Maharashtra Political Crisis: ଶିବ ସେନାକୁ ଚେକ ଦେବା ପାଇଁ Plan B ପ୍ରସ୍ତୁତ କରିଛନ୍ତି BJP-ସିନ୍ଦେ ଗୋଷ୍ଠୀ
Advertisement
Article Detail0/zeeodisha/odisha1230236

Maharashtra Political Crisis: ଶିବ ସେନାକୁ ଚେକ ଦେବା ପାଇଁ Plan B ପ୍ରସ୍ତୁତ କରିଛନ୍ତି BJP-ସିନ୍ଦେ ଗୋଷ୍ଠୀ

Maharashtra Political Crisis: ଗୁରୁବାର ଶିବସେନା ନେତା ଏକନାଥ ସିନ୍ଦେ ଦଳର ଦୁଇ-ତୃତୀୟାଂଶ ବିଧାୟକଙ୍କ ବଳରେ ବର୍ତ୍ତମାନର ମହାବିକାଶ ଅଘାଡି ସରକାରରୁ  ସମର୍ଥନ ପ୍ରତ୍ୟାହାର କରିବା ନେଇ ଘୋଷଣା କରିପାରନ୍ତି।  

Maharashtra Political Crisis: ଶିବ ସେନାକୁ  ଚେକ ଦେବା ପାଇଁ  Plan B ପ୍ରସ୍ତୁତ କରିଛନ୍ତି BJP-ସିନ୍ଦେ ଗୋଷ୍ଠୀ

Maharashtra Political Crisis: ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ମଧ୍ୟରେ ଯଦି ଶେଷ ମୂହୁର୍ତ୍ତରେ ଶିବ ସେନା କୌଣସି ଗୋଟିଏ ଚଳାଏ ତାହେଲେ ଏହାର ଜବାବ ଦେବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ପ୍ରତିଦ୍ୱନ୍ଦ୍ୱୀ। ଏନେଇ ବିଜେପି-ସିନ୍ଦେ ଗୋଷ୍ଠୀ ପକ୍ଷରୁ Plan B ପ୍ରସ୍ତୁତ କରାଯାଇଥିବା କୁହାଯାଉଛି। ନିଜ ପାଖରେ ୪୬ ବିଧାୟକଙ୍କ ସମର୍ଥନ ରହିଥିବା କହିଛନ୍ତି ଏକନାଥ ସିନ୍ଦେ।

ବର୍ତ୍ତମାନ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀ କୋରୋନା ସଂକ୍ରମିତ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବର୍ତ୍ତମାନ ଗୋଆ ରାଜ୍ୟପାଳ ଶ୍ରୀଧରନ ପିଲ୍ଲେଙ୍କୁ ମହାରାଷ୍ଟ୍ର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇ ପାରେ। ଏପରି ସ୍ଥିତିରେ ୪୬ ବିଧାୟକଙ୍କୁ ନେଇ ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ ନିଜ ଗୃହ ରାଜ୍ୟ ଯିବା ଅପେକ୍ଷା ସିଧାସଳଖ ଗୋଆ ଯିବେ। ସେଠାରେ ଗୋଆ ରାଜ୍ୟପାଳଙ୍କ ସାମ୍ନାରେ ନିଜ ସମର୍ଥକ ବିଧାୟକଙ୍କ ପ୍ୟାରେଡ କରିପାରନ୍ତି।

ଏପରି କରାଯିବା ପଛରେ ଏକ କାରଣ ରହିଛି। ତାହା ହେଉଛି ମହାରାଷ୍ଟ୍ର ରାଜନୀତିରେ ଉଦ୍ଧବ ଠାକରେ କିମ୍ବା ଶରଦ ପାୱରଙ୍କ ରାଜନୈତିକ ପ୍ରଭାବ କାରଣରୁ କେତେକ ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେଙ୍କ ଗୋଷ୍ଠୀରୁ ଦୂରେଇ ଯାଇପାରନ୍ତି। କାରଣ ବର୍ତ୍ତମାନ ମହାରାଷ୍ଟ୍ରର ଆଇନ ଶୃଙ୍ଖଳା ପରିସ୍ଥିତି ଦାୟିତ୍ୱ ରାଜ୍ୟରେ କ୍ଷମତାସୀନ ଶିବସେନା-ଏନସିପି-କଂଗ୍ରେସ ନେତୃତ୍ୱାଧିନ ମହାବିକାଶ ଅଘାଡି ସରକାର ପାଖରେ ରହିଛି।   

ଗୁରୁବାର ଶିବସେନା ନେତା ଏକନାଥ ସିନ୍ଦେ ଦଳର ଦୁଇ-ତୃତୀୟାଂଶ ବିଧାୟକଙ୍କ ବଳରେ ବର୍ତ୍ତମାନର ମହାବିକାଶ ଅଘାଡି ସରକାରରୁ  ସମର୍ଥନ ପ୍ରତ୍ୟାହାର କରିବା ନେଇ ଘୋଷଣା କରିପାରନ୍ତି।  ଏହି ବିଧାୟକଙ୍କ ସମର୍ଥନ ବଳରେ ସେ ପ୍ରକୃତ ଶିବସେନା ବୋଲି ଦାବି କରିପାରନ୍ତି।

Also Read: Maharashtra Political Crisis: ରାଜନୈତି ସଂକଟ ମଧ୍ୟରେ ସ୍ଥିର ହେବ ମହା ବିକାଶ ଅଘାଡି ସରକାରର ଭାଗ୍ୟ