Social Justice: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ବାର୍ଷିକ ମୋଟା ଅଙ୍କର ଷ୍ଟାଇପେଣ୍ଡ ଦେବେ ରାଜ୍ୟ ସରକାର
Advertisement
Article Detail0/zeeodisha/odisha1422840

Social Justice: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ବାର୍ଷିକ ମୋଟା ଅଙ୍କର ଷ୍ଟାଇପେଣ୍ଡ ଦେବେ ରାଜ୍ୟ ସରକାର


Maratha students stipend:  ପୌର ଓ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରକାର, ମରାଠା ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କୁ ଏକ ମୋଟା ଅଙ୍କର ଷ୍ଟାଇପେଣ୍ଡ ଦେବାକୁ ଘୋଷଣା କରିଛନ୍ତି। ସେମାନଙ୍କୁ ବାର୍ଷିକ ୬୦୦୦୦ରୁ ୪୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଷ୍ଟାଇପେଣ୍ଡ ଦେବେ ରାଜ୍ୟ ସରକାର। ମାଷ୍ଟର ଡିଗ୍ରୀ ପାଇଁ ବାର୍ଷିକ ୩୦ ଲକ୍ଷ ଟଙ୍କା ଏବଂ ପିଏଚଡି ପାଇଁ ୪୦ ଲକ୍ଷ ଟଙ୍କା ଛାତ୍ରବୃତ୍ତି ଯୋଜନା ଆରମ୍ଭ କରିବାକୁ ମହାରାଷ୍ଟ୍ର ସରକାର ନିଷ୍ପତ୍ତି ନେଇଛି। 

Social Justice: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ବାର୍ଷିକ ମୋଟା ଅଙ୍କର ଷ୍ଟାଇପେଣ୍ଡ ଦେବେ ରାଜ୍ୟ ସରକାର

Maratha students stipend, ମୁମ୍ବାଇ: ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ ଖୁସିର ଖବର ଆସିଛି। ଏଣିକି ସେମାନଙ୍କୁ ବାର୍ଷିକ ୬୦୦୦୦ରୁ ୪୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଷ୍ଟାଇପେଣ୍ଡ ଦେବେ ରାଜ୍ୟ ସରକାର। ମହାରାଷ୍ଟ୍ରର ସିନ୍ଦେ-ଫଡନାଭିସ୍ ସରକାର ବୁଧବାର ଏହି ଘୋଷଣା କରିଛନ୍ତି। ଆଗକୁ ରାଜ୍ୟରେ ପୌର ତଥା ପଞ୍ଚାୟତ ନିର୍ବାଚନ ହେବ। ତେଣୁ ରାଜନୈତିକ ପ୍ରଭାବଶାଳୀ ମରାଠା ସମ୍ପ୍ରଦାୟକୁ ଆକର୍ଷିତ କରିବା ଉଦ୍ଦେଶ୍ୟରେ ଷ୍ଟାଇପେଣ୍ଡ ବୃଦ୍ଧି କରିଥିବା କୁହାଯାଉଛି। ମରାଠା ସମ୍ପ୍ରଦାୟ, ଏସସି, ଏସଟି ଏବଂ ଓବିସି ବର୍ଗର ଛାତ୍ରମାନଙ୍କ ପାଇଁ ପ୍ରଯୁଜ୍ୟ ସାମାଜିକ ନ୍ୟାୟ ବିଭାଗର ମାନଦଣ୍ଡ ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଥିବା ମହାରାଷ୍ଟ୍ର ଶିକ୍ଷାମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି।

ନିକଟରେ ସୁପ୍ରିମକୋର୍ଟ, ମହାରାଷ୍ଟ୍ରର ଶିକ୍ଷାନୁଷ୍ଠାନଗୁଡ଼ିକରେ ୧୨% ଏବଂ ସରକାରୀ ଚାକିରିରେ ୧୩% କୋଟାକୁ ସମାପ୍ତ କରିଦେଇଛନ୍ତି। ଏହା ବିରୋଧରେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ସରକାର ଆଇନଗତ ଯୁଦ୍ଧ କରିଥିଲେ ମଧ୍ୟ କୋଟା ପୁନରୁଦ୍ଧାର ହୋଇପାରିଲା ନାହିଁ। କିନ୍ତୁ ଉଦ୍ଧବ ସରକାରଙ୍କ ଠାରୁ ଦୁଇ ପାଦ ଆଗକୁ ଯାଇ ଏକନାଥ ସିନ୍ଧେ ଓ ଦେବେନ୍ଦ୍ର ଫର୍ଡନାଭିସ ସରକାର ସାନଦାର ଜାତିଆଣ ଗୋଟି ଚଳାଇଛନ୍ତି। ପୌର ଓ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରକାର, ମରାଠା ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କୁ ଏକ ମୋଟା ଅଙ୍କର ଷ୍ଟାଇପେଣ୍ଡ ଦେବାକୁ ଘୋଷଣା କରିଛନ୍ତି। ମରାଠା ସଂରକ୍ଷଣ ତଥା ଆନୁଷଙ୍ଗିକ ପ୍ରସଙ୍ଗରେ କ୍ୟାବିନେଟ ଉପ-କମିଟିର ମୁଖ୍ୟ ଥିବା ଶିକ୍ଷା ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲ ଏହା ଘୋଷଣା କରିଛନ୍ତି।

Also Read: By poll 2022: ଆଜି ଛଅ ରାଜ୍ୟର ସାତଟି ସିଟ୍ ପାଇଁ ଭୋଟ, ଜାଣନ୍ତୁ କେଉଁଠି କାହାର ପଲ୍ଲା ଭାରି

ମନ୍ତ୍ରୀ ପାଟିଲଙ୍କ ଘୋଷଣା ପରେ ମରାଠା ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଲ୍ଲାସ ଭରି ଦେଇଛି। ସରକାର ମରାଠା ସମ୍ପଦାୟର ବିକାଶ ପାଇଁ ପତିବଦ୍ଧ ବୋଲି ମଧ୍ୟ ଦାବି କରିଛନ୍ତି। ରାଜ୍ୟରେ ପୂର୍ବରୁ Chhatrapati Rajaram Maharaj Sarathi Scholarship Schemeର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଅଧିନରେ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୯୬୦୦ ଟଙ୍କା ଦିଆଯାଉଛି। ଏଥିସହ Dr Panjabrao Deshmukh Sarathi Higher Education Scheme ମଧ୍ୟ ଆରମ୍ଭ କରାଯାଇଛି। ଏଥିରେ ଛାତ୍ରଛାତ୍ରୀମାନେ ଦେଶରେ ଦେଶର ୨୦୦ଟି ଖ୍ୟାତିସମ୍ପନ୍ନ ବିଶ୍ୱବିଦ୍ୟାଳୟ/ଶିକ୍ଷାନୁଷ୍ଠାନରେ ନାମ ଲେଖାଇପାରିବେ। ଆଉ ସରକାର ସେମାନଙ୍କ ଖର୍ଚ୍ଚ ବହନ କରିବେ। ତେବେ ଯେଉଁ ଛାତ୍ରଛାତ୍ରୀଙ୍କ ପିତାମାତାଙ୍କ ବାର୍ଷିକ ଆୟ ଆଠ ଲକ୍ଷ ଟଙ୍କାରୁ କମ ଥିବେ ସେମାନେ ହିଁ ଏହି ଯୋଜନାର ଲାଭ ପାଇବେ।

Dr Panjabrao Deshmukh Sarathi Higher Education Scheme ଅଧୀନରେ ପାଠ୍ୟକ୍ରମ ଏବଂ ଶିକ୍ଷାଗତ ସାମଗ୍ରୀ ପାଇଁ ୫୦ ହଜାର ଟଙ୍କା ଦିଆଯିବ। ହଷ୍ଟେଲରେ ରହୁଥିବା ଛାତ୍ରମାନଙ୍କୁ ଏଜୁକେସନ୍ ଫି, ପରୀକ୍ଷା ଫି, ରେଜିଷ୍ଟ୍ରେସନ ଫି ଏବଂ ହଷ୍ଟେଲ ଏବଂ ଫୁଡ ଫି ଫେରସ୍ତ କରାଯିବ। ଏହା ବ୍ୟତୀତ ମରାଠା ସମ୍ପ୍ରଦାୟର ମେଧାବୀ ଛାତ୍ରଛାତ୍ରୀମାନେ ବିଦେଶର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ପଢିପାରିବେ। ସେଥିପାଇଁ ସରକାର ଆର୍ଥିକ ସହାୟତା ଯୋଗାଇଦେବେ। ମାଷ୍ଟର ଡିଗ୍ରୀ ପାଇଁ ବାର୍ଷିକ ୩୦ ଲକ୍ଷ ଟଙ୍କା ଏବଂ ପିଏଚଡି ପାଇଁ ୪୦ ଲକ୍ଷ ଟଙ୍କା ଛାତ୍ରବୃତ୍ତି ଯୋଜନା ଆରମ୍ଭ କରିବାକୁ ମହାରାଷ୍ଟ୍ର ସରକାର ନିଷ୍ପତ୍ତି ନେଇଛି। ଏହା ଓବିସି ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରଯୁଜ୍ୟ ଛାତ୍ରବୃତ୍ତି ହେବ।