେପି, ୩୮ ଶିବସେନାର ବିଦ୍ରୋହୀ ବିଧାୟକ ଏବଂ ଅନ୍ୟ ୨୦ ଜଣ ବିଧାୟକ ସରକାରଙ୍କ ବିରୋଧରେ ନଜରକୁ ଆସୁଛନ୍ତି ।