Maharashtra Politics: ରାଜ ଠାକରେଙ୍କ ଘରେ ପ୍ରତିଦ୍ୱନ୍ଦ୍ୱୀ ବିହାରୀ ଅତିଥି, ସରଗରମ ହୋଇଉଠିଲା ରାଜନୀତି
Advertisement
Article Detail0/zeeodisha/odisha1338795

Maharashtra Politics: ରାଜ ଠାକରେଙ୍କ ଘରେ ପ୍ରତିଦ୍ୱନ୍ଦ୍ୱୀ ବିହାରୀ ଅତିଥି, ସରଗରମ ହୋଇଉଠିଲା ରାଜନୀତି

Raj Thackeray meets  Devesh Chandra Thakur: ବିହାର ବିଧାନ ପରିଷଦର ନବ ନିଯୁକ୍ତ ଅଧ୍ୟକ୍ଷ ଦେବେନ୍ଦ୍ର ଚନ୍ଦ୍ର ଠାକୁର ମହାରାଷ୍ଟ୍ର ନବନିର୍ମାଣ ସେନା ରାଜ ଠାକରେ। ଏହି ଅବସରରେ ଠାକରେ ଏବଂ ତାଙ୍କ ପତ୍ନୀ ଶର୍ମିଲା ଠାକରେ ତାଙ୍କୁ ସ୍ୱାଗତ କରିଥିଲେ।

Maharashtra Politics: ରାଜ ଠାକରେଙ୍କ ଘରେ ପ୍ରତିଦ୍ୱନ୍ଦ୍ୱୀ ବିହାରୀ ଅତିଥି, ସରଗରମ ହୋଇଉଠିଲା ରାଜନୀତି

Bihari Guest of Raj Thackeray: ବିଗତ କିଛି ଦିନ ହେବ ବିଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ଅଛନ୍ତି ମହାରାଷ୍ଟ୍ର ନବନିର୍ମାନ ସେନା ଅଧ୍ୟକ୍ଷ ରାଜ ଠାକରେ। ସଦ୍ୟ ମୁମ୍ବାଇ ସହରର ଗଣପର୍ବ କୁହାଯାଉଥିବା ଗଣେଶ ପୂଜା ଅବସରରେ ସେ ଲାଲବାଗଚା ରାଜା ଠାରେ ପୂଜାର୍ଚ୍ଚନା କରିଥିଲେ। ଲାଲବାଗଚା ରାଜା ମୁମ୍ବାଇସ୍ଥିତ ଲାଲବାଗ ଠାରେ ରଖାଯାଇଥିବା ଭଗବାନ ଗଣେଶଙ୍କ ଏକ ପ୍ରତିମା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ଗଣପତି ଦର୍ଶନ ପାଇଁ ତାଙ୍କ ଘରକୁ ଯାଇଥିଲେ। ଗଣେଶୋତ୍ସବ ବ୍ୟତୀତ ରାଜ ଠାକରେଙ୍କ ବିଜେପି ନେତାଙ୍କ ସହ ସାକ୍ଷାତକାର ବିଗତ କିଛି ଦିନ ହେବ ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ସମୟରେ ଜଣେ ସ୍ୱତନ୍ତ୍ର ଅତିଥି ରାଜ ଠାକରେଙ୍କ ଦାଦରସ୍ଥିତ ବାସଭବନ 'ଶିବତୀର୍ଥ' ଠାରେ ପହଞ୍ଚିଥିଲେ।

ବିହାର ବିଧାନ ପରିଷଦର ନବ ନିଯୁକ୍ତ ଅଧ୍ୟକ୍ଷ (Bihar Legislative Council Chairman) ଦେବେନ୍ଦ୍ର ଚନ୍ଦ୍ର ଠାକୁର (Devesh Chandra Thakur) ମହାରାଷ୍ଟ୍ର ନବନିର୍ମାଣ ସେନା (Maharashtra  Navnirman  Sena) ଏମଏନଏସ ମୁଖ୍ୟ  (MNS Chief )  ରାଜ  ଠାକରେଙ୍କୁ (Raj  Thackeray) ଭେଟିଛନ୍ତି। ଏହି ଅବସରରେ ଠାକରେ ଏବଂ ତାଙ୍କ ପତ୍ନୀ ଶର୍ମିଲା ଠାକରେ ତାଙ୍କୁ ସ୍ୱାଗତ କରିଥିଲେ। ଏମଏନଏସ ଗଠନ ହେବା ପର ଠାରୁ ରାଜ ଠାକରେ  ଭୂମିପୁତ୍ରଙ୍କୁ ରୋଜଗାର ଦେବା ପ୍ରସଙ୍ଗରେ ଉତ୍ତର ପ୍ରଦେଶ ଏବଂ ବିହାର ଭଳି ରାଜ୍ୟରୁ ଆସିଥିବା ପ୍ରବାସୀଙ୍କୁ ବିରୋଧ କରି ଆସୁଛନ୍ତି। ତାଙ୍କର ଏହି ମନୋଭାବକୁ ବାରମ୍ବାର ଆଲୋଚନା କରାଯାଇଛି।

ଗତ ୨୦୦୮ ବର୍ଷରେ ମରାଠୀ ମାନୁସ ସମର୍ଥନରେ ଆସି ଏମଏନଏସ ପକ୍ଷରୁ ଏକ ଆନ୍ଦୋଳନ କରାଯାଇଥିଲା।  ଯେଉଁଥିରେ ଉତ୍ତର ଭାରତରୁ ଆସି ପ୍ରାର୍ଥୀ ରେଲୱେ ପରୀକ୍ଷା ଦେବାକୁ ମୁମ୍ବାଇ  କଲ୍ୟାଣ ଠାରେ ପହଞ୍ଚିଥିଲେ। ସେ ଠାର ସେମାନଙ୍କ ସହ କଥିତ ଭାବେ  ମାରପିଟ କରାଯାଇଥିଲା। 

Also Read: କାହିଁକି ଅଯୋଧ୍ୟା ଯାତ୍ରା ବାତିଲ କଲେ ରାଜ ଠାକରେ? କାରଣ କହିଲେ ଅବୁ ଆଜମୀ

ଯେତେବେଳେ କିଛି ମାସ ପୂର୍ବରୁ ରାଜ ଠାକରେ ତାଙ୍କର ଅଯୋଧ୍ୟା ଗସ୍ତ ବାବଦରେ ଘୋଷଣା କରିଥିଲେ, ସେତେବେଳେ ଉତ୍ତର ପ୍ରଦେଶ  କୈସରଗଞ୍ଜ  ଲୋକସଭା ଆସନର (Kaiserganj  Parliamentary   Constituency) ବିଜେପି  ସାଂସଦ ବୃଜଭୂଷଣ ସିଂହ (Brij  Bhushan  Sharan  Singh) ଏହାକୁ ବିରୋଧ କରିଥିଲେ। ଏନେଇ ପ୍ରତିକ୍ରିୟା ରଖି ସାଂସଦ  କହିଛନ୍ତି  ଭଗବାନ ରାମ  (Lord  Ram) ଉତ୍ତର ଭାରତୀୟ (North  Indian) ଥିଲେ।  ରାଜ ଠାକେର  ଭଗବାନ ରାମଙ୍କ  ବଂଶଜ  (Descendants  of  Lord  Ram)  ଉତ୍ତର ଭାରତୀୟଙ୍କ ସହ ଦୁର୍ବ୍ୟବହାର କରିଛନ୍ତି।  ଯେ ପର୍ଯ୍ୟନ୍ତ  ଏମଏନଏସ ମୁଖ୍ୟ  ତାଙ୍କର ଏହି  କାମ  ପାଇଁ  କ୍ଷମା  ମାଗି ନାହାଁନ୍ତି   ସେ ପର୍ଯ୍ୟନ୍ତ ତାଙ୍କୁ ଅଯୋଧ୍ୟା ଠାରେ ପ୍ରବେଶ କରିବାକୁ ଦିଆଯିବ ନାହିଁ।  

Also Read: ଅଯୋଧ୍ୟା ଗସ୍ତ କରିବା ପୂର୍ବରୁ ଉତ୍ତର ଭାରତୀୟଙ୍କୁ କ୍ଷମା ମାଗନ୍ତୁ ରାଜ ଠାକରେ: କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ

ଯେଉଁଥିପାଇଁ ବର୍ତ୍ତମାନ ରାଜ ଠାକରେ ଉତ୍ତର ଭାରତୀୟଙ୍କ ପ୍ରତି ଏକ ନରମ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି କ୍ରମରେ ଦେବେଶ ଚନ୍ଦ୍ର ଠାକୁରଙ୍କ ସହ ତାଙ୍କର ସାକ୍ଷାତ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଗତ ସପ୍ତାହରେ ଦେବ ଚନ୍ଦ୍ର ଠାକୁର ବିହାର ବିଧାନ ପରିଷଦର ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି। ସେ ଜଣେ ଭଲ ମରାଠୀ ବକ୍ତା। ଅନେକ ବର୍ଷ ଧରି ମୁମ୍ବାଇରେ ରହୁଥିବା ଏବଂ ପୁଣେ ଏବଂ ନାସିକ ଠାରେ ଅଧ୍ୟୟନ କରିଥିବା ଠାକୁର ମୂଳତଃ ବିହାରୀ। ହେଲେ ତାଙ୍କର ଉଚ୍ଚାରଣ ହେଉଛି ମରାଠୀ।

Also Read: ରାଜ ଠାକରେଙ୍କ ଅଯୋଧ୍ୟା ଗସ୍ତକୁ ନେଇ ମୁହାଁମୁହିଁ ୨ ବିଜେପି ସାଂସଦ

ବିହାର ବିଧାନ ପରିଷଦ ଅଧ୍ୟକ୍ଷଙ୍କ ସହ ରାଜ ଠାକରେଙ୍କ ବୈଠକ ହିନ୍ଦୀ ଭାଷାଭାଷୀଙ୍କ (Hindi Speakers) ପ୍ରତି ତାଙ୍କ ଦଳର ନରମ ଆଭିମୁଖ୍ୟ ଭାବରେ ଦେଖାଯାଉଛି। ବିଜେପି ନେତାଙ୍କ ସହ ଚାଲିଥିବା ବୈଠକ ପରେ ବିଜେପି-ଏମଏନଏସ ମେଣ୍ଟ ଗଠନ ନେଇ ଜୋରସୋରରେ ଆଲୋଚନା ହେଉଛି।  ବର୍ତ୍ତମାନ ହିନ୍ଦୁତ୍ୱ ପ୍ରସଙ୍ଗ ଗ୍ରହଣ କରିବା ପରେ ହିନ୍ଦୀ ଭାଷାଭାଷୀ ଲୋକଙ୍କ ବିରୋଧରେ ରାଜ ଠାକରେଙ୍କ ଆଭିମୁଖ୍ୟ ନରମ ହେବ ନା ନାହିଁ ତାହା ଏବେ ଆଲୋଚନା ବିଷୟ ପାଲଟିଛି। ଠାକରେ ଏବଂ ଠାକୁରଙ୍କ ସାକ୍ଷାତ ଏକ ନୂତନ ରାଜନୈତିକ ଗଠବନ୍ଧନ ଆଲୋଚନାକୁ ମଜବୁତ କରିବ ବୋଲି ବିଶ୍ୱାସ କରାଯାଏ।