Maharashtra Political Crisis: ରାଜନୈତି ସଂକଟ ମଧ୍ୟରେ ସ୍ଥିର ହେବ ମହା ବିକାଶ ଅଘାଡି ସରକାରର ଭାଗ୍ୟ
Advertisement
Article Detail0/zeeodisha/odisha1229315

Maharashtra Political Crisis: ରାଜନୈତି ସଂକଟ ମଧ୍ୟରେ ସ୍ଥିର ହେବ ମହା ବିକାଶ ଅଘାଡି ସରକାରର ଭାଗ୍ୟ

Maharashtra Political Crisis: ବର୍ତ୍ତମାନ ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ମଧ୍ୟରେ ପ୍ରଶ୍ନ ଉଠୁଛି ଯେ ସରକାରକୁ ବଞ୍ଚାଇବା ପାଇଁ କିମ୍ବା ଏକ  ନୂତନ ସରକାର ଗଠନ ପାଇଁ କ'ଣ ସମ୍ଭାବନା ରହିଛି?

Maharashtra Political Crisis: ରାଜନୈତି ସଂକଟ ମଧ୍ୟରେ ସ୍ଥିର ହେବ ମହା ବିକାଶ ଅଘାଡି ସରକାରର ଭାଗ୍ୟ

Maharashtra Political Crisis: ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ କାରଣରୁ ଏବେ ବାଜିରେ ଲାଗିଛି ମହା ବିକାଶ ଅଘାଡି ସରକାରର ଭାଗ୍ୟ। ହେଲେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ସରକାରକୁ ବଞ୍ଚାଇବା ପାଇଁ କିମ୍ବା ଏକ  ନୂତନ ସରକାର ଗଠନ ପାଇଁ କ'ଣ ସମ୍ଭାବନା ରହିଛି? ବରିଷ୍ଠ ଶିବସେନା ନେତା ଏକନାଥ ସିନ୍ଦେଙ୍କ ଦାବି ଅନୁଯାୟୀ ତାଙ୍କ ପାଖରେ ୪୦ ଜଣ ଦଳୀୟ ବିଧାୟକଙ୍କ ସମର୍ଥନ ରହିଥିବା କହୁଛନ୍ତି। 

ମହାରାଷ୍ଟ୍ରରେ ଶାସନ କରୁଥିବା ମହା ବିକାଶ ଅଘାଡି ସରକାରକୁ ପାଖପାଖି ୧୭୦ ବିଧାୟକଙ୍କ ସମର୍ଥନ ରହିଥିବା କୁହାଯାଉଛି। ହେଲେ ସେମାନଙ୍କ ମଧ୍ୟରୁ ୪୦ ଜଣ ବିଧାୟକ ବିଦ୍ରୋହୀ ଭୂମିକାରେ ଅବତୀର୍ଣ୍ଣ ହେବା ପରେ ମହା ବିକାଶ ଅଘାଡି ସରକାରକୁ ସମର୍ଥନ କରୁଥିବା ବିଧାୟକକଙ୍କ ସଂଖ୍ୟା ୧୩୦ ହୋଇଛି। ମୋଟ ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ କୌଣସି ଦଳକୁ ୧୪୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ। କହିବାକୁ ଗଲେ ଏହି ରାଜନୈତକ ସଂକଟ କାରଣରୁ ରାଜ୍ୟ ସରକାର ବହୁମତ ହରାଇସାରିଛି।

ଶିବସେନା ନେତା ଏକନାଥ ସିନ୍ଦେଙ୍କ ପାଖରେ ଯେଉଁ ୪୦ ଜଣ ଦଳୀୟ ବିଧାୟକଙ୍କ ସମର୍ଥନ ରହିଥିବା କୁହାଯାଉଛି ସେମାନଙ୍କ ମଧ୍ୟରୁ ୩୬ ଜଣ ହେଉଛନ୍ତି ଶିବସେନା ବିଧାୟକ। ଦୁଇ-ତୃତୀୟାଂଶ ସମର୍ଥନ ଲାଗି ତାଙ୍କୁ ୩୭ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ମାତ୍ର ସ୍ଥିତି ଏବେ ଏକନାଥ ସିନ୍ଦେଙ୍କ ସପକ୍ଷରେ ରହିଛି। ମୋଟ ୩୭ ବିଧାୟକଙ୍କ ସମର୍ଥନ ବଳରେ ଏକ ନୂଆ ଗୋଷ୍ଠୀ ଗଠନ କରି  ବିଜେପି ସମର୍ଥନରେ ସରକାର ଗଠନ କରିପାରେ। ବିଜେପି ଏବଂ ଏହାର ସହଯୋଗୀଙ୍କ ପାଖରେ ମୋଟ ୧୧୩ ବିଧାୟକଙ୍କ ସମର୍ଥନ ରହିଛି। 

ଯଦି ଏକନାଥ ସିନ୍ଦେ ଦୁଇ-ତୃତୀୟାଂଶ ବହୁମତ ଯୋଗାଡ଼ କରିବାରେ ଅସଫଳ ହୁଅନ୍ତି ତାହାଲେ ତାଙ୍କ ସହ ସମସ୍ତ ଶିବସେନା ବିଧାୟକଙ୍କ ସଦସ୍ୟତା ଲୋପ ପାଇପାରେ। ହେଲେ ତଥାପି ସରକାର ଅଳ୍ପମତରେ ରହିବ। ଏଭଳି ପରିସ୍ଥିତିରେ ବିରୋଧି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଦାବି କରି ଅବିଶ୍ୱାସ ପ୍ରସ୍ତାବ ଆଗତ କରିପାରନ୍ତି। ଏହା ପରେ ରାଜ୍ୟପାଳ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇପାରନ୍ତି। ମାତ୍ର ସରକାର ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବାକୁ ସମର୍ଥ ହୋଇପାରନ୍ତି। କାରଣ ଏକନାଥ ସିନ୍ଦେଙ୍କ ସହ ରହିଥିବା ଶିବସେନା ବ୍ୟତୀତ ଅନ୍ୟ ସ୍ୱାଧିନ ବିଧାୟକ ମହାବିକାଶ ଅଘାଡି ସରକାର ସମର୍ଥନରେ ମତଦାନ କରିବେ ନାହିଁ। 

ଅନ୍ୟପଟେ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ମାମଲାରେ ମହାରାଷ୍ଟ୍ର ବିଜେପି Wait and Watch ନୀତି ଆପଣାଇଛି। ଯଦି ରାଜ୍ୟ କ୍ୟାବିନେଟ ବିଧାନସଭା ଭଙ୍ଗ କରିବା ଲାଗି ସୁପାରିଶ କରେ ତାହେଲେ ରାଜ୍ୟପାଳ ଏହାକୁ ଗ୍ରହଣ କରିବାକୁ ବାଧ୍ୟ ହେବେ ନାହିଁ। ସେତେବେଳେ ରାଜ୍ୟପାଳ ତାଙ୍କ ବିବେକ ବ୍ୟବହାର କରିବେ। ମହାରାଷ୍ଟ୍ର ରାଜନୀତିରେ ଚାଲିଥିବା ରାଜନୈତିକ ଘଟଣାକ୍ରମ ଉପରେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ତୀକ୍ଷ୍ଣ ନଜର ରଖିଛନ୍ତି।

Also Read: Maharashtra Politcal Crisis: ଦଳୀୟ ବିଧାୟକଙ୍କୁ ମୁମ୍ବାଇ ଡାକିଲା ବିଜେପି

Also Read: Maharashtra Political Crisis: ସରକାର ଗଠନ କରିବା ଲାଗି ରହିଛି ୫ ବିକଳ୍ପ

Also Read: Operation Lotus: ପୁରୁଣା ଭୁଲ ଦୋହାଇବାକୁ ଚାହୁଁନାହିଁ ବିଜେପି