Mumbai: ପୂର୍ବ ଅନ୍ଧେରୀ ଉପନିର୍ବାଚନକୁ ବଡ଼ ଘୋଷଣା କଲା କଂଗ୍ରେସ
Advertisement
Article Detail0/zeeodisha/odisha1383196

Mumbai: ପୂର୍ବ ଅନ୍ଧେରୀ ଉପନିର୍ବାଚନକୁ ବଡ଼ ଘୋଷଣା କଲା କଂଗ୍ରେସ

Andheri East Bypoll 2022: ପୂର୍ବ ଅନ୍ଧେରୀ ବିଧାନସଭା ଆସନରେ ହେବାକୁ ଯାଉଥିବା ଉପନିର୍ବାଚନରେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ଗୋଷ୍ଠୀର ପ୍ରାର୍ଥୀଙ୍କୁ ସମର୍ଥନ ପ୍ରଦାନ କରିବାକୁ ଘୋଷଣା କରିଛି କଂଗ୍ରେସ। 

Mumbai: ପୂର୍ବ ଅନ୍ଧେରୀ ଉପନିର୍ବାଚନକୁ ବଡ଼ ଘୋଷଣା କଲା କଂଗ୍ରେସ

Andheri East Bypoll: ରାଜଧାନୀ ମୁମ୍ବାଇସ୍ଥିତ ପୂର୍ବ ଅନ୍ଧେରୀ ବିଧାନସଭା ଆସନରେ ହେବାକୁ ଯାଉଥିବା ଉପନିର୍ବାଚନକୁ ନେଇ ଏକ ବଡ଼ ଘୋଷଣା କରିଛି ମହାରାଷ୍ଟ୍ର କଂଗ୍ରେସ। ଏହି ନିର୍ବାଚନରେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ଗୋଷ୍ଠୀର ପ୍ରାର୍ଥୀଙ୍କୁ ସମର୍ଥନ ପ୍ରଦାନ କରିବାକୁ ଘୋଷଣା କରିଛି ଦଳ। ଏନେଇ ରାଜ୍ୟ ସଭାପତି ବୁଧବାର କହିଛନ୍ତି ଯେ ତାଙ୍କ ଦଳ ଶିବସେନା ଦ୍ୱାରା ଛିଡା଼ ଦିବଂଗତ ବିଧାୟକଙ୍କ ପତ୍ନୀ ରୁତୁଜା ଲଟକେଙ୍କୁ ସମର୍ଥନ କରିବ। 

ଏହି ଆସନରେ ହେବାକୁ ଯାଉଥିବା ଉପନିର୍ବାଚନ ଲାଗି ଆସନ୍ତା ନଭେମ୍ବର ୩ ତାରିଖରେ ଅନୁଷ୍ଠିତ ହେବ ମତଦାନ। ପୂର୍ବ ଅନ୍ଧେରୀ ବିଧାନସଭା ଆସନର ଶିବସେନା ବିଧାୟକ ରମେଶ ଲଟକେଙ୍କ ମୃତ୍ୟୁ କାରଣରୁ ଏଠାରେ ଉପନିର୍ବାଚନ (Andheri East Bypoll 2022) ଅନୁଷ୍ଠିତ ହୋଇଯାଇଛି।

ରାଜ୍ୟର ପୂର୍ବ ଅନ୍ଧେରୀ ଆସନରେ ହେବାକୁ ଯାଉଥିବା ଉପନିର୍ବାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପୋଟଲେ (Maharashtra Congress President Nana Patole)। ଏନେଇ ସେ କହିଛନ୍ତି ଯେ ଏହି ନିର୍ବାଚନରେ ଦଳ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ (Shiv Sena President Uddhav Thackeray) ଗୋଷ୍ଠୀର (Shiv Sena Thackeray Faction) ପ୍ରାର୍ଥୀ  ରୁତୁଜା ଲଟକେଙ୍କୁ ସମର୍ଥନ କରିବ। ଯିଏ ହେଉଛନ୍ତି ଦିବଂଗତ ଶିବସେନା ବିଧାୟକ ରମେଶ ଲଟକେଙ୍କ ପତ୍ନୀ। ଚଳିତ ବର୍ଷ ମେ ୧୧ ତାରିଖରେ ଦୁବାଇ ଗସ୍ତ ସମୟରେ ତାଙ୍କର ଦେହାନ୍ତ ହୋଇଥିଲା। 

Also Read: Maharashtra Bye Election: ନିର୍ବାଚନ ମୈଦାନରେ ମୁହାଁମୁହିଁ ହେବେ ସିନ୍ଦେ-ଠାକରେ, କର ବା ମର ପରିସ୍ଥିତିରେ କିଏ ମାରିବ ବାଜି?

କଂଗ୍ରେସ ନେତା ନାନା ପୋଟଲେ କହିଛନ୍ତି ଯେ ରାଜ୍ୟର ସ୍ୱାର୍ଥରେ ବିଜେପି ଭଳି ସାମ୍ପ୍ରଦାୟିକ ଦଳକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ କଂଗ୍ରେସ ଶିବସେନା-ଏନସିପି ସହ ମହା ବିକାଶ ଅଘାଡ଼ି ମେଣ୍ଟ ଗଠନ କରିଥିଲେ। ବିଜେପି ବିରୋଧରେ ଦଳ ସମାନ ଲଢେଇ ଜାରି ରଖିଥିବା ବେଳେ ପୂର୍ବ ଅନ୍ଧେରୀ ଆସନରେ ହେବାକୁ ଯାଉଥିବା ଉପ ନିର୍ବାଚନରେ ପ୍ରାର୍ଥୀ ଛିଡ଼ା କରିବ ନାହିଁ। ଶିବସେନା ପ୍ରାର୍ଥୀଙ୍କ ବିଜୟ ନିଶ୍ଚିତ କରିବାକୁ ସେ ନିଜର ସମସ୍ତ ଶକ୍ତି ଲଗାଇଦେବେ।

ଦିବଂଗତ ଶିବସେନା ବିଧାୟକ ରମେଶ ଲାଟକେ (Ramesh Latke) ମୃତ୍ୟୁ କାରଣରୁ ପୂର୍ବ ଅନ୍ଧେରୀ ବିଧାନସଭା ଆସନ (Andheri East Assembly Constituency) ଖାଲି ପଡ଼ିଛି। ଲଗାତାର ୨ ଥର ଏହି ଆସନକୁ ପ୍ରତିନିଧିତ୍ୱ କରୁଥିବା  ଶିବସେନା ବିଧାୟକଙ୍କ ଗତ ମେ ମାସରେ ଦେହାନ୍ତ ହୋଇଯାଇଛି। ଶାସକ ଶିବସେନା ସିନ୍ଦେ ଗୋଷ୍ଠୀ (Shiv Sena Shinde Faction) ଏବଂ ସହଯୋଗୀ ବିଜେପି (BJP) ଏହି ନିର୍ବାଚନରେ ମୂର୍ଜି ପଟେଲଙ୍କୁ ପ୍ରାର୍ଥୀ କରିଛି। ଯିଏ ହେଉଛନ୍ତି ମୁମ୍ବାଇ ନଗର ନିଗମ (Brihanmumbai Municipal Corporation) ବିଏମସି (BMC) ର ପୂର୍ବତନ କର୍ପୋରେଟର।  

ପୂର୍ବ ଅନ୍ଧେରୀ ବିଧାନସଭା ଆସନରେ ହେବାକୁ ଯାଉଥିବା ଉପନିର୍ବାଚନକୁ ନେଇ ବଡ଼ ଘୋଷଣା କରିଛନ୍ତି ଏନସିପି ସୁପ୍ରିମୋ ଶରଦ ପାୱାର (NCP Supremo Sharad Pawar)। ଏନେଇ ପୁଣେ ଠାରେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା କରିବା ବେଳେ ସୋମବାର ସେ କହିଛନ୍ତି ଯେ ତାଙ୍କ ଦଳ ଏହି ନିର୍ବାଚନରେ ଶିବସେନା ଠାକରେ ଗୋଷ୍ଠୀକୁ ସମର୍ଥନ କରିବ। ରବିବାର ମୁମ୍ବାଇ ବିଜେପି ସଭାପତି ଆଶୀଷ ଶେଲାର (Mumbai BJP President Ashish Shelar) ଅନ୍ଧେରୀ ଆସନରେ ହେବାକୁ ଯାଉଥିବା ଉପନିର୍ବାଚନ ପାଇଁ ଦଳର କେନ୍ଦ୍ରୀୟ କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି। ଏନେଇ ଟ୍ୱିଟ୍ କରି ସେ କହିଛନ୍ତି ଯେ ମୁର୍ଜି ପଟେଲଙ୍କୁ ସ୍ଥାନୀୟ ଲୋକଙ୍କ ସମର୍ଥନ ରହିଛି। ପୂର୍ବ ଅନ୍ଧେରୀ ବିଧାନସଭା ଆସନ ମୁମ୍ବାଇ ଉତ୍ତର-ପଶ୍ଚିମ ଲୋକସଭା ଆସନ (Mumbai North West Lok Sabha Constituency) ଅଧିନସ୍ଥ।